ଆସନ୍ତା ଶିକ୍ଷାବର୍ଷରୁ ହେବ କାର୍ଯ୍ୟକ୍ଷମ

ପୁରୀ ଅଫିସ, ୮ା୧୦:ଆସନ୍ତା ଶିକ୍ଷାବର୍ଷରୁ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବୁଧବାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବାଲିଗୁଆଳିସ୍ଥିତ କଲେଜ ପରିସରକୁ ଯାଇ ଭିତ୍ତିଭୂମି ତଦାରଖ କରିଛନ୍ତି। କେତେ କାମ ସରିଛି, ଆଉ କ’ଣ ବାକି ରହିଛି ତାହା ଅନୁଧ୍ୟାନ କରିଛନ୍ତି। ପରେ ଜିଲାପାଳଙ୍କ ସହ ଏ ନେଇ ଏକ ବୈଠକରେ ଆଲୋଚନା କରିଛନ୍ତି। ଆସନ୍ତା ଶିକ୍ଷାବର୍ଷରୁ ଏଠାରେ ନାମଲେଖା ଓ ପାଠପଢା ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ବଳକା କାମ ଶୀଘ୍ର ଶେଷ କରିବା ଲାଗି ଆର୍‌ ଆଣ୍ଡ ବିକୁ ନିର୍ଦ୍ଦେଶ ଦିଆଯାଇଛି।
ଆସନ୍ତା ଶିକ୍ଷାବର୍ଷରୁ ଯେପରି ଏଠାରେ ପିଲା ପାଠ ପଢିବେ ତାହାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଯେ ପର୍ଯ୍ୟନ୍ତ ମେଡିକାଲ କଲେଜରେ ପ୍ରାକ୍ଟିକାଲ ପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପୂର୍ଣ୍ଣ ନ ହୋଇଛି ସେ ପର୍ଯ୍ୟନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ପିଲାମାନେ ପ୍ରାକ୍ଟିକାଲ କରିବେ। ତେଣୁ ଏମ୍‌ସିଆଇ ଗାଇଡ୍‌ ଲାଇନ ଅନୁସାରେ ଯେତିକି ଷ୍ଟାଫ୍‌, ବେଡ୍‌, ଡାକ୍ତର ପ୍ରମୁଖ ରହିବା କଥା ସେମାନଙ୍କୁ ନିଯୁକ୍ତି ଦିଆଯିବ। ମେଡିକାଲ କଲେଜ ଅଧ୍ୟକ୍ଷ ବା ଡିନ୍‌ଙ୍କର ଏକ ଅଫିସ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହିବ। ସେହିପରି ପିଲାଙ୍କ ପାଇଁ ମଧ୍ୟ ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯିବ।
ଏହି ପ୍ରତିନିଧି ଦଳରେ ପୁରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅଧ୍ୟକ୍ଷ ତଥା ଡିନ୍‌ ଭାବେ ନିଯୁକ୍ତି ପାଇଥିବା ପ୍ରଫେସର ଡା. ବିରଞ୍ଚତ୍ ନାରାୟଣ ମହାପାତ୍ର, ଆଡିଶନାଲ ଡିଏମ୍‌ଇଟି, ଆର୍‌ ଆଣ୍ଡ ବି ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ମିଶ୍ର, ଉପଜିଲାପାଳ ଭବତାରଣ ସାହୁ ସାମିଲ ଥିଲେ।
୨୦୧୫ ଜୁଲାଇ ୪ରେ ବାଲିଗୁଆଳି ସମଙ୍ଗ ମୌଜାରେ ୨୫ ଏକର ଜମିରେ ଅତ୍ୟାଧୁନିକ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ତେବେ ଜମି ବିବାଦ ଯୋଗୁ କାମ ବିଳମ୍ବ ହେବାରୁ ୨୦୧୬ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୮ ସୁଦ୍ଧା ସମସ୍ତ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ କୋଠା ନିର୍ମାଣ ସରିଛି। କଲେଜର ପ୍ରଶାସନିକ ଭବନଠୁ ଆରମ୍ଭ କରି ଅଧ୍ୟୟନ କକ୍ଷ, ହଷ୍ଟେଲ, ବିଶାଳ ଅଡିଟୋରିୟମ, ଲ୍ୟାବ୍‌, ବ୍ୟବଚ୍ଛେଦ ଗୃହ ସମେତ ପାଠପଢା ଲାଗି ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ରହିଛି। ମାତ୍ର ଏମ୍‌ସିଆଇର ସର୍ତ୍ତ ମୁତାବକ ମେଡିକାଲ କଲେଜ ପାଇଁ ସବୁଠୁ ବଡ଼ ଆବଶ୍ୟକତା କୁହାଯାଉଥିବା ଡାକ୍ତରଖାନା ନିର୍ମାଣ ହୋଇନାହିଁ। ଏଥିପାଇଁ ୮ ଏକର ଜମି ଯୋଗାଇ ଦିଆଯାଇଥିବା ବେଳେ ଖୁବଶୀଘ୍ର ଏହା ତିଆରି କରାଯିବା ଲାଗି ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

ମା’ଙ୍କ ସହ ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କଲେ ସାଇନା

ପୁରୀ,୨୬ା୪(ଅଜିତ୍‌ ମହାନ୍ତି):ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନ ତାରକା ସାଇନା ନେହ୍ବାଲ୍‌ ଗୁରୁବାର ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ସାଇନା ଭୁବନେଶ୍ୱରରେ ପହଞ୍ଚିବା ପରେ ଓଡ଼ିଶା ବ୍ୟାଡ୍‌ମିଣ୍ଟନ ଫେଡେରେଶନର...

କଳାହାଣ୍ଡି: ଦାଦନ ଘରେ ତାଲା

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଏବେ ଦାଦନ ସମସ୍ୟା ଉତ୍କଟ ରୂପ ଧାରଣ କରିଛି। କାମ ଅନ୍ବେଷଣରେ ପ୍ରତିବର୍ଷ ଏଠାରୁ ବହୁସଂଖ୍ୟାରେ ଲୋକ ଦାଦନ...

ବାଲି ଚୋରାଚାଲାଣ ବଢୁଛି

ରଘୁନାଥପୁର,୨୬।୪(ରାଜେନ୍ଦ୍ର ନାରାୟଣ ସିଂହ): ବାଲି ସୈରାତଗୁଡ଼ିକର ନିଲାମରେ ସ୍ବଚ୍ଛତା ଆଣିବା ପାଇଁ ସରକାର ଏବେ ଏହି ପ୍ରକ୍ରିୟାକୁ ତହସିଲ ଅଧୀନରୁ କାଢ଼ିନେଇ ଖଣି ବିଭାଗକୁ ହସ୍ତାନ୍ତର...

ଏକାଠି ଶୋଭାଯାତ୍ରାରେ ଯିବେ ପ୍ରଶାନ୍ତ, ଚିରଞ୍ଜୀବ

ଜଗତ୍‌ସିଂହପୁର,୨୬ା୪(ପ୍ରମୋଦ କୁମାର ନାୟକ): ଚିରଞ୍ଜୀବ ବିଶ୍ୱାଳ କଂଗ୍ରେସ ଛାଡି ବିଜେଡିରେ ମିଶିଲା ପରେ ଜଗତ୍‌ସିଂହପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ରାଜନୈତିକ ପରିବେଶ ବଦଳିବାରେ ଲାଗିଛି। ଦଳ ପ୍ରଶାନ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri