ଦିନସାରା ବର୍ଷିଲା

ଭୁବନେଶ୍ୱର,୧୬।୭(ବନ୍ଦନା ସେଠୀ)ରାଜ୍ୟ ରାଜଧାନୀରେ ଶନିବାର ଦିନସାରା ବର୍ଷା ଛେଚିଛି। ଫଳରେ ଏହି ଲଗାଣ ବର୍ଷା ଯୋଗୁ ବେହାଲ ହୋଇଛି ସ୍ମାର୍ଟସିଟିର ସ୍ମାର୍ଟ ବ୍ୟବସ୍ଥା। ରାସ୍ତାଘାଟ, ନାଳ ସବୁ ଏକାକାର। ଆଣ୍ଠୁଏ ଉଚ୍ଚର ପାଣିରେ ପଶି ଯାତାୟାତ କଲେ ଲୋକେ। ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଉପୁଜିବା ସହ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି ଲୋକେ। ବର୍ଷର ପ୍ରଥମ ଲଗାଣ ବର୍ଷାରେ ସ୍ଥିତି ଏପରି ହୋଇଥିବାବେଳେ ଆଗକୁ ବର୍ଷା ହେଲେ ସହରର ଅବସ୍ଥା କ’ଣ ହେବ ତାକୁ ନେଇ ଚିନ୍ତିତ ଜନସାଧାରଣ। ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ରାଜ୍ୟର ସବୁଆଡ଼େ ବର୍ଷା ହୋଇଥିଲା। ସକାଳୁ ହିଁ ଭୁବନେଶ୍ୱରରେ ପ୍ରବଳ ମାତ୍ରାରେ ବର୍ଷା ହୋଇଥିଲା। ଏହାପରେ ଦିନତମାମ ଝିପିଝିପି ବର୍ଷା ଲାଗିରହିଥିଲା। ଭୁବନେଶ୍ୱରରେ ୪୬.୪ମିମି ବର୍ଷା ରେକର୍ଡ ହୋଇଥିବାବେଳେ ପ୍ରଥମ ଅବସ୍ଥାରୁ ସହରର ଜଳବନ୍ଦୀ ସ୍ଥିତି ବିଏମ୍‌ସିର ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା।
ପୁରୁଣା ଭୁବନେଶ୍ୱରର ରଥରୋଡ୍‌ରେ ଏତେ ପାଣି ଜମିଥିଲା ଯେ ତାହା ନଦୀର ଭ୍ରମ ସୃଷ୍ଟି କରୁଥିଲା। ଏହି ସମୟରେ ଏକ ଅଟୋ ଯାତ୍ରୀଙ୍କୁ ନେଇ ଯାଉଥିବାବେଳେ ସେଥିରେ ପାଣି ପଶିଯିବାରୁ ଗାଡ଼ି ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ପରେ ସ୍ଥାନୀୟ ଲୋକମାନେ ଠେଲିଠେଲି ଅଟୋକୁ ପାଣିରୁ ବାହାର କରିଥିଲେ। ବର୍ଷାଜଳ ସାଙ୍ଗକୁ ଖରାପ ରାସ୍ତା ଲୋକଙ୍କ ଦୁର୍ଦ୍ଦଶାକୁ ଦ୍ୱିଗୁଣିତ କରିଥିଲା। କେବଳ ସେତିକି ନୁହେଁ, ସହରର ଅନ୍ୟତମ ପ୍ରମୁଖ ସ୍ଥାନ କୁହାଯାଉଥିବା କମିଶନରେଟ୍‌ ପୋଲିସ ମୁଖ୍ୟାଳୟ ସମ୍ମୁଖରେ ମଧ୍ୟ ଆଣ୍ଠୁଏ ଉଚ୍ଚର ପାଣି ଜମା ହୋଇଥିଲା। ବଡ଼ କଥା ହେଉଛି ସେଠାରେ ବର୍ଷା ପାଣି ଡ୍ରେନ୍‌କୁ ନ ଯାଇ ଓଲଟି ଡ୍ରେନ୍‌ ପାଣି ରାସ୍ତା ଉପରକୁ ଉଛୁଳୁଥିଲା। ଯେଉଁ କାରଣରୁ ଲୋକମାନେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ସେହିପରି ରସୁଲଗଡ଼, ବମିଖାଲ ରାସ୍ତାର ଅବସ୍ଥା ମଧ୍ୟ ସମାନ। ଡ୍ରେନେଜ୍‌ ସମସ୍ୟାର ସ୍ଥାୟୀ ସମାଧାନ ହେଉ ନ ଥିବାରୁ ବର୍ଷା ସମୟ ଆସିଲେ ରାଜଧାନୀବାସୀ ଏଭଳି ଅସୁବିଧା ଭୋଗୁଛନ୍ତି। ଚିରାଚରିତ ଭାବେ ଇସ୍କନ ମନ୍ଦିର ସମ୍ମୁଖରେ ମଧ୍ୟ ବର୍ଷା ପାଣି ଲହଡ଼ି ଭାଙ୍ଗିଥିଲା। ସକାଳୁ ଆରମ୍ଭ ହୋଇଥିବା ବର୍ଷାରେ ୧୬ନଂ. ଜାତୀୟ ରାଜପଥର ସର୍ଭିସ ରୋଡ୍‌ରେ ବର୍ଷାପାଣି ଜମା ହୋଇଥିଲା। ମନ୍ଦିର ନିକଟରେ ଥିବା କାର୍‌ ଅଧା ବୁଡ଼ିଯାଉଥିବାବେଳେ ବାଇକ୍‌ର ଅବସ୍ଥା ନ କହିବା ଭଲ। କେବଳ ରାସ୍ତାଘାଟ ନୁହେଁ ଲକ୍ଷ୍ମୀସାଗର ମଣ୍ଡପ ସାହିରେ ଡ୍ରେନ୍‌ ଭର୍ତ୍ତି ହୋଇଯିବା ପରେ ସକାଳୁ ସକାଳୁ ଲୋକଙ୍କ ଘରେ ପାଣି ପଶିଥିଲା। ପାଣି ପଶିଯିବାରୁ ଘରର ଆସବାବପତ୍ର ଓଦା ହୋଇଯାଇଥିଲା। ଲୋକମାନେ ଗିନା ତାଟିଆ ଧରି ଘରୁ ପାଣି ବାହାର କରୁଥିବା ଦେଖିବାକୁ ମିଳିଥିଲା। ପରେ ଅଗ୍ନିଶମ ବାହିନୀ ଆସି ଜଳ ନିଷ୍କାସନ କରିବା ପରେ ସ୍ଥିତି ଟିକିଏ ସୁଧୁରିଥିଲା। କେବଳ ଏହି ଗୋଟିଏ ଅଞ୍ଚଳ ନୁହେଁ ପାଣ୍ଡବ ନଗର, ବଡ଼ଗଡ଼ ବ୍ରିଟ୍‌ କଲୋନୀ, ମେଘେଶ୍ୱର କଲୋନୀ, ବଡ଼ଗଡ଼ ଇଏ କଲୋନୀ, ସୌଭାଗ୍ୟ ନଗର, ଶିରିପୁର, ମହିଷାଖାଲ ଭଳି ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ସୃଷ୍ଟି ହେବାରୁ ବିଭିନ୍ନ ସମସ୍ୟା ଦେଖାଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଶୀତରେ ଥରୁଛି ଜି. ଉଦୟଗିରି: ଲୋକଙ୍କ ପାଇଁ ନିଆଁ ହିଁ ସାହା ଭରସା

ଜି.ଉଦୟଗିରି,୭।୧୨(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲାର ସବୁଜ ସୁନ୍ଦର ଚତୁଃପାର୍ଶ୍ୱରେ ପାହାଡ଼ ପର୍ବତ ଘେରି ରହିଥିବା ଜି.ଉଦୟଗିରି ଅଞ୍ଚଳ ରାଜ୍ୟର ସବୁଠାରୁ କମ ତାପମାତ୍ରା...

ଭୁବନେଶ୍ୱରରେ ପହଞ୍ଚିଲେ ଯଶପ୍ରୀତ୍‌ ବୁମ୍‌ରା

ଭୁବନେଶ୍ୱର,୭ା୧୨: ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ଷ୍ଟାର ବୋଲର୍‌ ଯଶପ୍ରୀତ ବୁମ୍‌ରା। ଆସନ୍ତା ୯ ତାରିଖରେ ବାରବାଟୀରେ T-20 ଖେଳିବାକୁ ଆଗୁଆ ଆସି...

ରବିବାର ବି ଇଣ୍ଡିଗୋର ୨୨୦ରୁ ଅଧିକ ବିମାନ ରଦ୍ଦ, ସରକାରଙ୍କ ନିର୍ଦ୍ଦେଶ ରାତି ୮ଟା ସୁଦ୍ଧା ଫେରାନ୍ତୁ ଟଙ୍କା

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ଏୟାରଲାଇନ୍ସର କାର୍ଯ୍ୟକ୍ଷମ ସଙ୍କଟ ସମାଧାନ ଏବଂ ସ୍ବାଭାବିକତା ଫେରାଇ ଆଣିବା ପାଇଁ ପ୍ରୟାସ ଜାରି ରହିଛି। ତଥାପି, ଏହି ସଙ୍କଟ ଲଗାତାର ଷଷ୍ଠ...

ଇଣ୍ଡିଗୋ ସଙ୍କଟକୁ ନେଇ କଡ଼ା ହେଲେ ସରକାର, CEOଙ୍କୁ ଶୋ କଜ୍‌ ନୋଟିସ ପଠାଇଲା DGCA, ଗଠନ ହେଲା କମିଟି

ନୂଆଦିଲ୍ଲୀ,୭।୧୨: ଇଣ୍ଡିଗୋ ବିମାନ ଚଳାଚଳରେ ବ୍ୟାପକ ବିଳମ୍ବ ଏବଂ ବାତିଲ ହେବା ପରେ, କମ୍ପାନୀ ଏକ ସଙ୍କଟ ପରିଚାଳନା ଦଳ ଗଠନ କରିଛି। କମ୍ପାନୀର ମୂଳ...

ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ିଗଲେ ଦୁଇ ୨ ନାବାଳିକା ସାଙ୍ଗ, ଜଣେ ଉଦ୍ଧାର, ଆଉ ଜଣେ…

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଦିଗପହଣ୍ଡି ଥାନା ଚୁଡୁଙ୍ଗପୁର ଗାଁରେ ରବିବାର ପୂର୍ବାହ୍ନରେ ଘଟିଯାଇଛି ଏକ ଦୁଃଖଦ ଘଟଣା। ଗାଁ କରଣ...

ଦ୍ୱାଦଶ ପର୍ଯ୍ୟନ୍ତ ପଢିବାକୁ ଲାଗୁଛି ୨୨ ଲକ୍ଷ! କେମିତି ମଧ୍ୟବିତ୍ତଙ୍କ ଅଣ୍ଟା ଭାଙ୍ଗିଲାଣି ଘରୋଇ ସ୍କୁଲ, ଭାଇରାଲ ହେଉଛି CAଙ୍କ ପୋଷ୍ଟ

ନୂଆଦିଲ୍ଲୀ,୭।୧୨: ଭାରତରେ ମଧ୍ୟବିତ୍ତ ପରିବାର ପାଇଁ ଶିକ୍ଷା ସର୍ବଦା ପ୍ରାଥମିକତା ରହିଆସିଛି। କିନ୍ତୁ ୨୦୨୫ ପାଇଁ ଆଶ୍ଚର୍ଯ୍ୟଜନକ ସଂଖ୍ୟା ସାମ୍ନାକୁ ଆସିଛି। ଜଣେ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ...

ଚେର୍ନୋବିଲରେ ପରମାଣୁ ଲିକେଜର ବିପଦ ଅଛି କି? ଚମକାଇବା ଭଳି ରିପୋର୍ଟ ଦେଲା UN

କ୍ୱିଭ,୭।୧୨: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ୟୁକ୍ରେନର ଚେର୍ନୋବିଲ ପରମାଣୁ ପ୍ଲାଣ୍ଟର ସୁରକ୍ଷା କବଚ...

ବିଜେଡିର ସବୁ ଗୁମର ଖୋଲିଦେଲେ ସନାତନ ମହାକୁଡ଼, କହିଲେ ପୂର୍ବ ସରକାର ଥିବାବେଳେ ଖଣିଖାଦାନରୁ ବହୁ…

କେନ୍ଦୁଝର,୭ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଗସ୍ତରେ ଆସିଛନ୍ତି। ଏହି ସମୟରେ ମୁଖ୍ୟମନ୍ତ୍ରୀ ଘଟଗାଁ ପରିକ୍ରମା ପ୍ରକଳ୍ପନ୍ତର ଭିତ୍ତି ପ୍ରସ୍ତର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri