Posted inଖେଳ

ୟୁରୋକପ୍‌ ଫୁଟବଲ କ୍ୱାର୍ଟରରେ ଇଟାଲୀ, ନେଦରଲାଣ୍ଡର ବିପର୍ଯ୍ୟୟ

ଲଣ୍ଡନ,୨୮।୬: ଚଳିତ ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଚେକ୍‌ ଗଣରାଜ୍ୟ ଓ ଇଟାଲୀ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ରବିବାର ଅନୁଷ୍ଠିତ ରାଉଣ୍ଡ ଅଫ୍‌ ୧୬ର ପ୍ରଥମ ମ୍ୟାଚ୍‌ରେ ଚେକ୍‌ ଗଣରାଜ୍ୟ ୨-୦ ଗୋଲରେ ନେଦରଲାଣ୍ଡ୍ସକୁ ହରାଇ ବିପର୍ଯ୍ୟୟ ଘଟାଇବା ସହ କ୍ୱାର୍ଟରକୁ ଉଠିଛି। ପ୍ରଥମାର୍ଦ୍ଧରେ ନେଦରଲାଣ୍ଡ୍ସ କେତୋଟି ସୁବର୍ଣ୍ଣ ସୁଯୋଗ ହରାଇଥିଲା। ସେଣ୍ଟର ବ୍ୟାକ୍‌ ମାଥିସ୍‌ ଡି ଲିଟ୍‌ ୫୫ତମ ମିନିଟ୍‌ରେ ରେଡକାର୍ଡ ପାଇ ପଡିଆ ବାହାରକୁ ଯାଇଥିଲେ। ଏହାର ପ୍ରଭାବ ନେଦରଲାଣ୍ଡ୍ସ ପ୍ରଦର୍ଶନ ଉପରେ ପଡିଥିଲା। ଚେକ୍‌ ଗଣରାଜ୍ୟ ତରଫରୁ ଟୋମାସ ହୋଲ୍ସ ୬୮ ଓ ପାଟ୍ରିକ୍‌ ସିକ୍‌ ୮୦ତମ ମିନିଟ୍‌ରେ ଗୋଲ ଦେଇ ଦଳକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଯଥାସମ୍ଭବ ପ୍ରୟାସ କରିଥିଲେ ମଧ୍ୟ ନେଦରଲାଣ୍ଡ୍ସ ଗୋଲ ଦେଇପାରି ନ ଥିଲା। ଫଳରେ ଚେକ ଗଣରାଜ୍ୟ ବିଜୟୀ ହୋଇଥିଲା। ଶନିବାର ଇଟାଲୀ ୨-୧ ଗୋଲରେ ଅଷ୍ଟ୍ରିଆକୁ ପରାସ୍ତ କରି କ୍ୱାର୍ଟରକୁ ଉନ୍ନୀତ ହୋଇଛି। ଏହାପୂର୍ବରୁ ପ୍ରଥମ ମ୍ୟାଚ୍‌ରେ ଡେନମାର୍କ ୪-୦ ଗୋଲ ଓ୍ବେଲ୍ସକୁ ହରାଇ ପ୍ରଥମଦଳ ଭାବେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଥିଲା। ସ୍ଥାନୀୟ ଓ୍ବିମ୍ବଲେ ଷ୍ଟାଡିୟମରେ ଅଷ୍ଟ୍ରିଆକୁ ହରାଇବା ପାଇଁ ଇଟାଲୀକୁ ଖୁବ୍‌ ସଂଘର୍ଷ କରିବାକୁ ପଡିଥିଲା। ଅତିରିକ୍ତ ସମୟରେ ଇଟାଲୀ ତରଫରୁ ବିଜୟ ସୂଚକ ଗୋଲ ଦିଆଯାଇଥିଲା। ପ୍ରଥମ ଥର ପାଇଁ ଅଷ୍ଟ୍ରିଆ ଗ୍ରୁପ୍‌ ପର୍ଯ୍ୟାୟରେ ପ୍ରବେଶ କରିଥିଲା। ଏହାପୂର୍ବରୁ ପ୍ରତିଥର ଅଷ୍ଟ୍ରିଆ ଗ୍ରୁପ୍‌ ପର୍ଯ୍ୟାୟରେ ପରାସ୍ତ ହୋଇ ଟୁର୍ନାମେଣ୍ଟରୁ ବାଦ୍‌ ପଡିଆସୁଥିଲା। ଏଥିସହି ଇଟାଲୀ କ୍ରମାଗତ ଦ୍ୱାଦଶ ବିଜୟ ହାସଲ କରିଛି। ଇଟାଲୀ ପ୍ରଭାବ ବିସ୍ତାର କରି ଖେଳିଥିଲେ ମଧ୍ୟ ଗୋଲ ଦେବାକୁ ସଂଘର୍ଷ କରୁଥିବାର ଦେଖାଯାଇଥିଲା। ଇଟାଲୀ ଏବେ ମ୍ୟୁନିକ୍‌ରେ ଶୁକ୍ରବାର କ୍ୱାର୍ଟର ଫାଇନାଲ ମ୍ୟାଚରେ ରବିବାର ଦ୍ୱିତୀୟ ରାଉଣ୍ଡ ଅଫ୍‌ ୧୬ ମ୍ୟାଚ ବିଜେତା ଗତଥରର ଚାମ୍ପିୟନ ପର୍ତ୍ତୁଗାଲ କିମ୍ବା ବିଶ୍ୱର ୧ ନମ୍ବର ଦଳ ବେଲ୍‌ଜିୟମକୁ ଭେଟିବ।
ମ୍ୟାଚ ପ୍ରଥମ ଓ ଦ୍ୱିତୀୟାର୍ଦ୍ଧରେ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା ଓ ଗୋଲ ହୋଇପାରି ନ ଥିଲା। ଅତିରିକ୍ତ ସମୟରେ ଅର୍ଥାତ୍‌ ୯୫ତମ ମିନିଟ୍‌ରେ ଓ୍ବିଙ୍ଗର ଫେଡେରିକୋ ଚିଏସା ପ୍ରଥମ ଗୋଲ ଦେଇ ଇଟାଲୀକୁ ଅଗ୍ରଣୀ କରାଇଥିଲେ। ଏହାପରେ ୧୦୫ତମ ମିନିଟ୍‌ରେ ମାଟେଓ ପେସିନା ଗୋଲ ଦେଇ ଇଟାଲୀକୁ ୨-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ଅବଶ୍ୟ ଅଷ୍ଟ୍ରିଆ ମ୍ୟାଚ୍‌କୁ ପ୍ରତ୍ୟାବର୍ତ୍ତନ କରିଥିଲା। ୧୧୪ତମ ମିନିଟ୍‌ରେ ଅଷ୍ଟ୍ରିଆର ସାସା କାଲାଜିଚ୍‌ ଗୋଲ ଦେଇ ପରାଜୟ ବ୍ୟବଧାନକୁ କମାଇଥିଲେ। ଏହାପରେ ଉଭୟ ଦଳ ତରଫରୁ କୌଣସି ଗୋଲ ହୋଇ ନ ଥିଲା। ଶେଷରେ ଇଟାଲୀ ବିଜୟୀ ହୋଇଥିଲା ଓ ଅଷ୍ଟ୍ରିଆ ଟୁର୍ନାମେଣ୍ଟରୁ ବାଦ୍‌ ପଡିଥିଲା। କ୍ରମାଗତ ୧୨ଟି ବିଜୟ ହାସଲ କରିଥିବା ଇଟାଲୀ ଗତ ୩୧ଟି ମ୍ୟାଚରେ ଅପରାଜେୟ ରହିଛି। ୨୫ଟିରେ ବିଜୟୀ ହୋଇଥିବା ବେଳେ ୫ଟି ମ୍ୟାଚ ଇଟାଲୀ ଡ୍ର ରଖିଛି। ୨୦୧୮ରେ ଇଟାଲୀ ଶେଷଥର ପାଇଁ ମ୍ୟାଚ ହାରିଥିଲା। ସେତେବେଳ ପର୍ତ୍ତୁଗାଲ ଇଟାଲୀକୁ ହରାଇଥିଲା। ପୁଣି ଗତ ୧୮ଟି ୟୁରୋକପ୍‌ ମ୍ୟାଚରେ ଇଟାଲୀ ମାତ୍ର ୨ଟିରେ ପରାଜିତ ହୋଇଛି। ଦଳ ବିଜୟରେ ଇଟାଲୀ କୋଚ୍‌ ରୋବେର୍ଟୋ ମାନସିନି ଖୁସି ଜାହିର କରିଛନ୍ତି। ଅନ୍ୟପଟେ ଅଷ୍ଟ୍ରିଆ କୋଚ୍‌ ଫ୍ରାଙ୍କୋ ଫୋଡା ପରାଜୟ ପାଇଁ ଅସନ୍ତୋଷ ପ୍ରକଟ କରିଛନ୍ତି।
ଇଟାଲୀର ବିଶ୍ୱ ରେକର୍ଡ
ଏହି ମ୍ୟାଚରେ ଇଟାଲୀ ଏକ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ମୋଟ ଉପରେ ୧୯ ଘଣ୍ଟାଧରି ଇଟାଲୀ ଗୋଲ ବରଣ ନ କରିବାରେ ନିଜ ରେକର୍ଡକୁ ପଛରେ ପକାଇ ବିଶ୍ୱରେକର୍ଡ ସ୍ଥାପନ କରିଛି। କିନ୍ତୁ ୨୫ ମିନିଟ୍‌ ପରେ ଇଟାଲୀ ଗୋଲ ବରଣ କରିଥିଲା। ୧,୧୬୮ ମିନିଟ୍‌ ଧରି ଇଟାଲୀ ଗୋଲକିପର ଜିଆନଲୁଇଗି ଡୋନ୍ନାଦୁମ୍ମା ଦମ୍‌ଦାର ପ୍ରଦର୍ଶନ କରି ସବୁ ଆକ୍ରମଣକୁ ପ୍ରତିହତ କରିବାରେ ସକ୍ଷମ ହୋଇଥିଲେ। ଅଷ୍ଟ୍ରିଆ ଫରଓ୍ବାର୍ଡ ସାସା କାଲାଜିଚ୍‌ ହେଡ୍‌ ଜରିଆରେ ମ୍ୟାଚର ୧୧୪ତମ ମିନିଟ୍‌ରେ ଗୋଲ ଦେଇଥିଲେ ଓ ଇଟାଲୀ ଗୋଲ ବରଣ କରିଥିଲା। ପୂର୍ବରୁ ମଧ୍ୟ ଦୀର୍ଘ ସମୟଧରି ଗୋଲ ବରଣ ନ କରିବାରେ ଇଟାଲୀ ନାମରେ ରେକର୍ଡ ଥିଲା। ୧୯୭୨ରୁ ୧୯୭୪ ମଧ୍ୟରେ ଇଟାଲୀ ୧,୧୪୩ ମିନିଟ୍‌ ଧରି ଗୋଲ ବରଣ କରି ନ ଥିଲା। ଏହାର ଶ୍ରେୟ ସେତେବେଳର ଗୋଲକିପର ଡିନୋ ଜୋଫ୍‌ଙ୍କୁ ଦିଆଯାଇଥିଲା।
କ୍ୟାପଶନ: ବିଜୟ ହାସଲ ପରେ ଇଟାଲୀ ଖେଳାଳି ଖୁସି ମନାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri