Posted inଖେଳ

କ୍ରିକେଟ୍‌‌ର ଏହି ରେକର୍ଡ, ୯୯ ବର୍ଷ ପରେ ଆଜି ବି ଅତୁଟ

ଅଷ୍ଟ୍ରେଲିଆର ଜ୍ୟାକ ମୋରିସନ ଗ୍ରେଗୋରୀଙ୍କ ଟେଷ୍ଟ କ୍ୟାରିୟର ବହୁତ ବଡ ନ ଥିଲା, କିନ୍ତୁ ସ୍ବଳ୍ପ କ୍ୟାରିୟରରେ ସେ ଚମତ୍କାର ପ୍ରଦର୍ଶନ ଦ୍ୱାରା ଆଶ୍ଚର୍ଯ୍ୟ କରିଦେଇଥିଲେ। ୧୯୨୦ ପ୍ରାରମ୍ଭରେ ଗ୍ରେଗୋରୀ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କୁ ତାଙ୍କ ଦ୍ରୁତ ବୋଲିଂରେ ଆତଙ୍କିତ କରି ରଖିଥିଲେ। ୧୯୭୩ରେ ଅଗଷ୍ଟ ୭ରେ ୭୭ ବର୍ଷ ବୟସରେ ଏହି ମହାନ ଅଲରାଉଣ୍ଡରଙ୍କ ପରଲୋକ ଘଟିଥିଲା। ଗ୍ରେଗୋରୀ, ମାରାତ୍ମକ ଡାହାଣହାତୀ ଦ୍ରୁତ ବୋଲର ଭାବରେ ଜଣାଶୁଣା। ସେ ୨୪ଟି ଟେଷ୍ଟରେ ୨ଟି ଶତକ ସହ ୩୬.୯୬ ହାରରେ ୧୧୪୬ରନ ସ୍କୋର କରିଥିଲେ। ଟେଷ୍ଟ କ୍ୟାରିୟରରେ ଗ୍ଲୋଭସ ବିନା ବ୍ୟାଟିଂ କରିଥିଲେ। ବୋଲିଂ ବିଷୟରେ କହିବାକୁ ଗଲେ ସେ ହାରାହାରି ୩୧.୧୫ ରେ ୮୫ ଉଇକେଟ ନେଇଥିଲେ।

ଗ୍ରେଗୋରୀଙ୍କ ନାମ ଏହିପରି ଦୁଇଟି ବିଶ୍ୱ ରେକର୍ଡ, ଯାହା ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ଅଛି। ୧୯୨୧ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଜୋହାନ୍ସବର୍ଗ ଟେଷ୍ଟରେ ସେ ମାତ୍ର ୭୦ ମିନିଟରେ ୬୭ବଲରେ ଶତକ ହାସଲ କରିଥିଲେ। ଟେଷ୍ଟ ଇତିହାସରେ ଏହା ଦ୍ରୁତତମ ଶତକ ଥିଲା। ସେ କେବଳ କମ ବଲରେ ଶତକ ପୂରଣ କରିନ ଥିଲେ, ବରଂ କମ ସମୟରେ ଶତକ ପୂରଣ କରିଥିଲେ।
କମ ବଲରେ ଏକ ଶତକ କରିବାରେ ଗ୍ରେଗୋରୀଙ୍କ ରେକର୍ଡ ୬୫ ବର୍ଷ ପର୍ଯ୍ୟନ୍ତ ରହିଲା। ୱେଷ୍ଟଇଣ୍ଡିଜର ଭିଭ ରିଚାର୍ଡସ ୧୯୮୬ରେ ଇଂଲଣ୍ଡ ବିପକ୍ଷରେ ୫୬ଟି ବଲରେ ଶତକ କରି ରେକର୍ଡ ଭାଙ୍ଗିଥିଲେ। କିନ୍ତୁ ଅଳ୍ପ ମିନିଟରେ ଶତକ ପୂରଣ ପାଇଁ ଗ୍ରେଗୋରୀଙ୍କ ରେକର୍ଡ ଆଜି ପର୍ଯ୍ୟନ୍ତ ଭାଙ୍ଗି ନାହିଁ।

ଟେଷ୍ଟ କ୍ରିକେଟ: ଦ୍ରୁତତମ ଶତକ (କମ ମିନିଟରେ)

ଜ୍ୟାକ ଗ୍ରେଗୋରୀ (ଅଷ୍ଟ୍ରେଲିଆ) – ୭୦ମିନିଟରେ, ବନାମ ଦକ୍ଷିଣ ଆଫ୍ରିକା, ୧୯୨୧

ମିସବା ଉଲ ହକ (ପାକିସ୍ଥାନ) – ୭୪ ମିନିଟ, ବନାମ ଅଷ୍ଟ୍ରେଲିଆ, ୨୦୧୪

ଗିଲବର୍ଟ ଜେସୁପ (ଇଂଲଣ୍ଡ) – ୭୭ମିନିଟ, ବନାମ ଅଷ୍ଟ୍ରେଲିଆ, ୧୯୦୨

ଟେଷ୍ଟ କ୍ରିକେଟ: ଦ୍ରୁତତମ ଶତକ (ସର୍ବନିମ୍ନ ବଲ)

ବ୍ରେଣ୍ଡନ ମ୍ୟାକକୁଲମ (ନ୍ୟୁଜିଲ୍ୟାଣ୍ଡ) – ୫୪ ବଲ, ଅଷ୍ଟ୍ରେଲିଆ,୨୦୧୬

ଭିଭ ରିଚାର୍ଡସ (ୱେଷ୍ଟଇଣ୍ଡିଜ) – ୫୬ ବଲ, ଇଂଲଣ୍ଡ ବିପକ୍ଷରେ, ୧୯୮୬

ମିସବା-ଉଲ-ହକ (ପାକ) – ୫୬ ମିନିଟ, ବନାମ ଅଷ୍ଟ୍ରେଲିଆ, ୨୦୧୪

ଆଡାମ ଗିଲକ୍ରିଷ୍ଟ (ଅଷ୍ଟ୍ରେଲିଆ) – ୫୭ ମିନିଟ, ବନାମ ଇଂଲଣ୍ଡ, ୨୦୦୬

ଜ୍ୟାକ ଗ୍ରେଗୋରୀ (ଅଷ୍ଟ୍ରେଲିଆ) – ୬୭ ମିନିଟରେ, ବନାମ ଦକ୍ଷିଣ ଆଫ୍ରିକା, ୧୯୨୧

ଜ୍ୟାକ ଗ୍ରେଗୋରୀଙ୍କ ନାମ ଅନ୍ୟ ଏକ ବିଶ୍ୱ ରେକର୍ଡ।ଜଣେ ଫିଲ୍ଡର ଭାବରେ ସେ ଏକ ସିରିଜରେ ଅଧିକାଂଶ କ୍ୟାଚ ପାଇଁ ରେକର୍ଡ ଧରିଛନ୍ତି। ଆଶେସ ସିରିଜ ସମୟରେ ଗ୍ରେଗୋରୀ ୧୫ ଟି କ୍ୟାଚ ନେଇଥିଲେ, ଯାହାକି ଫିଲ୍ଡର ଭାବରେ ଟେଷ୍ଟ ସିରିଜରେ ଅଧିକାଂଶ କ୍ୟାଚ ପାଇଁ ବିଶ୍ୱ ରେକର୍ଡ ଅଟେ।

ଟେଷ୍ଟ କ୍ରିକେଟ: ଫିଲ୍ଡିଂ ରେକର୍ଡ – ସିରିଜରେ ଅଧିକାଂଶ କ୍ୟାଚ

ଜ୍ୟାକ ଗ୍ରେଗୋରୀ (ଅଷ୍ଟ୍ରେଲିଆ), ୧୫କ୍ୟାଚ, ବନାମ ଇଂଲଣ୍ଡ, ୫ ଟେଷ୍ଟ (୧୯୨୦/୨୧)

କେ.ଏଲ ରାହୁଲ (ଭାରତ), ୧୪ କ୍ୟାଚ, ବନାମ ଇଂଲଣ୍ଡ, ୫ ଟେଷ୍ଟ (୨୦୧୮)

– ଗ୍ରେଗ ଚାପେଲ (ଅଷ୍ଟ୍ରେଲିଆ), ୧୪ କ୍ୟାଚ, ଇଂଲଣ୍ଡ ବନାମ ୬ ଟେଷ୍ଟ (୧୯୭୪/୭୫)

ଜ୍ୟାକ ଗ୍ରେଗୋରୀ ଅଷ୍ଟ୍ରେଲୀୟ କ୍ରିକେଟର ଡେଭ ଏବଂ ନେଡ ଗ୍ରେଗୋରୀଙ୍କ ଭଣଜା ଥିଲେ। ଡିସେମ୍ବର ୧୯୨୮ରେ ଇଂଲଣ୍ଡ ବିପକ୍ଷରେ ବ୍ରିସବେନ ଟେଷ୍ଟ ସମୟରେ ଆଣ୍ଠୁରେ ଆଘାତ ହେତୁ ଗ୍ରେଗୋରୀଙ୍କ କ୍ରିକେଟ କ୍ୟାରିୟର ହଠାତ୍‌ ଶେଷ ହୋଇଯାଇଥିଲା। ସେ ୧୯୯୨ମସିହାରେ ୱିଜଡେନର କ୍ରିକେଟର ଅଫ୍‌ ଦ ଇୟର୍‌ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ପୋଷ୍ଟ ଅଫିସରେ ଜମାକାରୀଙ୍କ ଟଙ୍କା ହଡ଼ପ ଅଭିଯୋଗ: ପୂର୍ବତନ ପୋଷ୍ଟମାଷ୍ଟର ଫେରାର

ପାଟଣା, ୧୪।୯ (ବୀର କିଶୋର ଦାଶ): ପୋଷ୍ଟ ଅଫିସ ଉପରେ ଭରସା କରି ନିଜର କଷ୍ଟାର୍ଜିତ ଟଙ୍କା ଜମା ରଖିଥିଲେ ଜମାକାରୀ। ହେଲେ ଏବେ ସେହି ଜମା…

ଦୁର୍ଗାପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ

ଦାରିଙ୍ଗବାଡ଼ି, ୧୪।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଗଣେଶ ଚତୁର୍ଥୀ ଅବସରରେ ଆସନ୍ତା ଦଶହରା ପୂଜା ପାଇଁ…

ନୂଆଁଖାଇ ଲାଗି ପାଟଣେଶ୍ୱରୀ ମନ୍ଦିରରେ ପହଞ୍ଚିଲା ନୂଆ ଧାନ

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ଦିନକ ପରେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ ବଲାଙ୍ଗୀର ସହର ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ପାଟଣା ରାଜ୍ୟର ଇଷ୍ଟଦେବୀ…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ଗଣେଶ ଚତୁର୍ଥୀରେ ଚଳଚଞ୍ଚଳ ଛତ୍ରପୁର ସହର: ଝଲସୁଛି ବିଭିନ୍ନ ପୂଜାମଣ୍ଡପ

ଛତ୍ରପୁର, ୧୪।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଆଜି ପବିତ୍ର ଶ୍ରୀଗଣେଶ ଚତୁର୍ଥୀ। ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶଙ୍କ ଆବାହନରେ ଚଳଚଞ୍ଚଳ ହୋଇଉଠିଛି ଛତ୍ରପୁର ସହର। ଶ୍ରଦ୍ଧା, ଭକ୍ତି ଓ…

ଗଞ୍ଜାମ ସହରରେ ଧୂମଧାମରେ ଗଣେଶ ପୂଜା: ପୁଇଁତୋଳା ପୂଜା କମିଟି ପକ୍ଷରୁ….

ଗଞ୍ଜାମ, ୧୪/୯ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ବିଭିନ୍ନ ସ୍ଥାନରେ ମହାବିନାୟକ, ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ଚତୁର୍ଥୀ ପୂଜା ମହାଆଡ଼ମ୍ବରରେ ପାଳିତ ହେଉଛି। ଏଥିପାଇଁ ଗାଁଠାରୁ ସହର ପର୍ଯ୍ୟନ୍ତ…

ପୁଣି ମହାବୀର ପର୍ବତକୁ ଫେରିଆସିଛି ମାଈ ହାତୀ

ବଡ଼ଗାଁ,୧୩ା୯(ଅଶୋକ ଷଡ଼ଙ୍ଗୀ): ଝାଡ଼ଖଣ୍ଡ ରାଜ୍ୟ ଜଙ୍ଗଲରୁ କିଛି ମାସ ତଳେ ଆସିଥିବା ୨୬ ଟିକିଆ ହାତୀପଲ ସୁନ୍ଦରଗଡ଼ ଜିଲା ବଡ଼ଗାଁ ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ମହାବୀର ପର୍ବତରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?