‘ସବୁକିଛି ତେଲ ପାଇଁ’: ଆମେରିକାର ଉପରେ ବର୍ଷିଲେ ଭେନେଜୁଏଲା ନୂତନ ରାଷ୍ଟ୍ରପତି

ନୂଆଦିଲ୍ଲୀ,୮ା୧: ଆମେରିକା ପକ୍ଷରୁ କରାଯାଉଥିବା ମାଦକ ଦ୍ରବ୍ୟ ଚୋରା ଚାଲାଣ ଏବଂ ମାନବାଧିକାର ଉଲ୍ଲଂଘନ ଅଭିଯୋଗକୁ ଖଣ୍ଡନ କରିଛନ୍ତି ଭେନେଜୁଏଲାର ଅନ୍ତରୀଣ ରାଷ୍ଟ୍ରପତି ଡେଲସି ରୋଡ୍ରିଗ୍ୱେଜ୍। ସେ କହିଛନ୍ତି ଆମେରିକାର ପ୍ରକୃତ ଉଦ୍ଦେଶ୍ୟ ହେଉଛି ଭେନେଜୁଏଲାର ପ୍ରାକୃତିକ ସମ୍ପଦ ଉପରେ କବ୍ଜା କରିବା ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ରାଷ୍ଟ୍ରୀୟ ଟେଲିଭିଜନରେ ସମ୍ବୋଧନ ଦେଇ ରୋଡ୍ରିଗ୍ୱେଜ୍ କହିଛନ୍ତି, “ଉତ୍ତର ଆମେରିକାର ଶକ୍ତି ଲୋଭ ଆମ ଦେଶର ସମ୍ପଦ ଚାହୁଁଛି। ଗଣତନ୍ତ୍ର ଓ ମାନବାଧିକାରର ଦ୍ୱାହି କେବଳ ଏକ ବାହାନା ମାତ୍ର। ଏହା ସବୁବେଳେ ତେଲ ପାଇଁ ହିଁ ଥିଲା।”

ସେ ସ୍ପଷ୍ଟ କରିଛନ୍ତି ଯେ, ଭେନେଜୁଏଲା ଏପରି ଏକ ଶକ୍ତି ସମ୍ପର୍କ ପାଇଁ ପ୍ରସ୍ତୁତ ଯେଉଁଠାରେ ଉଭୟ ପକ୍ଷ ଉପକୃତ ହେବେ ଏବଂ ଏହା ଏକ ସ୍ୱଚ୍ଛ ବାଣିଜ୍ୟିକ ଚୁକ୍ତି ଆଧାରରେ ହେବ।

ଦେଶରେ ଫାସିବାଦୀ ଓ ଚରମପନ୍ଥୀ ବିଚାରଧାରାକୁ ରୋକିବା ପାଇଁ ଏକ ନୂତନ ବିଲ୍ ଅଣାଯିବ ବୋଲି ସେ ଘୋଷଣା କରିବା ସହ ଜାତୀୟ ଶାନ୍ତି ରକ୍ଷା ପାଇଁ ସମସ୍ତ ରାଜନୈତିକ ଶକ୍ତିକୁ ଏକଜୁଟ ହେବାକୁ ଆହ୍ୱାନ ଦେଇଛନ୍ତି।

ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ୍’ରେ ସୂଚନା ଦେଇଛନ୍ତି ଯେ, ଏକ ନୂତନ ତେଲ ଚୁକ୍ତି ଅନୁଯାୟୀ ଭେନେଜୁଏଲା ଆମେରିକାଠାରୁ କୃଷିଜାତ ଦ୍ରବ୍ୟ, ଔଷଧ ଏବଂ ବୈଦ୍ୟୁତିକ ଉପକରଣ ଭଳି ଅନେକ ସାମଗ୍ରୀ କ୍ରୟ କରିବ। ଟ୍ରମ୍ପ ଏହି ପଦକ୍ଷେପକୁ ଉଭୟ ଦେଶ ପାଇଁ ଲାଭଦାୟକ ବୋଲି ବର୍ଣ୍ଣନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ମନକୁ ଦୋହଲାଇଦେବା ଭଳି ଦୃଶ୍ୟ, ବନ୍ୟାରେ ଭାସିଆସିଥିବା ନିଷ୍ପାପ ଶିଶୁକୁ କୋଳରେ ଧରି ଭାବପ୍ରବଣ ହେଲେ ସେନା କର୍ମଚାରୀ

କାଠମାଣ୍ଡୁ,୩।୯: ନେପାଳରେ ବନ୍ୟା ଏବଂ ଧ୍ୱଂସ ମଧ୍ୟରେ ମାନବତାର ଏକ ହୃଦୟସ୍ପର୍ଶୀ କାର୍ଯ୍ୟକୁ ପ୍ରଦର୍ଶନ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଭାଇରାଲ…

‘Gen-Z ଚାକିରି ପାଇଁ ଉପଯୁକ୍ତ ନୁହଁନ୍ତି’: ସ୍ନାତକମାନଙ୍କୁ ରୋବୋଟ ସହିତ ବଦଳାଇବାକୁ ପ୍ରସ୍ତୁତ ବସ

ଓ୍ବାଶିଂଟନ,୩।୯: ପ୍ରମୁଖ ଆମେରିକୀୟ କମ୍ପାନୀଗୁଡ଼ିକ Gen-Z କର୍ମଚାରୀଙ୍କ କାର୍ଯ୍ୟ ଅଭ୍ୟାସ, ଯୋଗାଯୋଗ ଶୈଳୀ ଏବଂ ବୃତ୍ତିଗତ ଆଚରଣ ପ୍ରତି କ୍ରମଶଃ ଅସନ୍ତୁଷ୍ଟ ହେଉଛନ୍ତି। ଅଧିକାଂଶ ଆମେରିକୀୟ କମ୍ପାନୀ…

ବନ୍ୟା ପରେ ତିବ୍ଦତବାସୀଙ୍କୁ ଡରାଇଲା ଭୂମିକମ୍ପ

କାଠମାଣ୍ଡୁ,୩।୯: ନେପାଳ ସୀମା ନିକଟବର୍ତ୍ତୀ ଏକ ସହରରେ ଭୟଙ୍କର ବନ୍ୟା ତାଣ୍ଡବ ରଚିବାର କିଛି ଦିନ ପରେ, ଗୁରୁବାର ତିବ୍ଦତରେ 5.0 ତୀବ୍ରତାର ଭୂମିକମ୍ପ ଆସିଥିଲା। ଜାତୀୟ…

CJPକୁ କାହିଁକି ସମର୍ଥନ କରିଥିଲେ? ସୋନମ ୱାଙ୍ଗଚୁକ୍‌ କଲେ ବଡ଼ ଖୁଲାସା, କହିଲେ ପାକିସ୍ତାନ….

ନୂଆଦିଲ୍ଲୀ,୩ା୯: CJP ଆନ୍ଦୋଳନ ସହ ନିଜର ସମ୍ପର୍କ ଏବଂ ଦଳର ବିଦେଶୀ ସମ୍ପର୍କକୁ ନେଇ ଉଠିଥିବା ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ସୋନମ ୱାଙ୍ଗଚୁକ୍‌। ସେ କହିଛନ୍ତି…

ଦିଲ୍ଲୀ ଜଳ ବୋର୍ଡ ଦୁର୍ନୀତି, ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ମିଳିଲା ବେଲ୍, ୨ ଲକ୍ଷ…

ନୂଆଦିଲ୍ଲୀ,୩ା୯: ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ତଥା ଆମ୍ ଆଦମୀ ପାର୍ଟି (AAP) ନେତା ସତ୍ୟେନ୍ଦ୍ର ଜୈନ୍‌ଙ୍କୁ ରାଉଜ୍ ଆଭେନ୍ୟୁ କୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି ।…

ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇପଡ଼ିଲେ ପାଇଲଟ: ଆଉ ତା’ପରେ ଘଟିଲା…

ନୂଆଦିଲ୍ଲୀ,୩।୯: ଦୋହାରୁ ବେଙ୍ଗାଲୁରୁ ଯାଉଥିବା ଇଣ୍ଡିଗୋ ବିମାନ 6E 1302 ଗୁରୁବାର ମସ୍କଟରେ ସୁରକ୍ଷିତ ଜରୁରୀକାଳୀନ ଅବତରଣ କରିଛି। ଯାତ୍ରା ସମୟରେ ପାଇଲଟ ହଠାତ୍‌ ଅସୁସ୍ଥ ହୋଇପଡ଼ିବା…

ପଞ୍ଜାବ ଭୋଟର ଲିଷ୍ଟରୁ କଟିଲା ରାଘବ ଚଢାଙ୍କ ନାଁ! ବଡ଼ ଅଭିଯୋଗ ଆଣି କହିଲେ…

ନୂଆଦିଲ୍ଲୀ,୩।୯: ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତଥା ରାଜ୍ୟ ସଭା ସାଂସଦ ରାଘବ ଚଢାଙ୍କ ନାଁ ଡ୍ରାଫ୍ଟ ଭୋଟର ଲିଷ୍ଟରୁ କଟିଥିବା ଅଭିଯୋଗ ହୋଇଛି। ନିଜେ…

GDP ତଥ୍ୟକୁ ନେଇ ବିବାଦ; ସ୍ପଷ୍ଟୀକରଣ ରଖିଲେ ସରକାର, ଆକଳନରେ…

ନୂଆଦିଲ୍ଲୀ,୨ା୯: ଭାରତୀୟ ଅର୍ଥନୀତିର GDP ତଥ୍ୟକୁ ନେଇ ଉଠିଥିବା ପ୍ରଶ୍ନ ଉପରେ ସରକାର ଏବେ ସ୍ପଷ୍ଟୀକରଣ ଦେଇଛନ୍ତି । ଅଗଷ୍ଟ ୩୧ରେ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ କାର୍ଯ୍ୟାନ୍ୱୟନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri