ଉତ୍କଟ ଦାରିଦ୍ର୍ୟକୁ ସାମ୍ନା କରିବେ ୧୫ କୋଟି ଲୋକ

ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁ ସାରା ବିଶ୍ୱ ବର୍ତ୍ତମାନ ସଙ୍କଟ ସମୟ ଦେଇ ଗତି କରୁଛି। ଏଭଳି ସ୍ଥିତିରେ ୨୦୨୧ ସୁଦ୍ଧା ବିଶ୍ୱର ପ୍ରାୟ ୧୫ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସ୍ଥିତିକୁ ଚାଲିଯିବା ଆଶଙ୍କା ଉପୁଜିଛି। ବିଶ୍ୱବ୍ୟାଙ୍କ ବୁଧବାର ଏ ନେଇ ଚେତବନୀ ଦେଇଛି। ବିଶ୍ୱବ୍ୟାଙ୍କ କହିଛି ଯେ, ମହାମାରୀ ପରବର୍ତ୍ତୀ ସ୍ଥିତିକୁ ସମ୍ଭାଳିବା ଲାଗି ଦେଶଗୁଡିକ ପ୍ରସ୍ତୁତ ହେବାକୁ ପଡିବ। ଏଥିରେ ପୁଞ୍ଜି, ଶ୍ରମ, କୌଶଳ ଏବଂ ନୂଆ ବିଚାର, ନୂତନ କ୍ଷେତ୍ର ଏବଂ ବ୍ୟବସ୍ଥାକୁ ଆପଣାଇବାକୁ ଗୁରୁତ୍ୱ ଦେବାକୁ ହେବ। ମହାମାରୀ ଯୋଗୁ ଚଳିିତ ବର୍ଷ ୮.୫ କୋଟିରୁ ୧୧ କୋଟି ଲୋକ ଉତ୍କଟ ଦାରିଦ୍ର୍ୟକୁ ସାମ୍ନା କରିବେ ବୋଲି ବିଶ୍ୱବ୍ୟାଙ୍କ ପୂର୍ବାନୁମାନରେ କହିଛି। ୨୦୨୧ ବେଳକୁ ଏହି ସଂଖ୍ୟା ୧୫ କୋଟିରେ ପହଞ୍ଚିପାରେ। ତେବେ ଅର୍ଥ ବ୍ୟବସ୍ଥାଗୁଡିକର ସ୍ଥିତି ଉପରେ ଦାରିଦ୍ର୍ୟର ସ୍ଥିତି ନିର୍ଭର କରୁଛି। ଅର୍ଥାତ୍‌ ଦେଶଗୁଡିକର ବିକାଶ ନ ହେଲେ ଦାରିଦ୍ର୍ୟ ବଢ଼ିବା ଆଶଙ୍କା ବେଶି ରହିଛି।
ବିଶ୍ୱବ୍ୟାଙ୍କର ଅଧ୍ୟକ୍ଷ ଡେଭିଡ୍‌ ପାଲ୍‌ପାସ୍‌ କହିଛନ୍ତି ଯେ, ମହାମାରୀ ଏବଂ ବିଶ୍ୱ ମାନ୍ଦାବସ୍ଥା କାରଣରୁ ବର୍ତ୍ତମାନ ସ୍ଥିତି ବିଗିଡ଼ିଯାଇଛି। ସାରା ବିଶ୍ୱର ମୋଟ ଜନସଂଖ୍ୟାର ୧.୪%ରୁ ଅଧିକ ଲୋକ ଗରିବୀରେ ଫସିଯିବା ଭଳି ସ୍ଥିତି ଏବେ ଆସିଯାଇଛି। କୋଭିଡ୍‌-୧୯ ପରେ ଏକ ନୂଆ ଅର୍ଥ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ହେବ ବୋଲି ସେ ମତ ପ୍ରକାଶ କରିଛନ୍ତି। ବିଶ୍ୱବ୍ୟାଙ୍କ ରିପୋର୍ଟରେ କୁହାଯାଇଛି ଯେ, ପୂର୍ବରୁ ଦାରିଦ୍ର୍ୟ ସ୍ଥିତିରେ ଥିବା ଦେଶଗୁଡିକର ସମସ୍ୟା ଆହୁରି ବଢ଼ିଯିବା ଆଶଙ୍କା ଉପୁଜିଛି। ସେହିଭଳି ମଧ୍ୟମ ଆୟକାରୀ ବର୍ଗରେ ରହିଥିବା ଦେଶଗୁଡିକରେ ମଧ୍ୟ ପ୍ରଭାବ ରହିବ। ମଧ୍ୟମ ଆୟକାରୀ ଦେଶଗୁଡିକର ପ୍ରାୟ ୮୦% ବିଭିନ୍ନ ସମସ୍ୟା ସାମ୍ନା କରିପାରନ୍ତି। ମାନ୍ଦାବସ୍ଥା, ଜଳବାୟୁ ପରିବର୍ତ୍ତନ ଏବଂ କୋଭିଡ୍‌ ଭଳି ମହାମାରୀ ସ୍ଥିତି ଯୋଗୁ ୨୦୩୦ ସୁଦ୍ଧା ଗରିବୀ ସମାପ୍ତ କରିବା ନେଇ ରହିଥିବା ଲକ୍ଷ୍ୟ ହାସଲ କରିବା କଷ୍ଟକର ହୋଇପଡିବ। ୨୦୩୦ ବେଳକୁ ବିଶ୍ୱର ଗରିବୀ ହାର ପ୍ରାୟ ୭% ରହିବା ନେଇ ଏଥିରେ ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରହ୍ଲାଦ ନାଟକ ନୃତ୍ୟଗୁରୁ ପଦ୍ମଶ୍ରୀ ସୀମାଞ୍ଚଳଙ୍କୁ ଭେଟିଲେ ବିଧାୟକ: ସ୍ବାସ୍ଥ୍ୟାବସ୍ଥା ପଚାରିବୁଝିବା ସହ..

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ଗ୍ରାମ ବଡ଼ସାହିର ପୌରାଣିକ ପ୍ରହ୍ଲାଦ ନାଟକର ହିରଣ୍ୟକଶ୍ୟପ ରଜା ଭୂମିକାରେ ଅଭିନୟ କରୁଥିବା ନିର୍ଦ୍ଦେଶକ ତଥା…

କାଗଜ ପତ୍ର ନ ଥାଇ ଚାଲୁଥିଲା ବସ୍‌: ଧରିଲା ପରିବହନ ବିଭାଗ, ଏତିକି ଟଙ୍କା ଜୋରିମନା

ଛତ୍ରପୁର,୨୭।୭(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): କୌଣସି ସଠିକ କାଗଜ ପତ୍ର ନଥାଇ ଗାଡି ଚଳାଇବା ଏକ ବସକୁ ପଡିଛି ମହଙ୍ଗା। ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ଯାଞ୍ଚ…

ସରକାରୀ ଛୁଟି ନଥାଇ ସ୍କୁଲରେ ତାଲା, ଘରକୁ ଫେରିଆସିଲେ ପିଲା

ଲାଞ୍ଜିଗଡ଼,୨୭।୭(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଖବାହାଲି ପଞ୍ଚାୟତ ଅନ୍ତର୍ଗତ କମଲେଇ ଗାଁରେ ଅଜବ ଘଟଣା ଦେଖିବାକୁ ମିଳିଛି ।…

ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO

ପାରଳାଖେମୁଣ୍ଡି,୨୭।୭(ଗିରିଧାରୀ ପରିଛା) : ବହୁଚର୍ଚ୍ଚିତ ଏସିଏଫ୍ ସୋମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଆଇନର ଫାଶରେ ଛନ୍ଦି ହୋଇଛନ୍ତି ତତ୍କାଳୀନ ଗଜପତି ଡିଏଫ୍ଓ ସଂଗ୍ରାମ କେଶରୀ ବେହେରା। ସୋମବାର…

ମାଗଣା ଅଟୋ ଆମ୍ବୁଲାନ୍ସ ସେବା ଯୋଗାଇଦେଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର:ଗର୍ଭବତୀ-ପ୍ରସୂତି ପାଇବେ ସୁବିଧା

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ନିରୀକ୍ଷଣ…

ଅପେକ୍ଷାର ଅନ୍ତ! ୧୦-୨୦ ଟଙ୍କିଆ ପ୍ଲାଷ୍ଟିକ୍ ନୋଟ ନେଇ RBIକୁ ସରକାର କହିଲେ…

ନୂଆଦିଲ୍ଲୀ,୨୭।୭: ଖୁବଶୀଘ୍ର ମାର୍କେଟକୁ ଆସିବ ୧୦ ଏବଂ ୨୦ ଟଙ୍କିଆ ପ୍ଲାଷ୍ଟିକ ନୋଟ୍ । କ୍ଷେତ୍ର ପରୀକ୍ଷଣ କରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା…

ଜାତୀୟ ସ୍ତରୀୟ ସନ୍ତରଣ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ହାସଲ କଲେ ଦିଗପହଣ୍ଡି ପୁଅ, ଛୁଟୁଛି ଶୁଭେତ୍ସାର ସୁଅ

ଦିଗପହଣ୍ଡି,୨୭।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ଗ୍ରାମର ଯୋଗେନ୍ଦ୍ର ସେଠୀ ଜାତୀୟ ସ୍ତରୀୟ ସନ୍ତରଣ ଚାମ୍ପିୟନସିପରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।…

ଦାଦନ ଖଟିବାକୁ ଯାଇ ଗୋଆରେ ଛାତ୍ରଙ୍କ ମୃତ୍ୟୁ, ମର ଶରୀର ଗାଁ ଆଣିବାକୁ ନିବେଦନ କଲେ ଗ୍ରାମବାସୀ

ମୋହନା,୨୭।୭(ମନ୍ମଥ ମିଶ୍ର): ଉଚ୍ଚଶିକ୍ଷାର ସ୍ୱପ୍ନ ପୂରଣ ପାଇଁ ଗୋଆକୁ ଦାଦନ ଖଟିବାକୁ ଯାଇଥିଲେ। ବି.ଇ.ଡ଼ି ଆଡମିଶନ୍ କରିବାକୁ ଟଙ୍କା ଅଭାବରୁ ଘର ଛାଡ଼ି ରୋଜଗାର ପାଇଁ ବାହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri