Posted inଜାତୀୟ

ମୋଦିଙ୍କ ବିନା ଭାରତ ଫେରିବା ଥିଲା ଅସମ୍ଭବ: କତାରରୁ ମୁକ୍ତ ହେବାପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସାରେ ଶତମୁଖ ୭ ଭାରତୀୟ ନାଗରିକ

ନୂଆଦିଲ୍ଲୀ,୧୨।୨: କତାରରେ ମୃତ୍ୟୁଦଣ୍ଡ ପାଇଥିବା ୭ ଜଣ ଭାରତୀୟ ନାଗରିକ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତରେ ପହଞ୍ଚିଥିବା ନାଗରିକମାନେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହସ୍ତକ୍ଷେପ ବିନା ଭାରତ ଫେରିବା ସେମାନଙ୍କ ପକ୍ଷେ ଅସମ୍ଭବ ଥିବା। ରବିବାର ବିଳମ୍ବିତ ରାତିରେ ବୈଦେଶିକ ମନ୍ତ୍ରଣାଳୟ କହିଛ, କତାର ଦ୍ୱାରା ସମସ୍ତ ଆଠ ଜଣ ନାଗରିକଙ୍କୁ ମୁକ୍ତ କରାଯାଇଛି। ତେବେ ଏପର୍ଯ୍ୟନ୍ତ ୭ ଜଣ ଭାରତୀୟ ଫେରି ଆସିଛନ୍ତି। କତାରର ନିଷ୍ପତ୍ତିକୁ ଭାରତ ସରକାର ସ୍ବାଗତ କରିଛନ୍ତି। କତାର ଗୁପ୍ତଚର ଅଭିଯୋଗରେ ଆଠ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କୁ ମୃତ୍ୟୁଦଣ୍ଡ ଦେବାକୁ କୋର୍ଟ ନିଷ୍ପତ୍ତି ଦେଇଥିଲେ।

କତାରରୁ ଫେରୁଥିବା ନାଗରିକମାନେ କହିଛନ୍ତି,ଆମେ ଭାରତକୁ ଫେରିବା ପାଇଁ ୧୮ ମାସ ହେବ  ଅପେକ୍ଷା କରିଥିଲୁ। ଆମେ ପିଏମ ମୋଦିଙ୍କ ନିକଟରେ କୃତଜ୍ଞ। ତାଙ୍କ ସମର୍ଥନ ବିନା ଏହା ଅସମ୍ଭବ ଥିଲା। ଭାରତ ସରକାରଙ୍କ ଦ୍ୱାରା କରାଯାଇଥିବା ସମସ୍ତ ଉଦ୍ୟମକୁ ଆମେ ହୃଦୟରୁ ଧନ୍ୟବାଦ ଦେଉଛୁ। ଭାରତ ସରକାରଙ୍କ ଉଦ୍ୟମ ବିନା ଏହି ଦିନ ସମ୍ଭବ ହୋଇ ନ ଥାନ୍ତା।


Enter your email to get our daily news in your inbox.

All Right Reserved By Dharitri.Com

ITDA ଯନ୍ତ୍ରୀଙ୍କ ଧର୍ମଶାଳା ଘରେ ଚାଲିଛି ରେଡ୍‌, ମୋଟ୍‌ ୯ଟି ସ୍ଥାନରେ ରହିଛି…

ଧର୍ମଶାଳା,୬ା୬(ଶିବ ପ୍ରସାଦ ମହାନ୍ତି): ITDA ବାଲିଗୁଡ଼ା ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ଘରେ ଭିଜିଲାନ୍ସ ରେଡ୍‌ ହୋଇଛି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୯ଟି ସ୍ଥାନରେ ଚଢ଼ାଉ…

ଜଙ୍ଗଲରୁ ହାତୀ ଶାବକର ମୃତଦେହ ଜବତ

ରିଆମାଳ,୬ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ଫରେଷ୍ଟ ସେକ୍ସନ ସଙ୍ଘାପଶି ଖସଡ଼ା ଜଙ୍ଗଲରୁ ଶନିବାର ଏକ ଅଣ୍ଡିରା ଶିଶୁ ଶାବକ ହାତୀର ମୃତଦେହ ଜବତ…

ତିନି ଦିନ ବିଳମ୍ବରେ ଗୋଆରେ ପହଞ୍ଚିଲା ମୌସୁମୀ, ଏବେ ବର୍ଷାକୁ ନେଇ ରେଡ ଆଲର୍ଟ, ଓଡ଼ିଶା ଛୁଇଁବାକୁ ଆହୁରି ଲାଗିବ…

ନୂଆଦିଲ୍ଲୀ,୬।୬: ପ୍ରାୟ ତିନି ଦିନ ବିଳମ୍ବ ପରେ, ଶନିବାର ମୌସୁମୀ ବାୟୁ ଗତି ବୃଦ୍ଧି ପାଇଛି ଏବଂ ଏହା ଗୋଆରେ ପହଞ୍ଚିଛି। କେରଳରେ ଆଗାମୀ ୨୪ ଘଣ୍ଟା…

ଫାୟାରିଂ ମାମଲାରେ ସରେଣ୍ଡର କଲେ ଖାନ୍‌ ସାର, ଏବେ ଆଗକୁ…

ପାଟନା,୬।୬: ବିହାରର ଜଣାଶୁଣା ଶିକ୍ଷକ ତଥା ‘ଖାନ ଗ୍ଲୋବାଲ ଷ୍ଟଡିଜ’ର ପ୍ରତିଷ୍ଠାତା ଖାନ ସାର୍‌ କୋଚିଂ ସଂସ୍ଥାନରେ ହୋଇଥିବା ହିଂସା ଏବଂ ଗୁଳିଚାଳନା (ଫାୟାରିଂ) ମାମଲାରେ ଆତ୍ମସମର୍ପଣ…

ପୂର୍ବତନ ବାର୍‌ ଆସୋସିଏଶନ ସଭାପତିଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ବିଧାୟକ

ଭଞ୍ଜନଗର,୬ା୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନର ପୂର୍ବତନ ସଭାପତି ବଂଶୀଧର ପ୍ରଧାନ(୭୭) ଶୁକ୍ରବାର ରାତିରେ ପରଲୋକ ଗମନ କରିଛନ୍ତି। ଏହି ଖବର ଜଣାପଡ଼ିବା ପରେ…

ଭୟଙ୍କର ଦୁର୍ଘଟଣା, ଜଣଙ୍କ ଜୀବନ ବଞ୍ଚାଇବାକୁ ଯାଇ ଗୋଟିଏ ଗାଁର ୫ ଯୁବକ ମୃତ

ଅହମଦାବାଦ,୬।୬: ମୋର୍ବି-ହାଲଭାଡ ରାଜପଥର ଚରଦ୍ବା ଗ୍ରାମ ଉପକଣ୍ଠରେ ଗତକାଲି ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି, ଯେଉଁଥିରେ ରଣଛୋଡଗଡ଼ ଗ୍ରାମର ପାଞ୍ଚ ଜଣ ଯୁବକଙ୍କ ମୃତ୍ୟୁ…

CJP Protest: ଭାରତରେ ଲ୍ୟାଣ୍ଡ କରୁକରୁ ପ୍ରଥମ ପ୍ରତିକ୍ରିୟା ଦେଲେ କକ୍ରୋଚ୍‌ ଜନତା ପାର୍ଟିର ପ୍ରତିଷ୍ଠାତା ଅଭିଜିତ , ଜାଣନ୍ତୁ କ’ଣ କହିଲେ

ନୂଆଦିଲ୍ଲୀ,୬।୬: ‘କକ୍ରୋଚ ଜନତା ପାର୍ଟି’ (CJP)ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଦିଲ୍ଲୀର ଜନ୍ତର ମନ୍ତରରେ ପ୍ରତିବାଦ ପାଇଁ ଭାରତରେ ପହଞ୍ଚିବା ପରେ ତାଙ୍କର ପ୍ରଥମ ପ୍ରତିକ୍ରିୟା ପ୍ରକାଶ…

ଘର ଆଗରେ ମା’-ଝିଅଙ୍କୁ ଅସଦାଚରଣ, ଥାନାରେ ଏତଲା ଦେବା ପରେ…

ଦିଗପହଣ୍ଡି,୬ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ ଅଧୀନ ଏକ ଗାଁରେ ଜଣେ ଯୁବତୀ ତାଙ୍କ ଘର ବାରଣ୍ଡାରେ ବସିଥିବା ବେଳେ ଗ୍ରାମର ଏ.ଶଙ୍କର ପାତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri