Posted inଖେଳ

ଦଳ ଚୟନ ପ୍ରକ୍ରିୟାରେ ପରିବର୍ତ୍ତନ ଚାହାନ୍ତି ଶାସ୍ତ୍ରୀ

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ଦଳର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ୨୦୧୯ ଦିନିକିଆ ବିଶ୍ୱକପ୍‌ ଲାଗି ଦଳ ଚୟନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଦଳରେ ୩ ଉଇକେଟକିପର ବ୍ୟାଟରଙ୍କୁ ନିଆଯିବାରେ ସେ ଖୁସି ନ ଥିଲେ। ଏପରିକି ନ୍ୟୁଜିଲାଣ୍ଡ ବିପକ୍ଷ ସେମିଫାଇନାଲରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ, ଦୀନେଶ କାର୍ତ୍ତିକ ଓ ରିଷଭ ପନ୍ତ ଏକତ୍ରିତ ଖେଳିଥିଲେ। ଏଣୁ ଦଳର ଚୟନ ପ୍ରକ୍ରିୟାରେ ବଡ଼ ପରିବର୍ତ୍ତନର ଆବଶ୍ୟକତା ଥିବା ଶାସ୍ତ୍ରୀ କହିଛନ୍ତି।

“ ମୋ ମତରେ ଦଳର ଚୟନ ପ୍ରକ୍ରିୟାରେ କୋଚ୍‌ ଓ ଅଧିନାୟକଙ୍କ ମତକୁ ଗୁରୁତ୍ୱ ଦିଆଯିବା ଉଚିତ। ମୁଖ୍ୟତଃ ଦଳୀୟ କୋଚ୍‌ଙ୍କ ପାଖରେ ଯଥେଷ୍ଟ ଅଭିଜ୍ଞତା ଥିଲା ବେଳେ ଏହା ଖୁବ୍‌ ଗୁରୁତ୍ୱପୂର୍ଣ୍ଣ। ଆଉ ଅଧିନାୟକଙ୍କ ମତକୁ ମଧ୍ୟ ଶୁଣାଯିବା କଥା” ବୋଲି ଶାସ୍ତ୍ରୀ ଷ୍ଟାର ସ୍ପୋଟର୍‌ସକୁ କହିଛନ୍ତି।

୨୦୧୯ ବିଶ୍ୱକପ୍‌ ଦଳ ଚୟନ ଉପରେ ଅସନ୍ତୋଷ ବ୍ୟକ୍ତ କରି ଶାସ୍ତ୍ରୀ କହିଛନ୍ତି, ବିଶ୍ୱକପ୍‌ ଦଳରେ ୩ ଉଇକେଟକିପରଙ୍କୁ ନିଆଯାଇଥିବାରୁ ମୁଁ କଦାପି ଖୁସି ନ ଥିଲି। ଅମ୍ବାତି ରାୟୁଡୁ କିମ୍ବା ଶ୍ରେୟାସ ଆୟାରଙ୍କୁ ଦଳରେ ନିଆଯାଇ ପାରିଥାନ୍ତା। ଧୋନୀ, ପନ୍ତ ଓ କାର୍ତ୍ତିକଙ୍କ ଏକାଠି ଖେଳାଇବାର ଅର୍ଥ ମୁଁ ବୁଝି ପାରୁନାହିଁ। କିନ୍ତୁ ସାଧାରଣ ଆଲୋଚନା ବେଳେ ମୋ ପ୍ରତିକ୍ରିୟା ରଖିବା ଛଡ଼ା ମୁଁ କଦାପି ଚୟନ ପ୍ରକ୍ରିୟାରେ ମୁଣ୍ଡ ଖେଳାଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ଦିଗପହଣ୍ଡିରେ ଚାଞ୍ଚଲ୍ୟ: ପୋଖରୀରେ ମାଛଧରୁଥିବା ବେଳେ ଜାଲରେ କୁମ୍ଭୀର…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ଘୋଡ଼ାହାଡ଼ ଡ୍ୟାମ ରାସ୍ତାର ସନ୍ଥ ଅରକ୍ଷିତ ଛକରେ ଥିବା ପୋଖରୀରୁ କୈବର୍ତ୍ତମାନେ ଶୁକ୍ରବାର ସକାଳେ ମାଛ ଧରୁଥିବା ବେଳେ ଜାଲରେ…

ତାମିଲନାଡୁ ବିଧାନସଭା ନିର୍ୱାଚନ: ଭାଜପା ପ୍ରାର୍ଥୀ ତାଲିକାରେ ଆନ୍ନାମଲାଇଙ୍କ ନାମ ନାହିଁ

ଚେନ୍ନାଇ,୩ା୪: ତାମିଲନାଡୁ ବିଧାନସଭା ନିର୍ୱାଚନ ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ହେଲେ ଦଳର ପୂର୍ୱତନ ରାଜ୍ୟ ସଭାପତି କେ. ଆନ୍ନାମଲାଇଙ୍କ ନାମ ଉକ୍ତ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

କାଳବୈଶାଖୀ ତାଣ୍ଡବ: ଟଳିପଡ଼ିଲେ ଗୋଟିଏ ପରେ ଗୋଟିଏ ଗୋରୁ…

ମୋହନା,୪।୩(ମନ୍ମଥ ମିଶ୍ର): କାଳବୈଶାଖୀରେ ଆଖି ବୁଜିଲେ ୪ ଗୋରୁ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ବ୍ଲକ ମେରାପଲ୍ଲୀ ପଞ୍ଚାୟତ ବନ୍ଧାଗୁଡା ଗାଁରେ।…

ବିଜୁଳି ଖୁଣ୍ଟରେ ପିଟିହେଲା ଟ୍ରାକ୍ଟର, ଆଉ ତା’ପରେ…

ବାଲିଶଙ୍କରା,୩ା୪(ହୃଦାନନ୍ଦ ବାରିକ): ସୁନ୍ଦରଗଡ଼ ଜିଲା ତଳସରା ଥାନା ଅଧୀନ ସାକୁଶପାନୀ ଗ୍ରାମରେ ଶୁକ୍ରବାର ବିଜୁଳି ଖୁଣ୍ଟରେ ଏକ ଟ୍ରାକ୍ଟର ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ଟ୍ରାକ୍ଟର…

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri