୪ ମାସ ପାଇଁ ଶୟନ ଗଲେ ମହାପ୍ରଭୁ

ପୁରୀ,୧୮ା୭(ଅଜିତ୍‌ କୁମାର ମହାନ୍ତି)ଆଷାଢ଼ ଶୁକ୍ଳପକ୍ଷ ଏକାଦଶୀ ତିଥି ଅବସରରେ ବୁଧବାର ହରିଶୟନ ଏକାଦଶୀ ନୀତି ସମ୍ପନ୍ନ ହୋଇଛି। ପୌରାଣିକ କଥାବସ୍ତୁ ଅନୁଯାୟୀ ଏହି ଦିନଠାରୁ ଦୀର୍ଘ ୪ମାସ ପର୍ଯ୍ୟନ୍ତ ମହାପ୍ରଭୁ ଶୟନ କରିଥାନ୍ତି। ସେହିପରି ମହାପ୍ରଭୁଙ୍କ ଶୟନ କାଳ ସମୟରେ ଜ୍ୟୋତିଷ ଶାସ୍ତ୍ରମତେ ସୂର୍ଯ୍ୟଙ୍କ ଦକ୍ଷିଣାୟନ ସମୟରେ କୌଣସି ଶୁଭକାର୍ଯ୍ୟ କରାଯାଏ ନାହିଁ। ତେଣୁ ବିବାହ, ବ୍ରତଘର ଆଦି କାର୍ଯ୍ୟ ଏହି ୪ମାସ ପର୍ଯ୍ୟନ୍ତ ହୋଇ ନ ଥାଏ। କାର୍ତ୍ତିକ ମାସ ଏକାଦଶୀ ପରେ ଠାକୁର ଶୟନରୁ ଉଠିଲେ ଶୁଭ କାର୍ଯ୍ୟ ହୋଇଥାଏ।
ଆଷାଢ଼ ମାସ ଶୁକ୍ଳପକ୍ଷ ଏକାଦଶୀକୁ ହରିଶୟନ ଏକାଦଶୀ ବୋଲି କୁହାଯାଏ। ଏହି ଦିନଠାରୁ ଦୀର୍ଘ ୪ମାସ ପର୍ଯ୍ୟନ୍ତ ମହାପ୍ରଭୁ ଶୟନ କରିଥାନ୍ତି। ଠାକୁରଙ୍କର ଏହି ଶୟନ କାଳରେ ବାନପ୍ରସ୍ତ, ଋଷି, ମୁନି, ସାଧୁସନ୍ଥ, ମହାପୁରୁଷ ଏବଂ ସନ୍ନ୍ୟାସ ଧର୍ମ ଆଚରଣ କରୁଥିବା ଲୋକେ ଚତୁର୍ମାସ୍ୟା ବ୍ରତ ପାଳନ କରନ୍ତି। ଗୋଟିଏ ସ୍ଥାନରେ ରହି ଶାସ୍ତ୍ର ମୁତାବକ ନିୟମ ପାଳନ କରି ଠାକୁରଙ୍କୁ ସ୍ମରଣ କରିଥାନ୍ତି। ତେବେ ଏକାଦଶୀ ଅବସରରେ ରଥରେ ଶ୍ରୀବିଗ୍ରହମାନଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା। ବିଳମ୍ବିତ ରାତିରେ ସୁନାବେଶ ମଇଲମ ହୋଇଥିଲା। ପରେ ଚନ୍ଦନଲାଗି, ବଡ଼ସିଂହାର ବେଶ, ବଡ଼ସିଂହାର ଭୋଗ, ମଇଲମ ପରେ ଶୟନ ଠାକୁର ରଥ ଉପରକୁ ବିଜେ କରିଥିଲେ। ତିନିଜଣ ପୂଜାପଣ୍ଡା ସାମନ୍ତ ଶୟନ ଠାକୁର ତିନିମୂର୍ତ୍ତିି ସୁବର୍ଣ୍ଣ ପ୍ରତିମାଙ୍କୁ ରଥ ଉପରକୁ ଆଣିଥିଲେ। ତିନିମୂର୍ତ୍ତି ମଧ୍ୟରେ ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ ରଥରେ ବାସୁଦେବ, ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥରେ ଭୁବନେଶ୍ୱରୀ ଏବଂ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଶ୍ରୀନାରାୟଣଙ୍କୁ ବିଜେ କରାଯାଇଥିଲା। ଶୟନ ଠାକୁର ରଥାରୂଢ଼ ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗ ଲାଗି ହେଲା ପରେ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ପରେ ସର୍ବାଙ୍ଗ, ନୂଆ ପତନି ଲୁଗା ଓ ମାଳଫୁଲ ଲାଗି ନୀତି ସମ୍ପନ୍ନ କରାଯାଇଥିଲା। ବଲ୍ଲଭ ବଡ଼ସିଂହାର ବେଶ ସମ୍ପନ୍ନ ହେବା ପରେ ପୂଜାପଣ୍ଡା ସାମନ୍ତମାନଙ୍କ ଦ୍ୱାରା ଷୋଡ଼ଶ ଉପଚାରରେ ବଲ୍ଲଭ ବଡ଼ସିଂହାର ଭୋଗ ପୂଜା ସମ୍ପନ୍ନ ପରେ ହରିଶୟନ ନୀତି ହୋଇଥିଲା। ଶୟନ ଠାକୁରମାନଙ୍କୁ ହାତରେ ବିଜେ କରାଇ ପୂଜାପଣ୍ଡା ସାମନ୍ତ ଭଣ୍ଡାର ଦୁଆର ନିକଟକୁ ନେଇଥିଲେ। ଭଣ୍ଡାର ଦୁଆରେ ବିଧି ମୁତାବକ ଶୟନ ନୀତି ଅନୁଷ୍ଠିତ ହୋଇଥିଲା। କୋଠ ସୁଆଁସିଆ ଦେଇଥିବା ତାଟ ପେଡ଼ି, ଦରଜିଙ୍କ ଶେଯ ଓ ତକିଆରେ ଠାକୁରଙ୍କୁ ଶୁଆଇ ଦିଆଯାଇଥିଲା। ମୁଦିରସ୍ତ ପ୍ରସାଦଲାଗି କରିବା ସହ ପୁଷ୍ପାଞ୍ଜଳି, କର୍ପୁର ଆଳତି, ସଞ୍ଜ ଆଳତି ଓ ବନ୍ଦାପନା ଆଦି କରିଥିଲେ। ପରେ ପେଡ଼ିକୁ ବନ୍ଦ କରାଯାଇଥିଲା। ସମସ୍ତେ ଆସିବା ପରେ ଶୟନ ଘରକୁ ବନ୍ଦ କରାଯାଇଥିଲା। ଆଷାଢ଼ ଦ୍ୱାଦଶୀ ତିଥିରେ ଗରୁଡ଼ ଶୟନ ନୀତି ଅନୁଷ୍ଠିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri