Posted inଅପରାଧ

ଅବିବାହିତ ଭାବି ମହିଳାଙ୍କ ସହ ସମ୍ପର୍କ ରଖିବା ବ୍ୟାଙ୍କ ମ୍ୟାନେଜରଙ୍କୁ ପଡ଼ିଲା ମହଙ୍ଗା

ଇନ୍ଦୋର, ୧୯।୧୦: ମଧ୍ୟପ୍ରଦେଶର ଇନ୍ଦୋରରୁ ହନି ଟ୍ରାପ୍‌ର ଏକ ଅନନ୍ୟ ମାମଲା ସାମ୍ନାକୁ ଆସିଛି। ଘରୋଇ କାମ କରୁଥିବା ମହିଳାଙ୍କୁ ଅବିବାହିତ ଭାବି ଜଣେ ବ୍ୟାଙ୍କ ମ୍ୟାନେଜର ତାଙ୍କ ସହ ସମ୍ପର୍କ ସ୍ଥାପନ କରିଥିଲେ। ପରେ ଯେତେବେଳେ ମହିଳାଜଣଙ୍କ ବ୍ଲାକମେଲିଂ କରିବା ଆରମ୍ଭ କଲେ ସେତେବେଳେ ବ୍ୟାଙ୍କ ମ୍ୟାନେଜର ଜାଣିଲେ ମହିଳା କେବଳ ବିବାହିତା ନୁହଁନ୍ତି ତାଙ୍କର ସନ୍ତାନ ମଧ୍ୟ ରହିଛି।
ସୂଚନା ଅନୁଯାୟୀ, ୩୪ ବର୍ଷୀୟ ବ୍ୟାଙ୍କ ମ୍ୟାନେଜର ନିଖିଳ ମାଥୁରଙ୍କ ପୋଷ୍ଟିଂ ଯେତେବେଳେ ଗ୍ବାଲିଅର ଓ ଭୋପାଳରେ ହୋଇଥିଲା ସେତେବେଳେ ଜଣେ ମହିଳା ତାଙ୍କ ଘରୋଇ କାମ କରୁଥିଲେ। ନିଖିଳ ଭାବିଥିଲେ ଯେ ମହିଳାଜଣଙ୍କ ଅବିବାହିତ। ତେଣୁ ସେ ତାଙ୍କ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ପରେ ସମ୍ପର୍କ ସ୍ଥାପନ କରିଥିଲେ। ଏହି ସମୟରେ ମହିଳଜଣଙ୍କ ତାଙ୍କର କିଛି ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଶୁଟ୍‌ କରି ନେଇଥିଲେ। ପରେ ଯେତେବେଳେ ନିଖିଳ ଜାଣିବାକୁ ପାଇଥିଲେ ମହିଳାଜଣଙ୍କ ବିବାହିତ ଏବଂ ତାଙ୍କର ସନ୍ତାନ ରହିଛି ସେତେବେଳେ ସେ ଦୂରେଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ମହିଳାଜଣଙ୍କ ତାଙ୍କୁ ଧମକ ଦେବା ଆରମ୍ଭ କରିଥିଲେ। ଏପରିକି ଧମକ ଦେଇ ମହିଳା ଓ ତାଙ୍କ ସ୍ବାମୀ ନିଖିଳଙ୍କଠାରୁ ପର୍ଯ୍ୟାୟକ୍ରମେ ୫ ଲକ୍ଷ, ଦେଢ଼ ଲକ୍ଷ ଓ ୨ ଲକ୍ଷ ଟଙ୍କା ଆଦାୟ କରିଥିଲେ। ପୋଲିସ ଏହି ଘଟଣାରେ ଦମ୍ପତ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କ ସନ୍ଧାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଫୋକସରେ ପୌର -ପଞ୍ଚାୟତ ନିର୍ବାଚନ: ତାମ୍ପରାରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ, ମିଶିକି ନେଲେ ଏହି ଶପଥ

ଛତ୍ରପୁର, ୨୩।୭ (ଦିଲ୍ଲୀପ ସାମଲ/ ଦ୍ୱାରିକାପଟ୍ଟନାୟକ): ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନକୁ ସାମ୍ନାରେ ରଖି ଛତ୍ରପୁର ନିର୍ବାଚନମଣ୍ଡଳୀରେ ସଂଗଠନକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ବିଜୁ…

ପରିତ୍ୟକ୍ତ ଅବସ୍ଥାରେ ଦାରିଙ୍ଗବାଡିର ଏକମାତ୍ର ଯାତ୍ରୀ ବିଶ୍ରାମାଗାର: ଭାଙ୍ଗି ଗଲାଣି ଗେଟ୍‌

ଦାରିଙ୍ଗବାଡି,୨୨।୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଚାରି ଛକରେ ରହିଥିବା ଏକ ମାତ୍ର ବିଶ୍ରାମାଗାର ଏବେ ପରିତ୍ୟକ୍ତ ଅବସ୍ଥାରେ ରହିଛି। ପୁତ୍ତିମୟ ଗନ୍ଧରେ ନାକ ଫାଟି ଯାଉଛି।…

ଜି ଉଦୟଗିରି ଆଡପମଣ୍ଡପରେ ଜଗନ୍ନାଥ- ବଳଭଦ୍ରଙ୍କ ରାମ, ବଳରାମ ବେଶ

ଜି ଉଦୟଗିରି ୨୩।୭(ଶିଶିର ପଟ୍ଟନାୟକ /ଚିନ୍ମୟ କୁମାର ସେଠୀ ): ବୁଧବାର ସନ୍ଧ୍ୟାରେ ଜି ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଶ୍ରୀ ଜଗନ୍ନାଥଙ୍କୁ ଶ୍ରୀରାମ ବେଶ ଓ…

ଜୀବନ ସହ ସଂଘର୍ଷ କରୁଛନ୍ତି ପିଣ୍ଟୁ: ଚିକିତ୍ସା ପାଇଁ ସହଯୋଗର ହାତ ବଢେଇଲା ବିଜେଡି ପ୍ରତିନିଧି ଦଳ

ଗଞ୍ଜାମ, ୨୩।୭: (ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ଅରଣ ପୁର ଗ୍ରାମର ଅଭି ତରାଇଙ୍କ ପୁଅ ପିଣ୍ଟୁ ତରାଇ ମସ୍ତିଷ୍କ ରୋଗରେ…

୧୦ ଆପାର୍ଟମେଣ୍ଟ, ୨ କିଲୋ ସୁନା, ପୁଳାପୁଳା ଟଙ୍କା: ସରକାରୀ ଇଞ୍ଜିନିୟରଙ୍କ ସମ୍ପତ୍ତି ଜାଣିଲେ ଇଡ଼ିଯିବ ହୋଶ୍‌

ହାଇଦ୍ରାବାଦ,୨୩।୭:ସରକାରୀ ବ୍ୟବସ୍ଥା ମଧ୍ୟରେ ଦୁର୍ନୀତି ଦମନ ପାଇଁ ପ୍ରୟାସ ଜାରି ରହିଥିବା ବେଳେ ଏହା ଥମୁନି। ସରକାରୀ ଅଧିକାରୀମାନେ ଲାଞ୍ଚ ଦେଇ ଅବୈଧ ସମ୍ପତ୍ତି ସଂଗ୍ରହ କରିବାର…

ଖାଇବାକୁ ପାଉନାହାନ୍ତି ଆମିର ଖାନଙ୍କ ଭାଇ, ସ୍ତ୍ରୀ ଆଣିଲେ ଶାରୀରିକ ଶୋଷଣର ଅଭିଯୋଗ

ନୂଆଦିଲ୍ଲୀ,୨୩।୭: ‘କରିଶ୍ମା କା କରିଶ୍ମା’, ‘ଶରାରତ୍’ ଏବଂ ‘ବଡ଼େ ଅଚ୍ଛେ ଲଗତେ ହୈଁ’ ଭଳି ସୋ’ରେ ନିଜ ଭୂମିକା ପାଇଁ ଜଣାଶୁଣା ଅଭିନେତ୍ରୀ ଇଭା ଗ୍ରୋଭର, ନିକଟରେ…

ଗାଁରେ ବଢିଲା ଉତ୍ତେଜନା: ୭ ଆଦିବାସୀ ନେତାଙ୍କୁ ରାତିଅଧିଆ ଉଠାଇନେଲା ପୋଲିସ

ବଲାଙ୍ଗୀର, ୨୩।୭(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପ ପ୍ରଭାବିତ କୁମିଆଁପାଲି ଗାଁରେ ଉତ୍ତେଜନା ବଢ଼ିବାରେ ଲାଗିଛି। ବୁଧବାର ବିଳମ୍ବିତ ରାତିରେ ଗାଁର ୭…

୨୦୨୭ରେ ଏହି ୪ ରାଶି ହେବେ ମାଲାମାଲ: ଚାରିଆଡ଼ୁ ମିଳିବ ଶୁଭ ଫଳ

ସନାତନ ଧର୍ମରେ ଶନି ଦେବଙ୍କୁ ନ୍ୟାୟର ଦେବତା ଭାବରେ ପୂଜା କରାଯାଏ। ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଗ୍ରହ ଭାବରେ ବିବେଚନା କରାଯାଏ, ଯାହା ଏହାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri