୪୦ ବର୍ଷ ଧରି ସମାନ ସ୍ଥିତି: ଅସରାଏ ବର୍ଷାରେ ଘରେ ପଶୁଛି ପାଣି; ସ୍ଥାୟୀ ସମାଧାନ ଦାବି

ଚୌଦାର,୧୨।୭(ଡି.ଏନ୍‌.ଏ.): ମାସେ ନୁହେଁ କି ବର୍ଷେ ନୁହେଁ। ଆଜକୁ ୪୦ବର୍ଷରୁ ଊର୍ଦ୍ଧ୍ୱ ଦିନ ହେବ ବାସଗୃହ କରି ରହିଛନ୍ତି ଲୋକେ । ହେଲେ ଅସରାଏ ବର୍ଷା ହେଲେ ଘରୁ ବାହାରିବା ସମ୍ଭବ ହୋଇପାରୁନାହିଁ। ପାଣି ନ ଶୁଖିଲା ପର୍ଯ୍ୟନ୍ତ ସ୍ବାଭାବିକ ହୋଇପାରୁନାହିଁ ସ୍ଥିତି। ଖୋଦ ଚୌଦ୍ୱାର ପୌରପାଳିକାର ୫୫ନଂ ଜାତୀୟ ରାଜପଥ କଡରେ ଥିବା କପାଳେଶ୍ୱର ନୂଆସାହିର ୧୭ନଂ ୱାର୍ଡରେ ରହୁଥିବା ୧୨ଟି ପରିବାର ବର୍ଷା ହେଲେ ରାଜପଥର ପାଣି ସହିତ ଉକ୍ତ ୱାର୍ଡର ଉପର ମୁଣ୍ଡରୁ ପାଣି ଗଡି ଏହି ବସ୍ତିରେ ଜମି ରହୁଛି। ଗଲା କିଛି ଦିନ ତଳେ ଅସରାଏ ବର୍ଷା ହୋଇଥିବାବେଳେ ଆଜିପର୍ଯ୍ୟନ୍ତ ବର୍ଷା ପାଣି ଜମା ହୋଇ ରହିଛି। ଫଳରେ ଉକ୍ତ ଅଞ୍ଚଳରେ ରହୁଥିବା ଲୋକ ଓ ଛୋଟ ଛୋଟ ପିଲା ମାନେ ନାହିଁ ନ ଥିବା ସମସ୍ୟା ଦେଇ ଗତି କରୁଛନ୍ତି। ଏ ନେଇ ସେ ବିଭିନ୍ନ ବିଭାଗକୁ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରି ନ ଥିବା ବସ୍ତି ବାସିନ୍ଦା କହିଛନ୍ତି। ବର୍ତ୍ତମାନ କରୋନା ମହାମାରୀକୁ ନେଇ ଲୋକେ ଚିନ୍ତାରେ ଥିବା ବେଳେ ଏ ସମସ୍ୟା ଲୋକମାନଙ୍କ ପାଇଁ ଚିନ୍ତାର କାରଣ ପଲିଟିଛି। ତୁରନ୍ତ ପ୍ରଶାସନ ଏହାର ସ୍ଥାୟୀ ସମାଧାନ ନ କଲେ ଲୋକେ ପୌରକାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବେ ବୋଲି ଚେତାବନୀ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଟକ ସହରରୁ ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୩।୯(ବ୍ୟୁରୋ)-କଟକ ସହରରୁ ଆଜି ୨୩୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୩୫ ଜଣ ଚିହ୍ନଟ ହୋଇଥିବାବେଳେ ୧୦୨ ଲୋକାଲ...

ବୁଦାମୂଳରୁ ମିଳିଲା ନରକଙ୍କାଳ, ପୋଲିସର ତନାଘନା ଜାରି

ରାୟଗଡ଼ା ଅଫିସ,୧।୫: ୩୨୬ ନମ୍ବର ଜାତୀୟ ରାଜପଥ ରାୟଗଡା ଜେକେପୁର ମୁଖ୍ୟ ରାସ୍ତାର ରିଲାଏନ୍ସ ମଲ୍‌ ନିକଟ ଇଣ୍ଡିଆନ ପେଟ୍ରୋଲ ପମ୍ପ ସମ୍ମୁଖ ଅନ୍ନପୂର୍ଣ୍ଣା ରାଇସ...

ଆରଡ଼ିରେ ପୋଲିସ ଛାଉଣୀ

ଆରଡ଼ି, ୧୧।୩(ଡି.ଏନ.ଏ.)-ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିର ଆଖଣ୍ଡଳମଣି ପୀଠରେ ଚଳିତବର୍ଷ ବିନା ଭକ୍ତରେ ମହାଶିବରାତ୍ରି ପାଳନ କରାଯିବ। ବୁଧବାର ସକାଳ ୭ଟାରୁ ଶୁକ୍ରବାର ସକାଳ...

ପୂଜାରେ ଭାଙ୍ଗିବ ପରମ୍ପରା

ଭୁବନ, ୧୯।୧୦ (ବିପିନ ବିହାରୀ ସେଠୀ) : ସ୍ଥିତି ସ୍ବାଭାବିକ ଥିଲେ ଏତେବେଳକୁ ଆରମ୍ଭ ହୋଇସାରନ୍ତାଣି ଗହଳଚହଳ। ମେଢ଼, ମୂର୍ତ୍ତି, ସାଜସଜ୍ଜା ପାଇଁ ଚାଲିଥାନ୍ତା ପ୍ରତିଯୋଗିତା। ବଳଦଙ୍କୁ...

ରାତି ପାହିଲେ ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର

ସମ୍ବଲପୁର,୧୦ା୯ (ବ୍ୟୁରୋ): ପଶ୍ଚିମ ଓଡ଼ିଶାର ନୂଆଁଖାଇ ତିହାର । ପୁରପଲ୍ଲୀ ସବୁଠି ଉତ୍ସବମୁଖର। ରାତି ପାହିଲେ ଇଷ୍ଟଦେବୀ ସମଲେଇଙ୍କଠାରେ ଧାର୍ଯ୍ୟ ଲଗ୍ନ ଅନୁସାରେ ଲାଗିହେବ ନବାନ୍ନ।...

ପାହାଡ଼ କାଟି ଜମିକୁ ଜଳସେଚନ ସୁବିଧା କଲେ ଚାଷୀ

ନବରଙ୍ଗପୁର,୨୯ା୧୨(ବି.ପ୍ର.): ପ୍ରଶାସନ ଦ୍ୱାରା ଯାହା ସମ୍ଭବ ହୋଇ ପାରିଲାନି ତାହା ଚାଷୀ ନିଜ ଉଦ୍ୟମରେ ସମ୍ଭବ କରି ଦେଖାଇଛନ୍ତି। ବାରମ୍ବାର ଦାବି ପରେ ମଧ୍ୟ ମୃତ୍ତିକା...

ବାଟ ପାଉନି ବର୍ଷାପାଣି

ଢେଙ୍କାନାଳ ଅଫିସ, ୨୧।୮: ଡ୍ରେନ୍‌ ଉପରେ ଠିଆ ହୋଇଛି କୋଠାବାଡ଼ି। ଅବରୋଧ ହୋଇରହିଛି ଜଳ ନିଷ୍କାସନର ପ୍ରମୁଖ ପଥ। କେଉଁଠି ଗଦା ହୋଇ ରହିଛି ନିର୍ମାଣ...

ଶୋଇଥିବା ବେଳେ ଘରେ ଲାଗିଲା ନିଆଁ, ପୋଡ଼ି ପାଉଁଶ ହୋଇଗଲା ଝିଅ ବାହାଘର ପାଇଁ ଥିବା ମୂଲ୍ୟବାନ ସାମଗ୍ରୀ

ସିଂହପୁର,୨୨ା୩(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ତହସିଲ ଅନ୍ତର୍ଗତ ରାହସ ଗୁହାଳି ଗ୍ରାମର ସୁରେଶ ସାମଲ, ରାଜେନ୍ଦ୍ର ସାମଲ ଓ ସତ୍ୟବ୍ରତ ସାମଲଙ୍କ ଘରେ ମଙ୍ଗଳବାର ବିଳମ୍ବିତ...

Advertisement
Archives

Model This Week