ଏହି ୪ ଗଛକୁ ଘରେ ଲଗାଇବା ଭାରି ଶୁଭ: ରୋଗ- ଧାରଉଧାରରୁ ମିଳେ ମୁକ୍ତି; ବଢେ ସୁଖ ସମୃଦ୍ଧି

ଆଜିକାଲି ଅଧିକାଂଶ ଲୋକ ଘରେ ଗଛଲତା ରଖିବାକୁ ପସନ୍ଦ କରୁଛନ୍ତି। ଏହାଦ୍ୱାରା ଘରର ବାତାବରଣ ସ୍ବଚ୍ଛ ହେବା ସହ ସକରାତ୍ମକ ଉର୍ଜା ଆସିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଗଛ ଏପରି ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ସମସ୍ତ ଚିନ୍ତା ଦୂର ହୋଇଥାଏ। ଘରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହିବା ସହ ରୋଗର ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ତୁଳସୀ: ଅଧିକାଂଶ ଲୋକ ଏହି ଗଛକୁ ଘରେ ଲଗାଇଥାନ୍ତି। ହିନ୍ଦୁ ଧର୍ମାବଲମ୍ବୀମାନେ ତୁଳସୀକୁ ପୂଜା କରିଥାନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ଗଛକୁ ଲଗାଇବା ଦ୍ୱାରା ନକରାତ୍ମକ ଉର୍ଜା ଦୂର ହୋଇଥାଏ। ହେଲେ ଏହାର ରକ୍ଷଣାବେକ୍ଷଣକୁ ନେଇ ବିଶେଷ ଧ୍ୟାନ ରଖିବା ଜରୁରୀ। ଏହାକୁ ପୂର୍ବ-ଉତ୍ତର ନଚେତ ଉତ୍ତର ଦିଗରେ ଲଗାଇବା ଉଚିତ। ଘର ଅଗଣାରେ ବି ଏହାକୁ ରଖି ପାରିବେ। ଏହାର ଆଖପାଖରେ କଣ୍ଟାଜାତୀୟ ବୃକ୍ଷ ଲଗାନ୍ତୁ ନାହିଁ। ତୁଳସୀ ଗଛ ନିକଟରେ ସନ୍ଧ୍ୟାରେ ଦୀପ ନିଶ୍ଚିତ ଜଳାନ୍ତୁ। ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ।

ମନିପ୍ଲାଣ୍ଟ: ବାସ୍ତୁ ଅନୁଯାୟୀ ଏହି ଗଛ ବହୁତ ଶୁଭ। ଏହାକୁ ଲଗାଇବା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ଏହି ଗଛ ଯେତେ ସବୁଜ ରହିବ ସେତେ ଭଲ। କାରଣ ଏହାକୁ ମା’ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଏହାକୁ ସର୍ବଦା ଦକ୍ଷିଣ ପୂର୍ବ ଦିଗରେ ରଖିବା ଉଚିତ।

ଲାଜକୁଳି ଲତା: ଏହି ଗଛ ଶନି ଦେବଙ୍କ ପ୍ରିୟ। ବାସ୍ତୁ ଅନୁଯାୟୀ ଏହି ଗଛକୁ ମୁଖ୍ୟ ଦ୍ୱାରର ବାମ ପାର୍ଶ୍ୱରେ ଲଗାଇବା ଉଚିତ। ଏହା ଆଗରେ ସନ୍ଧ୍ୟାରେ ଦୀପ ଲଗାଇବା ମଧ୍ୟ ଶୁଭ। କୁହାଯାଏ ଏହି ଗଛ ଲଗାଇବା ଦ୍ୱାରା ଧାରଉଧାରରୁ ସହ ରୋଗରୁ ମୁକ୍ତି ମିଳିଥାଏ। ଏହି ଗଛ ଘର ତଥା ପରିବାରରେ ସୁଖ-ସମୃଦ୍ଧି ଫେରାଇ ଆଣିବାର କାରକ ସାବ୍ୟସ୍ତ ହୋଇତାଏ।

ବାଉଁଶ ଗଛ: ବାସ୍ତୁ ଅନୁଯାୟୀ ବାଉଁଶ ଗଛ ଲଗାଇବା ବହୁତ ଶୁଭ। ଏହା ଦୁର୍ଭାଗ୍ୟ ଦୂର କରି ସୌଭାଗ୍ୟ ବୃଦ୍ଧି କରିଥାଏ। ଏହି ଗଛ ଲଗାଇବା ଦ୍ୱାରା ଧନସତ୍ତି ବୃଦ୍ଧି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଗର୍ଭାବସ୍ଥାରେ ଯକ୍ଷ୍ମା

ବର୍ତ୍ତମାନ ଭେଷଜ ବିଜ୍ଞାନର ଅଗ୍ରଗତି ଯୋଗୁ ଯକ୍ଷ୍ମାର ଅତ୍ୟାଧୁନିକ ଚିକିିସତ୍ା ସମ୍ଭବ ହୋଇପାରୁଛି ଓ ଅନେକ ଲୋକ ଆରୋଗ୍ୟ ମଧ୍ୟ ହେଉଛନ୍ତି ା ତଥାପି ବି...

ଲୋଫର୍‌ ଶୁଜ୍‌

ଅଫିସ୍‌ରେ ସିମ୍ପଲ୍‌ ଏବଂ ଫର୍ମାଲ୍‌ ଆଉଟ ଫିଟ୍‌ ହିଁ ଭଲ ମାନିଥାଏ। ତାହା ସହ ମ୍ୟାଚିଂ ଶୁଜ୍‌ ବି ପିନ୍ଧିବାକୁ ପଡ଼େ। ଏହା ଆପଣଙ୍କ ଲୁକ୍‌...

ରୋଗ ଚିହ୍ନଟ କରିବ ମହୁମାଛି

ମହୁମାଛି ମଧ୍ୟ ରୋଗ ଚିହ୍ନଟ କରିପାରିବ। ଏପରି କଥା କାହାକୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏହାପଛରେ ସତ୍ୟତା ରହିଛି ବୋଲି ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି...

ଷ୍ଟାଇଲିସ୍‌ ଲୁକ୍‌ ଦିଏ ସ୍କଟ୍‌

ସମୟ ସହ ତାଳ ଦେଇ ଏବେ ଫ୍ୟାଶନ୍‌ ମଧ୍ୟ ବଦଳିବାରେ ଲାଚିଛି। ଯୁବତୀ ହୁଅନ୍ତୁ କିମ୍ବା ମହିଳା, ନିଜକୁ ଷ୍ଟାଇଲିସ୍‌ ଲୁକ୍‌ ଦେବା ପାଇଁ ବିଭିନ୍ନ...

ରୋଗ ଚିହ୍ନଟର ନୂଆ ଉପାୟ

କେତେକ ରୋଗକୁ ଚିହ୍ନଟ କରିବା ପାଇଁ ପ୍ରକାଶିତ ଲକ୍ଷଣକୁ ବିଶ୍ଳେଷଣ କରାଯାଇଥାଏ। ହେଲେ ଏହି ତାଲିକାରେ ବିଶେଷଜ୍ଞମାନେ ଆଉ ଏକ କଥା ସାମିଲ କରିଛନ୍ତି। ଭାଇରସକୁ...

କମ୍ପ୍ୟୁଟର ସାମ୍ନାରେ ଅଧିକ ସମୟ ବସୁଥିଲେ ହୋଇପାରେ ଏହି ସମସ୍ୟା

ଆଜିକାଲି ଅଧିକାଂଶ ଲୋକ ଅଫିସରେ ଅଧିକ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାର୍ଯ୍ୟ କରିଥା’ନ୍ତି। ମାତ୍ର ଏହା ଦ୍ୱାରା ଚକ୍ଷୁ ଉପରେ କୁପ୍ରଭାବ ପଡ଼ିଥାଏ। ତେଣୁ...

ଏମିତି ବନ୍ଧୁ ହୋଇଥାନ୍ତି ସବୁଠାରୁ ଭୟଙ୍କର

ମନୁଷ୍ୟ ଜୀବନରେ, ବନ୍ଧୁଙ୍କୁ ନିକଟତର ବିବେଚନା କରାଯାଏ। ଯଦି ସେହି ବନ୍ଧୁ ତୁମର କ୍ଷତି କରିବାକୁ ଇଚ୍ଛା କରନ୍ତି, ତେବେ ସେ ଶତ୍ରୁ ଅପେକ୍ଷା ଅଧିକ...

ପାର୍ଟି ପାଇଁ ମେକ୍‌ ଅପ୍‌

ପାର୍ଟିକୁ ଯିବାକୁ ହେଲେ କେବଳ ପାର୍ଲର ଗୋଟିଏ ଅପ୍ସନ୍‌ ନୁହେଁ, ଆପଣ ଚାହିଁଲେ ଘରେ ବି ନେଇପାରିବେ ମେକ୍‌ଅପ୍‌ । ଜାଣନ୍ତୁ ସେ ନେଇ କିଛି...

Advertisement
Archives

Model This Week