କେସିଙ୍ଗା,୧୩ା୧୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ମିନି ଷ୍ଟାଡିୟମ ପରିସରରେ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା -୨୦୨୬ ସଭାର ସଭାପତି କେସିଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜନ୍ମେଜୟ ସ୍ବାଇଁଙ୍କ ସଭାପତିତ୍ୱରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଅତିଥିଙ୍କ ପ୍ରାରମ୍ଭିକ ସୂଚନା ପରିଚୟ ପ୍ରଦାନ କରିଥିଲେ ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ଡ.ଦେବାଶିଷ ପଟେଲ। ଏହି ମେଳାରେ ମତ୍ସ୍ୟ, ପ୍ରାଣୀ ସମ୍ପଦ ଓ ଅନ୍ୟାନ୍ୟ ବିଭାଗୀୟ କାର୍ଯ୍ୟକ୍ରମର ପ୍ରଦର୍ଶନୀ, ଚାଷୀ ବିଶେଷଜ୍ଞ ଆଲୋଚନା ଚକ୍ର, ସଚେତନତା ଓ ସଂକୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଗୋ’ ପାଳନ, ମତ୍ସ୍ୟଚାଷ,କୁକୁଡ଼ା ପାଳନ ଓ ପ୍ରାଣୀ ସମ୍ପଦ ବିକାଶ ଉପରେ ଅତିଥିମାନେ ଆଲୋଚନା କରିଥିଲେ। ୫ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କେସିଙ୍ଗା ବ୍ଲକର ସମସ୍ତ ପ୍ରାଣୀ ପାଳକ, ମତ୍ସ୍ୟ ଚାଷୀ, ମତ୍ସ୍ୟଜୀବୀ ଚାଷୀଙ୍କୁ ଅତିଥିମାନେ ଉତ୍ସାହିତ କରିଥିଲେ। ସରକାରଙ୍କ ବିଭିନ୍ନ ସବ୍ସିଡି ବିଷୟରେ ଆଲୋଚନା କରି ଚାଷୀଙ୍କୁ ଲାଭବାନ ହେବାକୁ ଅତିଥିମାନେ ଉପଦେଶ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୧୨ଟି ବିଭିନ୍ନ ଷ୍ଟଲ୍ରେ ଚାଷୀଙ୍କ ପାଇଁ ବିଭିନ୍ନ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଳାହାଣ୍ଡି ଏମ୍ପି ପ୍ରତିନିଧି ଖଗେନ୍ଦ୍ର ଭୋଇ, ବିଧାୟକଙ୍କ ପ୍ରତିନିଧି ରାମ କୁମାର ଜୈନ, ମୁଖ୍ୟ ବକ୍ତା ଭାବେ ଏସ୍ଡିଭି ଓ ଭବାନୀପାଟଣା ପ୍ରଭାବ କୁମାର ପରିଡା, ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ସିଦ୍ଧେଶ୍ୱର ମେହେର, ଡ. ଦୀପକ ବେଉରା,ଡ.ସନ୍ୟାସୀ ଶତପଥୀ, ଏଏଫ୍ ଓ କଳାହାଣ୍ଡି ଲିମନ ଚନ୍ଦ୍ର କାର, ମିଳିତ ମଲ୍ଲିକ, ଡ.ସୌମ୍ୟରଞ୍ଜନ ଦାଶ, ଭିଏଏସ୍ ପାଷ୍ଟିକୁଡି ପ୍ରିୟମ୍ବଦା ହୋତା ପ୍ରମୁଖ ଫିଟା କାଟି ମେଳାକୁ ଉଦ୍ଘାଟନ କରିଥିଲେ। ପ୍ରଥମେ ମା’ ମାଣିକେଶ୍ୱରୀଙ୍କୁ ପୂଜାର୍ଚ୍ଚନା କରି ଆରମ୍ଭ କରିଥିଲେ। ମଞ୍ଚ ପରିଚାଳନା କରିଥିଲେ ଡ.ପ୍ରିୟଙ୍କା ଜୈନ। ପରିଶେଷରେ ସମସ୍ତ ଅତିଥିଙ୍କ ସମେତ ଚାଷୀଙ୍କୁ ଖାଦ୍ୟପେୟର ବ୍ୟବସ୍ଥା କରି ସଂସ୍କୃତି କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା।