ଏହି ୪ ଗଛକୁ ଘରେ ଲଗାଇବା ଭାରି ଶୁଭ: ରୋଗ- ଧାରଉଧାରରୁ ମିଳେ ମୁକ୍ତି; ବଢେ ସୁଖ ସମୃଦ୍ଧି

ଆଜିକାଲି ଅଧିକାଂଶ ଲୋକ ଘରେ ଗଛଲତା ରଖିବାକୁ ପସନ୍ଦ କରୁଛନ୍ତି। ଏହାଦ୍ୱାରା ଘରର ବାତାବରଣ ସ୍ବଚ୍ଛ ହେବା ସହ ସକରାତ୍ମକ ଉର୍ଜା ଆସିଥାଏ। ବାସ୍ତୁ ଶାସ୍ତ୍ର ଅନୁଯାୟୀ କିଛି ଗଛ ଏପରି ରହିଛି ଯାହାକୁ ଘରେ ଲଗାଇବା ଦ୍ୱାରା ସମସ୍ତ ଚିନ୍ତା ଦୂର ହୋଇଥାଏ। ଘରେ ମା’ ଲକ୍ଷ୍ମୀଙ୍କ ବିଶେଷ କୃପା ରହିବା ସହ ରୋଗର ମୁକ୍ତି ମିଳିଥାଏ। ଆସନ୍ତୁ ଜାଣିବା ସେ ସମ୍ପର୍କରେ…

ତୁଳସୀ: ଅଧିକାଂଶ ଲୋକ ଏହି ଗଛକୁ ଘରେ ଲଗାଇଥାନ୍ତି। ହିନ୍ଦୁ ଧର୍ମାବଲମ୍ବୀମାନେ ତୁଳସୀକୁ ପୂଜା କରିଥାନ୍ତି। ବାସ୍ତୁଶାସ୍ତ୍ର ଅନୁଯାୟୀ ଏହି ଗଛକୁ ଲଗାଇବା ଦ୍ୱାରା ନକରାତ୍ମକ ଉର୍ଜା ଦୂର ହୋଇଥାଏ। ହେଲେ ଏହାର ରକ୍ଷଣାବେକ୍ଷଣକୁ ନେଇ ବିଶେଷ ଧ୍ୟାନ ରଖିବା ଜରୁରୀ। ଏହାକୁ ପୂର୍ବ-ଉତ୍ତର ନଚେତ ଉତ୍ତର ଦିଗରେ ଲଗାଇବା ଉଚିତ। ଘର ଅଗଣାରେ ବି ଏହାକୁ ରଖି ପାରିବେ। ଏହାର ଆଖପାଖରେ କଣ୍ଟାଜାତୀୟ ବୃକ୍ଷ ଲଗାନ୍ତୁ ନାହିଁ। ତୁଳସୀ ଗଛ ନିକଟରେ ସନ୍ଧ୍ୟାରେ ଦୀପ ନିଶ୍ଚିତ ଜଳାନ୍ତୁ। ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ରହିଥାଏ।

ମନିପ୍ଲାଣ୍ଟ: ବାସ୍ତୁ ଅନୁଯାୟୀ ଏହି ଗଛ ବହୁତ ଶୁଭ। ଏହାକୁ ଲଗାଇବା ଦ୍ୱାରା ଆର୍ଥିକ ସ୍ଥିତିରେ ସୁଧାର ଆସିଥାଏ। ଏହି ଗଛ ଯେତେ ସବୁଜ ରହିବ ସେତେ ଭଲ। କାରଣ ଏହାକୁ ମା’ ଲକ୍ଷ୍ମୀଙ୍କ ରୂପ ବୋଲି କୁହାଯାଏ। ଏହାକୁ ସର୍ବଦା ଦକ୍ଷିଣ ପୂର୍ବ ଦିଗରେ ରଖିବା ଉଚିତ।

ଲାଜକୁଳି ଲତା: ଏହି ଗଛ ଶନି ଦେବଙ୍କ ପ୍ରିୟ। ବାସ୍ତୁ ଅନୁଯାୟୀ ଏହି ଗଛକୁ ମୁଖ୍ୟ ଦ୍ୱାରର ବାମ ପାର୍ଶ୍ୱରେ ଲଗାଇବା ଉଚିତ। ଏହା ଆଗରେ ସନ୍ଧ୍ୟାରେ ଦୀପ ଲଗାଇବା ମଧ୍ୟ ଶୁଭ। କୁହାଯାଏ ଏହି ଗଛ ଲଗାଇବା ଦ୍ୱାରା ଧାରଉଧାରରୁ ସହ ରୋଗରୁ ମୁକ୍ତି ମିଳିଥାଏ। ଏହି ଗଛ ଘର ତଥା ପରିବାରରେ ସୁଖ-ସମୃଦ୍ଧି ଫେରାଇ ଆଣିବାର କାରକ ସାବ୍ୟସ୍ତ ହୋଇତାଏ।

ବାଉଁଶ ଗଛ: ବାସ୍ତୁ ଅନୁଯାୟୀ ବାଉଁଶ ଗଛ ଲଗାଇବା ବହୁତ ଶୁଭ। ଏହା ଦୁର୍ଭାଗ୍ୟ ଦୂର କରି ସୌଭାଗ୍ୟ ବୃଦ୍ଧି କରିଥାଏ। ଏହି ଗଛ ଲଗାଇବା ଦ୍ୱାରା ଧନସତ୍ତି ବୃଦ୍ଧି ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ LPG ଗ୍ୟାସ, କେତେ ଟଙ୍କା?

ଭୁବନେଶ୍ବର,୮।୪: ୫ କେଜିଆ ଗ୍ୟାସ ସିଲିଣ୍ଡର ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବଡ଼ ଘୋଷଣା କରିଛନ୍ତି । ପେଟ୍ରୋଲ ପମ୍ପରେ ମିଳିବ ୫ କେଜିଆ ଏଲ୍‌ପିଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri