ଭିଜିଲାନ୍ସ ପଞ୍ଝାରେ ଓସିସି ନିର୍ବାହୀ ଯନ୍ତ୍ରୀ, ଏକକାଳୀନ ୭ ସ୍ଥାନରେ ଚାଲିଛି ଚଢ଼ାଉ

ଭୁବନେଶ୍ୱର/କୋରାପୁଟ,୧୩ା୭(ଅମିତାଭ ବେହେରା): ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ସୋମବାର ସକାଳେ ଓଡ଼ିଶା କନଷ୍ଟ୍ରକ୍ସନ କର୍ପୋରେଶନ (ଓସିସି) ଲିମିଟେଡ୍‌, ଭୁବନେଶ୍ୱରର ନିର୍ବାହୀ ଯନ୍ତ୍ରୀ ସଞ୍ଜୟ କୁମାର କିସପଟ୍ଟାଙ୍କ ବିରୋଧରେ ବଡ଼ଧରଣର ଚଢ଼ାଉ ଆରମ୍ଭ କରିଛି। ଜୟପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତଙ୍କ ସର୍ଚ୍ଚ ୱାରେଣ୍ଟ ବଳରେ ଏହି ଚଢ଼ାଉ କରାଯାଉଛି।

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲାରେ ଭୁବନେଶ୍ୱର ସମେତ କୋରାପୁଟ ଓ ରାଉରକେଲାରେ ଭିଜିଲାନ୍ସ ଟିମ୍‌ ପହଞ୍ଚି ଛାନଭିନ୍‌ ଚଳାଇଛନ୍ତି। କିସପଟ୍ଟା ପୂର୍ବରୁ କୋରାପୁଟ ଆଇଟିଡିଏରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ବର୍ତ୍ତମାନ ସେ ଓସିସିରେ ନିର୍ବାହୀ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି। ତାଙ୍କ ଜଣାଶୁଣା ଆୟଠାରୁ ଅଧିକ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଭିଜିଲାନ୍ସ ୬ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର, ୭ ଜଣ ଏଏସ୍‌ଆଇ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ନେଇ ଗଠିତ ଟିମ୍‌ ଦ୍ୱାରା ଏକକାଳୀନ ରେଡ୍‌ ଚାଲିଛି।

କୋରାପୁଟର ଟିକ୍ରାସାହିସ୍ଥିତ ଭଡ଼ାଘର, କୁମ୍ଭା-୧ରେ ଥିବା ଚାରି ମହଲା ବ୍ୟବସାୟିକ କୋଠା, କୁମ୍ଭା-୨ରେ ନିର୍ମାଣାଧୀନ ବାସଭବନ, ସୁନ୍ଦରଗଡ଼ ଜିଲା ଲାଟେଇମୁଣ୍ଡା ଗ୍ରାମରେ ଥିବା ପୈତୃକ ଘର ଓ ନିର୍ମାଣାଧୀନ ତିନି ମହଲା କୋଠା ସହିତ ଭୁବନେଶ୍ୱରରେ ଥିବା ସରକାରୀ ବାସଭବନ ଏବଂ ବଲାଙ୍ଗୀରସ୍ଥିତ କାର୍ଯ୍ୟାଳୟ ପ୍ରକୋଷ୍ଠକୁ ମିଶାଇ ମୋଟ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଛି।

ଚଢ଼ାଉ ସମୟରେ ସମ୍ପତ୍ତି ସମ୍ବନ୍ଧୀୟ ଦସ୍ତାବିଜ, ବ୍ୟାଙ୍କ ରେକର୍ଡ ଓ ଅନ୍ୟାନ୍ୟ ଆର୍ଥିକ କାଗଜପତ୍ରର ଯାଞ୍ଚ କରାଯାଉଛି। ଚଢ଼ାଉ ଜାରି ରହିଥିବାରୁ ସମ୍ପତ୍ତିର ପରିମାଣ ଓ ମୂଲ୍ୟ ସମ୍ପର୍କରେ ଭିଜିଲାନ୍ସ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ସୂଚନା ପ୍ରକାଶ କରାଯାଇନାହିଁ।

ସୂଚନା ଥାଉକି, କିଛି ମାସ ତଳେ କୋରାପୁଟରୁ ସଞ୍ଜୟ ଭୁବନେଶ୍ୱରକୁ ବଦଳି ହୋଇଆସିଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟଙ୍କା ନା ଫର୍ମ? କାହିଁକି ସଂନ୍ୟାସ ନେବାକୁ ଚାହୁଁନାହାନ୍ତି ରୋହିତ, ଶାମି-ଭୁବନେଶ୍ୱର; ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଦାବି!

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍‌ର ଅଭିଜ୍ଞ ଖେଳାଳି ରୋହିତ ଶର୍ମା, ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାରଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି ଏବଂ ଚୟନକର୍ତ୍ତାମାନେ ସେମାନଙ୍କଠାରୁ ଆଗକୁ…

ଭ୍ୟାନ୍‌ରେ ଆସି ପୋଷା କୁକୁରକୁ ଲୁହାଛଡ଼ରେ ଆକ୍ରମଣ କରି ଚୋରି ଘଟଣାର ପର୍ଦ୍ଦାଫାଶ: ସିସିଟିଭି ଫୁଟେଜ୍‌ରୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଗଡ଼ ଚୈତନ୍ୟପୁର ଶାସନ ସାହିସ୍ଥିତ ନୀଳମାଧବ ମିଶ୍ରଙ୍କ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ମରାମତି ଦୋକାନରୁ ହୋଇଥିବା ଚୋରି ଘଟଣାର ପର୍ଦ୍ଦାଫାଶ…

ICCର ବଡ଼ ଘୋଷଣା; ଭାରତରେ ହେବ ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫି! ଏହି ୨ ସହରରେ ଖେଳାଯିବ ମ୍ୟାଚ୍

ନୂଆଦିଲ୍ଲୀ,୨।୯: ମହିଳା କ୍ରିକେଟ୍‌କୁ ନେଇ ICC ବଡ଼ ଘୋଷଣା କରିଛି । ପ୍ରଥମ ମହିଳା ଚାମ୍ପିଅନ୍ସ ଟ୍ରଫିର ଆୟୋଜନ କରିବ ଭାରତ । ପୂର୍ବରୁ ଏହି ଟୁର୍ଣ୍ଣାମେଣ୍ଟ…

GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ…

ସୁନା ଦେଇ ଟଙ୍କା ନେଲେ, ମୂଳଧନ ଫେରାଇ ମାଗିବାରୁ ମିଳିଲାନି ଅଳଙ୍କାର: ୭୧ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ…

ପାରଳାଖେମୁଣ୍ଡି,୨ା୯(ଗିରିଧାରୀ ପରିଛା): ସୁନା ଅଳଙ୍କାର ବନ୍ଧକ ରଖି ୫ ଲକ୍ଷ ଟଙ୍କା ଋଣ ନେବା ପରେ, ସୁଧ ଓ ମୂଳଧନ ଟଙ୍କା ଫେରସ୍ତ କରିବାରୁ ଅଳଙ୍କାର ଫେରାଇବାକୁ…

କୋର୍ଟଙ୍କ ଜାମିନବିହୀନ ୱାରେଣ୍ଟ ପରେ ଆକ୍ସନ: ଅଭିଯୁକ୍ତ ବଳିଆଙ୍କୁ…

ଦିଗପହଣ୍ଡି,୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍ ରାମଚନ୍ଦ୍ରପୁର ଗ୍ରାମର ଜଣେ ୱାରେଣ୍ଟି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପାଟପୁର ଥାନା ପୋଲିସ।…

ହାଇକୋର୍ଟଙ୍କ ବଡ଼ ରାୟ, ନାବାଳିକା ପତ୍ନୀଙ୍କ ସହ ସମ୍ପର୍କ…

ଥିରୁଭାନନ୍ତପୁରମ,୨।୯: ନାବାଳିକାଙ୍କ ସୁରକ୍ଷା ମାମଲାରେ କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । କୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଆଇନ ଓ ଶିଶୁଙ୍କ ସୁରକ୍ଷାଠାରୁ କୌଣସି ଧାର୍ମିକ…

ସାଇକେଲରେ ସାର ବସ୍ତା ଲଦି ରାସ୍ତା ପାର ହେଉଥିଲେ, ଧକ୍କା ଦେଲା କାର୍‌; ଚାଲିଗଲା ଚାଷୀଙ୍କ…

ଦିଗପହଣ୍ଡି,୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥର ମଳାଭଞ୍ଜା ବ୍ରିଜ୍ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। କାର୍ (ନଂ.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri