୫ ବର୍ଷ ବିତିଲା, ସଂଯୋଗୀକରଣ ରାସ୍ତା ହେଲାନି

ଡେରାବିଶ, ୨୪ା୯(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଧୀନ ଦାନପୁରଠାରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ଲୁଣାନଦୀ ଉପରେ ନିର୍ମିତ ହୋଇଥିବା ସେତୁ ଏବେ ବି ଅଧାପନ୍ତରିଆ ହୋଇ ପଡ଼ିରହିଛି। ୨୦୧୬ରେ ମୁଖ୍ୟମନ୍ତ୍ରୀ ଏହି ସେତୁକୁ ଲୋକାର୍ପିତ କରିଥିଲେ। ଏହା ଭିତରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ସେତୁକୁ ସଂଯୋଗ କରିଥିବା ରାସ୍ତା ନିର୍ମାଣ ହୋଇନାହିଁ। ଲୁଣା ନଦୀର ନିର୍ମିତ ହୋଇଥିବା ସେତୁକୁ ସଂଯୋଗ କରିଛି କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ଉପରେ ନିର୍ମିତ ହୋଇଥିବା ସେତୁ। ମାତ୍ର ବିଭାଗୀୟ ଅପାରଗତା ପାଇଁ ଜଳସମ୍ପଦ ବିଭାଗ ଅଧୀନରେ ଥିବା ନଦୀବନ୍ଧ ଓ କେନ୍ଦ୍ରାପଡ଼ା ମୁଖ୍ୟ କେନାଲର ଡାହାଣ ପାର୍ଶ୍ୱ ବନ୍ଧରେ ଅସ୍ଥାୟୀ ଭାବେ ସାଧାରଣ ଲୋକ ଯାତାୟାତ କରୁଛନ୍ତି। ଏହି ରାସ୍ତାରେ ବ୍ରିଟିଶ୍‌ ସରକାରଙ୍କ ସମୟରେ କଟକରୁ ଜମ୍ବୁ ଯାଏ ବାଣିଜି୍ୟକ ସମ୍ପର୍କ ପାଇଁ ମୁଖ୍ୟ କେନାଲର ଦାନପୁରଠାରେ ନିର୍ମିତ ଲକ୍‌ ପୋଲ ଏବେ ବିପଦ ସଙ୍କୁଳ ଅବସ୍ଥାରେ। ଅସ୍ଥାୟୀ ଭାବେ ଲୁଣାନଦୀର ସେତୁକୁ ଏହି ଲକ୍‌ ପୋଲ ଦେଇ ଯାଇଥିବା ନଦୀବନ୍ଧ ରାସ୍ତା ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ବ୍ୟବହାର କରୁଛନ୍ତି। ମାତ୍ର ଏହି ନଦୀ ବନ୍ଧ ଓ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲକ୍‌ ପୋଲ ଦେଇ ଶତାଧିକ ସଂଖ୍ୟାରେ ବାଲି ବୋଝେଇ ଟ୍ରକ୍‌ଠାରୁ ଆରମ୍ଭ କରି କଟକରୁ-ପାଟକୁରା ଯାଉଥିବା ଯାତ୍ରୀବାହୀ ବସ୍‌ ଚଳାଚଳ କରୁଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହିହେବ ନାହିଁ। ସମସ୍ତ ଘଟଣା ପ୍ରତି ଅବଗତ ଥାଇ ମଧ୍ୟ ପୂର୍ତ୍ତ ବିଭାଗ ନିଦା ବିଷ୍ଣୁ ପାଲଟି ଥିବା ଦାନପୁର ସରପଞ୍ଚ ବିଭୁଦେନ୍ଦୁ ପଣ୍ଡା କହିଛନ୍ତି। ଏହି ରାସ୍ତାଟି ବ୍ଲକ ଅଞ୍ଚଳର ମୁଖ୍ୟ ରାସ୍ତା ହୋଇଥିବାରୁ ଏ ନେଇ ଅଗଷ୍ଟ ୨୫ରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ପଣ୍ଡାଙ୍କ ସମେତ ଉପସ୍ଥିତ ବହୁ ସରପଞ୍ଚ ଓ ସମିତିସଭ୍ୟ ତୁରନ୍ତ ସଂଯୋଗୀକରଣ ରାସ୍ତା ନିର୍ମାଣ ପାଇଁ ଦାବି ଉଠାଇଥିଲେ। ତେବେ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ସହ ଆଲୋଚନା କରିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏ ବିଷୟରେ ଶିକ୍ଷାବିତ୍‌ ରନତ୍ାକର ନାୟକ ଓ ସାମାଜିକ କର୍ମୀ ସୁଖଦାନନ୍ଦ ପ୍ରଧାନଙ୍କ ସୂଚନା ଅନୁଯାୟୀ, ଲୁଣାନଦୀରେ ସେତୁ ନିର୍ମାଣ ହେବ ଏବଂ ବ୍ଲକ ସମେତ ଦ୍ୱୀପାଞ୍ଚଳବାସୀଙ୍କର ବହୁ ଦିନର ସମସ୍ୟା ସମାଧାନ ନେଇ ବହୁ ଆନ୍ଦୋଳନ କରାଯାଇଥିଲା। ମାତ୍ର ଏହି ସେତୁ ନିର୍ମାଣ ପରେ ସଂଯୋଗୀ କରଣ ରାସ୍ତା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଚୁପ୍‌ ବସିବା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି। ଏ ବିଷୟରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ନାୟକ କହିଛନ୍ତି, ସେତୁକୁ ସଂଯୋଗ କରିବାକୁ ଥିବା ରାସ୍ତା ପାଇଁ ଜମି ଅଧିଗ୍ରହଣ ସରିଛି। ମାତ୍ର ମାଲିକାନା ସ୍ବତ୍ୱ ବିବାଦ ନେଇ ମାମଲା କୋର୍ଟରେ ବିଚାରାଧୀନ ଅଛି। ଯେଉଁଥିପାଇଁ ସଂଯୋଗୀକରଣ ରାସ୍ତା କାର୍ଯ୍ୟରେ ବିଳମ୍ବ ଘଟୁଛି। ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ବିପଦସଙ୍କୁଳ ଲକ୍‌ ପୋଲ ଦେଖିବା ପରେ ଏହାର ମରାମତି ପାଇଁ ଖୁବ୍‌ଶୀଘ୍ର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?