୧୮ବର୍ଷ ହେଲା ଅଲୋଡ଼ା

ପରଜଙ୍ଗ, ୫।୬(ଡି.ଏନ୍‌.ଏ.): ୨୦୦୪ରୁ ୨୦୨୨। ୧୮ବର୍ଷ ହେଲା ଅଲୋଡ଼ା ଜୀବନ। ବଞ୍ଚତ୍ ରହିବାକୁ ଜାରି ରହିଛି ସଂଘର୍ଷ। ହେଲେ ନା ମିଳୁଛି ରୋଗରୁ ଉପଶମ ନା କମୁଛି ଯନ୍ତ୍ରଣା। କେବଳ ଲୁହ ନିଗାଡ଼ିବା ସାର ହୋଇଛି। ଦାରିଦ୍ର୍ୟର ଚକ୍ରବୂ୍ୟହ ଅସ୍ଥିଜନିତ ବ୍ୟାଧି, ଯକ୍ଷ୍ମା ଏବଂ ଟ୍ୟୁମର ଭଳି ଜଟିଳ ରୋଗରୁ ମୁକୁଳିବାର ବାଟ ବନ୍ଦ କରିଦେଇଥିବାବେଳେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ବତାସିଂହ ଗ୍ରାମର ବସନ୍ତ ବିଶ୍ୱାଳ ଏବଂ ତାଙ୍କ ସ୍ତ୍ରୀ ବାସନ୍ତୀ।
ସାମାନ୍ୟ ଦୁର୍ଘଟଣା କିପରି ଏକ ହସଖୁସିର ପରିବାରକୁ ଛାରଖାର କରିଦେଇ ଠେଲି ଦେଇପାରେ ଯନ୍ତ୍ରଣା ମୁହଁକୁ, ତାହା ଦେଖିବାକୁ ମିଳିଛି ବସନ୍ତଙ୍କ ପରିବାର କ୍ଷେତ୍ରରେ। ବସନ୍ତ ଏବଂ ବାସନ୍ତୀ। ଦୁଇଜଣଙ୍କୁ ନେଇ ଗଡ଼ିଚାଲିଥିଲା ସଂସାର ରଥ। ତେବେ ୨୦୦୪ରେ ଦଇବ ସାଧିଲା ଦାଉ। କୌଣସି କାର୍ଯ୍ୟରେ ବାଡ଼ିକୁ ଯାଇଥିବାବେଳେ ହଠାତ୍‌ ଖସିପଡ଼ିଲେ ବସନ୍ତ। ଶରୀରର ଗୋଟିଏ ଭାଗ ଅଚଳ ହୋଇଗଲା। ଆଉ ସେହିଦିନଠାରୁ ଛିଡ଼ା ହୋଇନାହାନ୍ତି ସେ। ସେମିତି ପଡ଼ିରହିଛନ୍ତି ଖଟିଆରେ। ଦିନ ମଜୁରିଆ ଭାବେ କାମ କରୁଥିବା ସ୍ବାମୀଙ୍କ ଏଭଳି ଅବସ୍ଥା ପରେ ବାସନ୍ତୀଙ୍କ କାନ୍ଧରେ ପଡ଼ିଥିଲା ଜୀବନ ଜଞ୍ଜାଳର ବୋଝ। ଅଣ୍ଟାରେ ଲୁଗାଭିଡ଼ି ସେ ବାହାରକୁ ଗୋଡ଼ କାଢ଼ିଲେ। ମୂଲମଜୁରି ଲାଗିଲେ। ହେଲେ ସମୟ ଆହୁରି ପ୍ରତିକୂଳ ହେଲା। ତାଙ୍କ ପେଟରେ ଏବେ ଟ୍ୟୁମର। ରୋଗାକ୍ରାନ୍ତ ଦୁର୍ବଳ ଶରୀର ପାଇଁ ସେ ଆଉ କାମ କରିବାକୁ ଯାଇପାରୁନାହାନ୍ତି। ଫଳରେ ବିଶ୍ୱାଳ ଦମ୍ପତିଙ୍କ ପେଟପାଟଣା କଥା ବୁଝୁଛନ୍ତ ସାହିପଡ଼ିଶା।
ଅପରପକ୍ଷେ ଦୁହିଁଙ୍କ ଚିକିତ୍ସାରେ ହାତରେ ଥିବା ଟଙ୍କା, ଜମିବାଡ଼ି, ସୁନା ଅଳଙ୍କାର ସବୁ ସରିଗଲାଣି। ମିଳୁଥିବା ସରକାରୀ ଚାଉଳ ସେମାନଙ୍କ ଶେଷ ସମ୍ବଳ ପାଲଟିଛି। ଏପଟେ ଦିନକୁ ଦିନ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଚାଲିଛି। ପକ୍ଷାଘାତ ଆକ୍ରାନ୍ତ ବସନ୍ତଙ୍କ ବାମଗୋଡ଼ ନଷ୍ଟ ହେବାକୁ ବସିଲାଣି। ଜଟିଳ ଯକ୍ଷ୍ମା ଦିନକୁ ଦିନ ଶରୀରକୁ ରୁଗ୍‌ଣ କରିଦେଉଛି। ସକାଳ ହେଲେ ଯେଉଁଠି ପେଟ ଭର୍ତ୍ତି ଖାଇବା ପାଇଁ ଚିନ୍ତା, ସେଠାରେ ଉନ୍ନତମାନର ଚିକିତ୍ସା କଥା ଭୁଲିଯାଇଛନ୍ତି ସ୍ତ୍ରୀସ୍ବାମୀ। ତୁରନ୍ତ ସରକାରୀ ସହାୟତା ନ ମିଳିଲେ, ରୋଗ ଏବଂ ଅନାହାରରେ ଦୁଇଜଣଙ୍କ ଜୀବନ ଚାଲିଯିବ ବୋଲି ପଡ଼ୋଶୀମାନେ କହିଛନ୍ତି।
ଏ ସଂକ୍ରାନ୍ତରେ ସରପଞ୍ଚ ଅରୁଣଦେଓ ନାୟକଙ୍କ ସହ ଯୋଗାଯୋଗ କରିବାରେ ସେ ସମ୍ପୃକ୍ତ ପରିବାରକୁ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି କାମାକ୍ଷାନଗର ଉପଜିଲାପାଳ ଜ୍ୟୋତିଶଙ୍କର ସାହୁ କୁହନ୍ତି, ଉଭୟଙ୍କ ମେଡିକାଲ ଚିକିତ୍ସା ପାଇଁ ନିୟମ ଅନୁଯାୟୀ ସମସ୍ତ ସରକାରୀ ସହାୟତା ନିଶ୍ଚିତ ଭାବେ ଯୋଗାଇ ଦିଆଯିବ। ତେବେ ଦୀର୍ଘ ୧୮ବର୍ଷ ହେଲା ପ୍ରଶାସନ ଦୃଷ୍ଟିରେ ଅଲୋଡ଼ା ହୋଇପଡ଼ିଥିବା ବସନ୍ତ ଏବଂ ବାସନ୍ତୀଙ୍କୁ କେବେ ସହାୟତା ମିଳିବ ତାହା ଏବେ ଦେଖିବାକୁ ବାକି ରହିଲା ବୋଲି ଗ୍ରାମବାସୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ୟାଙ୍କ ଲୁଟ୍‌ ଉଦ୍ୟମ ବିଫଳ : ସାଇରନ ବାଜିବାରୁ ଛାଡ଼ି ପଳାଇଲେ ଲୁଟେରା

ଢେଙ୍କାନାଳ ଅଫିସ, ୨୪ା୬: ଢେଙ୍କାନାଳ ଗ୍ରାମ୍ୟ ବ୍ୟାଙ୍କ ମୁଖ୍ୟ ଶାଖାରୁ ରବିବାର ବିଳମ୍ବିତ ରାତିରେ ଲୁଟ୍‌ ଉଦ୍ୟମବେଳେ ସାଇରନ୍‌ ବାଜିବାରୁ ଲୁଟେରାମାନେ ଛାଡ଼ି ପଳାଇଛନ୍ତି। ତାଲା...

ହାତୀ ଉପରକୁ ୨୩ ରାଉଣ୍ଡ ଗୁଳି ଚଳାଇ ଦାନ୍ତ ନେଇଗଲେ ଦୁର୍ବୃତ୍ତ

ଢେଙ୍କାନାଳ ଅଫିସ,୧୧।୨: ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ କନ୍ଧାରା ରିଜର୍ଭ ଫରେଷ୍ଟରେ ବନକର୍ମଚାରୀଙ୍କ ଉପରକୁ ଗୁରୁବାର ୨୩ ରାଉଣ୍ଡ ଗୁଳି ମାଡ଼ କରି ୧୦ରୁ ୧୫...

ଖରା, କାକରରେ ପଡ଼ି ରହିଛନ୍ତି ମହାପ୍ରଭୁ

ଢେଙ୍କାନାଳ ଅଫିସ,୨୪ା୧୧: କୋଟି କୋଟି ଓଡ଼ିଆଙ୍କ ପ୍ରାଣର ଦେବତା ଜଗତରନାଥ ଶ୍ରୀଜଗନ୍ନାଥଙ୍କୁ ପୁଣି ଅପମାନ କରାଯାଇଛି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜବାହର ଚୌକ...

ଆରମ୍ଭ ହେଲା ‘ନିକ୍ରା’

ଢେଙ୍କାନାଳ ଅଫିସ, ୯।୪ ଜଳବାୟୁ ପରିବର୍ତ୍ତନର ସମ୍ମୁଖୀନ ହେବା, ଚାଷରେ ସମୟାନୁକୂଳ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ସମନ୍ବିତ କୃଷି ଭଳି ବହୁମୁଖୀ ଲକ୍ଷ୍ୟ ନେଇ ଢେଙ୍କାନାଳ...

କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ଢେଙ୍କାନାଳ ଅଫିସ/ଅନୁଗୋଳ ଅଫିସ, ୩୧ା୫ ଢେଙ୍କାନାଳ ସହର ୯ନଂ. ୱାର୍ଡ କଣ୍ଟାନାଳୀ ବାଇପାସ୍‌ ନିକଟ ହିମାଳୟ ବସ୍ତିରେ ରହୁଥିବା କିନ୍ନରମାନେ ସୋମବାର ସାବିତ୍ରୀ ବ୍ରତକୁ ମହାସମାରୋହରେ...

ଅଧିକାରୀ କରୁଛନ୍ତି ପକ୍ଷପାତିତା

ଭୁବନ, ୧୮।୬(ଡି.ଏନ୍‌.ଏ.) ଉନ୍ନୟନମୂଳକ କାର୍ଯ୍ୟରେ ପ୍ରଶାସନିକ ଅଧିକାରୀ ପକ୍ଷପାତିତା କରୁଥିବା ଅଭିଯୋଗରେ ଶୁକ୍ରବାର ଢେଙ୍କାନାଳ ଜିଲା ଭୁବନ ବ୍ଲକ କାର୍ଯ୍ୟାଳୟରେ ବିଡିଓଙ୍କୁ ଘେରିଛନ୍ତି ଭାଜପା କାର୍ଯ୍ୟକର୍ତ୍ତା।...

ମାସ୍କ ନ ପିନ୍ଧିଲେ ମିଳିବନି ସାମଗ୍ରୀ

ଢେଙ୍କାନାଳ ଅଫିସ, ୨୬।୪ – କରୋନା ସଂକ୍ରମଣ ପ୍ରତିହତ କରିବାକୁ ମାର୍ଚ୍ଚ ୨୫ରୁ ଲକ୍‌ଡାଉନ୍‌ ଜାରି ରହିଛି। ଲୋକମାନଙ୍କ ସୁବିଧା ଏବଂ ଗ୍ରାମାଞ୍ଚଳ ଅର୍ଥନୀତିକୁ ଟ୍ରାକ୍‌କୁ...

ଜିଲା କାରାଗାର ସମସ୍ୟାର ଗନ୍ତାଘର

ଢେଙ୍କାନାଳ ଅଫିସ, ୨୩।୨ – ହୁଗୁଳି ଯାଇଛି ଢେଙ୍କାନାଳ ଜିଲା କାରାଗାର ସୁରକ୍ଷା ବ୍ୟବସ୍ଥା। କର୍ମଚାରୀ ଅଭାବଠାରୁ ଆରମ୍ଭ କରି ଭିତ୍ତିଭୂମି ଯାଏ ଯେଉଁଠି ଉଣ୍ଡିଲେ...

Advertisement
Archives

Model This Week