୧୮୦ କିମି ଦୂରରେ ‘ଗୁଲାବ’: ଗଜପତିରେ ଆରମ୍ଭ ହେଲା ପବନ ସହ ବର୍ଷା

ପାରଳାଖେମୁଣ୍ଡି,୨୬ା୯(ଡି.ଏନ୍‌.ଏ.): ସମ୍ଭାବ୍ୟ ବାତ୍ୟା ‘ଗୁଲାବ’ ଗଜପତି ଜିଲାରେ ଅଧିକ ପ୍ରଭାବ ପକାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି। ତେବେ ଆଜି ସକାଳୁ କୋହଲା ପାଗ ସହ ଝିପି ଝିପି ବର୍ଷା ହେଉଛି। ପବନର ବେଗ ମଧ୍ୟ ବଢ଼ିବାରେ ଲାଗିଛି। ରାସ୍ତାଘାଟ ଶୂନ୍‌ଶାନ ହୋଇପଡ଼ିଥିବା ବେଳେ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ଗଜପତି ଜିଲା ପ୍ରଶାସନ। ପ୍ରଶାସନ ପକ୍ଷରୁ ଗତକାଲିଠାରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି।

ଓଡ୍ରାଫର ଏକ ୩୦ ଜଣିଆ ଟିମ୍‌ ପାରଳାଖେମୁଣ୍ଡି ସଦର ମହକୁମାରେ ପହଞ୍ଚିଛନ୍ତି। ଅନ୍ୟ ଏକ ଟିମ୍‌ ଏନ୍‌ଡିଆରଏଫ୍‌ର ଅନ୍ୟ ଗୋଟେ ଟିମ୍‌ ଗୁମ୍ମା ବ୍ଲକରେ ପହଞ୍ଚିଛନ୍ତି। ଓଡ୍ରାଫ ଟିମ୍‌ ବର୍ତ୍ତମାନ ପାରଳାଖେମୁଣ୍ଡିରେ ପହଞ୍ଚି ବେତଗୁଡ଼ାଠାରେ ସଜାଗ ହୋଇ ରହିଛନ୍ତି। ଏନ୍‌ଡିଆର୍‌ଏଫ୍‌ର ଗୋଟିଏ ଟିମ୍‌ ଗୋସାଣି ବ୍ଲକରେ ପହଞ୍ଚିଛନ୍ତି।

ପୂର୍ବାହ୍ନ ୧୧ଟା ସୁଦ୍ଧା ୧୭୩୭ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେଥି ମଧ୍ୟରେ ଗୋସାଣି ବ୍ଲକର ତିନୋଟି ଗ୍ରାମରୁ ୪୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଗୁମ୍ମା ବ୍ଲକର ୩ଟି ଗ୍ରାମରୁ ୧୮୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। କାଶୀନାଗର ବ୍ଲକର ତିନୋଟି ଗ୍ରାମରୁ ୯୦ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ସେହିପରି ମୋହନା ବ୍ଲକର ୯ଟି ଗ୍ରାମରୁ ୩୫୭ ଜଣ, ନୂଆଗଡ଼ର ୪ଟି ଗ୍ରାମରୁ ୯୩ ଜଣ, ରାୟଗଡ଼ ବ୍ଲକର ୧୪ଟି ଗ୍ରାମରୁ ୮୪୦ ଜଣ, ଉଦୟଗିରି ବ୍ଲକର ଦୁଇଟି ଗ୍ରାମରୁ ୩୨ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହାଣ୍ଡି, ମାଠିଆ ଧରି ରାସ୍ତାରୋକ

ପାରଳାଖେମୁଣ୍ଡି,୧ା୬(ଡି.ଏନ୍‌.ଏ): ଗଜପତି ଜିଲା ପାରଳାଖେମୁଣ୍ଡି ନିକଟସ୍ଥ ସିଦ୍ଧମାଡଙ୍ଗ ଗ୍ରାମରେ ପିଇବା ପାଣିର ଅଭାବକୁ ନେଇ ଶତାଧିକ ମହିଳା ଓ ପୁରୁଷ ହାଣ୍ଡି, ମାଠିଆ ଧରି ରାୟଗଡ଼ା...

ଘରେ ଘରେ ବ୍ୟାପୁଛି ଥଣ୍ଡା, ଜ୍ୱର

ବ୍ରହ୍ମପୁର ଅଫିସ,୬ା୩- କରୋନା ସହ ଜନସାଧାରଣ ସଂଘର୍ଷ କରିଆସିଥିବା ବେଳେ ଏବେ ଘରେ ଘରେ ଥଣ୍ଡାକାଶ ଓ ଜ୍ୱର ଯୋଗୁ ଲୋକେ ଚିନ୍ତାରେ ପଡିଛନ୍ତି। ଗତ...

କେନ୍ଦୁଝରରେ ପ୍ରଥମ କୁହୁଡ଼ି

କେନ୍ଦୁଝର,୨୬ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ଚଳିତ ଶୀତ ଋତୁର ପ୍ରଥମ କୁହୁଡି ରବିବାର ସକାଳେ ଦେଖିବାକୁ ମିଳିଛି। ସକାଳ ୯ଟା ପର୍ଯ୍ୟନ୍ତ ଏହି ଘନ କୁହୁଡ଼ି ଦେଖିବାକୁ...

ରେଖାଙ୍କିତ ଚିହ୍ନ ମଧ୍ୟରେ ଠିଆ ହୋଇ ପରିବା କିଣିବାକୁ ପରାମର୍ଶ

ପାଟପୁର,୨୬।୩(ଡି.ଏନ୍‌.ଏ.): ଦେଶରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି ରାଜ୍ୟର ସମସ୍ତ ଜିଲାକୁ ଲକ୍‌ଡାଉନ୍‌...

ଯୁବକଙ୍କ ଶରୀରରୁ ବାହାରିଲା ୧୨କେଜିର ଟ୍ୟୁମର

ଭୁବନେଶ୍ୱର,୫ା୩ (ବ୍ୟୁରୋ): ଜଣେ ୨୯ ବର୍ଷୀୟ ଯୁବକଙ୍କ ଶରୀରରୁ ବାହାରିଛି ୧୨ କିଲୋ ଗ୍ରାମର ଏକ ବିରଳ ଜେନେଟିକ୍‌ ଟ୍ୟୁମର୍‌। ଦୀର୍ଘ ୩ ଘଣ୍ଟାର ଅସ୍ତ୍ରୋପଚାର...

୩୯ ପାଣି ପଞ୍ଚାୟତରେ ଭୋଟର ତାଲିକା ସଂଶୋଧନ

ବନ୍ତ, ୨୫।୮ (ଡି.ଏନ.ଏ.) – ଭଦ୍ରକ ଜିଲା ବନ୍ତ ବ୍ଲକର ୨ଟି ସେକ୍ସନ ସମେତ ଭଣ୍ଡାରିପୋଖରୀ ବ୍ଲକର ମଞ୍ଜୁରୀରୋଡ ଓ ହାଟଡିହୀ ବ୍ଲକର ଶାଳନିଅଁା ସେକ୍ସନରେ...

ଯୁକ୍ତ ୩ ସ୍ପଟ୍‌ ନାମଲେଖା: ବୁଧବାର ପ୍ରକାଶ ପାଇବ ମେଧା ତାଲିକା

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଯୁକ୍ତ ୩ ସ୍ପଟ୍‌ ନାମଲେଖା ପାଇଁ ରାଜ୍ୟର ଡିଗ୍ରୀ କଲେଜଗୁଡ଼ିକରେ ବୁଧବାର ଅପରାହ୍ନ ୨ଟାରେ ମେଧା ତାଲିକା ପ୍ରକାଶ ପାଇବ। ବୁଧବାରଠାରୁ ଏହି ନାମଲେଖା...

ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରଶିପ୍‌ ଫୋରମ୍‌ ଅଧ୍ୟକ୍ଷଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ୟୁଏସ-ଇଣ୍ଡିଆ ଷ୍ଟ୍ରାଟେଜିକ ପାର୍ଟନରଶିପ୍‌ ଫୋରମ୍‌ର ଅଧ୍ୟକ୍ଷ ତଥା ସିଇଓ ମୁକେଶ ଅଘିଙ୍କ ସହ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାକ୍ଷାତ କରିଛନ୍ତି। ଏହି...

Advertisement
Archives

Model This Week