Posted inଜାତୀୟ

କଠୋର ହେଲେ ଠାକ୍‌ରେ

ମୁମ୍ବାଇ/ଗୁଆହାଟୀ/ନୂଆଦିଲ୍ଲୀ,୨୫ା୬: ଶିବସେନାର ଦୁଇ ନମ୍ବର ନେତା ଏକନାଥ ସିନ୍ଧେ ଭାଜପା ଶାସିତ ଆସାମର ଏକ ହୋଟେଲରେ ବିଦ୍ରୋହୀ ବିଧାୟକମାନଙ୍କୁ ଧରି ମହାରାଷ୍ଟ୍ର ଦଖଲ ପାଇଁ ରଣନୀତି ପ୍ରସ୍ତୁତିରେ ବ୍ୟସ୍ତ। ଶୁକ୍ରବାର ଆଉ ଦୁଇଜଣ ଶିବସେନା ବିଧାୟକ ବିଦ୍ରୋହୀ ଶିବିରରେ ସାମିଲ ହେବା ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କ କଡ଼ା ଆଭିମୁଖ ଦେଖିବାକୁ ମିଳିଛି। ମୁମ୍ବାଇର ଦାଦରସ୍ଥିତ ଶିବସେନା ଭବନରେ ଦଳର ସମ୍ପର୍କ ପ୍ରମୁଖମାନଙ୍କୁ ନେଇ ଆୟୋଜିତ ଏକ ବୈଠକକୁ ଅନ୍‌ଲାଇନ୍‌ରେ ସମ୍ବୋଧିତ କରି ଉଦ୍ଧବ କହିଛନ୍ତି, ବିଦ୍ରୋହୀମାନେ ଶିବସେନାକୁ ଭାଙ୍ଗିଦେବାକୁ ଉଦ୍ୟମ କରୁଛନ୍ତି। ଯେଉଁମାନେ ଆମକୁ ଛାଡ଼ି ଚାଲିଯାଇଛନ୍ତି, ସେମାନଙ୍କ ପାଇଁ ସେ କାହିଁକି ଦୁଃଖିତ ହେବେ। ଯେଉଁମାନେ ଯିବା ପାଇଁ ଚାହୁଁଛନ୍ତି ଯାଆନ୍ତୁ। ସେ ନୂଆ କ୍ୟାଡର ତିଆରି କରିବେ। ବିଦ୍ରୋହୀମାନେ ନିର୍ବାଚନ ବେଳେ ‘ଶିବସେନା ଓ ଠାକ୍‌ରେ’ ବ୍ୟବହାର ନ କରି କିପରି ଆଗକୁ ବଢ଼ିବେ ବୋଲି ଉଦ୍ଧବ ପ୍ରଶ୍ନ କରିଛନ୍ତି।
କିଏ ନିୟନ୍ତ୍ରଣ କରିବ ତାକୁ ନେଇ ଚାଲିଥିବା ଯୁଦ୍ଧ ହାଟରେ ପଡ଼ି ଦାଣ୍ଡରେ ଗଡ଼ୁଥିବାବେଳେ ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଓ ବିଦ୍ରୋହୀ ଏକନାଥ ସିନ୍ଧେଙ୍କ ପରାମର୍ଶଦାତାମାନେ ଏହା ଉପରେ ଆଇନର ବାଟ ଖୋଜୁଛନ୍ତି। ଦେଶର ସବୁଠୁ ଧନୀ ରାଜ୍ୟରେ କ୍ଷମତାସୀନ ଦଳର ଦୁଇ ସର୍ବୋଚ୍ଚ ନେତାଙ୍କ ମଧ୍ୟରେ ଟଣାଓଟରା ଭିତରେ ସିନ୍ଧେଙ୍କ ଶିବିର ଅଧିକ ବଳୁଆ ମନେହେଉଛି। ଶିବସେନା ପକ୍ଷରୁ ଗୁରୁବାର ୧୨ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ଉପବାଚସ୍ପତି ନରହରି ଜିରଓ୍ବାଲଙ୍କ ନିକଟରେ ଦାବି କରାଯାଇଥିଲା। ଶୁକ୍ରବାର ଆଉ ୪ ବିଧାୟକଙ୍କ ସଦସ୍ୟତା ରଦ୍ଦ ପାଇଁ ଦାବି କରାଯାଇଛି। ଏହାକୁ ମିଶାଇ ସମ୍ଭାବ୍ୟ କାର୍ଯ୍ୟାନୁଷ୍ଠାନ ଭୋଗିବାକୁ ଥିବା ବିଦ୍ରୋହୀ ବିଧାୟକଙ୍କ ସଂଖ୍ୟା ୧୬ରେ ପହଞ୍ଚତ୍ଛି। ଇତିମଧ୍ୟରେ ଉପବାଚସ୍ପତି ଜିରଓ୍ବାଲ ଶିବସେନା ବିଧାୟକ ଅଜୟ ଚୌଧରୀଙ୍କୁ ବିଧାୟକ ଦଳ ନେତା ନିଯୁକ୍ତିକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ବିଧାୟକ ଦଳ ନେତା ଥିବା ସିନ୍ଧେ ଏହି ନିଯୁକ୍ତିକୁ ବେଆଇନ ଦର୍ଶାଇଛନ୍ତି। ଏଥିସହ ନିଜ ଗୋଷ୍ଠୀକୁ ପ୍ରକୃତ ଶିବସେନା ବୋଲି ଦାବି କରିଛନ୍ତି।
ଉପବାଚସ୍ପତି ଖୁବ୍‌ଶୀଘ୍ର ବିଦ୍ରୋହୀ ବିଧାୟକମାନଙ୍କ ନିକଟକୁ ନୋଟିସ ପଠାଇବେ ବୋଲି ଜଣାପଡ଼ିଛି। ନୋଟିସ ପାଇବା ପରେ ବିଦ୍ରୋହୀମାନେ ସୁପ୍ରିମକୋର୍ଟ ଯାଇପାରନ୍ତି। ସେପଟେ ସିନ୍ଧେ ଶିବିରରେ ଥିବା ଭାଜପା ସମର୍ଥତ୍ତ ସ୍ବାଧୀନ ବିଧାୟକ ମହେଶ ବଲ୍‌ଡି ଏବଂ ବିନୋଦ ଅଗ୍ରଓ୍ବାଲ ଉପବାଚସ୍ପତିଙ୍କ ବହିଷ୍କାର ଦାବି କରିଛନ୍ତି। ଉଭୟେ ଉପବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଉପବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲେ ସେ ବିଦ୍ରୋହୀ ବିଧାୟକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ଅରୁଣାଚଳ ପ୍ରଦେଶର ଏକ ମାମଲାରେ ସୁପ୍ରିମକୋର୍ଟ ପୂର୍ବରୁ ଦେଇଥିବା ଏକ ରାୟର ଅବତାରଣା କରିଛନ୍ତି। ଅନ୍ୟପକ୍ଷେ ବିଦ୍ରୋହୀ ଏକନାଥ ସିନ୍ଧେ ଗୁଆହାଟୀର ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିବାବେଳେ କହିଛନ୍ତି, ତାଙ୍କ ସପକ୍ଷରେ ୫୦ରୁ ଊର୍ଦ୍ଧ୍ୱ ବିଧାୟକ ଅଛନ୍ତି, ଯାହାଙ୍କ ମଧ୍ୟରୁ ୪୦ ଜଣ ହେଉଛନ୍ତି ଶିବସେନାର। ସିନ୍ଧେ ୩୭ ଶିବସେନା ବିଧାୟକଙ୍କ ସ୍ବାକ୍ଷର ସମ୍ବଳିତ ଏକ ପତ୍ର ଉପବାଚସ୍ପତି ଏବଂ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କ ନିକଟକୁ ପଠାଇଛନ୍ତି। ସେ ଶିବସେନା ଓ ଦଳୀୟ ଚିହ୍ନ ଦାବି କରି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହେବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri