ଜଗତ୍‌ସିଂହପୁର ଉପକାରାଗାର ଅସୁରକ୍ଷିତ

ଜଗତ୍‌ସିଂହପୁର ଅଫିସ,୨୮ା୬: ଆଳିପିଙ୍ଗଳସ୍ଥିତ ଜଗତ୍‌ସିଂହପୁର ଉପକାରାଗାର ଏକ ପ୍ରକାର ଅସୁରକ୍ଷିତ ହୋଇପଡିଛି। କାରାଗାର ଦକ୍ଷିଣ ପାର୍ଶ୍ୱରେ ଡି ୱାଲ୍‌ (ପାଚେରି) ରହିଛି। ଏହା ନିକଟରେ ସର୍ବସାଧାରଣଙ୍କ ଯାତାୟାତ ପାଇଁ ଏକ ରାସ୍ତା ଯାଇଛି। ଏହି ରାସ୍ତା ପଟେ ଅପରାଧୀଙ୍କ ସହଯୋଗୀମାନେ ଉପକାରାଗାର ଭିତରକୁ ମୋବାଇଲ, ଗଞ୍ଜେଇ, ଅଫିମ, ନିଶା ଔଷଧ ଆଦି ପ୍ୟାକେଟ୍‌ କରି ଫିଙ୍ଗି ଦେଉଛନ୍ତି। ଏହାଦ୍ୱାରା ଅପରାଧୀମାନେ ମୋବାଇଲ ଯୋଗେ ନିଜ ଆପରାଧିକ କାରବାର କରିବାକୁ ସମର୍ଥ ହେଉଛନ୍ତି। ଏହି ଅଞ୍ଚଳରେ ଜାମର୍‌ ବ୍ୟବସ୍ଥା କରାଯାଇ ନ ଥିବାରୁ ଅପରାଧୀମାନଙ୍କୁ ବେଶ୍‌ ସୁହାଉଛି। ଏଥିସହ ଉପକାରାଗାର ପରିସରରେ ୱାଚ୍‌ ଟାୱାର ନ ଥିବାରୁ ସମସ୍ୟା ହେଉଛି।
ଉପକାରାଗାରଟି ୫ ଏକର ପରିମିତ ଜମିରେ ରହିଛି। ଏହା ଭିତରେ ୧୬୭ ଜଣ ପୁରୁଷ ଏବଂ ୯ ମହିଳା ଏହିପରି ମୋଟ ୧୭୬ ବନ୍ଦୀ ରହିବା ପାଇଁ ବ୍ୟବସ୍ଥା ରହିଛିି। କିନ୍ତୁ ବର୍ତ୍ତମାନ ୧୬୧ କଏଦୀ ଏଠାରେ ଅଛନ୍ତି। ଏହି ଉପକାରାଗାରରେ ଅନେକ ଅପରାଧୀ ଥିଲେ ସୁଦ୍ଧା ସେମାନଙ୍କ କାର୍ଯ୍ୟକଳାପ ଉପରେ ସେଭଳି ଦୃଷ୍ଟି ଦିଆଯାଉନାହିଁ। ଉପକାରାଗାର ଦକ୍ଷିଣ ପାର୍ଶ୍ୱ ଡି ୱାଲ୍‌ ନିକଟରେ ଯାଇଥିବା ରାସ୍ତାରେ ନାଉଗାଁ ସମେତ ପାଖାପାଖି ୫୦ ଗ୍ରାମର ଲୋକେ ଯିବାଆସିବା କରୁଛନ୍ତି। ନିରୋଳା ସମୟରେ ଅପରାଧୀଙ୍କ ସହଯୋଗୀମାନେ ଏହି ପାଚେରି ପଟେ ଉପକାରାଗାର ଭିତରେ ଥିବା ବନ୍ଦୀଙ୍କୁ ବିଭିନ୍ନ ବେଆଇନ ସାମଗ୍ରୀ ଯୋଗାଇ ଦେଉଛନ୍ତି। ବେଳେବେଳେ ଏହା ଜେଲ୍‌ ୱାର୍ଡରମାନଙ୍କ ହାତରେ ପଡୁଛି। ମାତ୍ର ଅଧିକାଂଶ ସମୟ ବନ୍ଦୀମାନଙ୍କ ହାତକୁ ଏହା ଚାଲିଯାଉଛି। ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ ହେବା ଜରୁରୀ। ଡି ୱାଲ୍‌ ପାର୍ଶ୍ୱରେ ୭ ଫୁଟ ଉଚ୍ଚର ଏକ ପାଚେରି ହୋଇଥିଲେ ସୁଦ୍ଧା ଏହାର ଉଚ୍ଚତା ବୃଦ୍ଧି ହୋଇ ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି। ଏଥିସହ ଜାମର୍‌ ବ୍ୟବସ୍ଥା ହେଲେ ମୋବାଇଲ ଯୋଗେ କଥାବାର୍ତ୍ତା ସମ୍ଭବ ହେବନି। ସମ୍ପୂର୍ଣ୍ଣ ପରିସର ଅନୁଧ୍ୟାନ କରିବା ପାଇଁ ଅନୂ୍ୟନ ୨ଟି ୱାଚ୍‌ ଟାୱାରର ଆବଶ୍ୟକତା ରହିଛି। ଉପକାରାଗାର ପରିସରରେ ଲାଗିଥିବା ସିସି ଟିଭି କ୍ୟାମେରା ସଂଖ୍ୟା ଯଥେଷ୍ଟ ନୁହେଁ। ତେଣୁ ଏହି ସଂଖ୍ୟା ବୃଦ୍ଧି କରାଯିବା ଆବଶ୍ୟକ। କାରାଗାର ଭିତରେ ୭ ପୁରୁଷ ଏବଂ ଗୋଟିଏ ମହିଳା ୱାର୍ଡ ରହିଛି। ସେହିପରି ୪ ପୁରୁଷ ଏବଂ ଗୋଟିଏ ମହିଳା ସେଲ୍‌ କରାଯାଇଛି। କିନ୍ତୁ ଏହା ଯଥେଷ୍ଟ ନୁହେଁ। ଅଧିକ ବିଶୃଙ୍ଖଳିତ କଏଦୀମାନଙ୍କ ପାଇଁ ଅର୍ଥାତ୍‌ ୫ ଜଣିଆ ଗୋଟିଏ ସେଲ୍‌ ଏବଂ ଜଣିକିଆ ରହିବା ଭଳି ୫ଟି ସେଲ୍‌ କରାଯିବା ଆବଶ୍ୟକ। ଅନ୍ତେବାସୀଙ୍କ ଚିକିତ୍ସା ପାଇଁ ଡିସ୍ପେନ୍‌ସାରି ଥିଲେ ସୁଦ୍ଧା ଅଧିକ ସୁବିଧା ଦରକାର। ଏସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପୂର୍ବତନ ଜେଲର ରବୀନ୍ଦ୍ର ନାଥ ବେହେରା ଜିଲା ପ୍ରଶାସନ ଏବଂ ବିଭାଗୀୟ ଅତିରିକ୍ତ ଡିଜିପିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଭାଗୀୟ ଡିଆଇଜି ଗସ୍ତ କରି ଏସବୁ କରାଯିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିଥିଲେ। ଏହାପରେ ଜିଲାପାଳଙ୍କ ନିର୍ଦ୍ଦେଶରେ ତହସିଲଦାର ପରିଦର୍ଶନରେ ଆସି ଅନୁଧ୍ୟାନ କରିଥିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଏହାର ପ୍ରତିକାର ହୋଇପାରି ନାହିଁ। ଏସମ୍ପର୍କରେ ଜେଲର ରତିକାନ୍ତ ଶୁକ୍ଳା କହିଛନ୍ତି, ପାଚେରି ପାର୍ଶ୍ୱରେ ବେଳେବେଳେ ନିଶା ଦ୍ରବ୍ୟ ଫିଙ୍ଗା ଯାଉଛି। ବିଭିନ୍ନ ସମୟରେ ଉପକାରାଗାର କର୍ମଚାରୀମାନେ ଏହାକୁ ଜବତ କରୁଛନ୍ତି। ପାଚେରି ଆଉ କିଛି ଉଚ୍ଚ କରାଗଲେ ଏହି ସମସ୍ୟା ରହିବ ନାହିଁ। ୱାଚ୍‌ ଟାୱାର ଓ ଜାମର ଜରୁରୀ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri