ଏହି ହୋଟେଲ୍‌ର ୫ମ ମହଲାକୁ ଯିବା ମନା: ଗଲେ ମିଳୁଛି ଛାତି ଥରିଗଲା ଭଳି ଦଣ୍ଡ

ଉତ୍ତର କୋରିଆକୁ ଏକ ରହସ୍ୟମୟ ଦେଶ ଭାବରେ ବେଶ୍‌ ଜଣାଶୁଣା। ସାଧାରଣତଃ ଅତିଥିମାନଙ୍କୁ ହୋଟେଲର କୌଣସି ମହଲା ପରିଦର୍ଶନ କରିବାକୁ ଅନୁମତି ଦିଆଯାଏ ନାହିଁ ଏଭଳି କେଉଁଠି ହୋଇ ନଥାଏ। କିନ୍ତୁ ଉତ୍ତର କୋରିଆରେ ଏପରି ଏକ ହୋଟେଲ ଅଛି ଯେଉଁଠାରେ ପଞ୍ଚମ ମହଲାକୁ କାହାକୁ ଯିବାକୁ ଅନୁମତି ନାହିଁ । ଏହା ପଛରେ ଏକ ଗଭୀର ରହସ୍ୟ ଲୁଚି ରହିଛି। ଜାଣନ୍ତୁ ସେ ସମ୍ପର୍କରେ …

ଉତ୍ତର କୋରିଆର ଏହି ହୋଟେଲର ନାମ ହେଉଛି ୟାଙ୍ଗକାଡୋ। ଯାହା ରାଜଧାନୀ ପ୍ୟୋଙ୍ଗୟାଙ୍ଗରେ ଅଛି। ଏହି ହୋଟେଲ ଉତ୍ତର କୋରିଆର ସବୁଠାରୁ ବଡ ହୋଟେଲ । ଏହା ୟାଙ୍ଗଟାକ (ଦ୍ୱୀପ) ଓ ଟେଡୋଙ୍ଗ ନଦୀ ମଝିରେ ଅବସ୍ଥିତ। ଏହି ହୋଟେଲ ଉତ୍ତର କୋରିଆର ପ୍ରଥମ ବିଳାସପୂର୍ଣ୍ଣ ହୋଟେଲ ଅଟେ, ଯେଉଁଥିରେ ରୁମ ଭଡା ପ୍ରାୟ ୨୫ ହଜାର ଟଙ୍କା ।

କୁହାଯାଏ ଯେ, ଏହି ହୋଟେଲର ଲିଫ୍ଟରେ ପଞ୍ଚମ ମହଲାକୁ ଯିବାକୁ ବଟନ ନାହିଁ। ଏହାର ସ୍ପଷ୍ଟ ଅର୍ଥ ହେଉଛି ଯେ ଲୋକମାନେ ଅବଶିଷ୍ଟ ମହଲାକୁ ଯାଇପାରିବେ। ମାତ୍ର ପଞ୍ଚମ ମହଲାକୁ ଯାଇପାରିବେ ନାହିଁ । ଉତ୍ତର କୋରିଆ ଏ ବିଷୟରେ କଠୋର ନିୟମ ପ୍ରଣୟନ କରିଛି, ଯଦି ଜଣେ ବିଦେଶୀ ପଞ୍ଚମ ମହଲାକୁ ଯାଆନ୍ତି, ତେବେ ତାଙ୍କୁ ଏଠାରେ ଥିବା ଜେଲରେ ସବୁଦିନ ପାଇଁ ବନ୍ଦୀ ହୋଇ ରହିବାକୁ ପଡ଼ିବ।

୨୦୧୬ରେ, ଓଟୋ ୱାର୍ମବିୟର୍‌ ନାମକ ଜଣେ ଆମେରିକୀୟ ଛାତ୍ର ହୋଟେଲର ପଞ୍ଚମ ମହଲାକୁ ଯାଇଥିଲେ, ପରେ ହୋଟେଲର ପଞ୍ଚମ ମହଲାରେ ଏକ ପୋଷ୍ଟର ଉଚ୍ଛେଦ କରିଥିବାରୁ ପୋଲିସ ତାଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ, ତାଙ୍କୁ ୧୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ପଚରାଉଚରା ବେଳେ ତାଙ୍କୁ ବହୁତ ନିର୍ଯାତନା ଦିଆଯାଇଥିଲା। ଯଦିଓ ପରେ ତାଙ୍କୁ ମୁକ୍ତ କରାଯାଇଥିଲା, ସେ ଆମେରିକା ଫେରିବା ପରେ କୋମାକୁ ଯାଇ ୨୦୧୭ ରେ ମୃତ୍ୟୁ ବରଣ କରିଥିଲେ।

ହୋଟେଲରେ ରହିଥିବା ଅନ୍ୟ ଜଣେ ଆମେରିକୀୟ କଲଭିନ ସନଙ୍କ ଅନୁଯାୟୀ, ହୋଟେଲର ପଞ୍ଚମ ମହଲାରେ ବଙ୍କର୍‌ ପରି ଛୋଟ କୋଠରୀଗୁଡ଼ିକ ନିର୍ମାଣ କରାଯାଇଛି ଏବଂ ଅଧିକାଂଶ କୋଠରୀ ତାଲା ପଡିଛି। ରୁମର କାନ୍ଥରେ ଚିତ୍ରଗୁଡ଼ିକ ଆମେରିକୀୟ ବିରୋଧୀ ଏବଂ ଜାପାନ ବିରୋଧରେ। କିଛି ଫଟୋ ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ- ଜୋଙ୍ଗ-ଉନଙ୍କ ପିତା କିମ୍‌-ଜୋଙ୍ଗ-ଇଲଙ୍କ ମଧ୍ୟ ଅଟେ। କୁହାଯାଏ ଯେ ସେଠାରେ ତିଆରି ହୋଇଥିବା ପ୍ରତ୍ୟେକ ଚିତ୍ର ଉପରେ, ”ଆମେରିକାରେ ନିର୍ମିତ ସମସ୍ତ ଜିନିଷ ଆମର ଶତ୍ରୁ। ଆମେ ଆମେରିକାରୁ ହଜାରେ ଥର ପ୍ରତିଶୋଧ ନେବୁ“।

ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି । ହୋଟେଲରେ କୌଣସି ପଞ୍ଚମ ମହଲା ନାହିଁ ବୋଲି ଉତ୍ତର କୋରିଆ ସରକାର କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହର ୭୧ ବର୍ଷ ପରେ ଏକାଠି ହେଲା ପତ୍ନୀପତିଙ୍କ ମୃତ୍ୟୁ

ବର୍ଲିନ,୧୮।୭: ଜର୍ମାନୀରେ ରହୁଥିବା ଜଣେ ବୃଦ୍ଧ ଦମ୍ପତିଙ୍କ ପ୍ରେମ କାହାଣୀ ଏବେ ଖବର ପାଲଟି ଯାଇଛି। ଦୀର୍ଘ ୭୧ ବର୍ଷର ବୈବାହିକ ଜୀବନ ଅତିବାହିତ କରିବା...

କରୋନାଭାଇରସ: ଜାପାନ ଜାହାଜରେ ଫସିଥିବା ଭାରତୀୟ ଉଦ୍ଧାର ପାଇଁ ମୋଦିଙ୍କୁ କଲେ ଅନୁରୋଧ

ଟୋକିଓ,୧୧।୨: କରୋନାଭାଇରସ ଏବେ ସାରା ଦେଶକୁ ଏକ ପ୍ରକାର ଭୟଭୀତ କରି ରଖିଥିବା ବେଳେ ଜାପାନ ବନ୍ଦରରେ ଲାଗିଥିବା ଏକ ଜାହାଜରେ ଫସି ରହିଥିବା କେତେଜଣ...

ଆଷ୍ଟ୍ରାଜେନିକା ଟିକା ନେଲେ ବୋରିସ ଜନ୍‌ସନ

ଲଣ୍ଡନ,୨୦।୩: ବ୍ରିଟିଶ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଆଷ୍ଟ୍ରାଜେନିକା କୋଭିଡ-୧୯ ଟିକା ନେଇଛନ୍ତି। ପ୍ରଥମ ଡୋଜ ଟିକା ନେବାପରେ ଜନ୍‌ସନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, କୋଭିଡ-୧୯ ଆଷ୍ଟ୍ରାଜେନିକା...

ଡିଜେ ଲଗାଇ ସାପ ଖେଳାଉଥିଲେ ଏହି କେଳା, ତା’ ପରେ ଘଟିଲା ଏମିତି କିଛି…

ବିହାରର ଖଗରିଆରେ ଜଣେ କେଳାଙ୍କୁ ଡିଜେ ସାଉଣ୍ଡ୍‌ରେ ସାପ ଖେଳାଇବା ମହଙ୍ଗା ପଡ଼ିଛି। ଖେଳ ସମୟରେ ବିଷଧର ସାପ ଦଂଶନ କରିବାରୁ ତାଙ୍କର ମୃତ୍ୟୁ ଘଟିଛି।...

ଟ୍ରମ୍ପ୍‌ଙ୍କୁ ସୁସ୍ଥ କରିଥିଲା ଏହି ଔଷଧ, ଯାହା ଆମେରିକୀୟଙ୍କ ପାଇଁ ହେବ ବରଦାନ

ଓ୍ବାଶିଂଟନ,୨୨ା୧୧: କରୋନା ଭୂତାଣୁ ପୁଣି ଥରେ ଲେଉଟିଛି। ଫଳରେ ଲୋକେ ଏଥିରେ ଶିକାର ହେବାର ଲାଗିଲେଣି। ଏଭଳି ପରିସ୍ଥିତିରେ ଆମେରିକାର ଖାଦ୍ୟ ଏବଂ ଔଷଧ ବିଭାଗ...

ମହାକାଶରେ ପୁରୁଷଙ୍କ ବିନା ମହିଳା ହେବେ ସନ୍ତାନ ସମ୍ଭବା: ମଙ୍ଗଳରେ ମଣିଷ ଜନସଂଖ୍ୟା ବୃଦ୍ଧିରେ ହେବ ସହାୟକ

ଓ୍ବାଶିଂଟନ,୨୪।୬: ମହାକାଶରେ ପୁରୁଷଙ୍କ ବିନା ମହିଳା ସନ୍ତାନ ସମ୍ଭବା ହୋଇପାରିବେ। ଏହାଦ୍ୱାରା ଏବେ କେବଳ ଶୁକ୍ରାଣୁର ଉପଯୋଗ କରାଯାଇ ମହାକାଶରେ ଥିବା ମହିଳା ସନ୍ତାନଙ୍କୁ ଜନ୍ମ...

କଳ୍ପନାର କୁଶଳୀ କାରିଗର: ହରିହର

ଓଡ଼ିଆ କବିତାର ନବନିର୍ମାଣରେ ସମକାଳୀନ ଭାବବୋଧକୁ ଅନୁପ୍ରାଣିତ କରୁଥିବା ଏକ ଶକ୍ତିଶାଳୀ କାବ୍ୟପୁରୁଷ ସେ । କବି, ନାଟ୍ୟକାର, ଔପନ୍ୟାସିକ, କଥାକାର, ଆଲୋଚକ, ଗୀତିକାର, ମଞ୍ଚ...

ଫୋର୍ବସ୍‌ ଧନୀ ତାଲିକାରୁ ବାଦ୍‌ ପଡ଼ିଲେ ଟ୍ରମ୍ପ୍‌

ଓ୍ବାଶିଂଟନ, ୬।୧୦: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଫୋର୍ବସ ପତ୍ରିକାର ୪୦୦ ଜଣିଆ ଧନୀ ଆମେରିକୀୟଙ୍କ ତାଲିକାରୁ ପ୍ରଥମ ଥର ପାଇଁ ବାଦ୍‌ ପଡ଼ିଛନ୍ତି।...

Advertisement
Archives

Model This Week