ଚର୍ଚ୍ଚାରେ ଜ୍ୟାକଲିନଙ୍କ ଫଟୋ ଶୁଟ୍‌

ମୁମ୍ବାଇ: ଜ୍ୟାକଲିନ ଫର୍ନାଡିଜ । ବଲିଉଡର ବ୍ୟସ୍ତ ନାୟିକା । ବଲିଉଡରେ ସକ୍ରିୟ ଥିବା ଏହି ନାୟିକା ସୋସିଆଲ ମିଡିଆରେ ବି ଖୁବ୍ ଆକ୍ଟିଭ । ସେ ସବୁବେଳେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିବାକୁ ଚାହାଁନ୍ତି । ସେଥିପାଇଁ ସେ ପ୍ରାୟ ସବୁ ସମୟରେ ତାଙ୍କର କିଛି ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି । ଯାହା ପ୍ରାୟ ସମସ୍ତଙ୍କୁ ପସନ୍ଦ ଆସିଥାଏ । ନିକଟରେ ସେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ୨୦୨୨ ପର୍ଯ୍ୟନ୍ତ ଜ୍ୟାକଲିନ ସମ୍ପୂର୍ଣ୍ଣ ଭାବେ ବିଜି କହିଲେ ଚଳେ । ଏବେ ତାଙ୍କ ହାତରେ ଅନେକ ଅଫର । ଏହି ଆଗଧାଡିର ନାୟିକା ଏବେ ତାଙ୍କ ପ୍ରଶଂସକଙ୍କ ଉଦ୍ଦଶ୍ୟରେ ଏମିତି କିଛି ଫଟୋ ଶେୟାର କରିଛନ୍ତି ଯାହା ଚର୍ଚ୍ଚାକୁ ଆସିଛି । ଫଟୋରେ ସେ ବ୍ଲାକ ବ୍ରାଲେଟ ଏବଂ ଶିମରି ଜ୍ୟାକେଟ ସହ କାଓ ବୁଟସ୍ ପିନ୍ଧିଥିବା ଦେଖାଯାଇଛି । ଏହାସହ ଜ୍ୟାକଲିନ ଗୋଲଡେନ୍ ବ୍ରେସଲେଟ, ଗୋଲଡେନ୍ ଚେନ ବଡ ବଡ ଇୟରିଂ ସହ ଡାର୍କ ଲିପଷ୍ଟିକରେ ଖୁବ୍ ସୁନ୍ଦର ଲାଗୁଛନ୍ତି । ଏହି ଫଟୋ ଶେୟାର କରିବା ସହ ଜ୍ୟାକଲିନ ଲେଖିଛନ୍ତି ଯେବେ ମୁଁ ପଜ୍ ବଟନ ଦବାଏ ଅର୍ଥାତ୍ କୌଣସି ଫିଲ୍ମର ଶୁଟିଂ କରୁ ନ ଥାଏ ସେତେବେଳେ ମୁଁ ବିଜିଥାଏ । କାରଣ ଫ୍ରି ଟାଇମରେ ସେ ଟ୍ରେନିଂ କରୁଥାଆନ୍ତି ବୋଲି କହିଛନ୍ତି । ଏବେ ଜ୍ୟାକଲିନଙ୍କ ହାତରେ ସର୍କସ, କିକ ୨, ବଚ୍ଚନ ପାଣ୍ଡେ, ରାମ ସେତୁ ତଥା ଆଟାକ ଆଦି ଫିଲ୍ମ ରହିଛି । ଏଥିରୁ କେତେକ ରିଲିଜ୍ ଅପେକ୍ଷାରେ ଥିବା ବେଳେ ଆଉ କିଛିର ଶୁଟିଂ ଚାଲିଛି ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରତ୍ୟେକ ଚରିତ୍ର ମୋତେ କିଛି ନା କିଛି ଶିକ୍ଷା ଦେଇଛି: ବିଦ୍ୟା

ମୁମ୍ବାଇ: ନିଜର ଦମଦାର ଅଭିନୟକୁ ନେଇ ଦର୍ଶକଙ୍କ ନିକଟରେ ଏକ ନିଆରା ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ବିଦ୍ୟା ବଲାନ ଏବେ ନିଜ କ୍ୟାରିୟର ବିଷୟରେ...

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଅନନ୍ୟାଙ୍କ ଫଟୋ

ମୁମ୍ବାଇ: ବଲିଉଡ୍‌ ଫିଲ୍ମ ‘ଷ୍ଟୁଡେଣ୍ଟ ଅଫ୍‌ ଦି ଇୟର ୨’ରୁ କ୍ୟାରିୟର ଆରମ୍ଭ କରିଥିବା ଅନନ୍ୟା ପାଣ୍ଡେ ଏବେ ଖୁବ୍‌ ଚର୍ଚ୍ଚାରେ। ବଲିଉଡ୍‌ ଅଭିନେତା ଚଙ୍କି...

ଶେହନାଜଙ୍କ ସ୍ବୟଂମ୍ବର ଦେଖି ରାକ୍ଷୀଙ୍କ ପ୍ରତିକ୍ରିୟା

ମୁମ୍ବାଇ: ବିଗ୍‌ ବସ ୧୩ ପରେ ଶେହନାଜ ଗିଲ୍‌ଙ୍କ ସ୍ବୟଂମ୍ବର ‘ମୁଝ୍‌ସେ ଶାଦୀ କରୋଗୀ’ ଆରମ୍ଭ ହୋଇଯାଇଛି। ଯେଉଁଥିରେ ପାରସ୍‌ ଛାବ୍‌ଡ଼ା ଏବଂ ଶେହନାଜଙ୍କୁ ବରକନ୍ୟା...

ରାଗିଲେ ଭଂସାଲି!

ମୁମ୍ବାଇ: ବଲିଉଡ୍‌ର ନାମୀ ନିର୍ଦ୍ଦେଶକ ସଂଜୟ ଲିଲା ଭଂସାଲୀଙ୍କ ଫିଲ୍ମ ‘ବୈଜୁ ବାୱରା’ ଆସିବା ପୂର୍ବରୁ ଖୁବ୍ ଚର୍ଚ୍ଚାରେ । ଏହାର କାରଣ ହେଉଛି ଷ୍ଟାରକାଷ୍ଟ...

ସାଉଥ୍‌ ସୁପରଷ୍ଟାର ଅଲୁ ଅର୍ଜୁନ ଦାନ କଲେ ୧.୨୫ କୋଟି ଟଙ୍କା

ମୁମ୍ବାଇ: କରୋନା ଭାଇରସ୍‌ ମହାମାରୀକୁ ନେଇ ସାରା ବିଶ୍ୱରେ ସଂଘର୍ଷ ଜାରି ରହିଛି। କରୋନା ସହ ମୁକାବିଲା ପାଇଁ ସମସ୍ତେ ଏବେ ସହାୟତାର ହାତ ବଢ଼ାଇଛନ୍ତି।...

ରାମାୟଣର ପ୍ରସାରଣ ପରେ ସୋସିଆଲ ମିଡିଆରେ ଖୁସି ବ୍ୟକ୍ତ କରୁଛନ୍ତି ଦର୍ଶକେ

ନୂଆଦିଲ୍ଲୀ,୨୮।୩: କରୋନା ଭାଇରସ ସଂକ୍ରମଣକୁ ରୋକିବାକୁ ଏବେ ସାରା ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହି ସମୟରେ ଦୂରଦର୍ଶନରେ ପୁଣିଥରେ ରାମାୟଣ ଧାରାବାହିକ ପ୍ରସାରଣ ହେବା...

ଆଜି ବି ବିଫଳତାକୁ ନେଇ କାନ୍ଦନ୍ତି ପ୍ରିୟଙ୍କା

ବଲିଉଡ୍‌ ପରେ ହଲିଉଡ୍‌ରେ ନିଜ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ପ୍ରିୟଙ୍କା ଚୋପ୍ରା ଜୀବନରେ ଅନେକ ସଫଳତା ପାଇଛନ୍ତି। ଏହି ସଫଳତା ଭିତରେ ବେଳେବେଳେ ତାଙ୍କୁ...

ଅରବାଜ କିଣିଲେ ନୂଆ ଘର, ଲୁଲିଆଙ୍କ ସହ ପହଞ୍ଚିଲେ ସଲମାନ

ବଲିଉଡ ଅଭିନେତା ତଥା ସଲମାନଙ୍କ ଭାଇ ଅରବାଜ ଖାନ ମୁମ୍ବାଇରେ ଏକ ନୂଆ ଘର କିଣିଛନ୍ତି। ନିକଟରେ ନୂଆ ଘରେ ସେ ଏକ ପାର୍ଟିର ଆୟୋଜନ...

Advertisement
Archives

Model This Week