ଦେଢ଼ମାସ ହେଲା ଏସ୍‌ସିବି ଛାତ୍ର ନିଖୋଜ

କଟକ ଅଫିସ,୨୯ା୯:ଶ୍ରୀରାମ ଚନ୍ଦ୍ର ଭଞ୍ଜ(ଏସ୍‌ସିବି) ମେଡିକାଲ କଲେଜ ଆଣ୍ଡ୍‌ ହସ୍ପିଟାଲର ଡିଏମ୍‌ଏଲ୍‌ଟି ଛାତ୍ର ସଂଗ୍ରାମ ନାୟକଙ୍କ ପତ୍ତା ମିଳୁନି। ଦେଢ଼ ମାସ ହେବ ସେ ନିଖୋଜ ଅଛନ୍ତି। ତାଙ୍କୁ ଅପହରଣ କରାଯାଇଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ସତ୍ତ୍ୱେ ମଙ୍ଗଳାବାଗ ଥାନା ପୋଲିସ କେବଳ ମାମଲା ରୁଜୁ କରିବା ସହ ପୋଷ୍ଟର ମାରି ଚୁପ୍‌ ବସିଛି। ଅଭିଯୁକ୍ତଙ୍କ ସହ ପୋଲିସର ସଲାସୁତରା ହୋଇଥିବା ସଂଗ୍ରାମଙ୍କ ବାପା ହୃଷୀକେଶ ଅଭିଯୋଗ ଆଣିଛନ୍ତି। ଏନେଇ ପରିବାର ଲୋକେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀଙ୍କ ଅଫିସ, ମୋ ସରକାର, କଟକ ଡିସିପିଙ୍କୁ ଟୁଇଟ୍‌ କରି ନ୍ୟାୟ ନିବେଦନ କରିଛନ୍ତି।
କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା କରଡାପାଳ ଗାଁର ସଂଗ୍ରାମ(୨୧) ଏସ୍‌ସିବି ମେଡିକାଲ କଲେଜର ଶେଷବର୍ଷର ଛାତ୍ର ଥିଲେ। ସେ କାଠଗୋଲା ଗଳିରେ ମେସ୍‌କରି ସହପାଠୀଙ୍କ ସହ ରହୁଥିଲେ। ଏଥିସହ ଏକ ଘରୋଇ ଲାବୋରେଟୋରିରେ ପାର୍ଟଟାଇମ ଚାକିରି କରୁଥିଲେ। ଗତ ଅଗଷ୍ଟ ୧୫ ଅପରାହ୍ନ ୨ଟାରୁ ସେ ନିଖୋଜ ଥିଲେ। ଯୋବ୍ରା ଆନିକଟରୁ ସାଇକେଲ ଓ ଜୋତା ମିଳିବା ପରେ ପାଣିରେ ବୁଡ଼ିଯାଇଥିବା ସନ୍ଦେହ କରି ଓଡ୍ରାଫ ଟିମ ସହାୟତାରେ ବହୁ ଖୋଜାଖୋଜି କରାଯାଇଥିଲା। ଏନେଇ ମଙ୍ଗଳାବାଗ ଥାନା ପୋଲିସ ଏକ ନିଖୋଜ ମାମଲା(ନଂ. ୪୧/୨୧)ରୁଜୁ କରିବା ସହ ବିଭିନ୍ନ ନଦୀକୂଳିଆ ସ୍ଥାନରେ ପୋଷ୍ଟର ମାରିଥିଲା। ପରେ ସଂଗ୍ରାମଙ୍କ ମୋବାଇଲ କଲ୍‌ ରେକର୍ଡ ଅନୁସାରେ ଜଣେ ବାନ୍ଧବୀଙ୍କ ସମେତ ସହପାଠୀଙ୍କୁ ଜେରା କରାଯାଇଥିଲେ ମଧ୍ୟ ସେମିତି କିଛି ପ୍ରମାଣ ମିଳିପାରିନାହିଁ। ଏନେଇ କ୍ରାଇମବ୍ରାଞ୍ଚକୁ ଅବଗତ କରାଯାଇଥିବାବେଳେ ଘଟଣାର ତଦନ୍ତ ଚାଲିଥିବା ମଙ୍ଗଳାବାଗ ଥାନା ଅଧିକାରୀ ଅମିତାଭ ମହାପାତ୍ର ସୂଚନା ଦେଇଛନ୍ତି।
ସଂଗ୍ରାମଙ୍କ ବାପା ହୃଷୀକେଶ କହିଛନ୍ତି, ମୋ ପୁଅ ଜଣେ ନର୍ସିଂ ଛାତ୍ରୀଙ୍କୁ ବର୍ଷେହେଲା ପ୍ରେମ କରୁଥିଲେ। ସେ ଝିଅ ପୂର୍ବରୁ ୫ବର୍ଷଧରି ଅନ୍ୟଜଣେ ପୁଅକୁ ପ୍ରେମ କରୁଥିଲେ। ତେଣୁ ପ୍ରେମକୁ କେନ୍ଦ୍ରକରି ମୋ ପୁଅକୁ ଅପହରଣ କରାଯାଇଛି। ପୋଲିସ କଲ୍‌ ରେକର୍ଡ ଯାଞ୍ଚ କରିବାକୁ କହି ଠିକ୍‌ ଭାବେ ତଦନ୍ତ ନ କରି ସମୟ ଗଡ଼ାଉଛି। ଏହି ଘଟଣାରେ ପ୍ରେମିକା ନର୍ସିଂ ଛାତ୍ରୀ, ତାଙ୍କ ପୂର୍ବତନ ପ୍ରେମିକ ଓ ସଂଗ୍ରାମଙ୍କ ମେସ୍‌ କଡରେ ରହୁଥିବା ସହପାଠୀଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବା ଆବଶ୍ୟକ। ନର୍ସିିଂ ଛାତ୍ରୀଙ୍କ ପୂର୍ବତନ ପ୍ରେମିକଙ୍କ ଘର କଟକ ସହରରେ। ତାଙ୍କର ପୋଲିସ ଅଧିକାରୀଙ୍କ ସହ ସଲାସୁତରା ରହିଛି। ଫଳରେ ପୋଲିସ ଜାଣିଶୁଣି ଘଟଣାକୁ ଚାପିବାକୁ ଚାହୁଁଥିବାରୁ ତଦନ୍ତ ଆଗେଇ ପାରୁନାହିଁ। ତେବେ ମୋ ପୁଅ ଏବେ କେଉଁ ଅବସ୍ଥାରେ ଅଛି, ସେନେଇ ସୁନିଶ୍ଚିତ କରିବାକୁ ହୃଷୀକେଶ ଦାବି କରିଛନ୍ତି। ଯଦି କୌଣସି ପୋଲିସ ଅଧିକାରୀ ବା ବଡ ଲୋକର ପୁଅ ପ୍ରତି ଏଭଳି ହୋଇଥାନ୍ତା, ତା’ହେଲେ କ’ଣ ପୋଲିସ ଚୁପ୍‌ ବସିଥାନ୍ତା କି ବୋଲି ସେ ପ୍ରଶ୍ନ କରିଛନ୍ତି। ସହପାଠୀ ସୁଶାନ୍ତ ସାହୁ ଓ ପର୍ଶୁରାମ ମହାରଣା କହିଛନ୍ତି, ସଂଗ୍ରାମ ଆମ ସହ ଗୋଟିଏ ବ୍ୟାଚରେ ପଢୁଥିଲା। ସେ ନିଖୋଜର କିଛିଦିନ ପୂର୍ବରୁ ଭାରି ଗୁମସୁମ ରହୁଥିଲା। ତାଙ୍କୁ ଅପହରଣ କରାଯାଇଥିବା ସନ୍ଦେହ କରାଯାଉଛି। ଠିକ ତଦନ୍ତ କରାଗଲେ, ପ୍ରକୃତ ଘଟଣା ପଦାକୁ ଆସିବ।
ତେବେ ପୋଲିସ ଅବହେଳା ଅଭିଯୋଗ ସଂକ୍ରାନ୍ତରେ ଡିସିପି ପ୍ରତୀକ ସିଂ କହିଛନ୍ତି, ଏ ସମ୍ପର୍କରେ ମୁଁ ଅବଗତ ନାହିଁ। ଯଦି ଏପରି ହୋଇଥାଏ, ତେବେ ଘଟଣାର ତଦନ୍ତ ଆଗେଇବା ପାଇଁ ମଙ୍ଗଳାବାଗ ଥାନାକୁ ସ୍ବତନ୍ତ୍ର ନିର୍ଦ୍ଦେଶ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?