ଦିନସାରା ବର୍ଷିଲା

ଭୁବନେଶ୍ୱର,୧୬।୭(ବନ୍ଦନା ସେଠୀ)ରାଜ୍ୟ ରାଜଧାନୀରେ ଶନିବାର ଦିନସାରା ବର୍ଷା ଛେଚିଛି। ଫଳରେ ଏହି ଲଗାଣ ବର୍ଷା ଯୋଗୁ ବେହାଲ ହୋଇଛି ସ୍ମାର୍ଟସିଟିର ସ୍ମାର୍ଟ ବ୍ୟବସ୍ଥା। ରାସ୍ତାଘାଟ, ନାଳ ସବୁ ଏକାକାର। ଆଣ୍ଠୁଏ ଉଚ୍ଚର ପାଣିରେ ପଶି ଯାତାୟାତ କଲେ ଲୋକେ। ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବା ସହ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଲୋକେ। ବର୍ଷର ପ୍ରଥମ ଲଗାଣ ବର୍ଷାରେ ସ୍ଥିତି ଏପରି ହୋଇଥିବାବେଳେ ଆଗକୁ ବର୍ଷା ହେଲେ ସହରର ଅବସ୍ଥା କ’ଣ ହେବ ତାକୁ ନେଇ ଚିନ୍ତିତ ଜନସାଧାରଣ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ରାଜ୍ୟର ସବୁଆଡ଼େ ବର୍ଷା ହୋଇଥିଲା। ସକାଳୁ ହିଁ ଭୁବନେଶ୍ୱରରେ ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା। ଏହାପରେ ଦିନତମାମ ଝିପିଝିପି ବର୍ଷା ଲାଗିରହିଥିଲା। ଭୁବନେଶ୍ୱରରେ ୪୬.୪ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପ୍ରଥମ ଅବସ୍ଥାରୁ ସହରର ଜଳବନ୍ଦୀ ସ୍ଥିତି ବିଏମ୍‌ସିର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।
ପୁରୁଣା ଭୁବନେଶ୍ୱରର ରଥରୋଡ୍‌ରେ ଏତେ ପାଣି ଜମିଥିଲା ଯେ ତାହା ନଦୀର ଭ୍ରମ ସୃଷ୍ଟି କରୁଥିଲା। ଏହି ସମୟରେ ଏକ ଅଟୋ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ସେଥିରେ ପାଣି ପଶିଯିବାରୁ ଗାଡ଼ି ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ପରେ ସ୍ଥାନୀୟ ଲୋକମାନେ ଠେଲିଠେଲି ଅଟୋକୁ ପାଣିରୁ ବାହାର କରିଥିଲେ। ବର୍ଷାଜଳ ସାଙ୍ଗକୁ ଖରାପ ରାସ୍ତା ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଥିଲା। କେବଳ ସେତିକି ନୁହେଁ, ସହରର ଅନ୍ୟତମ ପ୍ରମୁଖ ସ୍ଥାନ କୁହାଯାଉଥିବା କମିଶନରେଟ୍‌ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇଥିଲା। ବଡ଼ କଥା ହେଉଛି ସେଠାରେ ବର୍ଷା ପାଣି ଡ୍ରେନ୍‌କୁ ନ ଯାଇ ଓଲଟି ଡ୍ରେନ୍‌ ପାଣି ରାସ୍ତା ଉପରକୁ ଉଛୁଳୁଥିଲା। ଯେଉଁ କାରଣରୁ ଲୋକମାନେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିପରି ରସୁଲଗଡ଼, ବମିଖାଲ ରାସ୍ତାର ଅବସ୍ଥା ମଧ୍ୟ ସମାନ। ଡ୍ରେନେଜ୍‌ ସମସ୍ୟାର ସ୍ଥାୟୀ ସମାଧାନ ହେଉ ନ ଥିବାରୁ ବର୍ଷା ସମୟ ଆସିଲେ ରାଜଧାନୀବାସୀ ଏଭଳି ଅସୁବିଧା ଭୋଗୁଛନ୍ତି। ଚିରାଚରିତ ଭାବେ ଇସ୍କନ ମନ୍ଦିର ସମ୍ମୁଖରେ ମଧ୍ୟ ବର୍ଷା ପାଣି ଲହଡ଼ି ଭାଙ୍ଗିଥିଲା। ସକାଳୁ ଆରମ୍ଭ ହୋଇଥିବା ବର୍ଷାରେ ୧୬ନଂ. ଜାତୀୟ ରାଜପଥର ସର୍ଭିସ ରୋଡ୍‌ରେ ବର୍ଷାପାଣି ଜମା ହୋଇଥିଲା। ମନ୍ଦିର ନିକଟରେ ଥିବା କାର୍‌ ଅଧା ବୁଡ଼ିଯାଉଥିବାବେଳେ ବାଇକ୍‌ର ଅବସ୍ଥା ନ କହିବା ଭଲ। କେବଳ ରାସ୍ତାଘାଟ ନୁହେଁ ଲକ୍ଷ୍ମୀସାଗର ମଣ୍ଡପ ସାହିରେ ଡ୍ରେନ୍‌ ଭର୍ତ୍ତି ହୋଇଯିବା ପରେ ସକାଳୁ ସକାଳୁ ଲୋକଙ୍କ ଘରେ ପାଣି ପଶିଥିଲା। ପାଣି ପଶିଯିବାରୁ ଘରର ଆସବାବପତ୍ର ଓଦା ହୋଇଯାଇଥିଲା। ଲୋକମାନେ ଗିନା ତାଟିଆ ଧରି ଘରୁ ପାଣି ବାହାର କରୁଥିବା ଦେଖିବାକୁ ମିଳିଥିଲା। ପରେ ଅଗ୍ନିଶମ ବାହିନୀ ଆସି ଜଳ ନିଷ୍କାସନ କରିବା ପରେ ସ୍ଥିତି ଟିକିଏ ସୁଧୁରିଥିଲା। କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ ପାଣ୍ଡବ ନଗର, ବଡ଼ଗଡ଼ ବ୍ରିଟ୍‌ କଲୋନୀ, ମେଘେଶ୍ୱର କଲୋନୀ, ବଡ଼ଗଡ଼ ଇଏ କଲୋନୀ, ସୌଭାଗ୍ୟ ନଗର, ଶିରିପୁର, ମହିଷାଖାଲ ଭଳି ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବାରୁ ବିଭିନ୍ନ ସମସ୍ୟା ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri