ଅପହଞ୍ଚ ଗ୍ରାମରେ ପହଞ୍ଚିବ ୪-ଜି ସେବା

ନୂଆଦିଲ୍ଲୀ,୧୮।୧୧: ଦେଶ ମଧ୍ୟରେ ଟେଲିକମ୍‌ ସେବା ଦ୍ରୁତଗତିରେ ଅଗ୍ରଗତି କରୁଛି। ଏବେ ମଧ୍ୟ ଅନେକ ସ୍ଥାନ ରହିଛି ଯେଉଁଠାରେ ଏହି ସେବାଠାରୁ ଲୋକ ବହୁ ଦୂରରେ ରହିଛନ୍ତି। ଉକ୍ତ ସ୍ଥାନଗୁଡ଼ିକୁ ସେବା ଯୋଗାଣ ଲକ୍ଷ୍ୟରେ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି। ଏହି ପ୍ରକ୍ରିୟା ଅନ୍ତର୍ଗତ ଓଡ଼ିଶାର ପ୍ରାୟ ୩,୯୩୩ ଗ୍ରାମକୁ ୪-ଜି ଟେଲିକମ୍‌ ସେବା ଯୋଗାଣ କରିବା ନେଇ ଲକ୍ଷ୍ୟ ରଖାଯାଇଛି।
କେନ୍ଦ୍ର ଯୋଗାଯୋଗ ମନ୍ତ୍ରଣାଳୟ ସୂଚନା ମୁତାବକ, କନ୍ଧମାଳର ୧୦୯୪ ଗ୍ରାମ, ରାୟଗଡ଼ାର ୯୬୨, କୋରାପୁଟର ୫୨୦, କଳାହାଣ୍ଡିର ୫୧୬, ଗଜପତିର ୪୬୭, ମାଲକାନଗିରିର ୩୦୬, ନବରଙ୍ଗପୁରର ୧୭୭, ନୂଆପଡାର ୨୯, ଢେଙ୍କାନାଳ ଏବଂ ବଲାଙ୍ଗୀରର ୧୧ ଲେଖାଏ ଗ୍ରାମକୁ ଏହା ମଧ୍ୟରେ ସାମିଲ କରାଯାଇଛି। ବୁଧବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ବୈଠକରେ ଦେଶର ୫ ରାଜ୍ୟର ୪୪ ଆକାଂକ୍ଷୀ ଜିଲାରେ ୪ଜି ମୋବାଇଲ ସେବାଠାରୁ ଦୂରରେ ଥିବା ଗ୍ରାମଗୁଡ଼ିକରେ ଟେଲିକମ୍‌ ସେବା ଉପଲବ୍ଧ କରାଇବା ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହି ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ର ରହିଛି।
ଗ୍ରାମଗୁଡ଼ିକରେ ମୋବାଇଲ ସେବା ପହଞ୍ଚାଇବା ଲାଗି ୟୁନିଭର୍ସାଲ ସର୍ଭିସ ଓବ୍ଲିଗେଶନ ଫଣ୍ଡ (ୟୁଏସ୍‌ଓଏଫ୍‌)ର ବ୍ୟବହାରକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ମୋଟ ୭,୨୮୭ ଗ୍ରାମରେ ଏହି ବାବଦକୁ ୬,୪୬୪ କୋଟି ଟଙ୍କା ବିନିଯୋଗ କରାଯିବ। କ୍ୟାବିନେଟ ବୈଠକ ପରେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ବିଶେଷକରି ୪-ଜି ସେବାକୁ ତ୍ୱରାନ୍ବିତ ଲକ୍ଷ୍ୟ ରଖାଯାଇଛି। ୭,୨୮୭ ଗ୍ରାମରେ ଟେଲିକମ୍‌ ଟାଓ୍ବାର ସ୍ଥାପନ ଏବଂ ସେବାରେ ଉନ୍ନତି ଲାଗି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବା ଦ୍ୱାରା ଲୋକମାନେ ବିଶେଷ ଭାବେ ଲାଭବାନ ହୋଇପାରିବେ।
୧୮ ମାସରେ ଯୋଜନାକୁ କାର୍ଯ୍ୟକାରୀ କରାଯିବ। ଏହା ମଧ୍ୟରେ ୫ ବର୍ଷର ପରିଚାଳନା ଖର୍ଚ୍ଚ ମଧ୍ୟ ସାମିଲ ରହିଛି। ଏଭଳି ପଦକ୍ଷେପ ଦ୍ୱାରା ଡିଜିଟାଲ ସଂଯୋଗ ବୃଦ୍ଧି, ଶିକ୍ଷା ଏବଂ ସୂଚନା ପ୍ରସାରଣ, ଦକ୍ଷତା ବିକାଶ ଏବଂ ଉନ୍ନତୀକରଣ, ବିପର୍ଯ୍ୟୟ ପରିଚାଳନା ଏବଂ ଇ-ଗଭର୍ନାନ୍ସ ଭଳି ଦିଗରେ ବିକାଶ ସାଧନ ହୋଇପାରିବ। ସେହିଭଳି ଏଣ୍ଟରପ୍ରାଇଜ, ଇ-କମର୍ସ, ଡିଜିଟାଲ ଇଣ୍ଡିଆ ଏବଂ ନିଯୁକ୍ତି ସୃଷ୍ଟିକୁ ଏହା ଉତ୍ସାହିତ କରିବ ଯୋଗାଯୋଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିନା ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା: ୨୫୦ରୁ ଅଧିକ ଲୋକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର

ବେଙ୍ଗାଲୁରୁ,୨୫।୧୧: ବିନା ବର୍ଷାରେ ବେଙ୍ଗାଲୁରୁରେ ବନ୍ୟା ଦେଖାଦେଇଛି। ଏଠାରେ ଥିବା ହୁଲିମାଓ୍ବୁ ହ୍ରଦର ବନ୍ଧ ଭାଙ୍ଗିଯିବାରୁ ପ୍ରବଳବେଗରେ ପାଣି ସହର ମଧ୍ୟରେ ପ୍ରବେଶ କରିଥିଲା। ତଳିଆ...

ଲକ୍‌ଡାଉନ୍‌ ସମୟରେ ରକ୍ତାଭାବ ଦୂର ଉଦ୍ୟମ, ସଂଗ୍ରହ ହେଲା ୫୫ ୟୁନିଟ୍‌ ରକ୍ତ

ସୋନପୁର,୧୯।୪(ନି.ପ୍ର.) କରୋନା ଭୂତାଣୁ ସଂକମ୍ରଣ ରୋକିବା ପାଇଁ ସାରା ଦେଶରେ ମେ ୩ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା ହୋଇଛି। ଏଥିପାଇଁ ରକ୍ତଦାନ ଶିବିର ଆୟୋଜନ...

ନମାମି ଗଙ୍ଗେ ପ୍ରକଳ୍ପ: ପ୍ରତିଦିନ ୧୫୧ ନିୟୁତ ଲିଟରରୁ ଅଧିକ ଜଳ ହେବ ଶୋଧନ, ଟଙ୍କାଏରେ ପାଣି ସଂଯୋଗ ସୁବିଧା

ହରିଦ୍ୱାର, ୨୯।୯: ନମାମି ଗଙ୍ଗେ ମିଶନ ପ୍ରକଳ୍ପ ଅର୍ନ୍ତଗତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଉତ୍ତରଖଣ୍ଡରେ ୬ ମେଗା ପରିଯୋଜନାର ଲୋକାର୍ପଣ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ...

କେୟର୍ନଠାରୁ ଟିକସ ଅସୁଲ କରିବେ ସରକାର

ନୂଆଦିଲ୍ଲୀ, ୫।୪:  ବେଦାନ୍ତର କେୟର୍ନ ଅଏଲ ଆଣ୍ଡ ଗ୍ୟାସ କମ୍ପାନୀଠାରୁ ଭାରତ ସରକାର ଟିକସ ଅସୁଲ କରିବେ। ଏ ଦିଗରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରଣାଳୟ ବର୍ତ୍ତମାନ...

dhana gacha - paddy field submerged in water

‘ଜଓ୍ବାଦ’ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳୁନି ସହାୟତା

ବେଗୁନିଆ,୨୩ା୫(ଡି.ଏନ୍‌.ଏ.): ସାମୁଦ୍ରିକ ଝଡ଼ ‘ଜଓ୍ବାଦ’ରେ ପ୍ରଭାବିତ ହୋଇଥିଲେ ଚାଷୀକୁଳ। ଧାନ ଓ ପରିବା ଫସଲ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ଖୋର୍ଦ୍ଧା ଜିଲା ବେଗୁନିଆ ବ୍ଲକ ଅଞ୍ଚଳର...

ଆତଙ୍କବାଦୀଙ୍କୁ ସହାୟତା ଯୋଗାଉଛନ୍ତି ଓଭରଗ୍ରାଉଣ୍ଡ ଓ୍ବାର୍କର, ଏପର୍ଯ୍ୟନ୍ତ ୨୫୦ ଗିରଫ …

ଶ୍ରୀନଗର, ୮।୬ : ଗତ କିଛି ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ସ୍ଥାନୀୟ ହିନ୍ଦୁ ଏବଂ ପ୍ରବାସୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ତୀବ୍ର ହୋଇଛି। ଏହି କାରଣରୁ...

ଦେଶର ୫୦ ସ୍ବତନ୍ତ୍ର ଐତିହ୍ୟ ବୟନକଳା ସାମଗ୍ରୀ ମଧ୍ୟରେ ଓଡ଼ିଶାର ୫

ଭୁବନେଶ୍ୱର,୨।୧୦(ବ୍ୟୁରୋ): ଓଡ଼ିଶାର ହସ୍ତତନ୍ତ ଓ ବୟନ ସାମଗ୍ରୀ ନିଜର ସ୍ବତନ୍ତ୍ରତା ପାଇଁ ସବୁବେଳେ ଜାତୀୟ ତଥା ଅନ୍ତର୍ଜାତୀୟ ଚାହିଦା ବଜାୟ ରଖି ଆସିଛି। ଶନିବାର ୟୁନେସ୍କୋ...

ମର୍ମନ୍ତୁଦ ଦୁର୍ଘଟଣା: ଗଲା ୫ ଜୀବନ

ସୋନପୁର,୨୨।୧(ନି.ପ୍ର): ସୁବର୍ଣ୍ଣପୁର ଜିଲା ସୋନପୁର ମହାନଦୀ ସେତୁ ଉପରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ବଲେରୋ ଏବଂ ଟ୍ରକ ମଧ୍ୟରେ ମୁହାଁ...

Advertisement
Archives

Model This Week