ବିଏସ୍‌ଇ ସୂଚୀଭୁକ୍ତ କମ୍ପାନୀଙ୍କ ବଜାର ପୁଞ୍ଜୀକରଣରେ ରେକର୍ଡ

ମୁମ୍ବାଇ: ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ରେ ସୂଚୀଭୁକ୍ତ କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣରେ ଐତିହାସିକ ରେକର୍ଡ ଦେଖାଯାଇଛି। ଏହି କମ୍ପାନୀଗୁଡିକର ବଜାର ପୁଞ୍ଜୀକରଣ ଗୁରୁବାର ପ୍ରଥମଥର ଲାଗି ୨୦୦ ଲକ୍ଷ କୋଟି ଟଙ୍କା ଛୁଇଁଛି। ଭାରତୀୟ ପୁଞ୍ଜି ବଜାରରେ ଗତ କିଛି ଦିନ ହେବ ଭଲ କାରବାର ହେଉଛି। ବିଶେଷ କରି ବଜେଟ ପରଠାରୁ ଶେୟାର ବଜାରର ସୂଚକାଙ୍କ ଉର୍ଦ୍ଧ୍ୱଗାମୀ ହୋଇଛି। ୩୦ ଶେୟାର ବିଶିଷ୍ଟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ କାରବାର ଗୁରୁବାର ୩୫୮.୫୪ ପଏଣ୍ଟ(୦.୭୧%) ଉର୍ଦ୍ଧ୍ୱରେ ରହିବା ଯୋଗୁ ଏହା ୫୦,୬୧୪.୨୯ ପଏଣ୍ଟ ସ୍ତରରେ ବନ୍ଦ ହୋଇଛି। ଗତ ୪ ଦିନ ଧରି ଶେୟାର ବଜାର ବଢିଚାଲିଛି। ସମ୍ପତ୍ତି ସୃଷ୍ଟିରେ ବିଏସ୍‌ଇ ଲଗାତର ଏହାର ଯୋଗଦାନ ରଖିଥିବା ଏହାର ସିଇଓ ଆଶିସ ଚୌହାନ କହିଛନ୍ତି। ସୂଚୀଭୁକ୍ତ କମ୍ପାନୀଙ୍କ ବଜାର ପୁଞ୍ଜୀକରଣ କ୍ଷେତ୍ରରେ ବିଏସ୍‌ଇ ବିଶ୍ୱର ନବମ ବୃହତ୍ତ ଷ୍ଟକ ବଜାର ହୋଇଛି ବୋଲି ସେ ସ୍ପଷ୍ଟ କରିଛନ୍ତି। ଗତ ୪ ଦିନରେ ନିବେଶକଙ୍କ ସମ୍ପତ୍ତି ୧୪.୩୪ ଲକ୍ଷ କୋଟି ଟଙ୍କା ବଢିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଗକୁ ପେଟ୍ରୋଲରେ ମିଶିବ କି ୨୦% ରୁ ଅଧିକ ଇଥାନଲ୍? ସଂସଦରେ ସ୍ପଷ୍ଟ କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୨୧।୭: ପେଟ୍ରୋଲରେ ଇଥାନଲ ମିଶ୍ରଣ ବା ଇ-୨୦ ପେଟ୍ରୋଲକୁ ନେଇ ଚର୍ଚ୍ଚା ଆଲୋଚନା ଲାଗି ରହିଛି । ଏହାଦ୍ୱାରା ଗାଡି଼ର ଇଞ୍ଜିନ ଖରାପ ହେଉଥିବା ନେଇ କହୁଛନ୍ତି…

ଏଣିକି ବିନା ଇଣ୍ଟରନେଟ୍‌ରେ ହେବ UPI ପେମେଣ୍ଟ! ଦ୍ରୁତ ଗତିରେ ଚାଲିଛି…

ନୂଆଦିଲ୍ଲୀ,୨୧।୭: UPI ଭାରତରେ ଡିଜିଟାଲ ପେମେଣ୍ଟର ଦୃଶ୍ୟପଟକୁ ସମ୍ପୂର୍ଣ୍ଣ ପରିବର୍ତ୍ତନ କରିଛି। ଏବେ ଇଣ୍ଟରନେଟ ସଂଯୋଗ ବିନା ମଧ୍ୟ UPI ପେମେଣ୍ଟ କରିବାର ଏକ ଉପାୟ ଖୋଲିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri