ପାରିବାରିକ ବ୍ୟବସାୟକୁ ଆଗକୁ ନେବା ଭାଗ୍ୟର କଥା

ଓଡ଼ିଶାର ଘରେ ଘରେ ପରିଚିତ ସାଲେପୁରସ୍ଥିତ ବିକଳାନନ୍ଦ କରଙ୍କ ରସଗୋଲା। ଦିନେ ଏକ ବରଗଛ ତଳେ ରସଗୋଲା ଓ ବରା ଡାଲମା ବିକୁଥଲେ ବିକଳାନନ୍ଦ। ମେଳା ମହୋତ୍ସବ ହେଲେ ସେ ସେଠାରେ ପହଞ୍ଚତ୍ୟାଉଥିଲେ। ଗ୍ରାହକଙ୍କୁ ଆକୃଷ୍ଟ କରିବା କଳା ତାଙ୍କୁ ବେଶ୍‌ ଜଣାଥିଲା। ସେତେବେଳେ ବିଜୁଳି ଆଲୁଅ ବା ବ୍ୟାଟେରି ଆଲୋକ ଖୁବ୍‌ କମ୍‌ ଦେଖିବାକୁ ମିଳୁଥିଲା। ତେଣୁ ସେ ବେପାରକୁ ବାହାରିବାବେଳେ ସାଥିରେ ଏକ ଲାଇଟ୍‌ ନେଇଯାଉଥିଲେ। ସେହି ଲାଇଟ୍‌ ଦେଖିବାକୁ ତାଙ୍କ ପାଖରେ ଜମୁଥିଲା ଲୋକଙ୍କ ଭିଡ଼ ଏବଂ ବେପାର ମଧ୍ୟ ଖୁବ୍‌ ଭଲ ହେଉଥିଲା। ତାଙ୍କର ଏପରି ବ୍ୟବସାୟ କଳାରେ ଅନୁପ୍ରାଣିତ ହୋଇ ପାରିବାରିକ ବ୍ୟବସାୟକୁ ପିଢ଼ି ପରେ ପିଢ଼ି ଆଗକୁ ବଢ଼ାଇନେଇଛନ୍ତି। ପ୍ରାୟ ୧୦୦ବର୍ଷର ଏହି ପ୍ରତିଷ୍ଠାନର ମଙ୍ଗ ଧରିଥିବା ବିକଳାନନ୍ଦ କରଙ୍କ ନାତୁଣୀ ତଥା କର ଆଣ୍ଡ୍‌ ବ୍ରଦର୍ସର ଡାଇରେକ୍ଟର ସାଇ ଶିବାନୀ କରଙ୍କ ସହ ଧରିତ୍ରୀ ପକ୍ଷରୁ ସ୍ବତନ୍ତ୍ର ଆଳାପ…

ପ୍ର-ଆପଣଙ୍କ ନିକଟରେ ଅନେକ ସୁଯୋଗ ରହିଥିଲେ ମଧ୍ୟ ପାରିବାରିକ ବ୍ୟବସାୟରେ କାହିଁକି ପାଦଦେଇଥିଲେ?
ଉ- ଜେଜେଙ୍କ ପରେ ତାଙ୍କର ତିନିପୁଅ ସ୍ବର୍ଗତ ଦେବେନ୍ଦ୍ରନାଥ, ପ୍ରଦୀପ୍ତ କୁମାର ଓ ପ୍ରଶାନ୍ତ କୁମାର ବ୍ୟବସାୟରେ ଯୋଗଦେଇଥିଲେ। ଜେଜେ ହାତରେ ମିଠା ଗଢ଼ୁଥିବାବେଳେ ବଡ଼ବାପା ଦେବେନ୍ଦ୍ର ମିଠା ପ୍ରସ୍ତୁତି ଓ ପ୍ୟାକେଜିଂରେ ମେଶିନ୍‌ ପ୍ରୟୋଗ ଆରମ୍ଭ କରିଥିଲେ। ମୋର ପାଠପଢ଼ା ସମୟରେ ବ୍ୟବସାୟ ବିଷୟରେ ଘରେ ସବୁବେଳେ ଆଲୋଚନା ହୁଏ। ସେତେବଳେ ମୁଁ ଓ ସାନ ଭଉଣୀ ସାଇପ୍ରିୟା କର ଏହି ବ୍ୟବସାୟକୁ ସମ୍ପ୍ରସାରଣ କରିବୁ ବୋଲି ସ୍ଥିର କରିଥିଲୁ। ବି.କମ୍‌ ପରେ ହସ୍ପିଟାଲିଟି ଆଣ୍ଡ୍‌ ମ୍ୟାନେଜମେଣ୍ଟରେ ଏମବିଏ କରିବା ପରେ ପ୍ରାୟ ୭/୮ ବର୍ଷ ତଳେ ମୁଁ ଏଥିରେ ଯୋଗଦେଇଥିଲି। ପାରିବାରିକ ବ୍ୟବସାୟକୁ ଆଗକୁ ନେବା ମୋ ପାଇଁ ଭାଗ୍ୟର କଥା।
ପ୍ର- ଆପଣଙ୍କ ଉପତ୍ାଦ ଓଡ଼ିଶାର ଘରେ ଘରେ ପରିଚିତ, କିପରି ଅନୁଭବ କରନ୍ତି?
ଉ- ରସଗୋଲା କଥା ଆସିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କଥା ଆସେ। ତେଣୁ ମହାପ୍ରଭୁଙ୍କ ପ୍ରିୟ ରସଗୋଲା ପ୍ରସ୍ତୁତ କରିବାରେ ଆମକୁ ଖୁବ୍‌ ଭଲ ଲାଗେ। ରସଗୋଲାକୁ ଜିଆଇ ଟ୍ୟାଗ୍‌ ମିଳିବା ପାଇଁ ଆମେ ବହୁତ ପ୍ରୟାସ କରିଥିଲୁ। ଜିଆଇ ଟ୍ୟାଗର ବ୍ୟବହାର ପାଇଁ ଆମେ ସ୍ବୀକୃତିପ୍ରାପ୍ତ ହୋଇଥିବାରୁ ସେ ଅନୁଭବ ମଧ୍ୟ ନିଆରା। ମୁସ୍‌ମୁସ୍‌, ଚମଚମ, ରାଜାଭୋଗ ସହ ନମକିନ୍‌ର ବହୁତ ଚାହିଦା ରହୁଛି। ତେଣୁ ନୂଆ ନୂଆ ମିଠା ପ୍ରସ୍ତୁତି କରିବାକୁ ଯୋଜନା କରୁଛୁ। ସଚେତନ ଲୋକମାନେ ସୁଗାର ଫ୍ରି ମିିଠା ଉପରେ ନିର୍ଭର କରୁଛନ୍ତି। ସେହି ମୁତାବକ ଅଧିକ ମିଠା ପ୍ରସ୍ତୁତ କରୁଛୁ।
ପ୍ର- ବ୍ୟବସାୟ ବିସ୍ତାର ପାଇଁ ଆଗକୁ କ’ଣ ଯୋଜନା ରହିଛି? ଅନଲାଇନ୍‌ କାରବାର ବ୍ୟବସାୟକୁ ସହଜ କରିଛି କି?
ଉ- ଓଡ଼ିଶାରେ ଆମର ବର୍ତ୍ତମାନ ୧୩ଟି ଆଉଟଲେଟ୍‌ ରହିଛି। ଭୁବନେଶ୍ୱରରେ ୬ଟି, ଅନୁଗୋଳ ଓ ସାଲେପୁରରେ ଗୋଟିଏ ଲେଖାଏ, କଟକରେ ୪ଟି ଆଉଟଲେଟ୍‌ ରହିଛି। ଆଗକୁ ସାଲେପୁରରେ ଆଉ ଏକ ଷ୍ଟୋର ଖୋଲିବ। ନୂଆ ନୂଆ ଜ୍ଞାନକୌଶଳ ବା ଯନ୍ତ୍ରାଂଶର ପ୍ରୟୋଗ ମଧ୍ୟ ବଢ଼ାଯିବ। ଅନଲାଇନ୍‌ ପ୍ଲାଟଫର୍ମ ବ୍ୟବସାୟକୁ ବେଶ୍‌ ତ୍ୱରାନ୍ବିତ କରୁଛି। ଓଡ଼ିଶା ସମେତ ସମଗ୍ର ଦେଶକୁ ଆମର ଉପତ୍ାଦ ଯାଉଛି। ବିଦେଶରୁ ମଧ୍ୟ ମିଠା ବରାଦ ରହୁଛି।
ପ୍ର- ବ୍ୟବସାୟ ସହ ସାମାଜିକ ଦାୟିତ୍ୱକୁ କିପରି ତୁଲାଇଥା’ନ୍ତି?
ଉ- ଜେଜେଙ୍କ ସ୍ମୃତିରେ ୨୦୦୪ରୁ ବିକଳାନନ୍ଦ କର ମେମୋରିଆଲ ଟ୍ରଷ୍ଟ ଗଠନ କରାଯାଇ ସାଲେପୁର ଅଞ୍ଚଳରେ ଲୋକାଭିମୁଖୀ କାର୍ଯ୍ୟ ହାତକୁ ନିଆଯାଉଛି। ୧୯୬୪ରେ ଅନ୍ୟମାନଙ୍କ ସହ ମିଶି ଜେଜେ ସାଲେପୁର କଲେଜ ପ୍ରତିଷ୍ଠା କରିଥିଲେ। ଏଠାରେ ପ୍ରତିବର୍ଷ ୭୦ରୁ ୮୦ ପିଲାଙ୍କ ଶିକ୍ଷା ଖର୍ଚ୍ଚ ଆମେ ବହନ କରୁଛୁ। ଭାରତବର୍ଷରେ ପ୍ରଥମକରି ବିକଳାନନ୍ଦ କର ବୈଷୟିକ ପ୍ରଶିକ୍ଷଣ କେନ୍ଦ୍ର ସ୍ଥାପନ କରାଯାଇ, ମିଷ୍ଟାନ୍ନ ପ୍ରସ୍ତୁତି ପ୍ରଶିକ୍ଷଣ ଦିଆଯାଉଛି। ପ୍ରଶିକ୍ଷିତ ପିଲାଙ୍କୁ ଆମ ଅନୁଷ୍ଠାନରେ ନିଯୁକ୍ତି ସୁଯୋଗ ମଧ୍ୟ ପ୍ରଦାନ କରାଯାଉଛି। ଗୋସେବା, ରକ୍ତଦାନ ଶିବିର ଆଦିର ମଧ୍ୟ ଆୟୋଜନ କରାଯାଉଛି।
ପ୍ର- ଖାଦ୍ୟଶିଳ୍ପରେ ପ୍ରବେଶ କରୁଥିବା ଯୁବ ଉଦ୍ୟୋଗୀଙ୍କ ପାଇଁ କ’ଣ ବାର୍ତ୍ତା ଦେବେ?
ଉ- ଏହା ଏପରି ଏକ ବ୍ୟବସାୟ ଯେଉଁଥିରେ କାରବାରରେ ନିରନ୍ତରତା, ପ୍ରସ୍ତୁତି ପ୍ରଣାଳୀରେ ସ୍ବଚ୍ଛତା, ଚାହିଦା ମୁତାବକ ଉପଲବ୍ଧତା ଆଦି ହିଁ ସଫଳତାର ମନ୍ତ୍ର। ସଫଳତା ପାଇଁ କୌଣସି ଶର୍ଟକଟ୍‌ କାମ କରେ ନାହିଁ। ତେଣୁ ନିଷ୍ଠାର ସହ ଏହି ବ୍ୟବସାୟରେ ପ୍ରବେଶ କରିବା ଦରକାର।
-ସାକ୍ଷାତ୍‌କାର: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

୧, ୨ କି ୩ ନୁହେଁ, ୯ଟି ଶୁଭ ସଂଯୋଗରେ ଆସିବ ଏଥର ବଜେଟ୍‌

ନୂଆଦିଲ୍ଲୀ,୩୦।୧: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ରେ ସାଧାରଣ ବଜେଟ ଉପସ୍ଥାପନ କରିବେ। ବଜେଟ ଦିବସ ସମସ୍ତ ବର୍ଗର ଲୋକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। ଗୁରୁତ୍ୱପୂର୍ଣ୍ଣ…

ନିମ୍ନ ୧୦% ଲୋକଙ୍କ ବଢ଼ୁଛି ଖର୍ଚ୍ଚ କରିବା ଶକ୍ତି: ଭାରତରେ ହ୍ରାସ ପାଉଛି ଧନୀ-ଦାରିଦ୍ର୍ୟ ଅସମାନତା

ନୂଆଦିଲ୍ଲୀ,୩୦।୧: ଭାରତରେ ଗରିବ ଓ ଧନୀଙ୍କ ମଧ୍ୟରେ ଥିବା ବ୍ୟବଧାନ ଧୀରେ ଧୀରେ ହ୍ରାସ ପାଉଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ ରିପୋର୍ଟରେ ଏହି ଖୁଲାସା…

ସୁନା ବଜାରରେ ଐତିହାସିକ ହଲଚଲ: ଗୋଟିଏ ଦିନରେ ଭାରତ ଅର୍ଥନୀତିଠାରୁ ଅଧିକ ଟଙ୍କାର କାରବାର

ନୂଆଦିଲ୍ଲୀ,୩୦।୧: ବିଶ୍ୱ ବଜାରରେ ସୁନା ମୂଲ୍ୟ ଚଳିତ ସପ୍ତାହରେ ଅଭୂତପୂର୍ବ ସ୍ଥିତିର ସାମ୍ନା କରିଛି। କ୍ୟାପିଟାଲ ମାର୍କେଟ ପ୍ଲାଟଫର୍ମ ‘ଦି କୋବେସି ଲେଟର’ ବିଶ୍ଳେଷଣ ଅନୁଯାୟୀ, ସୁନାର…

ରେଲଓ୍ବେ ଦେଲା ବଡ଼ ଖୁସି ଖବର: ତତ୍କାଳ ଟିକେଟ ବୁକିଂ ହେଲା ସହଜ , ଏଣିକି…

ନୂଆଦିଲ୍ଲୀ,୩୦।୧: ଭାରତୀୟ ରେଳବାଇ ତତ୍କାଳ ଟିକେଟ ବୁକିଂ ପାଇଁ ନିୟମ ପରିବର୍ତ୍ତନ କରିଛି। ଏବେ ଯାତ୍ରୀମାନେ ଶୀଘ୍ର ଏବଂ ସହଜରେ ଟିକେଟ ପାଇପାରିବେ। ନୂତନ ନିୟମ ଅନୁଯାୟୀ,…

ହଠାତ୍‌ ହଜାର ହଜାର ଟଙ୍କା କମିଗଲା ସୁନା ଦର: ରୁପା ଦର୍‌ରେ ବି ଲାଗିଲା ବ୍ରେକ୍‌

ନୂଆଦିଲ୍ଲୀ,୩୦।୧: କ୍ରମାଗତ ଭାବରେ ବୃଦ୍ଧି ପାଉଥିବା ସୁନା ଏବଂ ରୁପା ମୂଲ୍ୟରେ ବ୍ରେକ୍‌ ଲାଗିଛି। ୧୦ ଗ୍ରାମ ୨୪ କ୍ୟାରେଟ ସୁନାର ମୂଲ୍ୟ ପ୍ରାୟ ୮,୦୦୦ ହ୍ରାସ…

Budget 2026: କରଦାତାଙ୍କୁ ମିଳିବ ବଡ଼ ଆଶ୍ବସ୍ତି! ଏହି ନିୟମରେ ପରିବର୍ତ୍ତନ କରିପାରନ୍ତି ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୩୦।୧: ବଜେଟ୍ ୨୦୨୬ ପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଯାଇଛି ଏବଂ ପ୍ରତି ବର୍ଷ ପରି, ଦେଶବ୍ୟାପୀ ଲକ୍ଷ ଲକ୍ଷ କରଦାତା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଉପରେ ନଜର…

ମେଦବହୁଳତା ଭାରତ ପାଇଁ ଏକ ବଡ଼ ଆର୍ଥିକ ବିପତ୍ତି: ଅର୍ଥନୈତିକ ସର୍ଭେରେ ଚେତାବନୀ

ନୂଆଦିଲ୍ଲୀ,୩୦।୧: ଦେଶରେ ବଢ଼ୁଥିବା ମେଦବହୁଳତା ସ୍ୱାସ୍ଥ୍ୟ ସହିତ ଭାରତ ପାଇଁ ଏକ ବଡ଼ ‘ଅର୍ଥନୈତିକ ବିପତ୍ତି’ ଭାବେ ଉଭା ହୋଇଛି। ସଂସଦରେ ଆଗତ ୨୦୨୫-୨୬ ଆର୍ଥିକ ସର୍ଭେ…

ଭାରତୀୟ ମୁଦ୍ରା, ଡଲାର ଖସୁଛି

ନୂଆଦିଲ୍ଲୀ, ୩୦।୧: ଜାନୁଆରୀ ୨୦୨୬ ଶେଷ ଆଡ଼କୁ ଆମେରିକୀୟ ଡଲାର (ୟୁଏସ୍‌ଡି) ଓ ଭାରତୀୟ ମୁଦ୍ରା (ଆଇଏନ୍‌ଆର୍‌) ଉଭୟ ଭିନ୍ନ ଭାବରେ ହ୍ରାସ ପାଇବାରେ ଲାଗିଛି। ଡଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri