Posted inଖେଳ

କ୍ରିକେଟ ବିଶ୍ୱକପ୍‌ରେ ସ୍ଥାନ ପକ୍କା କଲା ଇଟାଲୀ

ନୂଆଦିଲ୍ଲୀ,୧୨ା୭: ଆସନ୍ତା ବର୍ଷ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଲାଗି ଇଟାଲୀ ଯୋଗ୍ୟତା ହାସଲ କରିଛି। ଶୁକ୍ରବାର ହେଗ୍‌ଠାରେ ଆଇସିସି ପୁରୁଷ ଟି୨୦ ବିଶ୍ୱକପ୍‌ ଲାଗି ଖେଳାଯାଇଥିବା ୟୁରୋପ ଯୋଗ୍ୟତା ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ରେ ନେଦରଲାଣ୍ଡ୍ସଠାରୁ ଇଟାଲୀ ପରାସ୍ତ ହୋଇଛି। ହେଲେ ନେଟ୍‌ ରନ୍‌ରେଟ୍‌ ଯଥେଷ୍ଟ ଭଲ ଥିବାରୁ ଦଳ ପ୍ରଥମଥର ପାଇଁ କ୍ରିକେଟ ବିଶ୍ୱକପ୍‌ରେ ସ୍ଥାନ ପକ୍କା କରିଛି। ୨୦୨୬ରେ ଭାରତ ଓ ଶ୍ରୀଲଙ୍କାରେ ଟି୨୦ ବିଶ୍ୱକପ୍‌ ଖେଳାଯିବ। ପୂର୍ବରୁ ନେଦରଲାଣ୍ଡ୍ସ ଯୋଗ୍ୟତା ହାସଲ କରିଥିଲା। ପ୍ରଥମେ ବ୍ୟାଟିଂ କରିଥିବା ଇଟାଲୀ ୨୦ ଓଭରରେ ୭ ଉଇକେଟରେ ୧୩୪ ରନ୍‌ କରିଥିଲା। ଯୋଗ୍ୟତା ହାସଲ କରିବା ପାଇଁ ପ୍ରତିପକ୍ଷ ନେଦରଲାଣ୍ଡ୍ସକୁ ଅତିକମ୍‌ ୧୪ ଓଭର ପର୍ଯ୍ୟନ୍ତ ଖେଳାଇବାର ଥିଲା। କିନ୍ତୁ ନେଦରଲାଣ୍ଡ୍ସ ୧୭ତମ ଓଭରରେ ମ୍ୟାଚ୍‌ ଜିତିଥିଲା।

ଟି୨୦ ବିଶ୍ୱକପ୍‌ ଲାଗି ଏପର୍ଯ୍ୟନ୍ତ ୧୫ଟି ଦଳ ଯୋଗ୍ୟତା ହାସଲ କରିସାରିଛନ୍ତି। ଏହି ତାଲିକାରେ ଆୟୋଜକ ଭାରତ ସମେତ ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, କାନାଡା, ଇଂଲଣ୍ଡ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଆମେରିକା ଓ ଓ୍ବେଷ୍ଟଇଣ୍ଡିଜ୍‌ ଭଳି ଦେଶ ରହିଛନ୍ତି। ଇଷ୍ଟ ଏସିଆ ଓ ପାସିଫିକ୍‌ (ଇଏପି)ରୁ ୩ ଓ ଆଫ୍ରିକା କ୍ୱାଲିଫାୟରରୁ ୨ ଦଳ ବିଶ୍ୱକପ୍‌ ଲାଗି ଟିକେଟ୍‌ ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କୋଭିଡକୁ ନେଇ ସରକାର…

ଭୁବନେଶ୍ୱର,୧୪।୭: କୋଭିଡ ମୁକାବିଲା ବୈଠକ ପରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, କୋଭିଡକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ, ସରକାର ସଜାଗ ଅଛନ୍ତି।…

ଟସ୍‌ ଜିତିଲା ଇଂଲଣ୍ଡ: ଭାରତୀୟ ଦଳରେ ବଡ଼ ପରିବର୍ତ୍ତନ

ବର୍ମିଂହାମ,୧୪।୭: ବର୍ମିଂହାମର ଏଜବାଷ୍ଟନରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଇଂଲଣ୍ଡ ଅଧିନାୟକ ହ୍ୟାରି ବ୍ରୁକ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଟିମ ଇଣ୍ଡିଆ…

ମହାନଦୀ ବ୍ରିଜରୁ ଡେଇଁପଡିଲେ ଯୁବକ, କାହିଁକି ଜାଣନ୍ତୁ…

ସମ୍ବଲପୁର,୧୪।୭: ସମ୍ବଲପୁର ମହାନଦୀ ଚାଉଁରପୁର ବ୍ରିଜ୍‌ରୁ ଜଣେ ଯୁବକ ନଦୀକୁ ଡେଇଁପଡିଥିଲେ। ହେଲେ ଡେଇଁ ପଡିଥିବା ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ପରେ ତାଙ୍କୁ ମେଡିକାଲରେ…

ତାଇୱାନରେ ଚମକିଲା ନୂଆଖାଇ ବାଲୁକା କଳା: ଓମପ୍ରକାଶ କଲେ ବଡ଼ କାରନାମା

କର୍ଲାମୁଣ୍ଡା:୧୪/୭(ପ୍ରଦୀପ କୁମାର ସାହୁ):ଚଳିତ ମାସ ୪ ତାରିଖ ରୁ ୧୦ ରିଖ ପର୍ଯନ୍ତ ତାଇୱାନ ରେ ଅନୁଷ୍ଠିତ ଟଙ୍ଗସାଇଓ ଆନ୍ତର୍ଜାତୀୟ ବାଲୁକା କଳା ପ୍ରଦର୍ଶନୀରେ ଭାରତରୁ ପ୍ରତିନିଧିତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri