ଚର୍ଚ୍ଚାରେ ଜ୍ୟାକଲିନଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ଜ୍ୟାକଲିନ ଫର୍ନାଡିଜ । ବଲିଉଡର ବ୍ୟସ୍ତ ନାୟିକା । ବଲିଉଡରେ ସକ୍ରିୟ ଥିବା ଏହି ନାୟିକା ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ । ସେ ସବୁବେଳେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ଚାହାଁନ୍ତି । ସେଥିପାଇଁ ସେ ପ୍ରାୟ ସବୁ ସମୟରେ ତାଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ଯାହା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ନିକଟରେ ସେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ୨୦୨୨ ପର୍ଯ୍ୟନ୍ତ ଜ୍ୟାକଲିନ ସମ୍ପୂର୍ଣ୍ଣ ଭାବେ ବିଜି କହିଲେ ଚଳେ । ଏବେ ତାଙ୍କ ହାତରେ ଅନେକ ଅଫର । ଏହି ଆଗଧାଡିର ନାୟିକା ଏବେ ତାଙ୍କ ପ୍ରଶଂସକଙ୍କ ଉଦ୍ଦଶ୍ୟରେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହା ଚର୍ଚ୍ଚାକୁ ଆସିଛି । ଫଟୋରେ ସେ ବ୍ଲାକ ବ୍ରାଲେଟ ଏବଂ ଶିମରି ଜ୍ୟାକେଟ ସହ କାଓ ବୁଟସ୍ ପିନ୍ଧିଥିବା ଦେଖାଯାଇଛି । ଏହାସହ ଜ୍ୟାକଲିନ ଗୋଲଡେନ୍ ବ୍ରେସଲେଟ, ଗୋଲଡେନ୍ ଚେନ ବଡ ବଡ ଇୟରିଂ ସହ ଡାର୍କ ଲିପଷ୍ଟିକରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଏହି ଫଟୋ ଶେୟାର କରିବା ସହ ଜ୍ୟାକଲିନ ଲେଖିଛନ୍ତି ଯେବେ ମୁଁ ପଜ୍ ବଟନ ଦବାଏ ଅର୍ଥାତ୍ କୌଣସି ଫିଲ୍ମର ଶୁଟିଂ କରୁ ନ ଥାଏ ସେତେବେଳେ ମୁଁ ବିଜିଥାଏ । କାରଣ ଫ୍ରି ଟାଇମରେ ସେ ଟ୍ରେନିଂ କରୁଥାଆନ୍ତି ବୋଲି କହିଛନ୍ତି । ଏବେ ଜ୍ୟାକଲିନଙ୍କ ହାତରେ ସର୍କସ, କିକ ୨, ବଚ୍ଚନ ପାଣ୍ଡେ, ରାମ ସେତୁ ତଥା ଆଟାକ ଆଦି ଫିଲ୍ମ ରହିଛି । ଏଥିରୁ କେତେକ ରିଲିଜ୍ ଅପେକ୍ଷାରେ ଥିବା ବେଳେ ଆଉ କିଛିର ଶୁଟିଂ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?