Posted inଖେଳ

ବାୟୋ- ବବଲରେ ଦୀର୍ଘ ସମୟଧରି ରହିବା କଷ୍ଟକର: ଷ୍ଟାର୍କ

ମେଲବୋର୍ନ,୧୦।୧୧(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପରେ ଅଷ୍ଟ୍ରେଲିଆ ଦ୍ରୁତ ବୋଲର ମିଚେଲ ଷ୍ଟାର୍କ ଏବେ ବାୟୋ- ବବଲ ତଥା ଜୈବ ସୁରକ୍ଷିତ ପରିବେଶ ନେଇ ପ୍ରଶ୍ନ ଉଠାଇଛନ୍ତି। ଏଥିରେ ଖେଳାଳିଙ୍କ ମାନସିକ ସ୍ବାସ୍ଥ୍ୟ ନେଇ ସେ ଚିନ୍ତା ପ୍ରକଟ କରିଛନ୍ତି। ବାୟୋ- ବବଲରେ ବିଭିନ୍ନ ନିୟମ କାନୁନ ଥିବାରୁ ଏଥିରେ ଦୀର୍ଘଦିନ ଧରି ରହିବା ବ୍ୟବହାରିକ ନୁହେଁ।
ସାରା ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଛି। ଏପରିସ୍ଥଳେ କ୍ରିକେଟ ଜୈବ ସୁରକ୍ଷିତ ପରିବେଶ ତଥା ବାୟୋ- ବବଲରେ ଖେଳାଯାଉଛି। ନିକଟ ଭବିଷ୍ୟତରେ ଏଥିରେ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ବାୟୋ- ବବଲ୍‌ରେ ରହିବା ଏକ ସ୍ଥାୟୀ ଜୀବନ ଶୈଳୀ ନୁହେଁ ବୋଲି ‘କ୍ରିକେଟ.କମ. ଏୟୁ’କୁ ସାକ୍ଷାତକାର ଦେଇ ସେ କହିଛନ୍ତି। ଖେଳାଳିମାନେ ହେଟେଲ ରୁମ୍‌ରେ ରହୁଛନ୍ତି ଓ ବାହ୍ୟଜଗତ ସହ ସେମାନଙ୍କର ଆଦୌ କୌଣସି ସମ୍ପର୍କ ନାହିଁ। ଆଇପିଏଲ୍‌ ଖେଳୁଥିବା କେତେଜଣ ଖେଳାଳି ଦୀର୍ଘଦିନ ହେବ ସେମାନଙ୍କ ପିଲାମାନଙ୍କୁ ଦେଖି ନାହାନ୍ତି। ଗତ ଅଗଷ୍ଟରୁ ଖେଳାଳିମାନେ ବାୟୋ- ବବଲରେ ରହୁଛନ୍ତି। ପୁଣି ଏହି ଖେଳାଳିମାନେ ଅଗାମୀ ସିରିଜରେ ସେମାନଙ୍କ ଦେଶ ତରଫରୁ ପ୍ରତିନିଧିତ୍ୱ କରିବେ ଓ ସେମାନଙ୍କୁ ପୁଣି ବାୟୋ-ବବଲରେ ରହିବାକୁ ହେବ। ତେଣୁ ଏଥିରେ ରହିବା ନିଶ୍ଚିତ ଭାବେ ଏକ ବଡ଼ ଚ୍ୟାଲେଞ୍ଜ ବୋଲି ଷ୍ଟାର୍କ କହିଛନ୍ତି।
ଆଇପିଏଲ୍‌ ଫାଇନାଲ ପରେ ଭାରତୀୟ ଦଳ ଏକ ଦୀର୍ଘ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଆଇପିଏଲ୍‌ ଖେଳୁଥିବା ଅଷ୍ଟ୍ରେଲିଆ ଖେଳାଳି ଯଥା ଷ୍ଟିଭ ସ୍ମିଥ୍‌, ପ୍ୟାଟ କୁମିନ୍ସ, ଜୋଶ ହାଜେଲଉଡ ଓ ଡେଭିଡ୍‌ ଓ୍ବାର୍ନର ମଧ୍ୟ ଭାରତ ବିପକ୍ଷରେ ସିରିଜ ଖେଳିବେ। ସେହିପରି ଆଇପିଏଲ୍‌ ଖେଳୁଥିବା ଇଂଲଣ୍ଡ ଖେଳାଳି ଦକ୍ଷିଣ ଆଫ୍ରିକା ଗସ୍ତରେ ଯିବେ ଓ ଓ୍ବେଷ୍ଟଇଣ୍ଡିଜ ଖେଳାଳି ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ। ତେଣୁ କେବଳ ଖେଳାଳି ନୁହେଁ, ସପୋର୍ଟ ଷ୍ଟାଫ୍‌, ଅଫିସିଆଲ ମଧ୍ୟ ସମାନ ସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପୁଣି ଆଇପିଏଲ୍‌ର ପରବର୍ତ୍ତୀ ସଂସ୍କରଣ ଆସନ୍ତା ୨୦୨୧ ଏପ୍ରିଲ ଓ ମେ’ରେ ଖେଳାଯିବ। ଆଇପିଏଲ ପୂର୍ବରୁ ମଧ୍ୟ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜର କେତେକ ଖେଳାଳି ସିରିଜ ଖେଳିବା ପାଇଁ ବାୟୋ- ବବଲରେ ରହୁଥିଲେ। ତେଣୁ ଏପରିସ୍ଥଳେ ଖେଳାଳିଙ୍କ ମାନସିକ ବିଷାଦ ସୃଷ୍ଟି ହେବା ନିଶ୍ଚିତ। ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଦଳ ୩ ଟି୨୦, ୩ ଦିନିକିଆ ଓ ୪ଟି ଟେଷ୍ଟ ଖେଳିବ। ଏହାପରେ ଅଷ୍ଟ୍ରେଲିଆରୁ ଫେରିବା ପରେ ଭାରତ ବାୟୋ- ବବଲ୍‌ରେ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ ଖେଳିବ। ପରିବାରଠାରୁ ଦୂରରେ ରହି, ଏଭଳି ନିୟମ କାନୁନ୍‌ ମଧ୍ୟରେ ରହିବା କଷ୍ଟକର ବୋଲି ବୋଲି ଷ୍ଟାର୍କ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋ-ହତ୍ୟା ଅଭିଯୋଗକୁ ନେଇ ବିଷମ କଟକ ଥାନାରେ ଉତ୍ତେଜନା, ମାଂସ ଧରି ଥାନା ସମ୍ମୁଖରେ ଧାରଣା…

ବିଷମକଟକ,୨୦।୨(ପ୍ରସନ୍ନ କୁମାର ପଣ୍ଡା):ରାୟଗଡ଼ା ଜିଲା ବିଷମ କଟକ ଥାନା ଅଞ୍ଚଳରେ ଗୋ-ହତ୍ୟା ଅଭିଯୋଗକୁ କେନ୍ଦ୍ର କରି ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଦୁର୍ଗୀ ଅଞ୍ଚଳରେ ଗୋ-ମାଂସ ଚାଲାଣ…

ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି ଅମିତ

ମୋରଡ଼ା,୨୦ା୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚଢ଼େଇଗଁା ଗ୍ରାମର ଅମିତ କୁମାର ଦାସ(୧୭) ସମାଜ ପରିବର୍ତ୍ତନର ସଂକଳ୍ପ ନେଇ ସାଇକେଲରେ ଭାରତ ଭ୍ରମଣ କରୁଛନ୍ତି।…

ଘୋଡାହାଡ଼ ନଦୀ ଗଣ୍ଡରୁ ମିଳିଲା ନିଖୋଜ ବୃଦ୍ଧାଙ୍କ ମୃତଦେହ 

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମ ଦେଇ ପ୍ରବାହିତ ଘୋଡ଼ାହାଡ଼ ନଦୀର ଗଣ୍ଡରେ ବୁଡ଼ିଯାଇ ଜଣେ ବୃଦ୍ଧା ମୃତ୍ୟୁବରଣ କରିଛନ୍ତି। ବୃଦ୍ଧା…

ତପ୍ତପାଣି ଘାଟିରେ ଓଲଟିଲା ମକା ବୋଝେଇ ଟ୍ରକ

ଦିଗପହଣ୍ଡି,୨୦|୨(ଅଶେଷ ନାଥ ମିଶ୍ର) ଗଞ୍ଜାମ – ଗଜପତି ସୀମାନ୍ତ ତପ୍ତପାଣି ଘାଟି ରାସ୍ତାର ପାଳୁଖଳା ଗ୍ରାମ ନିକଟ ଘାଟି ରାସ୍ତାରେ ଏକ ମକା ବୋଝେଇ ଟ୍ରକ୍ (ନଂ.…

ମୋହନାରେ ନୂତନ ଥାନା ଅଧିକାରୀ

ମୋହନା,୨୦ା୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନାରେ ନୂତନ ଥାନା ଅଧିକାରୀ ଭାବେ ଓମ ନାରାୟଣ ପାତ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବରୁ ରହିଥିବା ଥାନା ଅଧିକାରୀ…

କିଡ୍‌ନୀ, ହାର୍ଟ ଦାନକରି ଅମର ହେଲେ ଶୁଭମ୍‌

ବଞ୍ଚୋ/ବଉଳା/ଛେନାପଦି,୨୦ା୨(ପ୍ରଦୋଷ କୁମାର ବିଶ୍ୱାଳ/ଦୁର୍ଗା ପ୍ରସାଦ ଆୟଚ/ ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡ଼ିହୀ ବ୍ଲକ୍‌ ଜମ୍ଭିରା ଗ୍ରାମର ଉପେନ୍ଦ୍ର ଆୟଚଙ୍କ ପୁତ୍ର ଶୁଭମ୍‌ ଆୟଚ(୧୨) ଦୁର୍ଘଟଣାରେ ମୃତ୍ୟୁ…

୨୧୮ ଛାତ୍ରୀଛାତ୍ରଙ୍କ ଚକ୍ଷୁ ପରୀକ୍ଷା

ଦିଗପହଣ୍ଡି/ପାଟପୁର,୨୦ା୨(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ସମଗ୍ର ଶିକ୍ଷା ଅଭିଯାନ ଓ ଜିଲା ଦୃଷ୍ଟି ବାଧିତ ନିୟନ୍ତ୍ରଣ କାର୍ଯ୍ୟାଳୟ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ସୁରେନ୍ଦ୍ର ସାଏ…

ଏଣିକି ନିଜ ଲଢ଼େଇ ନିଜର

ଦିଗପହଣ୍ଡି,୨୦ା୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ଛାତ୍ରୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ ହୋଇଛି। ଅଧ୍ୟାପିକା ଅଞ୍ଜଳୀ ମଣ୍ଡଳଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଘାଟନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri