ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ ବିରୋଧରେ ଏତଲା

ପୁରୀ ଅଫିସ,୧୫ା୪ : ପରିକ୍ରମା ପ୍ରକଳ୍ପ ଅଧୀନରେ ଶ୍ରୀମନ୍ଦିର ଉତ୍ତର ଦ୍ୱାର ପାର୍ଶ୍ୱରେ ବେଆଇନ ନିର୍ମାଣ କାର୍ଯ୍ୟ ଚାଲିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ ଆଣି ଶୁକ୍ରବାର ସିଂହଦ୍ୱାର ଥାନାରେ ଏତଲା ଦେଇଛି। ଏତଲାରେ ଦର୍ଶାଯାଇଛି ଯେ, ରାଜ୍ୟ ସରକାର ଓ ଜିଲା ପ୍ରଶାସନ ବିନାନୁମତିରେ ଶ୍ରୀମନ୍ଦିର ସିଂହଦ୍ୱାର, ପଶ୍ଚିମ ଦ୍ୱାର ଏବଂ ଦକ୍ଷିଣ ଦ୍ୱାର ପାର୍ଶ୍ୱରେ ମେଶିନ୍‌ ଦ୍ୱାରା ୩୦ରୁ ୪୦ ଫୁଟର ଗାତ ଖୋଳି ବିଶାଳ ନିର୍ମାଣ କାର୍ଯ୍ୟ କରାଯାଇଛି। ଫଳରେ ଶ୍ରୀମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇ ନାଟମଣ୍ଡପ, ଘଣ୍ଟି ଦ୍ୱାର, ବେହରଣ ଦ୍ୱାର, ଜଗମୋହନ, ଜୟ ବିଜୟ ଦ୍ୱାର ପ୍ରଭୃତି ସ୍ଥାନରେ ଫାଟ ସୃଷ୍ଟି ହୋଇଛି। ତେଣୁ ଉକ୍ତ କାର୍ଯ୍ୟକୁ ବିରୋଧ କରାଯାଉଛି। ଏ ନେଇ ହାଇକୋର୍ଟରେ ମାମଲା ଚାଲିଛି। ହାଇକୋର୍ଟ ରାଜ୍ୟ ସରକାର ଏବଂ ଏଏସ୍‌ଆଇକୁ ନୋଟିସ୍‌ ଜାରି କରିଛନ୍ତି। ୨୧ ତାରିଖରେ ଯୁଗ୍ମ ଅନୁଧ୍ୟାନ ଓ ସତ୍ୟପାଠ ଦାଖଲ ଲାଗି କୋର୍ଟଙ୍କ ନିର୍ଦ୍ଦେଶ ରହିଛି। ଏପରି ସ୍ଥଳେ ପ୍ରଶାସନ ଏସବୁକୁ ଖାତିର ନ କରି କାର୍ଯ୍ୟ ଜାରି ରଖିଛି। ସେହିପରି ପ୍ରତି ଶନିବାର ସଚିବ ପୁରୀ ଆସି କାର୍ଯ୍ୟ ତଦାରଖ କରୁଥିବାବେଳେ ଭକ୍ତଙ୍କୁ ପ୍ରାୟ ଦୁଇଘଣ୍ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରକୁ ଛଡ଼ାଯାଉନାହିଁ। ଭକ୍ତଙ୍କୁ ଦୀର୍ଘ ସମୟ ଠିଆ ହେବାକୁ ପଡୁଛି। ଏ ନେଇ ମୁଖ୍ୟ ଶାସନଙ୍କ ସମେତ ଜିଲା ପ୍ରଶାସନ, ଏନ୍‌ଏମ୍‌ଏ, ଟାଟା, ଓବିସିସି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରୀଜଗନ୍ନାଥ ସେନା ଆବାହକ ପ୍ରିୟଦର୍ଶନ ପଟ୍ଟନାୟକ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦକା ଏସ୍‌ଓଜି କ୍ୟାମ୍ପରେ ପ୍ରଶିକ୍ଷଣ ବେଳେ ଅଘଟଣ: ହ୍ୟାଣ୍ଡ ଗ୍ରେନେଡ୍‌ ବିସ୍ଫୋରଣ ଯୋଗୁ ଜଣେ ହାବିଲଦାର୍‌ ଶହୀଦ, ୨ ଆହତ

ବାରଙ୍ଗ,୭।୪(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଚନ୍ଦକାଥାନା ଅଧୀନରେ ଥିବା ଏସ୍‌ଓଜି କ୍ୟାମ୍ପ୍‌ରେ ପ୍ରଶିକ୍ଷଣ ଦେବା ବେଳେ ମଙ୍ଗଳବାର ଜଣେ ପ୍ରଶିକ୍ଷକ ତଥା ହାବିଲଦାର ଶହୀଦ ହୋଇଛନ୍ତି। ଘଟଣାରେ...

ବ୍ରାହ୍ମଣୀଗାଁରେ ଚାଲିଛି ବାବା ମୁକ୍ତେଶ୍ୱର ମନ୍ଦିର ନିର୍ମାଣ: ସରକାରଙ୍କ ଅନୁଦାନ ପରେ ଶ୍ରମଦାନ କଲେ ଗ୍ରାମବାସୀ

ଦାରିଙ୍ଗବାଡ଼ି/ବ୍ରାହ୍ମଣୀଗାଁ,୧୨।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁରେ ବାବା ମୁକ୍ତେଶ୍ୱର ମନ୍ଦିରର ନିର୍ମାଣ କାର୍ଯ୍ୟ ଜୋର୍‌ସୋରରେ ଚାଲିଛି । ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ସାହି ଗଳିରେ ବାଡ଼ ପଡ଼ିଲା

ପୁରୀ ଅଫିସ,୪।୪: ପୁରୀ ଜିଲାରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲାବାସୀ ଭୟଭୀତ ହୋଇପଡିଛନ୍ତି। ଏହି ପ୍ରାଣଘାତି ଭୂତାଣୁକୁ ନେଇ ସବୁଠି ଚାଲିଛି...

ଛାତ୍ରୀଛାତ୍ରଙ୍କୁ ଗାଳିଗୁଲଜ, ବଦଳିଲେ ୩ ଶିକ୍ଷକ

ବାଲିଗୁଡା,୫ା୮(ଡି.ଏନ୍‌.ଏ.): ଜଣେ କାର୍ଯ୍ୟରତ ପ୍ରଧାନ ଶିକ୍ଷକ ବିଦ୍ୟାଳୟକୁ ନିଶାସକ୍ତ ଅବସ୍ଥାରେ ଆସି ପାଠ ପଢିବାକୁ ଆସିଥିବା ଛାତ୍ରୀଛାତ୍ରଙ୍କୁ ଗାଳିଗୁଲଜ କରିବା ମହଙ୍ଗା ପଡିଛି। ବିଭାଗୀୟ ତଦନ୍ତ...

ମାସେ ପରେ ମଧ୍ୟ ମୃତ୍ୟୁ ଉପରୁ ହଟିନି ରହସ୍ୟ

ପାରଳାଖେମୁଣ୍ଡି,୧୨ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ(ଏସିଏଫ୍‌) ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାକୁ ଶୁକ୍ରବାର ମାସେ ପୂରିବ। ହେଲେ ଏ ଯାଏ ପୋଲିସ ସୌମ୍ୟଙ୍କ...

ଆଜିଠାରୁ ରାତି ୯ରୁ କର୍ଫୁ

ଅନୁଗୋଳ ଅଫିସ,୭।୧- ରାଜ୍ୟରେ କରୋନା ସଂକ୍ରମଣ ଦ୍ରୁତଗତିରେ ବୃଦ୍ଧି ପାଉଥିବାରୁ ରାଜ୍ୟ ସରକାର ୭ ତାରିଖରୁ ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ କର୍ଫୁ ଲଗାଇବାକୁ ନିର୍ଦ୍ଦେଶ...

ମେ’ ପହିଲାରୁ ରବି ଧାନ ସଂଗ୍ରହ

ଭୁବନେଶ୍ୱର,୨୫ା୨(ବ୍ୟୁରୋ):ଆସନ୍ତା ମେ’ ପହିଲାରୁ ରାଜ୍ୟରେ ରବି ଋତୁ ପାଇଁ ଧାନ ସଂଗ୍ରହ ହେବ। ଚାଷୀ ପଞ୍ଜୀକରଣ କାର୍ଯ୍ୟ ପ୍ରାଥମିକ କୃଷି ସମବାୟ ସମିତି, ମହିଳା ସ୍ବୟଂ...

ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁପଡ଼ିଲେ କିନ୍ନର

ପୁରୀ ଅଫିସ,୧।୫: ଶ୍ରୀମନ୍ଦିର ସିଂହଦ୍ୱାର ଗୁମୁଟ ଉପରୁ ଡେଇଁ ଜଣେ କିନ୍ନର ରବିବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ବଳରାମ ରାଉତ ଓ ଘର ନିମାପଡ଼ା...

Advertisement
Archives

Model This Week