ଆସନ୍ତା ଶିକ୍ଷାବର୍ଷରୁ ହେବ କାର୍ଯ୍ୟକ୍ଷମ

ପୁରୀ ଅଫିସ, ୮ା୧୦:ଆସନ୍ତା ଶିକ୍ଷାବର୍ଷରୁ ଶ୍ରୀଜଗନ୍ନାଥ ମେଡିକାଲ କଲେଜକୁ ପୂର୍ଣ୍ଣାଙ୍ଗ ଭାବେ କାର୍ଯ୍ୟକ୍ଷମ କରାଇବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ଏଥିପାଇଁ ବୁଧବାର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ବାଲିଗୁଆଳିସ୍ଥିତ କଲେଜ ପରିସରକୁ ଯାଇ ଭିତ୍ତିଭୂମି ତଦାରଖ କରିଛନ୍ତି। କେତେ କାମ ସରିଛି, ଆଉ କ’ଣ ବାକି ରହିଛି ତାହା ଅନୁଧ୍ୟାନ କରିଛନ୍ତି। ପରେ ଜିଲାପାଳଙ୍କ ସହ ଏ ନେଇ ଏକ ବୈଠକରେ ଆଲୋଚନା କରିଛନ୍ତି। ଆସନ୍ତା ଶିକ୍ଷାବର୍ଷରୁ ଏଠାରେ ନାମଲେଖା ଓ ପାଠପଢା ଆରମ୍ଭ କରାଯିବାକୁ ଲକ୍ଷ୍ୟ ରଖାଯାଇଛି। ତେଣୁ ବଳକା କାମ ଶୀଘ୍ର ଶେଷ କରିବା ଲାଗି ଆର୍‌ ଆଣ୍ଡ ବିକୁ ନିର୍ଦ୍ଦେଶ ଦିଆଯାଇଛି।
ଆସନ୍ତା ଶିକ୍ଷାବର୍ଷରୁ ଯେପରି ଏଠାରେ ପିଲା ପାଠ ପଢିବେ ତାହାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଯେ ପର୍ଯ୍ୟନ୍ତ ମେଡିକାଲ କଲେଜରେ ପ୍ରାକ୍ଟିକାଲ ପାଇଁ ଆବଶ୍ୟକ ଭିତ୍ତିଭୂମି ସମ୍ପୂର୍ଣ୍ଣ ନ ହୋଇଛି ସେ ପର୍ଯ୍ୟନ୍ତ ଜିଲା ମୁଖ୍ୟ ଚିକିତ୍ସାଳୟରେ ପିଲାମାନେ ପ୍ରାକ୍ଟିକାଲ କରିବେ। ତେଣୁ ଏମ୍‌ସିଆଇ ଗାଇଡ୍‌ ଲାଇନ ଅନୁସାରେ ଯେତିକି ଷ୍ଟାଫ୍‌, ବେଡ୍‌, ଡାକ୍ତର ପ୍ରମୁଖ ରହିବା କଥା ସେମାନଙ୍କୁ ନିଯୁକ୍ତି ଦିଆଯିବ। ମେଡିକାଲ କଲେଜ ଅଧ୍ୟକ୍ଷ ବା ଡିନ୍‌ଙ୍କର ଏକ ଅଫିସ ଜିଲା ମୁଖ୍ୟ ଚିକିତ୍ସାଳୟରେ ରହିବ। ସେହିପରି ପିଲାଙ୍କ ପାଇଁ ମଧ୍ୟ ଏଠାରେ ସମସ୍ତ ପ୍ରକାର ସୁବିଧା ସୁଯୋଗ କରାଯିବ।
ଏହି ପ୍ରତିନିଧି ଦଳରେ ପୁରୀ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଅଧ୍ୟକ୍ଷ ତଥା ଡିନ୍‌ ଭାବେ ନିଯୁକ୍ତି ପାଇଥିବା ପ୍ରଫେସର ଡା. ବିରଞ୍ଚତ୍ ନାରାୟଣ ମହାପାତ୍ର, ଆଡିଶନାଲ ଡିଏମ୍‌ଇଟି, ଆର୍‌ ଆଣ୍ଡ ବି ଏକ୍‌ଜିକ୍ୟୁଟିଭ ଇଞ୍ଜିନିୟଙ୍କ ସମେତ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଜାତା ମିଶ୍ର, ଉପଜିଲାପାଳ ଭବତାରଣ ସାହୁ ସାମିଲ ଥିଲେ।
୨୦୧୫ ଜୁଲାଇ ୪ରେ ବାଲିଗୁଆଳି ସମଙ୍ଗ ମୌଜାରେ ୨୫ ଏକର ଜମିରେ ଅତ୍ୟାଧୁନିକ ମେଡିକାଲ କଲେଜର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ତେବେ ଜମି ବିବାଦ ଯୋଗୁ କାମ ବିଳମ୍ବ ହେବାରୁ ୨୦୧୬ରେ ଏହାର ନିର୍ମାଣ ଆରମ୍ଭ ହୋଇଥିଲା। ୨୦୧୮ ସୁଦ୍ଧା ସମସ୍ତ ନିର୍ମାଣ କାମ ସାରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ବେଳେ କୋଠା ନିର୍ମାଣ ସରିଛି। କଲେଜର ପ୍ରଶାସନିକ ଭବନଠୁ ଆରମ୍ଭ କରି ଅଧ୍ୟୟନ କକ୍ଷ, ହଷ୍ଟେଲ, ବିଶାଳ ଅଡିଟୋରିୟମ, ଲ୍ୟାବ୍‌, ବ୍ୟବଚ୍ଛେଦ ଗୃହ ସମେତ ପାଠପଢା ଲାଗି ସମସ୍ତ ଭିତ୍ତିଭୂମି ପ୍ରସ୍ତୁତ ରହିଛି। ମାତ୍ର ଏମ୍‌ସିଆଇର ସର୍ତ୍ତ ମୁତାବକ ମେଡିକାଲ କଲେଜ ପାଇଁ ସବୁଠୁ ବଡ଼ ଆବଶ୍ୟକତା କୁହାଯାଉଥିବା ଡାକ୍ତରଖାନା ନିର୍ମାଣ ହୋଇନାହିଁ। ଏଥିପାଇଁ ୮ ଏକର ଜମି ଯୋଗାଇ ଦିଆଯାଇଥିବା ବେଳେ ଖୁବଶୀଘ୍ର ଏହା ତିଆରି କରାଯିବା ଲାଗି ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri