Posted inଖେଳ

ୟୁରୋକପ୍‌ ଫାଇନାଲରେ ଇଟାଲୀ: ପେନାଲ୍ଟିରେ ହାରିଲା ସ୍ପେନ୍‌

ଲଣ୍ଡନ,୮।୭: ଇଟାଲୀ ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମୁକାବିଲାରେ ଇଟାଲୀ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ସ୍ପେନ୍‌କୁ ୪-୨ ବ୍ୟବଧାନରେ ହରାଇ ଫାଇନାଲ ଟିକେଟ ହାସଲ କରିଛି। ଏବେ ରବିବାର ଫାଇନାଲ ମ୍ୟାଚ୍‌ରେ ଇଟାଲୀ ଦ୍ୱିତୀୟ ସେମିଫାଇନାଲ ବିଜେତା ଇଂଲଣ୍ଡ କିମ୍ବା ଡେନ୍‌ମାର୍କକୁ ଭେଟିବ। ବୁଧବାର ବିଳମ୍ବିତ ରାତିରେ ଓ୍ବିମ୍ବଲିରେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ।
ସ୍ପେନ୍‌ ଓ ଇଟାଲୀ ପରସ୍ପରକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ନିର୍ଦ୍ଧାରିତ ସମୟ ଶେଷ ହେବା ବେଳକୁ ଉଭୟ ଦଳ ତରଫର ଗୋଟିଏ ଲେଖାଏ ଗୋଲ ସ୍କୋର ହୋଇଥିଲା। ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ସ୍ପେନ୍‌ କିନ୍ତୁ ଅଧିକ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଇଟାଲୀ ଅପେକ୍ଷା ସ୍ପେନ୍‌ ପାଖାପାଖି ଦୁଇଗୁଣା ଅଧିକ ସମୟ ବଲ୍‌ ନିଜ ପାଖରେ ରଖିଥିଲା। ସ୍ପେନ୍‌ ଦୁଇଗୁଣାରୁ ଅଧିକ ପାସ୍‌ ପ୍ରଦାନ କରିଥିଲା। ପାସ୍‌ ଆକ୍ୟୁରେସିରେ ମଧ୍ୟ ସ୍ପେନ୍‌ ଯଥେଷ୍ଟ ଆଗରେ ଥିଲା। ତେବେ ୬୦ତମ ମିନିଟ୍‌ରେ ଇଟାଲୀର ଫେଡେରିକୋ କିଏସା ମ୍ୟାଚ୍‌ର ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ୮୦ତମ ମିନିଟ୍‌ରେ ସ୍ପେନ୍‌ର ଅଲଭାରୋ ମୋରାଟା ଗୋଲ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ନିର୍ଦ୍ଧାରିତ ସମୟରେ ଆଉ ଅଧିକ ଗୋଲ ସ୍କୋର ନ ହେବାରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା।
ଏହାପରେ ଅତିରିକ୍ତି ସମୟର ଖେଳ ହୋଇଥିଲା। ତେବେ କୌଣସି ଫଳାଫଳ ମିଳି ନ ଥିଲା। ପ୍ରଥମେ ସ୍ପେନ୍‌ ପୂରା ଇଟାଲୀ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ସ୍ପେନ୍‌ ୫ ଥର ଗୋଲ ଆଟାକ କରିଥିଲା। କିନ୍ତୁ ଇଟାଲୀ ଥରେ ମାତ୍ର ଗୋଲ ଆଟାକ କରିଥିଲା। ଫଳାଫଳ ନିର୍ଣ୍ଣୟ କରିବାକୁ ପେନାଲ୍ଟି ଶୁଟ୍‌ ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ ଇଟାଲୀ ୪-୨ରେ ବାଜି ମାରିଥିଲା। ପେନାଲ୍ଟିରେ ଇଟାଲୀ ତରଫରୁ ଆଣ୍ଡ୍ରିଆ ବେଲୋତି, ଲିଓନାଡ୍ରୋ ବେନୁଚି, ଫେଡାରିକୋ ବର୍ନଡିସ୍କି ଓ ଜର୍ଜିନୋ ଗୋଲ ସ୍କୋର କରିଥିଲେ। ତେବେ ଇଟାଲୀ ପାଇଁ ମାନୁଏଲ ଲୋକାଟେଲି ଗୋଲ କରିବାରେ ବିଫଳ ହୋଇଥିଲେ। ଅନ୍ୟପଟେ ସ୍ପେନ୍‌ ତରଫରୁ ଜେରାର୍ଡ ମୋରିନୋ ଓ ଥିଆଗୋ ଅଲକାନ୍ତ୍ରା ଗୋଲ ଦେଇଥିବା ବେଳେ ଡାନି ଓଲମୋ ଓ ଅଲଭାରୋ ମୋରାଟା ଗୋଲ ଦେଇପାରି ନ ଥିଲେ।
ଏଥର ଇଟାଲୀ ସଫଳ ହେଲେ ଦ୍ୱିତୀୟ ୟୁରୋକପ୍‌ ଟାଇଟଲ ହାସଲ କରିବ। ଟାଇଟଲ ହାସଲରୁ ଇଟାଲୀ ଗୋଟିଏ ପାଦ ଦୂରରେ ରହିଛି। ୯ ବର୍ଷ ପରେ ଇଟାଲୀ ୟୁରୋ ଫାଇନାଲରେ ପ୍ରବେଶ କରିଛି। ୨୦୧୨ ଫାଇନାଲରେ ସ୍ପେନ୍‌ଠାରୁ ଇଟାଲୀ ପରାସ୍ତ ହୋଇଥିଲା। ଇଟାଲୀ ଦଶମଥର କୌଣସି ମେଜର ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ତେବେ ଜର୍ମାନୀ ସର୍ବାଧିକ ୧୪ଥର କୌଣସି ମେଜର ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛି। ଏଥିସହ କ୍ରମାଗତ ୩୩ଟି ମ୍ୟାଚ୍‌ରେ ଇଟାଲୀ ଅପରାଜେୟ ରହି ରେକର୍ଡ କରିଛି। ଚତୁର୍ଥଥର ପାଇଁ ଇଟାଲୀ ୟୁରୋ ଫାଇନାଲ ଖେଳିବ। ୧୯୬୮ରେ ଇଟାଲୀ ଶେଷ ଥର ପାଇଁ ୟୁରୋକପ୍‌ ଟାଇଟଲ ହାସଲ କରିଥିଲା। ତେବେ ଦଳ ଆଶ୍ଚର୍ଯ୍ୟଜନକ ଭାବେ ୨୦୧୮ ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲା। ଅନ୍ୟପଟେ ସ୍ପେନ୍‌ ୩ଥର ୟୁରୋକପ୍‌ ଟାଇଟଲ ହାସଲ କରିଛି।
ଏହାପୂର୍ବରୁ ରାଉଣ୍ଡ ଅଫ୍‌ ୧୬ରେ ଇଟାଲୀ ୨-୧ ଗୋଲରେ ଅଷ୍ଟ୍ରିଆକୁ ଓ କ୍ୱାର୍ଟର ଫାଇନାଲରେ ୨-୧ ଗୋଲରେ ବେଲ୍‌ଜିୟମକୁ ହରାଇଥିଲା। ସେହିପରି ସ୍ପେନ୍‌ ୫-୩ ଗୋଲରେ କ୍ରୋଏସିଆକୁ ରାଉଣ୍ଡ ଅଫ୍‌ ୧୬ରେ ହରାଇଥିଲା। ସେହିପରି କ୍ୱାର୍ଟରରେ ସ୍ପେନ୍‌ ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ସୁଇଜରଲାଣ୍ଡକୁ ହରାଇ ଅଗ୍ରଗତି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IPLରେ ଇତିହାସ ରଚିଲେ ମହମ୍ମଦ ଶାମି, ୪ ଓଭରରେ…

ନୂଆଦିଲ୍ଲୀ,୫।୪: ମହମ୍ମଦ ଶାମି ୨୦୨୬ IPL ସିଜିନରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (LSG) ପାଇଁ ଖେଳୁଛନ୍ତି। ବର୍ତ୍ତମାନ ଟୁର୍ଣ୍ଣାମେଣ୍ଟର ୧୦ମ ଲିଗ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ…

Shubman Gillଙ୍କୁ ନେଇ ଆସିଲା ବଡ଼ ଅପଡେଟ, ଜାଣନ୍ତୁ କ’ଣ କହିଲେ କୋଚ

ନୂଆଦିଲ୍ଲୀ,୫।୪: ଶୁବମନ ଗିଲ ଶନିବାର ଅହମଦାବାଦରେ ଗୁଜରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଅନୁଷ୍ଠିତ ଆଇପିଏଲ ୨୦୨୬ର ୯ମ ମ୍ୟାଚ ଖେଳିପାରି ନଥିଲେ। ତାଙ୍କ ଅନୁପସ୍ଥିତିରେ…

କାହିଁକି ଚର୍ଚ୍ଚାରେ ରିୟାନ ପରାଗଙ୍କ ସେଲିବ୍ରେଶନ? ଗୁଜରାଟକୁ ହରାଇବା ପରେ ସେ ପଡ଼ିଆରେ କ’ଣ କରିଥିଲେ? ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୫।୪: ଇଣ୍ଡିଆନ ପ୍ରିମିୟର ଲିଗର ନୂଆ ସିଜିନରେ ଜଣେ ନୂତନ ପୂର୍ଣ୍ଣକାଳୀନ ଅଧିନାୟକଙ୍କ ସହିତ ପ୍ରବେଶ କରି, ରାଜସ୍ଥାନ ରୟାଲ୍ସ କ୍ରିକେଟର ଏକ ଚମତ୍କାର ପ୍ରଦର୍ଶନ କରିଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଶ୍ରେୟଶଙ୍କୁ ୨୪ ଲକ୍ଷ ଟଙ୍କା ଜରିମାନା

ଚେନ୍ନାଇ, ୪ା୪: ସ୍ଥାନୀୟ ଏମ୍‌.ଏ. ଚିଦାମ୍ୱରମ ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଆଇପିଏଲ୍‌ ମ୍ୟାଚରେ ଏକ ସ୍ଲୋ-ଓଭର ରେଟ୍‌ ପାଇଁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ଶ୍ରେୟସ…

ସିଏସ୍‌କେ ପରାଜୟର କାରଣ କହିଲେ ଗାଭାସ୍କର

ଚେନ୍ନାଇ,୪ା୪: ଭାରତର କିମ୍ୱଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ମତରେ ୫ ଥରର ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ପାଇଁ ସେମାନଙ୍କର ବୋଲିଂ ସବୁଠୁ ବଡ଼ ସମସ୍ୟା।…

IPL 2026: ସିଜନ ମଧ୍ୟ ଭାଗରୁ ଘରକୁ ଫରିଲେ ଏହି ଖେଳାଳି, ବଢିଲା SRHର ଟେନସନ!

ନୂଆଦିଲ୍ଲୀ,୪।୪: IPL 2026 ଆରମ୍ଭ ହେବାର ମାତ୍ର କିଛି ଦିନ ହୋଇଛି। ଦଳଗୁଡ଼ିକ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଲୟ ପାଇ ନଥିବା ବେଳେ, ଗୋଟିଏ ଫ୍ରାଞ୍ଚାଇଜ ପୂର୍ବରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri