ଫିଟୁଛି ଜାକଲିନ୍‌ଙ୍କ ଗୁମର

ବଲିଉଡ୍‌ ଅଭିନେତ୍ରୀ ଜାକଲିନ୍‌ ଫର୍ନାଡିଜ୍‌ ଅଡୁଆରେ ଫସିଯାଇଛନ୍ତି। ୨୦୦ କୋଟି ଟଙ୍କା ଠକେଇ ମାମଲାରେ ସେ ଇଡି ସ୍କାନରରେ ଅଛନ୍ତି। ପୂର୍ବରୁ ଅକ୍ଟୋବର ମାସରେ ଏହି ମନି ଲଣ୍ଡରିଂ ମାମଲାରେ ଜାକଲିନ ଫର୍ଣ୍ଣାଡିଜ ଏବଂ ଅଭିନେତ୍ରୀ ନୋରା ଫତେହି ଜେରାର ସମ୍ମୁଖୀନ ହୋଇଛନ୍ତି। ଘଟଣାର ମୁଖ୍ୟ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ହୋଇଥିବା ବେଳେ ତାଙ୍କ ସହ ଅପରାଧିକ କାର୍ଯ୍ୟକଳାପରେ ଜାକଲିନ ଫର୍ଣ୍ଣାଡିଜ ଏବଂ ନୋରା ଫତେହି ସମ୍ପୃକ୍ତ ଥିବା ଅଭିଯୋଗ ଆସିଥିଲା।
ଚାର୍ଜସିଟରେ ଅନୁସନ୍ଧାନକାରୀ ସଂସ୍ଥା କହିଛନ୍ତି ଯେ ସୁକେଶ ଚନ୍ଦ୍ରଶେଖର ଅଭିନେତ୍ରୀ ଜାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ୧୦ କୋଟି ଟଙ୍କା ମୂଲ୍ୟର ଉପହାର ଦେଇଛନ୍ତି। ସେଥିରେ ୫୨ ଲକ୍ଷ ମୂଲ୍ୟର ଘୋଡା ଏବଂ ୯ ଲକ୍ଷ ପାର୍ସୀ ବିଲେଇ, ଅଳଙ୍କାର, ହୀରା-ଷ୍ଟୁଡେଡ ଅଳଙ୍କାର ସେଟ ଉଲ୍ଲେଖ କରାଯାଇଛି। କେବଳ ଏତିକି ନୁହେଁ, ଚାର୍ଜସିଟରେ ନୋରା ଫତେହିଙ୍କୁ କୋଟି କୋଟି ମୂଲ୍ୟର ଉପହାର ମଧ୍ୟ ଉଲ୍ଲେଖ କରାଯାଇଛି।
ସୁକେଶ ଚନ୍ଦ୍ରଶେଖର ଏବଂ ତାଙ୍କ ସ୍ତ୍ରୀ ଲୀନା ପଲଙ୍କ ବିରୋଧରେ ଚାଲିଥିବା ଆର୍ଥିକ ଠକେଇ ମାମଲା ସହ ସମ୍ପୃକ୍ତ ଥିବା ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଟାର୍ଗେଟରେ ଅଭିନେତ୍ରୀ ନୋରା ଫତେହୀ ଥିଲେ। ସେ ସୁକେଶଙ୍କଠାରୁ ନୋରା ଏକ ବିଏମଡବ୍ଲୁ କାର ଉପହାରରେ ନେଇଥିବା କଥା ସାମ୍ନାକୁ ଆସିଥିଲା। ସୁକେଶ କରିଥିବା ୨୦୦ କୋଟି ଟଙ୍କା ଅର୍ଥ ହେରଫେର ମାମଲାରେ ନୋରାଙ୍କ ସମ୍ପୃକ୍ତି ନେଇ ଖବର ଆସିବା ପରେ ଉଭୟଙ୍କ ଫଟୋ ଭାଇରାଲ ହୋଇଥିଲା। ଫଟୋରେ ସେ ଏକ ବିଏମଡବ୍ଲୁ କାର ଆଗରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା। କାରଟି ସୁକେଶ ଉପହାରରେ ଦେଇଥିବା ନେଇ ଚର୍ଚ୍ଚା ଜୋର ଧରିଥିଲା । ସେହିପରି ଜାକଲିନ ଫର୍ଣ୍ଣାଣ୍ଡିଜଙ୍କ ପୁର୍ବରୁ ଅନ୍ୟଜଣେ ବଲିଉଡ ଅଭିନେତ୍ରୀ ୟାମୀ ଗୌତମଙ୍କୁ ମଧ୍ୟ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପଚରାଉଚୁରା କରିଥିଲା। ଏବେ ଏହି ଘୋଟାଲାରେ ବଲିଉଡ ତାରକାଙ୍କ ତାଲିକା ଲମ୍ବି ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାତଲମ୍ବା ଗାଁରେ ହାତୀ ତାଣ୍ଡବ: ଆତଙ୍କରେ ଗ୍ରାମବାସୀ

କଲ୍ୟାଣସିଂହପୁର,୧୩।୭(ଦୀପକ କୁମାର ପରିଡା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତ ଅନ୍ତର୍ଗତ ପାତଲମ୍ବା ଗାଁରେ ସୋମବାର ଏକ ଦନ୍ତା ହାତୀ ପଶି ଆତଙ୍କ ସୃଷ୍ଟି କରିଛି।…

ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

ବ୍ୟାଙ୍କକ୍‌,୧୩ା୭: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ…

ହାଟଡିହୀ ବ୍ଲକରେ ପଶିଲା ଭିଜିଲାନ୍ସ: ମିଶନ ଶକ୍ତିରେ ଦୁର୍ନୀତି ଅଭିଯୋଗ

ହାଟଡିହୀ,୧୩l୭((ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକରେ ପୁଣି ପଶିଛି ଭିଜିଲାନ୍ସ। ଗତ କିଛିଦିନ ତଳେ ଭିଜିଲାନ୍ସ ଷ୍ଟ୍ରିଟ ଲାଇଟ ଦୁର୍ନୀତି ନେଇ ହାଟଡିହୀ ବ୍ଲକରେ ଖୋଳତାଡ଼ କରିଥିବା…

ଅନଶନ ସମୟରେ ଅସୁସ୍ଥ ହେଲେ ଚାମେଲି: ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର,୧୩।୭: ଆମରଣ ଅନଶନ ବେଳେ କେନ୍ଦ୍ରାପଡା ଜିଲା ତିଖିରୀ ଗ୍ରାମପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଅସୁସ୍ଥ ହୋଇପଡିଛନ୍ତି। ଅନଶନରେ ବସିଥିବା ସମୟରେ ହଠାତ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ…

ରାତି ପାଇଲେ ପରୀକ୍ଷା ଦେଇଥାନ୍ତେ ଶିବାନୀ: ମା’ ବିଲକୁ ଯାଇଥିବାବେଳେ ଘରେ…

ଭଞ୍ଜନଗର,୧୩।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ଟୋକାଗଣ୍ଡା ଗ୍ରାମର ଖଦାଳି ସ୍ବାଇଁଙ୍କ ଝିଅ ତଥା ମେଧାବୀ ଛାତ୍ରୀ ଶିବାନୀ ସାଇଁ (୧୭) ସୋମବାର ସନ୍ଧ୍ୟାରେ…

ଘାରିଲା କୋଭିଡ ଭୟ: ଏହି ଜିଲାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର, ୧୩।୭: ଆନ୍ଧ୍ରରେ କୋଭିଡ ସଂକ୍ରମଣ ବଢ଼ିବା ପରେ ଗଞ୍ଜାମରେ ହାଇ ଆଲର୍ଟ। ସରକାରୀ ହସ୍ପିଟାଲ ଓ CHCକୁ ସତର୍କ ରହିବାକୁ CDMO ଓ PHO ନିର୍ଦ୍ଦେଶ…

ସ୍କୁଲ ପାଠ୍ୟପୁସ୍ତକ ଅନିୟମିତତା ମାମଲା: କ୍ରାଇମବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର

କଟକ,୧୩।୭(ପ୍ରଭୁ କଲ୍ୟାଣ ପାଲ୍‌): ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ପାଠ୍ୟପୁସ୍ତକର ପ୍ରସ୍ତୁତି, ଅନୁମୋଦନ ଏବଂ ପ୍ରକାଶନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତାର ତଦନ୍ତ ଭାର ଆଜି…

୧ କୁଇଣ୍ଟାଲର ଘଡ଼ିଆଳ କୁମ୍ଭୀର ଉଦ୍ଧାର: ସାତକୋଶିଆରେ ଛାଡିଲା ବନବିଭାଗ

ଭବାନୀପାଟଣା,୧୩।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଲମପୁର ବ୍ଲକ ଭାଲୁବୁଟୁରା ଗ୍ରାମର ଏକ କେନାଳରୁ ସୋମବାର ଅପରାହ୍ନରେ ଏକ ଘଡ଼ିଆଳ କୁମ୍ଭୀର ବନ ବିଭାଗ ପକ୍ଷରୁ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri