ନନ୍ଦିନୀଙ୍କୁ ଜାଣିବା ଆଜିର ପିଢ଼ିର ଉତ୍ତରଦାୟିତ୍ୱ

ଭୁବନେଶ୍ୱର,୧୨।୫(ଶର୍ମିଷ୍ଠା ପାଣିଗ୍ରାହୀ)ନନ୍ଦିନୀ ଶତପଥୀ ଯାହା ସବୁ କରିଯାଇଛନ୍ତି, ସେହି ତୁଳନାରେ ତାଙ୍କୁ କିଛି ମିଳିନାହିଁ। ତାଙ୍କ ସମ୍ପର୍କରେ ଅଧିକ ତଥ୍ୟ ନାହିଁ, ପାଠ୍ୟପୁସ୍ତକରେ ମଧ୍ୟ ତାଙ୍କ ନାମ ନାହିଁ। ବର୍ତ୍ତମାନର ପିଢ଼ି ତାଙ୍କୁ ପଢ଼ିଲେ, ତାଙ୍କ ସମ୍ପର୍କରେ କଥା ହେଲେ, ତାଙ୍କୁ ଜାଣିଲେ ହିଁ ତାଙ୍କ ତ୍ୟାଗକୁ ଉପଯୁକ୍ତ ସମ୍ମାନ ମିଳିବ। ସେ ଜଣେ ଭୁଲିଯିବା ଭଳି ବ୍ୟକ୍ତିତ୍ୱ ନୁହନ୍ତି। ସବୁ ପିଢ଼ି ତାଙ୍କୁ ମନେରଖିବା ଉଚିତ। ନନ୍ଦିନୀ କେବଳ ସ୍ମରଣୀୟ ନୁହନ୍ତି, ସମ୍ମାନାସ୍ପଦ ମଧ୍ୟ। ତେଣୁ ତାଙ୍କୁ ଜାଣିବା ଆଜିର ପିଢ଼ିର ଉତ୍ତରଦାୟିତ୍ୱ ବୋଲି ସାମ୍ବାଦିକା ତଥା ଲେଖିକା ପଲ୍ଲବୀ ରେବପ୍ରଗଡ଼ା କହିଛନ୍ତି। ଶନିବାର ବକୁଳ ଫାଉଣ୍ଡେଶନ ପକ୍ଷରୁ ପଲ୍ଲବୀଙ୍କ ଦ୍ୱାରା ଲିଖିତ ଓଡ଼ିଶାର ପ୍ରଥମ ଓ ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀଙ୍କ ଜୀବନୀ ପୁସ୍ତକ ‘ନନ୍ଦିନୀ ଶତପଥୀ: ଦ ଆଇରନ୍‌ ଲେଡି ଅଫ୍‌ ଓଡ଼ିଶା’ ଉନ୍ମୋଚିତ ହୋଇଥିଲା। ଏହି ଅବସରରେ ଲେଖିକା ପଲ୍ଲବୀଙ୍କ ସହ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଚ’ର ସମ୍ପାଦକ ତଥାଗତ ସତପଥୀ, ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ଶତପଥୀ, ସାମ୍ବାଦିକ ତଥା ଲେଖକ ରୁବେନ ବାନାର୍ଜୀ, ଭାଷାବିତ୍‌ ଦେବୀପ୍ରସନ୍ନ ପଟ୍ଟନାୟକ, ବକୁଳ ଫାଉଣ୍ଡେଶନର ପ୍ରତିଷ୍ଠାତା ସୁଜିତ ମହାପାତ୍ର ଉପସ୍ଥିତ ରହି ପୁସ୍ତକ ଉନ୍ମୋଚନ କରିଥିଲେ। ଏହାପରେ ସୁଜିତ ମହାପାତ୍ର ଓ ଲେଖିକା ପଲ୍ଲବୀଙ୍କ ମଧ୍ୟରେ ପୁସ୍ତକ ସମୀକ୍ଷା ଭିତ୍ତିକ ଏକ ଆଲୋଚନା ହୋଇଥିଲା। ପଲ୍ଲବୀ କହିଥିଲେ, ଯେବେ ନନ୍ଦିନୀଙ୍କୁ ପ୍ରଥମେ ଜାଣିବାର ଅବସର ମିଳିଥିଲା, ନିର୍ଦ୍ଧାରିତ ଶବ୍ଦ ମଧ୍ୟରେ ତାଙ୍କ ଜୀବନୀ ବର୍ଣ୍ଣନା କରିବାକୁ କୁହାଯାଇଥିଲା। ଏକାଧାରରେ ଜଣେ ସୁଦକ୍ଷ ରାଜନେତ୍ରୀ, କଳାପ୍ରେମୀ, ସଙ୍ଗଠିକା ଭାବେ ପରିଚୟ ସୃଷ୍ଟି କରିପାରିଥିବା ନନ୍ଦିନୀଙ୍କୁ ସେ ମାତ୍ର କେତୋଟି ଶବ୍ଦରେ ସୀମିତ ରଖିବାକୁ ଚାହିଁ ନ ଥିଲେ। ଏହା ପରେ ସେ ନନ୍ଦିନୀଙ୍କ ଉପରେ ଗବେଷଣା କରିଥିଲେ ଓ ଲେଖିବା ଆରମ୍ଭ କରିଥିଲେ। ଏତେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ହୋଇ ମଧ୍ୟ ତାଙ୍କ ବିଷୟରେ ବହୁତ କମ୍‌ ତଥ୍ୟ ସହ ଲେଖା ମଧ୍ୟ କମ୍‌ ପ୍ରକାଶ ପାଇଥିଲା। ପାଖାପାଖି ୫ବର୍ଷ ଲାଗିଗଲା ପୁସ୍ତକଟି ଲେଖିବାକୁ। ନନ୍ଦିନୀ ଆମ ଦେଶର ଝିଅ ହୋଇଥିଲେ ମଧ୍ୟ ତାଙ୍କ ସମ୍ପର୍କରେ ଅଧିକ ଲେଖା ବିଦେଶ ପତ୍ରିକାରେ ପ୍ରକାଶ ପାଇଛି। ରାଜନୀତିରେ ଥିବାବେଳେ ତାଙ୍କୁ ଅନେକ ଆହ୍ବାନର ସମ୍ମୁଖୀନ ହେବାକୁ ପଡ଼ିଥିଲା। ମାତ୍ର ସେ ସବୁ ପରିସ୍ଥିତିକୁ ବେଶ୍‌ ସାଧାରଣ ଭାବେ ସାମ୍ନା କରୁଥିଲେ। ସେହିପରି ଲାଠିଚାର୍ଜ ସମୟରେ ନନ୍ଦିନୀ ତାଙ୍କର ପ୍ରଥମ ସନ୍ତାନକୁ ଗର୍ଭରେ ଧରି ରାଜନୀତିରେ ସକ୍ରିୟ ଥିଲେ। ତେଣୁ ତାଙ୍କ ବିଷୟରେ ଯେବେ ମୁଁ ଲେଖିବା ଆରମ୍ଭ କଲି ମୁଁ ମଧ୍ୟ ପ୍ରେଗ୍‌ନାଣ୍ଟ ଥିଲି। ସେତେବେଳେ ମନରେ ଗୋଟିଏ କଥା ଆସୁଥିଲା ଯଦି ସେ କରିପାରୁ ଥିଲେ, ମୁଁ କାହିଁକି ନୁହେଁ। ଏଭଳି ପ୍ରେରଣା ନନ୍ଦିନୀଙ୍କଠାରୁ ପାଇଥିବା ସେ ପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ଯୋଗଦେଇ ବିଶିଷ୍ଟ ଲେଖକ, ଗବେଷକ, ଛାତ୍ରୀଛାତ୍ର ଭାବବିନିମୟ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ତାମିଲନାଡୁ ଗ୍ୟାସ ଟ୍ରାଜେଡି: ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୧।୬: ତାମିଲନାଡୁର ତିରୁଭଲ୍ଲୁର ଜିଲାରେ ରବିବାର ଏକ ସି-ଫୁଡ (ସାମୁଦ୍ରିକ ଖାଦ୍ୟ) ରପ୍ତାନି କାରଖାନାରେ ଆମୋନିଆ ଗ୍ୟାସ ଲିକ୍‌ ହେବା ଯୋଗୁ ୭ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri