Posted inଖେଳ

ୟୁରୋକପ୍‌ ଫାଇନାଲରେ ଇଟାଲୀ: ପେନାଲ୍ଟିରେ ହାରିଲା ସ୍ପେନ୍‌

ଲଣ୍ଡନ,୮।୭: ଇଟାଲୀ ୟୁରୋକପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ପ୍ରଥମ ସେମିଫାଇନାଲ ମୁକାବିଲାରେ ଇଟାଲୀ ପେନାଲ୍ଟି ଶୁଟ୍‌ଆଉଟ୍‌ରେ ସ୍ପେନ୍‌କୁ ୪-୨ ବ୍ୟବଧାନରେ ହରାଇ ଫାଇନାଲ ଟିକେଟ ହାସଲ କରିଛି। ଏବେ ରବିବାର ଫାଇନାଲ ମ୍ୟାଚ୍‌ରେ ଇଟାଲୀ ଦ୍ୱିତୀୟ ସେମିଫାଇନାଲ ବିଜେତା ଇଂଲଣ୍ଡ କିମ୍ବା ଡେନ୍‌ମାର୍କକୁ ଭେଟିବ। ବୁଧବାର ବିଳମ୍ବିତ ରାତିରେ ଓ୍ବିମ୍ବଲିରେ ଏହି ନିର୍ଣ୍ଣାୟକ ମ୍ୟାଚ୍‌ ଖେଳାଯିବ।
ସ୍ପେନ୍‌ ଓ ଇଟାଲୀ ପରସ୍ପରକୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ। ନିର୍ଦ୍ଧାରିତ ସମୟ ଶେଷ ହେବା ବେଳକୁ ଉଭୟ ଦଳ ତରଫର ଗୋଟିଏ ଲେଖାଏ ଗୋଲ ସ୍କୋର ହୋଇଥିଲା। ମ୍ୟାଚ୍‌ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ସ୍ପେନ୍‌ କିନ୍ତୁ ଅଧିକ ପ୍ରଭାବୀ ପ୍ରଦର୍ଶନ କରିଥିଲା। ଇଟାଲୀ ଅପେକ୍ଷା ସ୍ପେନ୍‌ ପାଖାପାଖି ଦୁଇଗୁଣା ଅଧିକ ସମୟ ବଲ୍‌ ନିଜ ପାଖରେ ରଖିଥିଲା। ସ୍ପେନ୍‌ ଦୁଇଗୁଣାରୁ ଅଧିକ ପାସ୍‌ ପ୍ରଦାନ କରିଥିଲା। ପାସ୍‌ ଆକ୍ୟୁରେସିରେ ମଧ୍ୟ ସ୍ପେନ୍‌ ଯଥେଷ୍ଟ ଆଗରେ ଥିଲା। ତେବେ ୬୦ତମ ମିନିଟ୍‌ରେ ଇଟାଲୀର ଫେଡେରିକୋ କିଏସା ମ୍ୟାଚ୍‌ର ପ୍ରଥମ ଗୋଲ ଦେଇ ଦଳକୁ ୧-୦ରେ ଅଗ୍ରଣୀ କରାଇଥିଲେ। ଏହାପରେ ୮୦ତମ ମିନିଟ୍‌ରେ ସ୍ପେନ୍‌ର ଅଲଭାରୋ ମୋରାଟା ଗୋଲ ଦେଇ ମ୍ୟାଚ୍‌କୁ ବରାବର ସ୍ଥିତିକୁ ଆଣିଥିଲେ। ନିର୍ଦ୍ଧାରିତ ସମୟରେ ଆଉ ଅଧିକ ଗୋଲ ସ୍କୋର ନ ହେବାରୁ ମ୍ୟାଚ୍‌ ଅମୀମାଂସିତ ରହିଥିଲା।
ଏହାପରେ ଅତିରିକ୍ତି ସମୟର ଖେଳ ହୋଇଥିଲା। ତେବେ କୌଣସି ଫଳାଫଳ ମିଳି ନ ଥିଲା। ପ୍ରଥମେ ସ୍ପେନ୍‌ ପୂରା ଇଟାଲୀ ଉପରେ ପ୍ରଭାବ ବିସ୍ତାର କରି ଖେଳିଥିଲା। ସ୍ପେନ୍‌ ୫ ଥର ଗୋଲ ଆଟାକ କରିଥିଲା। କିନ୍ତୁ ଇଟାଲୀ ଥରେ ମାତ୍ର ଗୋଲ ଆଟାକ କରିଥିଲା। ଫଳାଫଳ ନିର୍ଣ୍ଣୟ କରିବାକୁ ପେନାଲ୍ଟି ଶୁଟ୍‌ ଆଉଟ୍‌ର ସହାୟତା ନିଆଯାଇଥିଲା। ଏଥିରେ ଇଟାଲୀ ୪-୨ରେ ବାଜି ମାରିଥିଲା। ପେନାଲ୍ଟିରେ ଇଟାଲୀ ତରଫରୁ ଆଣ୍ଡ୍ରିଆ ବେଲୋତି, ଲିଓନାଡ୍ରୋ ବେନୁଚି, ଫେଡାରିକୋ ବର୍ନଡିସ୍କି ଓ ଜର୍ଜିନୋ ଗୋଲ ସ୍କୋର କରିଥିଲେ। ତେବେ ଇଟାଲୀ ପାଇଁ ମାନୁଏଲ ଲୋକାଟେଲି ଗୋଲ କରିବାରେ ବିଫଳ ହୋଇଥିଲେ। ଅନ୍ୟପଟେ ସ୍ପେନ୍‌ ତରଫରୁ ଜେରାର୍ଡ ମୋରିନୋ ଓ ଥିଆଗୋ ଅଲକାନ୍ତ୍ରା ଗୋଲ ଦେଇଥିବା ବେଳେ ଡାନି ଓଲମୋ ଓ ଅଲଭାରୋ ମୋରାଟା ଗୋଲ ଦେଇପାରି ନ ଥିଲେ।
ଏଥର ଇଟାଲୀ ସଫଳ ହେଲେ ଦ୍ୱିତୀୟ ୟୁରୋକପ୍‌ ଟାଇଟଲ ହାସଲ କରିବ। ଟାଇଟଲ ହାସଲରୁ ଇଟାଲୀ ଗୋଟିଏ ପାଦ ଦୂରରେ ରହିଛି। ୯ ବର୍ଷ ପରେ ଇଟାଲୀ ୟୁରୋ ଫାଇନାଲରେ ପ୍ରବେଶ କରିଛି। ୨୦୧୨ ଫାଇନାଲରେ ସ୍ପେନ୍‌ଠାରୁ ଇଟାଲୀ ପରାସ୍ତ ହୋଇଥିଲା। ଇଟାଲୀ ଦଶମଥର କୌଣସି ମେଜର ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ତେବେ ଜର୍ମାନୀ ସର୍ବାଧିକ ୧୪ଥର କୌଣସି ମେଜର ଟୁର୍ନାମେଣ୍ଟ ଫାଇନାଲରେ ପ୍ରବେଶ କରିଛି। ଏଥିସହ କ୍ରମାଗତ ୩୩ଟି ମ୍ୟାଚ୍‌ରେ ଇଟାଲୀ ଅପରାଜେୟ ରହି ରେକର୍ଡ କରିଛି। ଚତୁର୍ଥଥର ପାଇଁ ଇଟାଲୀ ୟୁରୋ ଫାଇନାଲ ଖେଳିବ। ୧୯୬୮ରେ ଇଟାଲୀ ଶେଷ ଥର ପାଇଁ ୟୁରୋକପ୍‌ ଟାଇଟଲ ହାସଲ କରିଥିଲା। ତେବେ ଦଳ ଆଶ୍ଚର୍ଯ୍ୟଜନକ ଭାବେ ୨୦୧୮ ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିପାରି ନ ଥିଲା। ଅନ୍ୟପଟେ ସ୍ପେନ୍‌ ୩ଥର ୟୁରୋକପ୍‌ ଟାଇଟଲ ହାସଲ କରିଛି।
ଏହାପୂର୍ବରୁ ରାଉଣ୍ଡ ଅଫ୍‌ ୧୬ରେ ଇଟାଲୀ ୨-୧ ଗୋଲରେ ଅଷ୍ଟ୍ରିଆକୁ ଓ କ୍ୱାର୍ଟର ଫାଇନାଲରେ ୨-୧ ଗୋଲରେ ବେଲ୍‌ଜିୟମକୁ ହରାଇଥିଲା। ସେହିପରି ସ୍ପେନ୍‌ ୫-୩ ଗୋଲରେ କ୍ରୋଏସିଆକୁ ରାଉଣ୍ଡ ଅଫ୍‌ ୧୬ରେ ହରାଇଥିଲା। ସେହିପରି କ୍ୱାର୍ଟରରେ ସ୍ପେନ୍‌ ପେନାଲ୍ଟି ଶୁଟ୍‌ ଆଉଟ୍‌ରେ ସୁଇଜରଲାଣ୍ଡକୁ ହରାଇ ଅଗ୍ରଗତି କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ-ରୋହିତଙ୍କୁ ଟେଷ୍ଟରୁ ଅବସର ନେବାକୁ କରାଯାଇଥିଲା ବାଧ୍ୟ! ଏହି ଖେଳାଳିଙ୍କ ବୟାନ ପରେ କ୍ରିକେଟ ଜଗତରେ ଝଡ

ନୂଆଦିଲ୍ଲୀ,୩୧।୧୨: କ୍ରିକେଟର ଦୁଇ ବଡ ନାମ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ହଠାତ୍‌ ଟେଷ୍ଟ କ୍ରିକେଟରୁ ଅବସରକୁ ନେଇ ଚର୍ଚ୍ଚା ପୁଣି ଥରେ ତୀବ୍ର...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

ଟି-୨୦ ବିଶ୍ୱକପରୁ ବାଦ୍‌ ପଡିଲେ ଏହି ୩ ଷ୍ଟାର ଖେଳାଳି, ଆଇପିଏଲ ନିଲାମରେ କୋଟି କୋଟି ଟଙ୍କା ମିଳି ମଧ୍ୟ…

ନୂଆଦିଲ୍ଲୀ,୩୦।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଇଂଲଣ୍ଡର ଦଳ ଘୋଷଣା କରାଯାଇଛି। ଇସିବି ଅସ୍ଥାୟୀ ଦଳ ପ୍ରକାଶ କରିଛି। ଦଳରେ ହ୍ୟାରି ବ୍ରୁକ (ଅଧିନାୟକ), ଜୋଫ୍ରା...

ବଲିଉଡ ଅଭିନେତ୍ରୀଙ୍କ ବିସ୍ଫୋରକ ବୟାନ, ବିବାହିତ ସୂରିୟାଙ୍କୁ ନେଇ ଚର୍ଚ୍ଚା

ମୁମ୍ବାଇ,୩୦।୧୨: ଭାରତୀୟ ଟି-୨୦ କ୍ରିକେଟ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ନେଇ ଚାଞ୍ଚଲ୍ୟକର ଦାବି କରିଛନ୍ତି ବଲିଉଡ ଅଭିନେତ୍ରୀ। ପୂର୍ବରୁ ଅନେକ ଅଭିନେତ୍ରୀଙ୍କ ସହିତ କ୍ରିକେଟରଙ୍କ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri