ଅସୁରଖୋଳା, ଶୁକପାଇକାର ପୁନରୁଦ୍ଧାର ଜରୁରୀ

ପାଟକୁରା,୨୪।୯(ଡି.ଏନ.ଏ.): ମହାନଦୀର ଶାଖା ନଦୀ ହେଉଛି ଶୁକପାଇକା। ଏହା କଟକ ଜିଲାର ନିଶ୍ଚିନ୍ତକୋଇଲି ବ୍ଲକ ପାଳଦା ପଞ୍ଚାୟତର ସାହୁକ୍ଷେତ, ବାବୁଜଙ୍ଗଠାରୁ ବାହାରି ବାବୁଜଙ୍ଗ, ସଫିପୁର, ପିଁପୁର, ଉତ୍ତରକୂଳ, ମୁଗୁରିଆ, ମେହେନ୍ଦିପୁର, ଧାରିବିଲ, ଓଡ଼ଖଣ୍ଡ, ଜୟତଳଙ୍ଗ ଆଦି ଗାଁରେ ପ୍ରବାହିତ ହୋଇ କେନ୍ଦ୍ରାପଡ଼ା ଜିଲାର ଗରଦପୁର ବ୍ଲକ ତେଣ୍ଡାକୁଡ଼ା ପଞ୍ଚାୟତର ସାନନୟନପୁରଠାରେ ପୁଣି ମହାନଦୀରେ ମିଶିଛି। ପ୍ରାୟ ୪ ଦଶନ୍ଧି ପୂର୍ବେ ମହାନଦୀର ଉତ୍ତରପାର୍ଶ୍ୱ ନଦୀବନ୍ଧ ନିର୍ମାଣ ଓ ସୁଦୃଢ଼ୀକରଣ ପରେ ଏହାର ଉପରମୁଣ୍ଡ ସାହୁକ୍ଷେତଠାରେ ଥିବା ମୁହାଣକୁ ବନ୍ଦ କରି ଦିଆଯାଇଥିଲା। ଫଳରେ ମହାନଦୀର ଶାଖା ନଦୀ ଶୁକପାଇକାଟି ବସ୍ତୁତଃ ମୃତନଦୀ ହୋଇଯାଇଛି। ବର୍ଷ ସାରା ଶୁଖିଲା ପଡ଼ିଥିବା ଏହି ନଦୀ ବର୍ଷାଦିନେ ଉଦ୍‌ବୃତ୍ତ ବର୍ଷା ଜଳରେ ପୂର୍ଣ୍ଣଗର୍ଭା ହୋଇଉଠେ। ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ପାଇଁ ସାନନୟନପୁରଠାରେ ମହାନଦୀକୁ ଏକ ସ୍ଲୁଇସ ଗେଟ୍‌ ରହିଛି। ମହାନଦୀର ଜଳସ୍ତର ଅଧିକ ହେଲେ ଶୁକପାଇକାରୁ ଉଦ୍‌ବୃତ୍ତ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଲା। ଫଳରେ ୨୦୦୭ରେ ସେତେବେଳର କିଶନନଗର ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମରେ ପାଳଦା ଘାଇ ପରିଦର୍ଶନରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟତଳଙ୍ଗଠାରେ ଏକ ସ୍ଲୁଇସ ଗେଟ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଶୁକପାଇକା ନଦୀରୁ ନିକଟରେ ଥିବା ଅସୁରଖୋଳା ପ୍ରାକୃତିକ ଜଳଉତ୍ସକୁ ଉଦ୍‌ବୃତ୍ତ ଜଳ ନିଷ୍କାସନ ପାଇଁ ଏକ ସ୍ଲୁଇସ ଗେଟ୍‌ ନିର୍ମାଣ କରାଯାଇଛି। ହେଲେ ଏହା ଆବଶ୍ୟକତାଠାରୁ ବହୁ ଛୋଟ।

ଅସୁରଖୋଳା ଜଳଉତ୍ସଟି ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତର ଧାରିବିଲଠାରୁ ବାହାରି କେନ୍ଦ୍ରାପଡ଼ା ଜିଲା ତେଣ୍ଡାକୁଡା ପଞ୍ଚାୟତ ଦେଇ ଦୀର୍ଘ ୬୦ କିମି ଅତିକ୍ରମ କରିବା ପରେ ମହାକାଳପଡା ବ୍ଲକର ଟିକରପଙ୍ଗାଠାରେ ସମୁଦ୍ରରେ ମିଶିଛି। ବର୍ତ୍ତମାନ ଏହାର କିଛି ଅଂଶ ପୋତି ହୋଇଯାଇଥିବା ବେଳେ ଅବଶିଷ୍ଟ ଜବରଦଖଲରେ ରହିଛି। ଜୟତଳଙ୍ଗଠାରେ ଶୁକପାଇକା ନଦୀରୁ ଅସୁରଖୋଳା ନିର୍ମାଣ କରାଯାଇଥିବା ସ୍ଲୁଇସ ଗେଟ ଛୋଟ ହୋଇଥିବାରୁ ମାତ୍ର ୧୦କ୍ୟୁସେକ ଉଦ୍‌ବୃତ୍ତ ଜଳ ନିଷ୍କାସନ ହେଉଛି। ହେଲେ ଅସୁରଖୋଳାରେ ସ୍ରୋତ ପଡୁ ନ ଥିବାରୁ ଏହା ସମୟକ୍ରମେ ପଙ୍କ ଓ ଦଳ ପୂର୍ଣ୍ଣ ହୋଇଯାଇଛି। ଏହାର ପାଣି ବିଷାକ୍ତ ହେବା ସହ ଏହା ମଶା, ଜଳଜନ୍ତୁଙ୍କ ଘର ପାଲଟିଛି। ପୂର୍ବରୁ ଯେତେବେଳେ ଗଁାରେ କୂଅ, ପୋଖରୀ ନ ଥିଲା ଅସୁରଖୋଳା ଜଳକୁ ଅଞ୍ଚଳର ଲୋକ ପାନୀୟ ଜଳଠାରୁ ଆରମ୍ଭ କରି କୃଷି କାର୍ଯ୍ୟରେ ଲଗାଉ ଥିଲେ। ଅସୁରଖୋଳା ମଧ୍ୟକୁ ଉଦ୍‌ବୃତ୍ତ ଜଳ ନିଷ୍କାସନ ପାଇଁ ନିର୍ମାଣ ହୋଇଥିବା ସ୍ଲୁଇସ ଗେଟ୍‌ଟି ଛୋଟ ହୋଇଥିବାରୁ ଉପରମୁଣ୍ଡ ଧାରିବିଲଠାରେ ଆଉ ଏକ (୫୦ କ୍ୟୁସେକ୍‌) ସ୍ଲୁଇସ ଗେଟ ନିର୍ମାଣ ଆବଶ୍ୟକତା ଦେଖାଦେଇଛି। ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ମହାନଦୀରେ ଆଉ ପାଣି ଆସୁନାହିଁ। ବର୍ଷାଦିନେ ତ ଶୁଖିଲା ପଡୁଛି। ଖରାଦିନେ ଏହି ଅଞ୍ଚଳରେ ଜଳ ସମସ୍ୟା ଆଗକୁ ଉତ୍କଟ ହେବ। ଅଞ୍ଚଳରେ ପ୍ରବାହିତ ଦୁଇଟି ଜଳଉତ୍ସକୁ ପୁନରୁଦ୍ଧାର କରା ନ ଗଲେ ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ଲୋକ ଜଳସଙ୍କଟର ସମ୍ମୁଖୀନ ହେବା ଏବେଠାରୁ ଅନୁଭୂତ ହେଲାଣି। ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ଅଞ୍ଚଳର ଯୁବକ, ଲୋକପ୍ରତିନିଧି ଓ ବୁଦ୍ଧିଜୀବୀ ଅସୁରଖୋଳାର ପୁନରୁଦ୍ଧାର ପାଇଁ ‘ଅସୁରଖୋଳା ପୁନରୁଦ୍ଧାର ଓ ବିକାଶ ମଞ୍ଚ’ ନାମରେ ଏକ ସଙ୍ଗଠନ ଗଢ଼ିଛନ୍ତି। ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଜଳସମ୍ପଦ ବିଭାଗ ମନ୍ତ୍ରୀ, ୫-ଟି ସଚିବ, କେନ୍ଦ୍ରାପଡ଼ା ଓ କଟକ ଜିଲାପାଳ, ପାଟକୁରା, ମହାକାଳପଡ଼ା, କଟକ ସଦର ବିଧାୟକ ଓ କେନ୍ଦ୍ରାପଡ଼ା ଏମ୍‌ପି, ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଲିଖିତ ନିବେଦନ ପତ୍ର ଦେଇଥିଲେ। ଏହା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଅତିରିକ୍ତ ମୁଖ୍ୟଯନ୍ତ୍ରୀ କଟକ ଜଳ ନିଷ୍କାସନ ମଣ୍ଡଳ ସନ୍ତୋଷ କୁମାର ସ୍ବାଇଁ, କଟକ ଜଳ ନିଷ୍କାସନ ମଣ୍ଡଳର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା, କଟକ ଜଳ ନିଷ୍କାସନ ସବ୍‌ ଡିଭିଜନ୍‌-୨ର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଦାସ ଓ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ପ୍ରଭାତ କୁମାର ମାଝି ପ୍ରମୁଖ ସାହୁକ୍ଷେତଠାରେ ଶୁକପାଇକା ନଦୀର ବନ୍ଦ ହୋଇଥିବା ମୁହାଣସ୍ଥଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ବାବୁଜଙ୍ଗ, ଉତ୍ତରକୂଳ, ଧାରିବିଲ, ଓଡ଼ଖଣ୍ଡ, ଜୟତଳଙ୍ଗ ଓ ଆଳିଜଙ୍ଗା କ୍ଷେତ୍ର ପରିଦର୍ଶନ କରି ପ୍ରକୃତ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି। ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ବେଳେ ମଞ୍ଚର ସଭାପତି ତଥା ସିଫାର ଅବସରପ୍ରାପ୍ତ ବୈଜ୍ଞାନିକ ଡ. ଅମରେନ୍ଦ୍ରନାଥ ମହାନ୍ତି, ହୃଦୟନିଧି ମହାନ୍ତି, ଡା. ଅବଦୁଲ ହଲିମ, ଆବାହକ ଲକ୍ଷ୍ମୀକାନ୍ତ ଦାଶ, ଦୀପ୍ତିରଞ୍ଜନ କାନୁନ୍‌ଗୋ, ରବୀନ୍ଦ୍ରନାଥ ମହାନ୍ତି ପ୍ରମୁଖ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଜଳସମ୍ପଦ ବିଭାଗର ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନରୁ ଅସୁରଖୋଳାର ପୁନରୁଦ୍ଧାର, ମୃତା ଶୁକପାଇକା ନଦୀର ପୁନର୍ଜୀବିତର ଆଶା ସଞ୍ଚାରିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?