୫ ବର୍ଷ ବିତିଲା, ସଂଯୋଗୀକରଣ ରାସ୍ତା ହେଲାନି

ଡେରାବିଶ, ୨୪ା୯(ସ୍ବ.ପ୍ର.): ଡେରାବିଶ ବ୍ଲକ ଅଧୀନ ଦାନପୁରଠାରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗ ପକ୍ଷରୁ ଲୁଣାନଦୀ ଉପରେ ନିର୍ମିତ ହୋଇଥିବା ସେତୁ ଏବେ ବି ଅଧାପନ୍ତରିଆ ହୋଇ ପଡ଼ିରହିଛି। ୨୦୧୬ରେ ମୁଖ୍ୟମନ୍ତ୍ରୀ ଏହି ସେତୁକୁ ଲୋକାର୍ପିତ କରିଥିଲେ। ଏହା ଭିତରେ ୫ ବର୍ଷ ବିତିଯାଇଥିଲେ ମଧ୍ୟ ସେତୁକୁ ସଂଯୋଗ କରିଥିବା ରାସ୍ତା ନିର୍ମାଣ ହୋଇନାହିଁ। ଲୁଣା ନଦୀର ନିର୍ମିତ ହୋଇଥିବା ସେତୁକୁ ସଂଯୋଗ କରିଛି କେନ୍ଦ୍ରାପଡ଼ା ମୁଖ୍ୟ କେନାଲ ଉପରେ ନିର୍ମିତ ହୋଇଥିବା ସେତୁ। ମାତ୍ର ବିଭାଗୀୟ ଅପାରଗତା ପାଇଁ ଜଳସମ୍ପଦ ବିଭାଗ ଅଧୀନରେ ଥିବା ନଦୀବନ୍ଧ ଓ କେନ୍ଦ୍ରାପଡ଼ା ମୁଖ୍ୟ କେନାଲର ଡାହାଣ ପାର୍ଶ୍ୱ ବନ୍ଧରେ ଅସ୍ଥାୟୀ ଭାବେ ସାଧାରଣ ଲୋକ ଯାତାୟାତ କରୁଛନ୍ତି। ଏହି ରାସ୍ତାରେ ବ୍ରିଟିଶ୍‌ ସରକାରଙ୍କ ସମୟରେ କଟକରୁ ଜମ୍ବୁ ଯାଏ ବାଣିଜି୍ୟକ ସମ୍ପର୍କ ପାଇଁ ମୁଖ୍ୟ କେନାଲର ଦାନପୁରଠାରେ ନିର୍ମିତ ଲକ୍‌ ପୋଲ ଏବେ ବିପଦ ସଙ୍କୁଳ ଅବସ୍ଥାରେ। ଅସ୍ଥାୟୀ ଭାବେ ଲୁଣାନଦୀର ସେତୁକୁ ଏହି ଲକ୍‌ ପୋଲ ଦେଇ ଯାଇଥିବା ନଦୀବନ୍ଧ ରାସ୍ତା ପୂର୍ତ୍ତ ବିଭାଗ କର୍ତ୍ତୃପକ୍ଷ ବ୍ୟବହାର କରୁଛନ୍ତି। ମାତ୍ର ଏହି ନଦୀ ବନ୍ଧ ଓ ବିପଦ ସଙ୍କୁଳ ଅବସ୍ଥାରେ ଥିବା ଲକ୍‌ ପୋଲ ଦେଇ ଶତାଧିକ ସଂଖ୍ୟାରେ ବାଲି ବୋଝେଇ ଟ୍ରକ୍‌ଠାରୁ ଆରମ୍ଭ କରି କଟକରୁ-ପାଟକୁରା ଯାଉଥିବା ଯାତ୍ରୀବାହୀ ବସ୍‌ ଚଳାଚଳ କରୁଛି। କେତେବେଳେ ଯେ ଅଘଟଣ ଘଟିବ ତାହା କହିହେବ ନାହିଁ। ସମସ୍ତ ଘଟଣା ପ୍ରତି ଅବଗତ ଥାଇ ମଧ୍ୟ ପୂର୍ତ୍ତ ବିଭାଗ ନିଦା ବିଷ୍ଣୁ ପାଲଟି ଥିବା ଦାନପୁର ସରପଞ୍ଚ ବିଭୁଦେନ୍ଦୁ ପଣ୍ଡା କହିଛନ୍ତି। ଏହି ରାସ୍ତାଟି ବ୍ଲକ ଅଞ୍ଚଳର ମୁଖ୍ୟ ରାସ୍ତା ହୋଇଥିବାରୁ ଏ ନେଇ ଅଗଷ୍ଟ ୨୫ରେ ଅନୁଷ୍ଠିତ ପଞ୍ଚାୟତ ସମିତି ବୈଠକରେ ସରପଞ୍ଚ ପଣ୍ଡାଙ୍କ ସମେତ ଉପସ୍ଥିତ ବହୁ ସରପଞ୍ଚ ଓ ସମିତିସଭ୍ୟ ତୁରନ୍ତ ସଂଯୋଗୀକରଣ ରାସ୍ତା ନିର୍ମାଣ ପାଇଁ ଦାବି ଉଠାଇଥିଲେ। ତେବେ ପଞ୍ଚାୟତ ସମିତି ଅଧ୍ୟକ୍ଷଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲାପାଳଙ୍କ ସହ ଆଲୋଚନା କରିବାକୁ ବୈଠକରେ ପ୍ରସ୍ତାବ ଗୃହୀତ ହୋଇଥିଲା। ଏ ବିଷୟରେ ଶିକ୍ଷାବିତ୍‌ ରନତ୍ାକର ନାୟକ ଓ ସାମାଜିକ କର୍ମୀ ସୁଖଦାନନ୍ଦ ପ୍ରଧାନଙ୍କ ସୂଚନା ଅନୁଯାୟୀ, ଲୁଣାନଦୀରେ ସେତୁ ନିର୍ମାଣ ହେବ ଏବଂ ବ୍ଲକ ସମେତ ଦ୍ୱୀପାଞ୍ଚଳବାସୀଙ୍କର ବହୁ ଦିନର ସମସ୍ୟା ସମାଧାନ ନେଇ ବହୁ ଆନ୍ଦୋଳନ କରାଯାଇଥିଲା। ମାତ୍ର ଏହି ସେତୁ ନିର୍ମାଣ ପରେ ସଂଯୋଗୀ କରଣ ରାସ୍ତା ପାଇଁ ବିଭାଗୀୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଚୁପ୍‌ ବସିବା ଅଞ୍ଚଳବାସୀଙ୍କୁ ବ୍ୟଥିତ କରିଛି। ଏ ବିଷୟରେ କେନ୍ଦ୍ରାପଡ଼ା ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ସରୋଜ କୁମାର ନାୟକ କହିଛନ୍ତି, ସେତୁକୁ ସଂଯୋଗ କରିବାକୁ ଥିବା ରାସ୍ତା ପାଇଁ ଜମି ଅଧିଗ୍ରହଣ ସରିଛି। ମାତ୍ର ମାଲିକାନା ସ୍ବତ୍ୱ ବିବାଦ ନେଇ ମାମଲା କୋର୍ଟରେ ବିଚାରାଧୀନ ଅଛି। ଯେଉଁଥିପାଇଁ ସଂଯୋଗୀକରଣ ରାସ୍ତା କାର୍ଯ୍ୟରେ ବିଳମ୍ବ ଘଟୁଛି। ସାଧାରଣ ଲୋକଙ୍କ ବ୍ୟବହାର ପାଇଁ ବିପଦସଙ୍କୁଳ ଲକ୍‌ ପୋଲ ଦେଖିବା ପରେ ଏହାର ମରାମତି ପାଇଁ ଖୁବ୍‌ଶୀଘ୍ର କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

କଲ୍ୟାଣସିଂହପୁର ଜଗନ୍ନାଥ କଲୋନିରେ ଚାଲିଛି ଗଣେଶ ପୂଜା ପ୍ରସ୍ତୁତି, ସ୍ଥାପନ ହେ

​କଲ୍ୟାଣସିଂହପୁର,୩୦।୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାସ୍ଥିତ ଜଗନ୍ନାଥ କଲୋନିଠାରେ ଆଗାମୀ ଗଣେଶ ପୂଜା ନିମନ୍ତେ ରବିବାର ବିଧିବଦ୍ଧ ଭାବେ ଭୂମି ପୂଜା…

ଏମିତି ଜାଗାରେ ଅଟୋଗ୍ରାଫ ଦେଲେ ପୁଟିନ, ଯାହାକୁ ନେଇ ହେଉଛି ଖୁବ ଚର୍ଚ୍ଚା

ମସ୍କୋ,୩୦।୮: ଏକ କାରଖାନା ପରିଦର୍ଶନ ସମୟରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏକ ଚାଇନା-ଡିଜାଇନ କାରରେ ଯାତ୍ରା କରିଥିଲେ ଏବଂ ନିଜେ ଏହାକୁ ଚଲାଇଥିଲେ। ରୁଷିଆ ନିର୍ମିତ,…

ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଗିରଫ ହେଲେ SI ସ୍ୱାମୀ, ବର୍ଷେ ତଳେ ହୋଇଥିଲା ବିବାହ

ଭଦ୍ରକ,୩୦ା୮(ସନାତନ ରାଉତ): ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗରେ ଗିରଫ ହେଲେ ପୋଲିସ ଏସଆଇ । ଭଦ୍ରକ ଟାଉନ ଥାନା ସବ ଇନ୍ସପେକ୍ଟର ଗଣନାଥ ସେଠୀ ଗିରଫ ହୋଇଛନ୍ତି ।…

୧୩ ବର୍ଷର ଚାକିରି ପରେ IAS ପଦରୁ ଦିବ୍ୟାଙ୍କ ଇସ୍ତଫା, ଭାଇରାଲ ହେଉଛି ଫେସବୁକ୍ ପୋଷ୍ଟ

ଲକ୍ଷ୍ନୌ,୩୦ା୮:: ଉତ୍ତରପ୍ରଦେଶ କ୍ୟାଡରର IAS ଅଧିକାରୀ ଦିବ୍ୟା ମିତ୍ତଲ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ପ୍ରାୟ ୧୩ ବର୍ଷ ଧରି ପ୍ରଶାସନିକ ସେବାରେ ରହିବା ପରେ…

ସୋଫିଆଙ୍କୁ ନେଇ ବଡ଼ ଖୁଲାସା କଲେ ମୋକିମ୍, ବିଧାନସଭା ନିର୍ବାଚନରେ କଂଗ୍ରେସରୁ ନୁହେଁ ଏହି ଦଳରୁ ଲଢ଼ିବେ

ଭୁବନେଶ୍ବର,୩୦ା୮: ସୋଫିଆ ଫିର୍ଦୋସଙ୍କୁ ନେଇ ବଡ଼ ଖୁଲାସା କରିଛନ୍ତି ବାପା ମହମ୍ମଦ ମୋକିମ୍ । ଆସନ୍ତା ବିଧାନସଭା ନିର୍ବାଚନରେ ଓଡ଼ିଶା ଜନତା କଂଗ୍ରେସରୁ ଲଢିବେ ସୋଫିଆ ।…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri