ବର୍ଷା ହେଲେ ବଞ୍ଚିବ

ଆଠମଲ୍ଲିକ,୨୪ା୮(ଡି.ଏନ.ଏ.) ଆଷାଢ଼ରେ ହୋଇଥିଲା ନିଅଣ୍ଟିଆ ବର୍ଷା। ତଥାପି ଶ୍ରାବଣକୁ ଆଶା ରଖି ଚାଷୀ ବଢ଼ିଥିଲେ ଆଗକୁ। ରୁଆ ବେଉଷଣ କାର୍ଯ୍ୟ ପ୍ରାୟ ଏକ ତୃତୀୟାଂଶ ଶେଷ ହୋଇଯାଇଥିଲା। ଭଲ କରି ଅସରାଏ କି ଦୁଇ ଅସରା ବର୍ଷା ହୋଇଥିଲେ, ବାକି ଜମିରେ ଚାଷ ଏଇ ମାସରେ ସରିଯାଇଥାନ୍ତା। ହେଲେ ଶ୍ରାବଣରେ ଆବଶ୍ୟକତାର ମାତ୍ର ୧ ପ୍ରତିଶତ ବର୍ଷା ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ପଡ଼ିଆ ଜମି ଚଷିବା ତ ଦୂରର କଥା, ହୋଇଥିବା ଫସଲ କିପରି ରକ୍ଷା କରାଯିବ ତାହାକୁ ନେଇ ଚାଷୀକୁଳରେ ଏବେ ଭାଳେଣି ପଡ଼ିଯାଇଛି। ଭାଦ୍ରବ ଆରମ୍ଭରେ ଭଲ ବର୍ଷା ହେଲେ ହଳଦିଆ ପଡ଼ିଆଯାଇଥିବା ଧାନ ଗଛ ବଞ୍ଚିଯିବ। ନ ହେଲେ ଚାଷ ଉଜୁଡିବାକୁ ଅଧିକ ସମୟ ଲାଗିବ ନାହିଁ।
ଆଠମଲ୍ଲିକ ବ୍ଲକରେ ମୋଟ ୩୬ ହଜାର ୭୮ ହେକ୍ଟର ଚାଷ ଜମି ରହିଛି। ସେଥିରୁ ୧୨ ହଜାର ୧୮୬ ହେକ୍ଟରରେ କେବଳ ଧାନ ଚାଷ ହୋଇଥାଏ। ହେଲେ ଚଳିତବର୍ଷ ଆବଶ୍ୟକ ବର୍ଷା ଅଭାବରୁ ୯ ହଜାର ୭୧୧ ହେକ୍ଟରରେ ଧାନ ଚାଷ ହୋଇପାରିଛି। ବର୍ତ୍ତମାନ ସୁଦ୍ଧା ୨ ହଜାର ୪୭୫ ହେକ୍ଟର ଜମି ପଡିଆ ପଡିଛି। ଧାନ ଚାଷ ପାଇଁ ଆଷାଢ଼ ମାସରେ ୩୪୭.୭ ମିଲିମିଟର ବର୍ଷା ଦରକାର ଥିବାବେଳେ ହୋଇଛି ୨୦୧.୮ ମିଲିମିଟର। ରୁଆ ବେଉଷଣ ପାଇଁ ଏହା ପର୍ଯ୍ୟାପ୍ତ ହୋଇ ନ ଥିଲେ ମଧ୍ୟ ଚାଷୀମାନେ ବିଲକୁ କାଦୁଅ କରି ଚାଷ କାର୍ଯ୍ୟ ଆଗେଇ ନେଇଥିଲେ। ଶ୍ରାବଣ ମାସରେ ମୂଷଳ ଧାରାରେ ବର୍ଷା ହେବାର ଆଶା ଥିବାରୁ ବଳକା ଜମି ଚଷିବା ଶୀଘ୍ର ଶେଷ ହେବ ବୋଲି ସେମାନେ ଭାବି ନେଇଥିଲେ। କିନ୍ତୁ ଶ୍ରାବଣ ମାସରେ ୩୫୭.୫ ମିଲିମିଟର ସ୍ଥାନରେ ହୋଇଛି ମାତ୍ର ୩ ମିଲିମିଟର ବର୍ଷା। ଫଳରେ ପଡ଼ିଆ ପଡ଼ିଥିବା ଜମିରେ ରୁଆ କାର୍ଯ୍ୟ କରିବାକୁ ଆଶାବ୍ୟକ୍ତ କରିଥିବା ଚାଷୀମାନେ ସମ୍ପୂର୍ଣ୍ଣ ନିରାଶ ହେବା ସହ କରାଯାଇଥିବା ଚାଷକୁ କିପରି ରକ୍ଷା କରାଯାଇ ପାରିବ ତାହାକୁ ନେଇ ମନସ୍ତାପରେ ଅଛନ୍ତି। ବ୍ଲକ ଅଞ୍ଚଳର ଠାକୁରଗଡ଼, ଆମ୍ବସରମୁଣ୍ଡା, ମଇମୁରା, ସାନହୁଲା, କୃତ୍ତିବାସପୁର, ପେଡ଼ିପଥର, ଟାପଢ଼ୋଲ, ସପଘରା, କୁରୁମଟାପ, କନ୍ତପଡ଼ା, ପାଇକସାହି, ନଅଗାଁ, ଅଏଡା, ଜାମୁଡୋଲି, ପୁରୁଣାମାଣିତ୍ରୀ, କିଆକଟା, ଟୁସର, ବାସୁଦେବପୁର ଆଦି ପଞ୍ଚାୟତରେ ଧାନରୁଆ ଯାଇଥିବା ଜମି ଫାଟି ଅଁା କଲାଣି। ଶୀଘ୍ର ଜୋରଦାର ବର୍ଷା ନ ହେଲେ ଧାନ ଗଛ ସବୁ ମରିଯିବା ଏକପ୍ରକାର ନିଶ୍ଚିତ। ସେହିପରି ମାନଜୋର ଡ୍ୟାମ୍‌ ଉପରେ ନିର୍ଭର କରୁଥିବା କମ୍ପଲା, କନ୍ଧପଡା, ମାଧପୁର, ଲୁଣାହଣ୍ଡି ପଞ୍ଚାୟତର ଚାଷୀମାନଙ୍କ ଜମିକୁ ଠିକ୍‌ ଭାବେ ଜଳ ଯୋଗାଣ ହୋଇପାରୁ ନାହିଁ। କେନାଲ ମାଧ୍ୟମରେ ଯାଉଥିବା ପାଣିର ୫୦ ପ୍ରତିଶତ ବିଲ ନିକଟରେ ପହଞ୍ଚୁଛି। କେତେବେଳେ କେମିତି ହେଉଥିବା ଝିପିଝିପି ବର୍ଷା ଚାଷ ବଞ୍ଚାଇବାକୁ ପର୍ଯ୍ୟାପ୍ତ ହେବନି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଆଠମଲ୍ଲିକ ସହକାରୀ କୃଷି ଅଧିକାରୀ ରାଜେନ୍ଦ୍ର କୁମାର ଦାସ କହିଛନ୍ତି, ବର୍ଷା ଅଭାବରୁ ଚାଷ ଗଭୀର ଭାବେ ପ୍ରଭାବିତ ହୋଇଛି। ଧାନ ଗଛ ସବୁ ହଳଦିଆ ପଡିଯାଇଛି। ଜୋରଦାର ବର୍ଷା ହେଲେ ଚାଷ ବଞ୍ଚିଯିବ।
ବିଳମ୍ବିତ ବର୍ଷା କାମରେ ଆସିବନି
ବର୍ଷା ଅଭାବରୁ ଆଠମଲ୍ଲିକ ବ୍ଲକରେ କୃଷି କାର୍ଯ୍ୟରେ ଘୋର ସଂକଟ ସୃଷ୍ଟି ହୋଇଛି। ଚାଷ ସମୟ ଗଡ଼ିଯାଉଥିବାରୁ ବିଳମ୍ବିତ ବର୍ଷା ଆଉ କାର୍ଯ୍ୟରେ ଲାଗିବ ନାହିଁ। ଏଥିଯୋଗୁ ଚାଷୀମାନଙ୍କ ମନରେ ହତାଶଭାବ ଦେଖାଦେଇଛି।
-ଅଞ୍ଜନ କୁମାର ପ୍ରଧାନ, ଚାଷୀ ନେତା
ମେଗା ଜଳସେଚନ ପ୍ରକଳ୍ପ ହେଉ
ଲୁହାସିଂହା ପଞ୍ଚାୟତରେ କରାଯାଇଥିବା ଚାଷ ନଷ୍ଟ ହୋଇଯିବାକୁ ବସିଛି। ବର୍ଷା ଅଭାବରୁ ରୁଆ ଯାଇଥିବା ଧାନ ଗଛ ମରିଯାଉଛି। ମେଗା ଜଳସେଚନ ପ୍ରକଳ୍ପ ଶୀଘ୍ର କାର୍ଯ୍ୟକାରୀ ହେଲେ ଚାଷୀମାନେ ଆଶ୍ବସ୍ତି ଅନୁଭବ କରିପାରନ୍ତେ।
-ସୁଦର୍ଶନ ଗାଇଗରିଆ, ଚାଷୀ
ଚାଷକୁ ଘୋର କ୍ଷତି ପହଞ୍ଚିଛି
ଚାଷ ଜମି ସବୁ ଫାଟି ଆଁ କରିଛି। ନିଅଣ୍ଟିଆ ବର୍ଷା ସାଙ୍ଗକୁ ଜଳସେଚନର ଅଭାବ ଆଠମଲ୍ଲିକ ବ୍ଲକରେ ଚାଷକୁ ଘୋର କ୍ଷତି ପହଞ୍ଚାଇଛି। ଶୀଘ୍ର ଭଲ ବର୍ଷା ନ ହେଲେ ଚାଷୀମାନେ ମରୁଡି ସମସ୍ୟାରେ ପଡ଼ିବେ ବୋଲି ଆଶଙ୍କା କରାଯାଉଛି।
-ଶତ୍ରୁଘ୍ନ ସାହୁ, ଠାକୁରଗଡ଼
ପଡ଼ିଆ ଜମି ଚଷି ହେବନି
ଶ୍ରାବଣରେ ଆବଶ୍ୟକ ବର୍ଷା ହେଲାନାହିଁ l ଭାଦ୍ରବରେ ବର୍ଷା ହେଲେ ମଧ୍ୟ ପଡ଼ିଆ ଜମି ଚଷି ହେବ ନାହିଁ। କେବଳ କିଛି ଭାଗ ରୁଆ ବଞ୍ଚିଯିବ ବୋଲି ଆଶା କରାଯାଉଛି। ଏନ୍‌ଏସି ଅଞ୍ଚଳର ଜମିକୁ ଜଳସେଚନ ବ୍ୟବସ୍ଥା କରାଯାଉ।
-ମାନଭଞ୍ଜନ ଭୁକ୍ତା, ଚାଷୀ
୨୦ ପଞ୍ଚାୟତରେ ଜଳସେଚନ ବ୍ୟବସ୍ଥା ନାହିଁ
ମାନଜୋର ଡ୍ୟାମ୍‌ରୁ କେବଳ ୪ଟି ପଞ୍ଚାୟତର ଜମିକୁ ପାଣି ଯାଉଛି। ବାକି ୨୦ଟି ପଞ୍ଚାୟତରେ ଜଳସେଚନ ବ୍ୟବସ୍ଥା ନାହିଁ। ଏସବୁ ଅଞ୍ଚଳ ସହ ଆଠମଲ୍ଲିକ ସହର ତଳି ଅଞ୍ଚଳରେ ଥିବା ଜମି ଚାଷ ବର୍ଷା ଉପରେ ନିର୍ଭରଶୀଳ।
-ସଂକୀର୍ତ୍ତନ ମେଣ୍ଡୁଲି, ଆଠମଲ୍ଲିକ

 


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ କଲାପତରିଆ ବାଘ ଆତଙ୍କ: ମୁଖ୍ୟ ରାସ୍ତାରେ ମୁହାଁମୁହିଁ ହେଲେ କାର ଚାଳକ, Video ଭାଇରାଲ

ଥୁଆମୂଳ ରାମପୁର, ୨୫/୦୩ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ତଳଆମ୍ବ ପଦର ଗ୍ରାମ ପଞ୍ଚାୟତ ଅଞ୍ଚଳରେ ଏକ କଲାପତରିଆ ବାଘ ବୁଲୁଥିବା ଖବର…

ଥାନା ସମ୍ମୁଖରେ ଯୁବକଙ୍କୁ ଆକ୍ରମଣ ଘଟଣା, ୪ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ…

ବରଗଡ଼,୨୫।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ସମ୍ମୁଖ ହାଟପଦାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘଟିତ ଆକ୍ରମଣ ଘଟଣାର ୪ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ,…

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri