୧୭ ମାସ ହେଲା ମିଳୁନି ସ୍ୱାସ୍ଥ୍ୟସେବା

ତାଳଚେର,୫ା୨(ନି.ପ୍ର.): କଳାହୀରାର ସହର ତାଳଚେରରୁ ବାର୍ଷିକ ଶତାଧିକ କୋଟି ଟଙ୍କାର ରାଜସ୍ବ ନେଉଛନ୍ତି ସରକାର। କିନ୍ତୁ ଏଠାକାର ଲୋକଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ମିଳିପାରୁ ନାହିଁ। ପାନୀୟ ଜଳଠାରୁ ଆରମ୍ଭ କରି ରାସ୍ତା, ପ୍ରଦୂଷଣକୁ ନେଇ କଷ୍ଟ ବଢ଼ୁଥିବାବେଳେ ଦୀର୍ଘ ୧୭ ମାସ ହେଲା ପୌର ପରିଷଦ ଡାକ୍ତରଖାନାରୁ ସ୍ବାସ୍ଥ୍ୟସେବା ପାଇପାରୁ ନାହାନ୍ତି ସହରବାସୀ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି।
ତାଳଚେର ସହରବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ହାଟତୋଟାଠାରେ ପୌର ପରିଷଦ ପକ୍ଷରୁ ଏକ ଡାକ୍ତରଖାନା ଖୋଲାଯାଇଥିଲା। ଏହା ଉପରେ ପୌର ପରିଷଦର ୧୦ରୁ ୧୨ଟି ୱାର୍ଡ (ଫାଷ୍ଟଗେଟ୍‌ ଠାରୁ ହାଣ୍ଡିଧୂଆ ପର୍ଯ୍ୟନ୍ତ)ର ଜନସାଧାରଣ ନିର୍ଭର କରନ୍ତି। ପ୍ରତ୍ୟହ ଶତାଧିକ ରୋଗୀ ବିଭିନ୍ନ ରୋଗର ଚିକିତ୍ସା ପାଇଁ ଆସିଥାନ୍ତି। କିନ୍ତୁ ଏହି ଡାକ୍ତରଖାନାକୁ ସର୍ବଦା ଅବହେଳା କରାଯାଇ ଆସିଛି। ଅବସର ନେଇସାରିଥିଲେ ମଧ୍ୟ ଡାକ୍ତର ପି.କେ. ଦାସଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା। କିନ୍ତୁ ତାଙ୍କ ପରଲୋକ ପରେ ପୌର ପରିଷଦ ଡାକ୍ତରଖାନା ଡାକ୍ତରଶୂନ୍ୟ ହୋଇରହିଛି। ଦୀର୍ଘ ୧୭ ମାସ ହେଲା ଏହି ଡାକ୍ତରଖାନାରେ ଜଣେ ଲାବରେଟୋରି ଟେକ୍ନିସିଆନ, ଜଣେ ଆଟେଣ୍ଡାଣ୍ଟ, ଜଣେ ଡ୍ରେସର, ଜଣେ ସୁଇପର ଅଛନ୍ତି। ବାରମ୍ବାର ଅଭିଯୋଗ ସତ୍ତ୍ୱେ ତାଳଚେର ପ୍ରଶାସନ ନୂଆ ଡାକ୍ତର ନିଯୁକ୍ତି ନେଇ ଆବଶ୍ୟକ ପଦକ୍ଷେପ ନେଉ ନ ଥିବା ସହରବାସୀ ଅଭିଯୋଗ କରୁଛନ୍ତି। ଏହାଛଡ଼ା ଡାକ୍ତର ନ ଥିବାରୁ ଅନ୍ୟ କର୍ମଚାରୀମାନେ ନିଜ ଇଚ୍ଛାରେ ଆସୁଛନ୍ତି ଓ ସମୟ ପୂର୍ବରୁ ପଳାଇଯାଉଛନ୍ତି। ଏଥିପ୍ରତି କେହି ଗୁରୁତ୍ୱ ଦେଉନାହାନ୍ତି। ସ୍ବାସ୍ଥ୍ୟସେବା ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଥିବା କୁହାଯାଉଥିଲେ ମଧ୍ୟ ତାଳଚେର ସହରର ଏହି ଡାକ୍ତରଖାନା ଏପରି ଡାକ୍ତରଶୂନ୍ୟ ରହିବା ଅଞ୍ଚଳବାସୀଙ୍କୁ ନିରାଶ କରିଛି।

କୋଭିଡ୍‌ ସମୟରେ ଉପକାର ମିଳିଲାନି
ଏହି ଡାକ୍ତରଖାନା ଉପରେ ଆଖପାଖ ଅଞ୍ଚଳର ଲୋକ ନିର୍ଭର କରନ୍ତି। କିନ୍ତୁ କୋଭିଡ୍‌ ସମୟରେ ଡାକ୍ତର ନ ଥିବାରୁ ଲୋକମାନେ ଉପକୃତ ହୋଇପାରିଲେ ନାହିଁ। ଜିଲା ଖଣିଜ ପାଣ୍ଠିରୁ ତୁରନ୍ତ ଡାକ୍ତର ନିଯୁକ୍ତି ଦିଆଯାଇ ସହରବାସୀଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ନିମନ୍ତେ ପଦକ୍ଷେପ ନିଆଯାଉ।
-ବାଉରିବନ୍ଧୁ ବେଜ, ଆଇନଜୀବୀ, ତାଳଚେର
ପ୍ରଶାସନ ଧ୍ୟାନ ଦେଉନାହିଁ
ପୌରପରିଷଦ ଡାକ୍ତରଖାନା ଯୋଗୁ ୨୧ଟି ୱାର୍ଡବାସୀଙ୍କୁ ସହଜରେ ସ୍ବାସ୍ଥ୍ୟସେବା ମିଳିପାରୁଥିଲା। କିନ୍ତୁ ଦୀର୍ଘଦିନ ହେଲା ଡାକ୍ତର ନ ଥିବାରୁ ସେବା ବ୍ୟାହତ ହୋଇଛି। ପ୍ରଶାସନ, ରାଜ୍ୟ ସରକାର ଏଥିପ୍ରତି ଧ୍ୟାନ ଦେଉନାହାନ୍ତି। ଦୀପତଳ ଅନ୍ଧାର ଭଳି ଅଞ୍ଚଳବାସୀ ଭାଗ୍ୟକୁ ଆଦରି ରହିଛନ୍ତି।
-ଧୀରମୋହନ ରାୟ, ବୁଦ୍ଧିଜୀବୀ
ବହୁ ଡାକ୍ତରଖାନା ଡାକ୍ତରଶୂନ୍ୟ
ଅନୁଗୋଳ ଜିଲାରେ ଅର୍ଥର ଅଭାବ ନାହିଁ। କିନ୍ତୁ ଜିଲାରେ ବହୁ ଡାକ୍ତରଖାନା ଡାକ୍ତରଶୂନ୍ୟ ରହିଛି। ଦୀର୍ଘ ୧୭ ମାସ ହେଲା ତାଳଚେର ପୌରପରିଷଦ ଡାକ୍ତରଖାନରେ ପଦବୀ ଖାଲି ପଡ଼ିବା ଅତ୍ୟନ୍ତ ଲଜ୍ଜାର ବିଷୟ। ପ୍ରଶାସନ, ରାଜନେତାଙ୍କ ଆନ୍ତରିକତା ଅଭାବରୁ ସମସ୍ୟା ସମାଧାନ ହୋଇପାରୁ ନାହିଁ।
-ମନୋଜ କୁମାର ପୃଷ୍ଟି, ତାଳଚେର
ଉଦ୍ୟମ ଜାରି ରହିଛି
ତାଳଚେର ପୌର ପରିଷଦ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଲୋକେ ସ୍ବାସ୍ଥ୍ୟସେବା ପାଇବାରେ ଅସୁବିଧା ହେଉଥିବାରୁ ଯେତେଶୀଘ୍ର ସମ୍ଭବ ଡାକ୍ତର ନିଯୁକ୍ତି ଦିଆଯିବ। ଏଥିପାଇଁ ପୌର ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ରହିଛି।
-ରଶ୍ମିରେଖା ଅମାତ,
ନିର୍ବାହୀ ଅଧିକାରୀ, ପୌରପରିଷଦ

ସରକାରଙ୍କୁ ଅବଗତ କରାଯାଇଛି
ଡାକ୍ତର ନ ଥିବା ସମସ୍ୟା ସମ୍ପର୍କରେ ଅନୁଗୋଳ ଜିଲାପାଳ ଓ ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଛି। ଡାକ୍ତରମାନେ ଅଧିକ ଅର୍ଥ ଦାବି କରୁଥିବାରୁ ଖାଲି ପଡ଼ିଥିବା ପଦବୀ ପୂରଣ କରିବାରେ ବାଧା ଉପୁଜୁଛି। ତଥାପି ପ୍ରଶାସନ ଚେଷ୍ଟା ଜାରି ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ମଦ ବନ୍ଦ ଦାବିରେ ଅବକାରୀ ଥାନା ଘେରିଲେ ମହିଳା

ପାଟଣା,୨ା୪(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣାବ୍ଲକ ବଡ଼ ପାଟଣା ପଞ୍ଚାୟତ ଓ ଟାଙ୍ଗରପଡ଼ା ପଞ୍ଚାୟତ ବିଭିନ୍ନ ଗ୍ରାମର ଶତାଧିକ ମହିଳା କେନ୍ଦୁଝର ଏମ୍‌ପି ଅନନ୍ତ ନାୟକଙ୍କ ଅବକାରୀ…

ଏପ୍ରିଲ ୨୦ରେ ଐତିହାସିକ ଚନ୍ଦନ ଯାତ୍ରା, ଠାକୁରଙ୍କ ନୌବିହାର ପାଇଁ ଆସିଲା ଡ଼ଙ୍ଗା

ଗଞ୍ଜାମ,୨ା୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନଏସି ଅନ୍ତର୍ଗତ କରଣ ସାହି ସ୍ଥିତ ଶ୍ରୀଶ୍ରୀ ମଦନ ମୋହନ ଗୋପାଳ ସ୍ୱାମୀଙ୍କ ପୀଠରେ ଚଳିତ ମାସ ରୁ ଆରମ୍ଭ ହେବ…

ମୁହାଁମୁହିଁ ଧକ୍କା ହୋଇ ଓଲଟିପଡିଲା ଅଟୋ, ଦୁଇ ଯାତ୍ରୀ….

ନନ୍ଦପୁର,୨।୪(ତୁଷାର କାନ୍ତ ମହାନ୍ତି): ନନ୍ଦପୁର ହାଣ୍ଡିପୁଟ ସଂଯୋଗୀ ଏମଡିଆର ୫୫ ରାସ୍ତାର ହିକିମପୁଟ-ମାରଡା ଛକ ମଧ୍ୟରେ ଗୁରୁବାର ସକାଳେ ଏପି୩୯ ଟିଏମ ୦୦୬୫ ଓ ଓଡ଼ି ୧୦…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri