ନିର୍ମାଣକୁ ବିତିଲାଣି ୪ ବର୍ଷ, ଖୋଲୁନି କଲ୍ୟାଣ ମଣ୍ଡପରୁ ତାଲା

ସୁନାବେଡା,୨୫।୪(ସ୍ବ.ପ୍ର.): ସାଧାରଣ ଲୋକଙ୍କ ସୁବିଧା ପାଇଁ ହାଲ ପ୍ରଶାସନ ବହୁ ଅର୍ଥ ଖର୍ଚ୍ଚ କରୁଛି। ମାତ୍ର ଲୋକେ ସେଥିରୁ ବିଶେଷ ଉପକୃତ ହେଉନାହାନ୍ତି। ଲୋକଙ୍କ ପାଇଁ ହାଲ ନିର୍ମାଣ କରିଥିବା ଏକ କଲ୍ୟାଣମଣ୍ଡପ ଲୋକଙ୍କ କାର୍ଯ୍ୟରେ ଲାଗି ନ ପାରି ଏବେ ଭୂତକୋଠି ପାଲଟିଲାଣି। ହାଲ ପରିସର ୱାଇ ଜୋନ ନିକଟରେ ଥିବା କଲ୍ୟାଣ ମଣ୍ଡପ ୨କୋଟି ଟଙ୍କା ବ୍ୟୟରେ ୪ ବର୍ଷ ତଳୁ ନିର୍ମାଣ ସରିଲାଣି। ଗତ କୋଭିଡ ସମୟରେ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଜିଲା ସାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ ୨୦୨୦ ଅଗଷ୍ଟ ୨୬ରୁ ଏହାକୁ କୋଭିଡ କେୟାର୍‌ ସେଣ୍ଟର ରୂପେ ବ୍ୟବହାର କରାଯାଇଥିଲା। କୋଭିଡ ସଂକ୍ରମଣ କମିଯିବା ପରଠାରୁ ଏବେ ସେଠାରେ ତାଲା ଝୁଲୁୁଛି। ସୂଚନାଯୋଗ୍ୟ, ହାଲ ରେ ଚାକିରି କରୁଥିବା ଏବଂ ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ସାମାଜିକ କାର୍ଯ୍ୟକ୍ରମ ନିମନ୍ତେ ପୂର୍ବରୁ ଏକ ମାତ୍ର କଲ୍ୟାଣ ମଣ୍ଡପ ଏଠାରେ ରହିଥିଲା। ତେବେ ଆବଶ୍ୟକତା ଦୃଷ୍ଟିରୁ ଆଉ ଗୋଟିଏ କଲ୍ୟାଣ ମଣ୍ଡପର କଳ୍ପନା କରି ୨୦୧୭ରେ ୨.୫ କୋଟି ଟଙ୍କା ବ୍ୟୟରେ ଏହାକୁ ନିର୍ମାଣ କରାଯାଇଥିଲା। ପ୍ରଶାସନ ଏ ଦିଗରେ ପଦକ୍ଷେପ ନେଇ କଲ୍ୟାଣମଣ୍ଡପ କାର୍ଯ୍ୟକ୍ଷମ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ପକ୍ଷରୁ କିଷାନ କାର୍ଡ ଲାଗି ଚାଲିଛି ସର୍ଭେ, ହାତ ବାନ୍ଧି ବସିଛି ପଟ୍ଟାଙ୍ଗି ବ୍ଲକ ପ୍ରଶାସନ  

ପଟ୍ଟାଙ୍ଗି,୧୪।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ତଥା ଓଡିଶା ଅଧୀନରେ ରହିଥିବା କୋଟିଆ ପଞ୍ଚାୟତର ସୀମାନ୍ତ ମାଡକାର ଗ୍ରାମରେ ପଡୋଶୀ ଆନ୍ଧ୍ର କରୁଛି ପିଏମ୍…

ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି…

କୋରାପୁଟ,୧୪ା୨(ଅମିତାଭ ବେହେରା): କୋରାପୁଟ ନିକଟରେ ଏକ ମାଲବାହୀ ଟ୍ରେନର ଗୋଟିଏ ଓ୍ବାଗନ ଲାଇନଚ୍ୟୁତ ହୋଇଥିବା ଜଣାଯାଇଛି। କେ କେ ଲାଇନର ଦୟାନିଧିଗୁଡ଼ା-ମାନବାର ମଧ୍ୟରେ ଏହି ଓ୍ବାଗନ ଲାଇନଚ୍ୟୁତ…

ଗୋଟିଏ ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ; ଭାଲେଣ୍ଟାଇନ୍‌ ଡେ’ ପୂର୍ବରୁ ଅଭାବନୀୟ ଘଟଣା

ପଟ୍ଟାଙ୍ଗି,୧୨।୨(ଶରତ କୁମାର ଧଳ): ଭାଲେଣ୍ଟାଇନ୍‌ ସପ୍ତାହ ଚାଲିଥିବା ବେଳେ ପ୍ରେମର ଏକ କରୁଣ ପରିଣତି ଦେଖିବାକୁ ମିଳିଛି। କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ପେଟୁରୁ ପଞ୍ଚାୟତରେ…

ଦ୍ୱିତୀୟ ଥର ପାଇଁ ଲଲାଟ ହେଲେ କୋରାପୁଟ ଜିଲା ବିଜେଡି ଯୁବ ସଭାପତି

କୋରାପୁଟ, ୧୨।୨(ଅମିତାଭ ବେହେରା): କୋରାପୁଟ ପୌରାଧକ୍ଷ ଲଲାଟ ରଂଜନ ସେଠିଙ୍କୁ ଦ୍ୱିତୀୟ ଥର ପାଇଁ କୋରାପୁଟ ଜିଲାର ଯୁବ ବିଜୁ ଜନତା ଦଳର ସଭାପତି ଭାବେ ଦାୟିତ୍ୱ…

ଆଞ୍ଚଳିକ ବିକାଶରେ ନୂଆ ଗତି ସୃଷ୍ଟି କରିବ ଗ୍ରୀନ୍‌ ଫିଲ୍ଡ କରିଡର, ଓଡ଼ିଶା-ଆନ୍ଧ୍ରକୁ ଯୋଡ଼ି…

କୋରାପୁଟ,୧୧ା୨(ଅମିତାଭ ବେହେରା): ରାୟପୁର-ବିଶାଖାପାଟଣା ଆର୍ଥିକ କରିଡର କେବଳ ଏକ ସଡ଼କ ପ୍ରକଳ୍ପ ନୁହେଁ ଏହା ପୂର୍ବ ଭାରତର ଆର୍ଥିକ ମାନଚିତ୍ରକୁ ପୁନଃରୂପାୟିତ କରିବା ଆଶା ରଖାଯାଇଛି। ଭାରତମାଳା…

ଦେଓମାଳି ବୁଲିବାକୁ ଆସି ଚାଲିଗଲା ପର୍ଯ୍ୟଟକଙ୍କ ଜୀବନ

ପଟ୍ଟାଙ୍ଗି,୮।୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଦେଓମାଳି ପର୍ଯ୍ୟଟନ ସ୍ଥଳୀ ବୁଲିବାକୁ ଆସି ରବିବାର ଜଣେ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି।…

୨ ବାଇକ୍‌ ମୁହାଁମୁହିଁ ଧକ୍କା: ଚାଲିଗଲା ୩ ଜୀବନ, ୪ ଗୁରୁତର 

ପଟ୍ଟାଙ୍ଗି,୮ା୨(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ ସୁଙ୍କି-ଅମ୍ପାବାଲି ପଞ୍ଚାୟତ ବୋରିଗୁଡ଼ା ଛକ ନିକଟରେ ରବିବାର ୨ ବାଇକ୍‌ ମୁହାଁମୁହିଁ ଧକ୍କା ହୋଇ ୩ଜଣଙ୍କ…

ପୋଲତଳୁ ମିଳିଲା ହୋମଗାର୍ଡ, ଯୁବକଙ୍କ ମୃତଦେହ: ପୋଲିସର ତଦନ୍ତ ଆରମ୍ଭ…

ନନ୍ଦପୁର,୮।୨(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡ ଏବଂ ଅନ୍ୟ ଜଣେ ଯୁବକଙ୍କ ମୃତଦେହ ପୋଲିସ ରବିବାର ସନ୍ଧ୍ୟାରେ ନନ୍ଦପୁର-ହାଣ୍ଡିପୁଟ ସଞ୍ଜୋଗୀ ଏମ୍‌ଡିଆର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri