ଜାଇକା କାର୍ଯ୍ୟ ଶେଷ କରିବାକୁ ଗୁରୁତ୍ୱ

କଟକ ଅଫିସ, ୨୦ା୧: କଟକ ସହରରେ ଜାଇକା କାର୍ଯ୍ୟର ଅଗ୍ରଗତି ନେଇ ମଙ୍ଗଳବାର ନୂଆବଜାରସ୍ଥିତ ଜାଇକା କାର୍ଯ୍ୟାଳୟରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଧାୟକ ଇଂ. ମହମ୍ମଦ ମୋକିମ ଯୋଗଦେଇ ତୁଳସୀପୁର ଟିଭି ସେଣ୍ଟରସ୍ଥିତ ପୋଖରୀର ଉନ୍ନତୀକରଣ ଓ ପାର୍କ ନିର୍ମାଣ, ଚହଟା ଓ କୃଷକ ବଜାର ଅଞ୍ଚଳକୁ ଜାଇକା ପ୍ରକଳ୍ପ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଦେବା ସହିତ ବିଡାନାସୀ ଅଞ୍ଚଳର ବାକି ଥିବା ଜାଇକା କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ଗୁରୁତ୍ୱ ଦେଇଥିଲେ। ଏଥିସହ ସହରର ସମସ୍ତ ନାଳ ମରାମତି, ପଙ୍କୋଦ୍ଧାର, ଜଳ ନିଷ୍କାସନ ସମ୍ପର୍କରେ ପଚାରି ବୁଝିଥିଲେ। ମୁଖ୍ୟ ନାଳର କାନ୍ଥ ମରାମତି ଓ ସୁଦୃଢୀକରଣ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବର୍ଷାଦିନ ପୂର୍ବରୁ ମୁଖ୍ୟନାଳ ସମେତ ଗଳିକନ୍ଦି ନାଳଗୁଡିକରୁ ପଙ୍କୋଦ୍ଧାର କାର୍ଯ୍ୟ ଶେଷ କରିବାକୁ ବୈଠକରେ ଆଲୋଚନା ହୋଇଥିଲା। ଜାଇକା କାର୍ଯ୍ୟର ମନ୍ଥରତାକୁ ନେଇ ବିଧାୟକ ମୋକିମ ଅସନ୍ତୋଷ ବ୍ୟକ୍ତ କରିଥିଲେ। ଜାଇକାର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁ ବର୍ଷାଦିନେ ସହରବାସୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ବିଧାୟକ କହିଥିଲେ। ୨୦୨୧ ସୁଦ୍ଧା ସ୍ବେରେଜ କାର୍ଯ୍ୟ, ୨୦୨୨ ସୁଦ୍ଧା ବକ୍ସ ଡ୍ରେନ ଓ ଜାଇକା ପ୍ରକଳ୍ପ ଶେଷ କରିବା ପାଇଁ ଅଧିକାରୀମାନେ ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ରାସ୍ତାଘାଟ ଓ ନାଳ ନର୍ଦ୍ଦମା ସମସ୍ୟା ଦୂର କରିବାକୁ ଉଦ୍ୟମ ହେଉଥିବା ସେମାନେ ସୂଚନା ଦେଇଥିଲେ। ଏହି ବୈଠକରେ ସିଏମ୍‌ସି କମିଶନର ଅନନ୍ୟା ଦାସ, ଜାଇକାର ଅଧିକାରୀ ଗୋଲଖ ବିହାରୀ ପରିଡା, ବିକ୍ରମ କେଶରୀ ମିଶ୍ର, ବି.ପି. ସିଂ, ମନୋଜ ରାଉତ, ଗିରିବାଳା ବେହେରା, ଶୈଳବାଳା ଜେନା, ଅଜିତ୍‌ ବେହେରା, ମହମ୍ମଦ ଅଲିମ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟ ଅଭିଯୁକ୍ତଙ୍କ ସ୍ତ୍ରୀ ଖୋଲିଲେ ଗୁମର

ନୟାଗଡ଼ ଅଫିସ/ନୂଆଗଁା, ୧୩।୧୨(ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗଁା ଥାନା ମହିପୁର ଫାଣ୍ଡି ଅନ୍ତର୍ଗତ ପଥରପାଟଣା ଗଁାରେ ଘଟିଥିବା ହତ୍ୟାକାଣ୍ଡର ଗୁମର ଫିଟିଛି। ପରକୀୟାରୁ କଟକ ଜିଲା...

ପୁରୀରୁ ୧୫ କରୋନା ପଜିଟିଭ ଚିହ୍ନଟ: ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୭୦

ପୁରୀ ଅଫିସ, ୧୬।୬: ପୁରୀ ଜିଲାରୁ ମଙ୍ଗଳବାର ପୁଣି ୧୫ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ ପଜିଟିଭ ସଂଖ୍ୟା ୧୭୦ରେ...

ଛାତ୍ର ସଂସଦ ନିର୍ବାଚନ ବାତିଲକୁ ବିରୋଧ: କମାପାଲିଠାରେ ଏଆଇଡିଏସ୍‌ଓର ବିକ୍ଷୋଭ

ବ୍ରହ୍ମପୁର ଅଫିସ,୨୩।୮- ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ବାତିଲ ଘୋଷଣା କରାଯାଇଛି। ଏହାକୁ ଏଆଇଡିଏସ୍‌ଓ ତରଫରୁ ବିରୋଧ କରାଯାଇଛି।...

ହାଇକୋର୍ଟରେ ଓଟିଏମ୍‌ ପୁନରୁଦ୍ଧାର ମାମଲା: ୨୦୦କୋଟିରେ କିଣିବାକୁ ଚାହୁଁଛି ଘରୋଇ ସଂସ୍ଥା

କଟକ ଅଫିସ, ୧୩।୯: କଟକ ଚୌଦ୍ୱାରସ୍ଥିତ ବୟନଶିଳ୍ପ ଓଟିଏମ୍‌ ପୁନରୁଦ୍ଧାର ମାମଲାରେ ହାଇକୋର୍ଟ ଅତିରିକ୍ତ ସତ୍ୟପାଠ ଦାଖଲ କରିବାକୁ ଅଫିସିଆଲ ଲିକ୍ୟୁଡେଟରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା...

ମୁଠି ଚାଉଳରେ ଜଙ୍ଗଲ ସୁରକ୍ଷା

ନୟାଗଡ଼ ଅଫିସ,୧।୨: ଆଦିବାସୀଙ୍କ ଜଙ୍ଗଲ ସୁରକ୍ଷା ଯୋଗୁ ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତର ସମ୍ପଡ଼ା ଓ ଷଣ୍ଢମରା ଗାଁ ପାଖରେ ପୁଣି ନୂଆ...

ଦକ୍ଷତା ତାଲିମ ନେଲେ ୨୮ ଦୃଷ୍ଟିବାଧିତ ଛାତ୍ରୀଛାତ୍ର

ବ୍ରହ୍ମପୁର ଅଫିସ,୧୫ା୬-ସ୍ବେଚ୍ଛାସେବୀ ଅନୁଷ୍ଠାନ ମିଲଟନ ଚାରିଟେବୁଲ ଫାଉଣ୍ଡେଶନ ପକ୍ଷରୁ ଆୟୋଜିତ କୌଶଳ ଦକ୍ଷତା ଶିବିର ଶୁକ୍ରବାର ଉଦଯାପିତ ହୋଇଯାଇଛି । ବ୍ରହ୍ମପୁର ରୋଟାରୀ କ୍ଲବ ପରିସରରେ...

କ୍ଷୀର ବ୍ୟବସାୟୀ ହତ୍ୟା ଘଟଣା ପର୍ଦ୍ଦାଫାଶ: ମାଷ୍ଟରମାଇଣ୍ଡ୍‌ ସମେତ ୩ ଗିରଫ

ବ୍ରହ୍ମପୁର ଅଫିସ,୧୯ା୬: ଗଞ୍ଜାମ ଜିଲା ଗୋସାଇଁନୂଆଗାଁ ହିଲ୍‌ପଟଣାସ୍ଥିତ ହେରିଟେଜ୍‌ କ୍ଷୀର ଡିଲର ଲମ୍ବୋଦର ମୁନିଙ୍କୁ ହତ୍ୟା କରି ସୁନା ଗହଣା ଲୁଟ୍‌ ଘଟଣାର ପର୍ଦ୍ଦାଫାଶ କରିଛି...

ଆହତଙ୍କୁ ମେଡିକାଲ ନେଲେ ତହସିଲଦାର

ପୁରୁଷୋତ୍ତମପୁର,୧ା୧(ଡି.ଏନ.ଏ.): ପୁରୁଷୋତ୍ତମପୁର ଥାନା ଭାଟକୁମରଡା ନିକଟରେ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟରାସ୍ତାରେ ବୁଧବାର ସନ୍ଧ୍ୟାରେ ଏକ ଅଟୋ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏଥିରେ ୨ଜଣ...

Advertisement
Archives

Model This Week