ଅପହଞ୍ଚ ଗ୍ରାମରେ ପହଞ୍ଚିବ ୪-ଜି ସେବା

ନୂଆଦିଲ୍ଲୀ,୧୮।୧୧: ଦେଶ ମଧ୍ୟରେ ଟେଲିକମ୍‌ ସେବା ଦ୍ରୁତଗତିରେ ଅଗ୍ରଗତି କରୁଛି। ଏବେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠାରେ ଏହି ସେବାଠାରୁ ଲୋକ ବହୁ ଦୂରରେ ରହିଛନ୍ତି। ଉକ୍ତ ସ୍ଥାନଗୁଡ଼ିକୁ ସେବା ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପ୍ରକ୍ରିୟା ଅନ୍ତର୍ଗତ ଓଡ଼ିଶାର ପ୍ରାୟ ୩,୯୩୩ ଗ୍ରାମକୁ ୪-ଜି ଟେଲିକମ୍‌ ସେବା ଯୋଗାଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି।
କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ସୂଚନା ମୁତାବକ, କନ୍ଧମାଳର ୧୦୯୪ ଗ୍ରାମ, ରାୟଗଡ଼ାର ୯୬୨, କୋରାପୁଟର ୫୨୦, କଳାହାଣ୍ଡିର ୫୧୬, ଗଜପତିର ୪୬୭, ମାଲକାନଗିରିର ୩୦୬, ନବରଙ୍ଗପୁରର ୧୭୭, ନୂଆପଡାର ୨୯, ଢେଙ୍କାନାଳ ଏବଂ ବଲାଙ୍ଗୀରର ୧୧ ଲେଖାଏ ଗ୍ରାମକୁ ଏହା ମଧ୍ୟରେ ସାମିଲ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶର ୫ ରାଜ୍ୟର ୪୪ ଆକାଂକ୍ଷୀ ଜିଲାରେ ୪ଜି ମୋବାଇଲ ସେବାଠାରୁ ଦୂରରେ ଥିବା ଗ୍ରାମଗୁଡ଼ିକରେ ଟେଲିକମ୍‌ ସେବା ଉପଲବ୍ଧ କରାଇବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ରହିଛି।
ଗ୍ରାମଗୁଡ଼ିକରେ ମୋବାଇଲ ସେବା ପହଞ୍ଚାଇବା ଲାଗି ୟୁନିଭର୍ସାଲ ସର୍ଭିସ ଓବ୍ଲିଗେଶନ ଫଣ୍ଡ (ୟୁଏସ୍‌ଓଏଫ୍‌)ର ବ୍ୟବହାରକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ମୋଟ ୭,୨୮୭ ଗ୍ରାମରେ ଏହି ବାବଦକୁ ୬,୪୬୪ କୋଟି ଟଙ୍କା ବିନିଯୋଗ କରାଯିବ। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ବିଶେଷକରି ୪-ଜି ସେବାକୁ ତ୍ୱରାନ୍ବିତ ଲକ୍ଷ୍ୟ ରଖାଯାଇଛି। ୭,୨୮୭ ଗ୍ରାମରେ ଟେଲିକମ୍‌ ଟାଓ୍ବାର ସ୍ଥାପନ ଏବଂ ସେବାରେ ଉନ୍ନତି ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ଦ୍ୱାରା ଲୋକମାନେ ବିଶେଷ ଭାବେ ଲାଭବାନ ହୋଇପାରିବେ।
୧୮ ମାସରେ ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏହା ମଧ୍ୟରେ ୫ ବର୍ଷର ପରିଚାଳନା ଖର୍ଚ୍ଚ ମଧ୍ୟ ସାମିଲ ରହିଛି। ଏଭଳି ପଦକ୍ଷେପ ଦ୍ୱାରା ଡିଜିଟାଲ ସଂଯୋଗ ବୃଦ୍ଧି, ଶିକ୍ଷା ଏବଂ ସୂଚନା ପ୍ରସାରଣ, ଦକ୍ଷତା ବିକାଶ ଏବଂ ଉନ୍ନତୀକରଣ, ବିପର୍ଯ୍ୟୟ ପରିଚାଳନା ଏବଂ ଇ-ଗଭର୍ନାନ୍ସ ଭଳି ଦିଗରେ ବିକାଶ ସାଧନ ହୋଇପାରିବ। ସେହିଭଳି ଏଣ୍ଟରପ୍ରାଇଜ, ଇ-କମର୍ସ, ଡିଜିଟାଲ ଇଣ୍ଡିଆ ଏବଂ ନିଯୁକ୍ତି ସୃଷ୍ଟିକୁ ଏହା ଉତ୍ସାହିତ କରିବ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?