ଜଗତ୍‌ସିଂହପୁର ସହର: ଜବରଦଖଲରେ ଡ୍ରେନ୍‌

ଜଗତ୍‌ସିଂହପୁର ଅଫିସ, ୨୦ା୫: ନିୟମ ରହିଛି ପ୍ରାକୃତିକ ନାଳ କିମ୍ବା ଡ୍ରେନ୍‌ ରୋକାଯାଇପାରିବ ନାହିଁ। ଏହାର ଗତି ବଦଳା ଯିବ ନାହିଁ। କେହି ଜବରଦଖଲ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୋର୍ଟଙ୍କ ଏହି ନିର୍ଦ୍ଦେଶ ପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଅଛି। ରାଜ୍ୟ ସରକାର ମଧ୍ୟ ବିଭିନ୍ନ ସମୟରେ ନାଳ କିମ୍ବା ଡ୍ରେନ୍‌ରୁ ଯେପରି ଜଳ ନିଷ୍କାସନରେ ବାଧା ନ ଉପୁଜିବ ସେନେଇ ଜିଲା ପ୍ରଶାସନକୁ ଚିଠି କରିଛନ୍ତି। ନଗର ଉନ୍ନୟନ ବିଭାଗ ପକ୍ଷରୁ ଜଗତ୍‌ସିଂହପୁର ସମେତ ରାଜ୍ୟର ଅନ୍ୟ ପୌର ପରିଷଦ ଓ ମ୍ୟୁନିସିପାଲିଟି ଆଦିକୁ ଏ ସଂକ୍ରାନ୍ତୀୟ ଚିଠି ଆସିଛି। କିନ୍ତୁ ଜଗତ୍‌ସିଂହପୁର ସହରରେ ଡ୍ରେନ୍‌ ସମସ୍ୟାର ସମାଧାନ ହେଉନି। ପ୍ରତିବର୍ଷ ବର୍ଷାଦିନ ପୂର୍ବରୁ ସମୀକ୍ଷା ହେଉଛି। ଯେଉଁସବୁ ସ୍ଥାନରେ ସମସ୍ୟା ଅଛି ସେଗୁଡ଼ିକର ସମାଧାନ ପାଇଁ ନିଷ୍ପତ୍ତି ନିଆଯାଉଛି। କିନ୍ତୁ ବର୍ଷାଦିନ ପରେ ଏଥିପ୍ରତି ଧ୍ୟାନ ଦିଆଯାଉନାହିଁ। ବାସ୍ତବରେ ଯେଉଁସବୁ ସ୍ଥାନରେ ଜବରଦଖଲ ହେଉ ଅବା ଅନ୍ୟ ସମସ୍ୟା ରହିଛି ସେ ସବୁର ସମାଧାନ ଏବେ ହେବା କଥା। ନଚେତ ଆଉ କିଛିଦିନ ପରେ ବର୍ଷା ଆସିଯିବ ଏବଂ ପୁଣି ସହର, ବସ୍ତିରେ ଅଳିଆ ଭାସିବ। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଯଥାଶୀଘ୍ର ସମାଧାନ କରିବାକୁ କେତେଜଣ ବୁଦ୍ଧିଜୀବୀ ମତପ୍ରକାଶ କରିଛନ୍ତି।
ନଗର ଉନ୍ନୟନ ବିଭାଗ ପକ୍ଷରୁ କରାଯାଇଥିବା ଚିଠିରେ ଉଲ୍ଲେଖ ଅଛି, ଡ୍ରେନ୍‌ଗୁଡ଼ିକର ଯେଉଁସବୁ ସ୍ଥାନରେ ପାଣି ଜମି ରହୁଛି ସେଗୁଡିକ ସଫା କରି ଜଳ ନିଷ୍କାସନକୁ ସ୍ବାଭାବିକ କର। ଜବରଦଖଲ ହୋଇଥିଲେ ଉଚ୍ଛେଦ କର। ଡ୍ରେନ୍‌ ବା ନାଳଗୁଡ଼ିକ ଯେଉଁ ବିଭାଗ ଅଧୀନରେ ଯାଉଛି ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କ ସହ ଯୋଗାଯୋଗ କରି ଜବରଦଖଲ ଉଚ୍ଛେଦ ପାଇଁ ଆବଶ୍ୟକ ପଦକ୍ଷେପ ନିଅ। ଆବଶ୍ୟକ ପଡ଼ିଲେ ପୋଲିସର ସହାୟତା ନେଇ ଏହି କାମ କରିବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଅଛି। ଏହି ଚିଠି ପାଇଲା ପରେ ଅତୀତରେ ଜଗତ୍‌ସିଂହପୁର ପୌର ପରିଷଦ ପକ୍ଷରୁ ବୈଠକ କରାଯିବା ସହ ସହରରେ ଯାଇଥିବା ୩ଟି ଡ୍ରେନେଜ୍‌ କଟ୍‌କୁ ଜବରଦଖଲ ମୁକ୍ତ ଓ ସଫା କରାଯିବା ନେଇ ନିଷ୍ପତ୍ତି ହୋଇଥିଲା। କିନ୍ତୁ ଏହା କେବଳ ବୈଠକରେ ହିଁ ସୀମିତ ରହିଛି ।
ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ସହର ଦେଇ ନାଗପୁର, ପାଣିଶାଳିଆ ଓ ମାଧପୁର ଡ୍ରେନ୍‌ ଯାଇଛି। ନାଗପୁର ଡେନ୍‌ ଜଗତ୍‌ସିଂହପୁରରୁ ନାଗପୁର ପର୍ଯ୍ୟନ୍ତ ଲମ୍ବିଥିବା ବେଳେ ସେଥିରୁ ୩ କିଲୋମିଟର ଜଗତ୍‌ସିଂହପୁର ପୌର ପରିଷଦ ଅଧୀନରେ ରହିଛି। ଏହା ଜିଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖ ରାସ୍ତାର ଅପରପାର୍ଶ୍ୱରୁ ବାହାରି ଟାଉନ ହଲ୍‌ ଛକ-ସିପି-ଖେରସ ମୌଜା ଦେଇ ପୁରୋହିତପୁର ପାଖରେ ନାଳରେ ପଡ଼ିଛି। ଜଗତ୍‌ସିଂହପୁର ସହରରେ ଏହି ଡ୍ରେନ୍‌ର ଓସାର ପାଖାପାଖି ୩୦ ଫୁଟ ହେବ ବୋଲି କୁହାଯାଉଥିବା ବେଳେ ବାସ୍ତବରେ କିନ୍ତୁ ଏହା ଜବରଦଖଲ କାରଣରୁ ସଙ୍କୁଚିତ ହୋଇଯାଇଛି। ଏବେ ଏହାର ଓସାର ମାତ୍ର ୫ରୁ ୬ ଫୁଟ ଭିତରେ ଥିବା କୁହାଯାଉଛି। ସେହିପରି ପାଣିଶାଳିଆ ଡ୍ରେନ୍‌ର ଦୈର୍ଘ୍ୟ ପାଖାପାଖି ୧.୫ କିଲୋମିଟର ହେବ। ଏହା ସହରରେ ଥିବା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରୁ ବାହାରି ବସ୍‌ଷ୍ଟାଣ୍ଡ, ଟାଉନ ହଲ୍‌ ଛକ ଦେଇ ପାଣିଶାଳିଆ ଅମୁହାଁଦଣ୍ଡା ପର୍ଯ୍ୟନ୍ତ ଲମ୍ବିଛି। ଏହି ଡ୍ରେନ୍‌ ମଧ୍ୟ ଜବରଦଖଲ ହୋଇଛି। ମାଧପୁର ଡ୍ରେନ୍‌ର ଲମ୍ବ ପାଖାପାଖି ୨ କିଲୋମିଟର ହେବ। ଏହି ଡ୍ରେନ୍‌ର କମ୍‌ ସ୍ଥାନ ଜବରଦଖଲ ହୋଇଛି। ଏସବୁ ଡ୍ରେନ୍‌ ଦୀର୍ଘବର୍ଷ ଧରି ଜବରଦଖଲ ଯୋଗୁ ଜଳ ନିଷ୍କାସନରେ ବାଧା ଉପୁଜିଛି। ନାଗପୁର ଡ୍ରେନ୍‌ଟି ସବୁଠାରୁ ଅଧିକ ଅବ୍ୟବସ୍ଥିତ ଅବସ୍ଥାରେ ରହିଛି। ଜବରଦଖଲ ସାଙ୍ଗକୁ ବ୍ୟବସାୟୀମାନେ ଅଳିଆ ଆବର୍ଜନା ପକାଉ ଥିବାରୁ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ପୌର ପରିଷଦ ପକ୍ଷରୁ ମଧ୍ୟ ସଫେଇ ଠିକ୍‌ ଭାବେ ହେଉନାହିଁ। ସହରର କେତେଜଣ ପ୍ରଭାବଶାଳୀ ବ୍ୟକ୍ତି ଜବରଦଖଲ କରିଥିବାରୁ ପରିଷଦ କ’ଣ, ପ୍ରଶାସନ ବି ପଦକ୍ଷେପ ନେବାକୁ ଆଗପଛ ହେଉଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରୁ ଅଧିକାଂଶ ଡ୍ରେନ୍‌ ମୁକୁଳା ଥିବାରୁ ତା’ର ଉପରେ ସିମେଣ୍ଟ କଂକ୍ରିଟ୍‌ ସ୍ଲାବ୍‌ ପକାଇବାକୁ ପଦକ୍ଷେପ ନିଆଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ପାଖାପାଖି ୨୭ ଲକ୍ଷ ଟଙ୍କା ବ୍ୟୟରେ ୧୦ଟି ୱାର୍ଡ (୨, ୩, ୪, ୭, ୮, ୧୨, ୧୬, ୧୮, ୧୯ ଓ ୨୦)ରେ ଥିବା ବଡ଼ ଡ୍ରେନ୍‌ ଉପରେ ଏହି କାମ ଚାଲିଛି । ସେଥିମଧ୍ୟରୁ ଅର୍ଦ୍ଧାଧିକରେ କାମ ସରିଲାଣି। ପରବର୍ତ୍ତୀ ସମୟରେ ଛୋଟ ଡ୍ରେନ୍‌ଗୁଡିକ ଉପରେ ସିମେଣ୍ଟ କଂକ୍ରିଟ୍‌ ସ୍ଲାବ୍‌ ପକାଯିବ। ଏଥିସହ ଯେଉଁସବୁ ସ୍ଥାନରେ ଜବରଦଖଲ ଅଛି ସେଗୁଡ଼ିକ ଡ୍ରେନେଜ୍‌ ଡିଭିଜନ ଅଧୀନରେ ରହିଛି। ଏହି ବିଭାଗକୁ ଜବରଦଖଲମୁକ୍ତ ସହ ଭିତ୍ତିଭୂମିରେ ସୁଧାର ପାଇଁ କୁହାଯାଇଛି। ବିଭାଗ ଯଦି ଦାୟିତ୍ୱବାନ ନ ହେବ ତେବେ ପରିଷଦ କିଛି କରିବା ସମ୍ଭବ ନୁହେଁ ବୋଲି ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri