ଅସୁରଖୋଳା, ଶୁକପାଇକାର ପୁନରୁଦ୍ଧାର ଜରୁରୀ

ପାଟକୁରା,୨୪।୯(ଡି.ଏନ.ଏ.): ମହାନଦୀର ଶାଖା ନଦୀ ହେଉଛି ଶୁକପାଇକା। ଏହା କଟକ ଜିଲାର ନିଶ୍ଚିନ୍ତକୋଇଲି ବ୍ଲକ ପାଳଦା ପଞ୍ଚାୟତର ସାହୁକ୍ଷେତ, ବାବୁଜଙ୍ଗଠାରୁ ବାହାରି ବାବୁଜଙ୍ଗ, ସଫିପୁର, ପିଁପୁର, ଉତ୍ତରକୂଳ, ମୁଗୁରିଆ, ମେହେନ୍ଦିପୁର, ଧାରିବିଲ, ଓଡ଼ଖଣ୍ଡ, ଜୟତଳଙ୍ଗ ଆଦି ଗାଁରେ ପ୍ରବାହିତ ହୋଇ କେନ୍ଦ୍ରାପଡ଼ା ଜିଲାର ଗରଦପୁର ବ୍ଲକ ତେଣ୍ଡାକୁଡ଼ା ପଞ୍ଚାୟତର ସାନନୟନପୁରଠାରେ ପୁଣି ମହାନଦୀରେ ମିଶିଛି। ପ୍ରାୟ ୪ ଦଶନ୍ଧି ପୂର୍ବେ ମହାନଦୀର ଉତ୍ତରପାର୍ଶ୍ୱ ନଦୀବନ୍ଧ ନିର୍ମାଣ ଓ ସୁଦୃଢ଼ୀକରଣ ପରେ ଏହାର ଉପରମୁଣ୍ଡ ସାହୁକ୍ଷେତଠାରେ ଥିବା ମୁହାଣକୁ ବନ୍ଦ କରି ଦିଆଯାଇଥିଲା। ଫଳରେ ମହାନଦୀର ଶାଖା ନଦୀ ଶୁକପାଇକାଟି ବସ୍ତୁତଃ ମୃତନଦୀ ହୋଇଯାଇଛି। ବର୍ଷ ସାରା ଶୁଖିଲା ପଡ଼ିଥିବା ଏହି ନଦୀ ବର୍ଷାଦିନେ ଉଦ୍‌ବୃତ୍ତ ବର୍ଷା ଜଳରେ ପୂର୍ଣ୍ଣଗର୍ଭା ହୋଇଉଠେ। ଉଦ୍‌ବୃତ୍ତ ବର୍ଷାଜଳ ନିଷ୍କାସନ ପାଇଁ ସାନନୟନପୁରଠାରେ ମହାନଦୀକୁ ଏକ ସ୍ଲୁଇସ ଗେଟ୍‌ ରହିଛି। ମହାନଦୀର ଜଳସ୍ତର ଅଧିକ ହେଲେ ଶୁକପାଇକାରୁ ଉଦ୍‌ବୃତ୍ତ ଜଳ ନିଷ୍କାସନରେ ସମସ୍ୟା ଦେଖାଦେଲା। ଫଳରେ ୨୦୦୭ରେ ସେତେବେଳର କିଶନନଗର ବିଧାୟକ ପ୍ରତାପ ଜେନାଙ୍କ ଉଦ୍ୟମରେ ପାଳଦା ଘାଇ ପରିଦର୍ଶନରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୟତଳଙ୍ଗଠାରେ ଏକ ସ୍ଲୁଇସ ଗେଟ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ପରେ ଶୁକପାଇକା ନଦୀରୁ ନିକଟରେ ଥିବା ଅସୁରଖୋଳା ପ୍ରାକୃତିକ ଜଳଉତ୍ସକୁ ଉଦ୍‌ବୃତ୍ତ ଜଳ ନିଷ୍କାସନ ପାଇଁ ଏକ ସ୍ଲୁଇସ ଗେଟ୍‌ ନିର୍ମାଣ କରାଯାଇଛି। ହେଲେ ଏହା ଆବଶ୍ୟକତାଠାରୁ ବହୁ ଛୋଟ।

ଅସୁରଖୋଳା ଜଳଉତ୍ସଟି ନିଶ୍ଚିନ୍ତକୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତର ଧାରିବିଲଠାରୁ ବାହାରି କେନ୍ଦ୍ରାପଡ଼ା ଜିଲା ତେଣ୍ଡାକୁଡା ପଞ୍ଚାୟତ ଦେଇ ଦୀର୍ଘ ୬୦ କିମି ଅତିକ୍ରମ କରିବା ପରେ ମହାକାଳପଡା ବ୍ଲକର ଟିକରପଙ୍ଗାଠାରେ ସମୁଦ୍ରରେ ମିଶିଛି। ବର୍ତ୍ତମାନ ଏହାର କିଛି ଅଂଶ ପୋତି ହୋଇଯାଇଥିବା ବେଳେ ଅବଶିଷ୍ଟ ଜବରଦଖଲରେ ରହିଛି। ଜୟତଳଙ୍ଗଠାରେ ଶୁକପାଇକା ନଦୀରୁ ଅସୁରଖୋଳା ନିର୍ମାଣ କରାଯାଇଥିବା ସ୍ଲୁଇସ ଗେଟ ଛୋଟ ହୋଇଥିବାରୁ ମାତ୍ର ୧୦କ୍ୟୁସେକ ଉଦ୍‌ବୃତ୍ତ ଜଳ ନିଷ୍କାସନ ହେଉଛି। ହେଲେ ଅସୁରଖୋଳାରେ ସ୍ରୋତ ପଡୁ ନ ଥିବାରୁ ଏହା ସମୟକ୍ରମେ ପଙ୍କ ଓ ଦଳ ପୂର୍ଣ୍ଣ ହୋଇଯାଇଛି। ଏହାର ପାଣି ବିଷାକ୍ତ ହେବା ସହ ଏହା ମଶା, ଜଳଜନ୍ତୁଙ୍କ ଘର ପାଲଟିଛି। ପୂର୍ବରୁ ଯେତେବେଳେ ଗଁାରେ କୂଅ, ପୋଖରୀ ନ ଥିଲା ଅସୁରଖୋଳା ଜଳକୁ ଅଞ୍ଚଳର ଲୋକ ପାନୀୟ ଜଳଠାରୁ ଆରମ୍ଭ କରି କୃଷି କାର୍ଯ୍ୟରେ ଲଗାଉ ଥିଲେ। ଅସୁରଖୋଳା ମଧ୍ୟକୁ ଉଦ୍‌ବୃତ୍ତ ଜଳ ନିଷ୍କାସନ ପାଇଁ ନିର୍ମାଣ ହୋଇଥିବା ସ୍ଲୁଇସ ଗେଟ୍‌ଟି ଛୋଟ ହୋଇଥିବାରୁ ଉପରମୁଣ୍ଡ ଧାରିବିଲଠାରେ ଆଉ ଏକ (୫୦ କ୍ୟୁସେକ୍‌) ସ୍ଲୁଇସ ଗେଟ ନିର୍ମାଣ ଆବଶ୍ୟକତା ଦେଖାଦେଇଛି। ବର୍ତ୍ତମାନ ସମୟରେ ବିଭିନ୍ନ କାରଣରୁ ମହାନଦୀରେ ଆଉ ପାଣି ଆସୁନାହିଁ। ବର୍ଷାଦିନେ ତ ଶୁଖିଲା ପଡୁଛି। ଖରାଦିନେ ଏହି ଅଞ୍ଚଳରେ ଜଳ ସମସ୍ୟା ଆଗକୁ ଉତ୍କଟ ହେବ। ଅଞ୍ଚଳରେ ପ୍ରବାହିତ ଦୁଇଟି ଜଳଉତ୍ସକୁ ପୁନରୁଦ୍ଧାର କରା ନ ଗଲେ ମହାନଦୀ-ଚିତ୍ରୋତ୍ପଳା ଦ୍ୱୀପାଞ୍ଚଳର ଲୋକ ଜଳସଙ୍କଟର ସମ୍ମୁଖୀନ ହେବା ଏବେଠାରୁ ଅନୁଭୂତ ହେଲାଣି। ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ଅଞ୍ଚଳର ଯୁବକ, ଲୋକପ୍ରତିନିଧି ଓ ବୁଦ୍ଧିଜୀବୀ ଅସୁରଖୋଳାର ପୁନରୁଦ୍ଧାର ପାଇଁ ‘ଅସୁରଖୋଳା ପୁନରୁଦ୍ଧାର ଓ ବିକାଶ ମଞ୍ଚ’ ନାମରେ ଏକ ସଙ୍ଗଠନ ଗଢ଼ିଛନ୍ତି। ସଙ୍ଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀ, ଜଳସମ୍ପଦ ବିଭାଗ ମନ୍ତ୍ରୀ, ୫-ଟି ସଚିବ, କେନ୍ଦ୍ରାପଡ଼ା ଓ କଟକ ଜିଲାପାଳ, ପାଟକୁରା, ମହାକାଳପଡ଼ା, କଟକ ସଦର ବିଧାୟକ ଓ କେନ୍ଦ୍ରାପଡ଼ା ଏମ୍‌ପି, ବିଭାଗୀୟ ଅଧିକାରୀଙ୍କୁ ଏ ସମ୍ପର୍କରେ ଲିଖିତ ନିବେଦନ ପତ୍ର ଦେଇଥିଲେ। ଏହା ପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଅତିରିକ୍ତ ମୁଖ୍ୟଯନ୍ତ୍ରୀ କଟକ ଜଳ ନିଷ୍କାସନ ମଣ୍ଡଳ ସନ୍ତୋଷ କୁମାର ସ୍ବାଇଁ, କଟକ ଜଳ ନିଷ୍କାସନ ମଣ୍ଡଳର ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ବେହେରା, କଟକ ଜଳ ନିଷ୍କାସନ ସବ୍‌ ଡିଭିଜନ୍‌-୨ର ସହକାରୀ ଯନ୍ତ୍ରୀ ଉମେଶ ଚନ୍ଦ୍ର ଦାସ ଓ ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କ ବ୍ୟକ୍ତିଗତ ସହାୟକ ପ୍ରଭାତ କୁମାର ମାଝି ପ୍ରମୁଖ ସାହୁକ୍ଷେତଠାରେ ଶୁକପାଇକା ନଦୀର ବନ୍ଦ ହୋଇଥିବା ମୁହାଣସ୍ଥଳର ସ୍ଥିତି ଅନୁଧ୍ୟାନ କରିଛନ୍ତି। ପରେ ବାବୁଜଙ୍ଗ, ଉତ୍ତରକୂଳ, ଧାରିବିଲ, ଓଡ଼ଖଣ୍ଡ, ଜୟତଳଙ୍ଗ ଓ ଆଳିଜଙ୍ଗା କ୍ଷେତ୍ର ପରିଦର୍ଶନ କରି ପ୍ରକୃତ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଲୋକମାନଙ୍କ ସହ ଆଲୋଚନା କରିଛନ୍ତି। ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ ବେଳେ ମଞ୍ଚର ସଭାପତି ତଥା ସିଫାର ଅବସରପ୍ରାପ୍ତ ବୈଜ୍ଞାନିକ ଡ. ଅମରେନ୍ଦ୍ରନାଥ ମହାନ୍ତି, ହୃଦୟନିଧି ମହାନ୍ତି, ଡା. ଅବଦୁଲ ହଲିମ, ଆବାହକ ଲକ୍ଷ୍ମୀକାନ୍ତ ଦାଶ, ଦୀପ୍ତିରଞ୍ଜନ କାନୁନ୍‌ଗୋ, ରବୀନ୍ଦ୍ରନାଥ ମହାନ୍ତି ପ୍ରମୁଖ ସମସ୍ତ ତଥ୍ୟ ଉପସ୍ଥାପନ କରିଥିଲେ। ଜଳସମ୍ପଦ ବିଭାଗର ଅଧିକାରୀମାନଙ୍କ କ୍ଷେତ୍ର ପରିଦର୍ଶନରୁ ଅସୁରଖୋଳାର ପୁନରୁଦ୍ଧାର, ମୃତା ଶୁକପାଇକା ନଦୀର ପୁନର୍ଜୀବିତର ଆଶା ସଞ୍ଚାରିତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri