ନନ୍ଦିନୀଙ୍କୁ ଜାଣିବା ଆଜିର ପିଢ଼ିର ଉତ୍ତରଦାୟିତ୍ୱ

ଭୁବନେଶ୍ୱର,୧୨।୫(ଶର୍ମିଷ୍ଠା ପାଣିଗ୍ରାହୀ)ନନ୍ଦିନୀ ଶତପଥୀ ଯାହା ସବୁ କରିଯାଇଛନ୍ତି, ସେହି ତୁଳନାରେ ତାଙ୍କୁ କିଛି ମିଳିନାହିଁ। ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ନାହିଁ, ପାଠ୍ୟପୁସ୍ତକରେ ମଧ୍ୟ ତାଙ୍କ ନାମ ନାହିଁ। ବର୍ତ୍ତମାନର ପିଢ଼ି ତାଙ୍କୁ ପଢ଼ିଲେ, ତାଙ୍କ ସମ୍ପର୍କରେ କଥା ହେଲେ, ତାଙ୍କୁ ଜାଣିଲେ ହିଁ ତାଙ୍କ ତ୍ୟାଗକୁ ଉପଯୁକ୍ତ ସମ୍ମାନ ମିଳିବ। ସେ ଜଣେ ଭୁଲିଯିବା ଭଳି ବ୍ୟକ୍ତିତ୍ୱ ନୁହନ୍ତି। ସବୁ ପିଢ଼ି ତାଙ୍କୁ ମନେରଖିବା ଉଚିତ। ନନ୍ଦିନୀ କେବଳ ସ୍ମରଣୀୟ ନୁହନ୍ତି, ସମ୍ମାନାସ୍ପଦ ମଧ୍ୟ। ତେଣୁ ତାଙ୍କୁ ଜାଣିବା ଆଜିର ପିଢ଼ିର ଉତ୍ତରଦାୟିତ୍ୱ ବୋଲି ସାମ୍ବାଦିକା ତଥା ଲେଖିକା ପଲ୍ଲବୀ ରେବପ୍ରଗଡ଼ା କହିଛନ୍ତି। ଶନିବାର ବକୁଳ ଫାଉଣ୍ଡେଶନ ପକ୍ଷରୁ ପଲ୍ଲବୀଙ୍କ ଦ୍ୱାରା ଲିଖିତ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ପୁସ୍ତକ ‘ନନ୍ଦିନୀ ଶତପଥୀ: ଦ ଆଇରନ୍‌ ଲେଡି ଅଫ୍‌ ଓଡ଼ିଶା’ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଲେଖିକା ପଲ୍ଲବୀଙ୍କ ସହ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଚ’ର ସମ୍ପାଦକ ତଥାଗତ ସତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ, ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀ, ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ବକୁଳ ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିଥିଲେ। ଏହାପରେ ସୁଜିତ ମହାପାତ୍ର ଓ ଲେଖିକା ପଲ୍ଲବୀଙ୍କ ମଧ୍ୟରେ ପୁସ୍ତକ ସମୀକ୍ଷା ଭିତ୍ତିକ ଏକ ଆଲୋଚନା ହୋଇଥିଲା। ପଲ୍ଲବୀ କହିଥିଲେ, ଯେବେ ନନ୍ଦିନୀଙ୍କୁ ପ୍ରଥମେ ଜାଣିବାର ଅବସର ମିଳିଥିଲା, ନିର୍ଦ୍ଧାରିତ ଶବ୍ଦ ମଧ୍ୟରେ ତାଙ୍କ ଜୀବନୀ ବର୍ଣ୍ଣନା କରିବାକୁ କୁହାଯାଇଥିଲା। ଏକାଧାରରେ ଜଣେ ସୁଦକ୍ଷ ରାଜନେତ୍ରୀ, କଳାପ୍ରେମୀ, ସଙ୍ଗଠିକା ଭାବେ ପରିଚୟ ସୃଷ୍ଟି କରିପାରିଥିବା ନନ୍ଦିନୀଙ୍କୁ ସେ ମାତ୍ର କେତୋଟି ଶବ୍ଦରେ ସୀମିତ ରଖିବାକୁ ଚାହିଁ ନ ଥିଲେ। ଏହା ପରେ ସେ ନନ୍ଦିନୀଙ୍କ ଉପରେ ଗବେଷଣା କରିଥିଲେ ଓ ଲେଖିବା ଆରମ୍ଭ କରିଥିଲେ। ଏତେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇ ମଧ୍ୟ ତାଙ୍କ ବିଷୟରେ ବହୁତ କମ୍‌ ତଥ୍ୟ ସହ ଲେଖା ମଧ୍ୟ କମ୍‌ ପ୍ରକାଶ ପାଇଥିଲା। ପାଖାପାଖି ୫ବର୍ଷ ଲାଗିଗଲା ପୁସ୍ତକଟି ଲେଖିବାକୁ। ନନ୍ଦିନୀ ଆମ ଦେଶର ଝିଅ ହୋଇଥିଲେ ମଧ୍ୟ ତାଙ୍କ ସମ୍ପର୍କରେ ଅଧିକ ଲେଖା ବିଦେଶ ପତ୍ରିକାରେ ପ୍ରକାଶ ପାଇଛି। ରାଜନୀତିରେ ଥିବାବେଳେ ତାଙ୍କୁ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମାତ୍ର ସେ ସବୁ ପରିସ୍ଥିତିକୁ ବେଶ୍‌ ସାଧାରଣ ଭାବେ ସାମ୍ନା କରୁଥିଲେ। ସେହିପରି ଲାଠିଚାର୍ଜ ସମୟରେ ନନ୍ଦିନୀ ତାଙ୍କର ପ୍ରଥମ ସନ୍ତାନକୁ ଗର୍ଭରେ ଧରି ରାଜନୀତିରେ ସକ୍ରିୟ ଥିଲେ। ତେଣୁ ତାଙ୍କ ବିଷୟରେ ଯେବେ ମୁଁ ଲେଖିବା ଆରମ୍ଭ କଲି ମୁଁ ମଧ୍ୟ ପ୍ରେଗ୍‌ନାଣ୍ଟ ଥିଲି। ସେତେବେଳେ ମନରେ ଗୋଟିଏ କଥା ଆସୁଥିଲା ଯଦି ସେ କରିପାରୁ ଥିଲେ, ମୁଁ କାହିଁକି ନୁହେଁ। ଏଭଳି ପ୍ରେରଣା ନନ୍ଦିନୀଙ୍କଠାରୁ ପାଇଥିବା ସେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଲେଖକ, ଗବେଷକ, ଛାତ୍ରୀଛାତ୍ର ଭାବବିନିମୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା ସମ୍ଭାବନା, ଅଧିକାରୀଙ୍କୁ ମୁଖ୍ୟାଳୟ ନଛାଡ଼ିବା ନିର୍ଦ୍ଦେଶ

କୋରାପୁଟ, ୨୧/୯( ଅମିତାଭ ବେହେରା ): ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏହା ଅବପାତର ରୂପ ନେବା ନେଇ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପକ୍ଷରୁ ସତର୍କ…

୧୪୦ ଅନ୍ତେବାସୀ ହଷ୍ଟେଲ ଛାଡ଼ିବା ଘଟଣା: ୪୬ ଦିନ ପରେ ଉଚ୍ଚସ୍ତରୀୟ ତଦନ୍ତ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ମୌଳିକ ସୁବିଧା-ସୁଯୋଗର ଅଭାବ ଏବଂ ନିମ୍ନମାନର ଖାଦ୍ୟ ଯୋଗାଣ ଯୋଗୁ ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ସାନରଟମରା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଗଭୀର ଅବପାତ ପ୍ରଭାବ: ୩ ଦିନ ବନ୍ଦ ରହିବ ଗଞ୍ଜାମର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର

ଛତ୍ରପୁର, ୨୧/୯ (ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଭୀର ଅବପାତ ଯୋଗୁ ସମ୍ଭାବ୍ୟ ପ୍ରତିକୂଳ ପାଣିପାଗ ପରିସ୍ଥିତିକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ସମ୍ଭାବ୍ୟ ବାତ୍ୟାକୁ ନେଇ ବଡ଼ ଅପଡେଟ୍‌: ଏହି ବାଟ ଦେଇ ଅତିକ୍ରମ କରିବ ସ୍ଥଳଭାଗ!

ଭୁବନେଶ୍ୱର, ୨୧।୯: ସଷ୍ଟି ହେଲା ଅବପାତ। ପୁରୀଠାରୁ ଦକ୍ଷିଣ-ପୂର୍ବ ଦିଗ ଓ ଗୋପାଳପୁରଠାରୁ ପୂର୍ବ-ଦକ୍ଷିଣ-ପୂର୍ବ ଦିଗରେ ୩୧୦ କି.ମି ଦୂରରେ ଅବପାତ କେନ୍ଦ୍ରୀଭୂତ। କଳିଙ୍ଗପାଟନମରୁ ୩୯୦ କି.ମି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?