Posted inଜାତୀୟ

ମଶା କାମୁଡିଲେ ୩ ମିଲିମିଟର କ୍ଷତ ହେବା ଅସମ୍ଭବ, ୨୩ ମାସର ଶିଶୁକନ୍ୟାଙ୍କ ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡାଦେଶ କଲେ କୋର୍ଟ…

ମୁମ୍ବାଇ,୬।୧୧ : ମୁମ୍ବାଇର ଏକ କୋର୍ଟ ଜଣେ ବ୍ୟକ୍ତିଙ୍କୁ ୨୦ବର୍ଷ କାରାଦଣ୍ଡରେ ଦଣ୍ଡିତ କରି କହିଛନ୍ତି ମଶା କାମୁଡ଼ିବା ଦ୍ୱାରା ୩ ମିଲିମିଟର କ୍ଷତ ସୃଷ୍ଟି ହୋଇପାରିବ ନାହିଁ। ୨୧ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ୨୩ ମାସର ଭାଣିଜୀକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଥିଲା ଏବଂ ତାଙ୍କୁ ଏହି ଦଣ୍ଡରେ ଦଣ୍ଡିତ କରାଯାଇଛି। ଏହି ବ୍ୟକ୍ତି ଜଣଙ୍କ ବିରୋଓରେ ୨୦୨୧ ମସିହାରେ ଏହି ଅଭିଯୋଗ ହୋଇଥିଲା। କୋର୍ଟ କହିଛନ୍ତି ମଶା କାମୁଡ଼ିବା ଦ୍ୱାରା ୨୩ ମାସର ଶିଶୁକନ୍ୟାଙ୍କର ଗୁପ୍ତାଙ୍ଗରେ ତିନି ମିଲିମିଟର କ୍ଷତ ହେବା ଅସମ୍ଭବ। ମେଡିକେୟାର ରିପୋର୍ଟରେ ମଧ୍ୟ ଯୌନ ଉତ୍ପୀଡ଼ନର ଲକ୍ଷଣ ଦେଖାଯାଇଥିଲା।

ଏକ ରିପୋର୍ଟ ଅନୁଯାୟୀ ମୁମ୍ବାଇର ଏକ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ଅଭିଯୁକ୍ତ ବ୍ୟକ୍ତିଙ୍କୁ ଦୋଷୀ ସାବ୍ୟସ୍ତ କରି ତାଙ୍କୁ ୨୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ପ୍ରତିରକ୍ଷାରେ ଅଭିଯୁକ୍ତ କୋର୍ଟଙ୍କୁ କହିଛନ୍ତି ମଶା କାମୁଡ଼ିବା କାରଣରୁ ପୀଡିତା ତାଙ୍କ ଗୁପ୍ତାଙ୍ଗକୁ ନଖରେ ଖଣ୍ଡିଆ କରିଥିଲେ ଯେଉଁଥିପାଇଁ ସେଠାରେ କ୍ଷତ ସୃଷ୍ଟି ହୋଇଥିଲା। ଏହି ମାମଲାରେ ଏକ ଏଫଆଇଆର୍‌ ୩ ନଭେମ୍ବର ୨୦୧୯ରେ ପଞ୍ଜୀକୃତ ହୋଇଥିଲା, ଯେତେବେଳେ ଶିଶୁକନ୍ୟାର ମା’ କ୍ଷତ ଯୋଗୁ ପିଲାଟି କାନ୍ଦୁଥିବାର ଦେଖିଥିଲେ। ଶିଶୁକନ୍ୟାଙ୍କର ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ରହିଥିଲା । ଅଭିଯୁକ୍ତ ତାଙ୍କ ପରିବାର ସହିତ ରହୁଥିଲେ।

ସ୍ବତନ୍ତ୍ର ଜଜ ଆର.କେ କ୍ଷୀରସାଗର କହିଛନ୍ତି ପୀଡିତାଙ୍କୁ ୨୩ ମାସ ହୋଇଥିବା ଜଣାପଡିଛି ଏବଂ ପୀଡିତା ନିଜେ ନଖରେ ଖଣ୍ଡିଆ କରି ୩ ମିଲିମିଟର କ୍ଷତ ସୃଷ୍ଟି କରିବା ସମ୍ଭବ ନୁହେଁ। ଏହା ବ୍ୟତୀତ ସେପରି କିଛି ହୋଇ ନାହିଁ। ଡାକ୍ତରୀ ଅଧିକାରୀଙ୍କ ପକ୍ଷରୁ ପ୍ରଦାନ କରାଯାଇଥିବା ରିପୋର୍ଟରେ ସେପରି କୌଣସି ତଥ୍ୟ ଦିଆଯାଇ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି।…

ନିଜ ରାସ୍ତା କାମ ନିଜେ କଲେ ପଡ଼ାବାସୀ: ଚାନ୍ଦା ଆଦାୟକରି…

ନୂଆପଡ଼ା,୮ା୪ (ମକାରୁ ବେମାଲ): ନୂଆପଡ଼ା ଏନ୍‌ଏସି ସତ୍‌ସଙ୍ଗ ବିହାର ପଛପଟ ପଡ଼ା ରାସ୍ତାର ଡ୍ରେନ୍‌ ଉପରେ ପଡ଼ିଥିବା ଘୋଡ଼ଣି ଭାଙ୍ଗିଯାଇଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri