ଜି.ଉଦୟଗିରିରେ କଲବଲ କରୁଛି ହାଡ଼ଭଙ୍ଗା ଶୀତ, ସର୍ବନିମ୍ନ ତାପମାତ୍ରା ରହିଛି…

ଜି.ଉଦୟଗିରି, ୧୧।୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠୀ ): ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ ସପ୍ତାହ ହେବ ହାଡ଼ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି ଅଞ୍ଚଳ। ପାଣିପାଗ ବିଭାଗର ସୂଚନା ଅନୁସାରେ ଗୁରୁବାର ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୪ ଡିଗ୍ରୀ ସେଲସିୟସ ରହିଥିବା ବେଳେ ଫୁଲବାଣୀ ୫.୨ ଡିଗ୍ରୀ , ଦାରିଙ୍ଗବାଡ଼ିରେ ୭ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି। ଓଡ଼ିଶାର କନ୍ଧମାଳ ଜିଲା ଜି.ଉଦୟଗିରିରେ ବହୁ ବର୍ଷ ଧରି ଶୀତ ରୁତୁରେ ଏମିତି ଥଣ୍ଡା ହେବାର ନଜିର ରହିଛି। ଜି.ଉଦୟଗିରି ରେ ସବୁଠାରୁ ଅଧିକ ଶୀତ ହୁଏ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଏଠାରେ ତାପମାପକ ଯନ୍ତ୍ର ନଥିବା ଯୋଗୁ ସଠିକ ଭାବେ କେତେ ଡିଗ୍ରୀ ତାପମାତ୍ରା ରହୁଛି ଜାଣି ହେଉନଥିଲା। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି। ପାହଡ଼ ତଳିଆ ଅଞ୍ଚଳରେ ଆହୁରି ଅଧିକ ଥଣ୍ଡା ହେଉଥିବା ବେଳେ ତାପମାତ୍ରା ୨ ଡିଗ୍ରୀ ତଳେ ରହୁଥିବା ଦାବି ହେଉଛି। ବିଗତ ୫ ଦିନ ହେବ ୫ ଡିଗ୍ରୀ ତଳେ ତାପମାତ୍ରା ରହିଛି । ପ୍ରବଳ ଶୀତ ଓ ଘନ କୁହୁଡ଼ି ଯୋଗୁ ଜନଜୀବନ ପ୍ରଭାବିତ ହେଉଛି। ବିଶେଷ କରି ଘନ କୁହୁଡ଼ି ଯୋଗୁ କଳିଙ୍ଗା ଘାଟି ସହ ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ଯାନବାହାନ ଚଳାଚଳ ଅସୁବିଧା ହେଉଛି ଓ ଦୁର୍ଘଟଣା ମଧ୍ୟ ବଢୁଛି। ପ୍ରବଳ ଶୀତ ଯୋଗୁ ରାସ୍ତା ପାର୍ଶ୍ୱରେ ରହି ବ୍ୟବସାୟ କରୁଥିବା ସ୍ଥାନୀୟ ଚାଷୀ, ଦିନ ମଜୁରିଆମାନେ ବେଶୀ ପ୍ରଭାବିତ ହେଉଛନ୍ତି। ଏଣେ ଶୀତର ମଜା ନେବା ପାଇଁ ରାଜ୍ୟବାହାରୁ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ଚାଲିଛି। ହିଲଟପ, କଫିବଗିଚା, କଳିଙ୍ଗା ଘାଟି ଓ ବଟାନିକାଲ ଗାର୍ଡେନ ଭଳି ବହୁ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକର ପ୍ରାକୃତିକ ସୌନ୍ଦର୍ଯ୍ୟର ମଜା ନେବା ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଛି। ପ୍ରବଳ ଶୀତ ଜାଡ ଯୋଗୁ ଘରୁ ବାହାରିବା କଷ୍ଟ ହେଉଛି, ସନ୍ଦ୍ୟା ହେବା କ୍ଷଣି ବଜାରରେ ଗହଳି କମି ଯାଉଛି ଓ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ନିଆଁ ଜାଳି ନିଆଁର ସାହାରା ନେଉଛନ୍ତି। ବୃଦ୍ଧବୃଦ୍ଧା ଙ୍କୁ ଅଧିକ ମାତ୍ରାରେ ଶୀତର ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଲାଞ୍ଚ ନେବା ପଡ଼ିଲା ମହଙ୍ଗା: ପୂର୍ବତନ ବହୁମୁଖୀ ସ୍ବାସ୍ଥ୍ୟ ପରିଦର୍ଶକଙ୍କୁ ୨ବର୍ଷ ଜେଲ

ସୁନ୍ଦରଗଡ,୨୯ା୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ର ଭିଜିଲାନ୍ସ କୋର୍ଟ ଗୁରୁବାର ଏକ ଲାଞ୍ଚ ମାମଲାର ରାୟ ପ୍ରକାଶ କରିଛି। ଭିଜିଲାନ୍ସ କୋର୍ଟର ସ୍ବତନ୍ତ୍ର ଜଜ୍‌ ଲାଞ୍ଚ ମାମଲାର ଶୁଣାଣି…

ଜିଲାସ୍ତରୀୟ କବାଡ଼ି: ଅନାମିକା କ୍ଲବ ଚାମ୍ପିୟନ

ସମ୍ବଲପୁର,୨୯ା୧(ବି.ଶଙ୍କର): ପ୍ରଗତୀ ସାମାଜିକ ଅନୁଷ୍ଠାନ ଆୟୋଜିତ ଜିଲାସ୍ତରୀୟ କବାଡି ପ୍ରତିଯୋଗିତା ଚେରୁଆପଡା ଫାର୍ମରୋଡଠାରେ ଉଦ୍‌ଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚ୍‌ ଅନାମିକା କ୍ଲବ ଏବଂ ପାଟଣେଶ୍ୱରୀ(କ) ଦଳ ମଧ୍ୟରେ…

ବନ ବିଭାଗ ଜାଲରେ ଚୋର: ଚୋରି କରୁଥିବା ବେଳେ ୪ ଜଣଙ୍କୁ କାବୁ କଲେ…

ଥୁଆମୂଳ ରାମପୁର, ୨୯।୧ (ଦୁର୍ଗା କୀର୍ତ୍ତି): ସରକାରୀ ପ୍ରକଳ୍ପରୁ ସାମଗ୍ରୀ ଚୋରି କରିବା ଚୋରଙ୍କୁ ମହଙ୍ଗା ପଡ଼ିଛି। ଗୋପାଳପୁର ପଞ୍ଚାୟତ ସ୍ଥିତ ପାଟଜୋର ଡଙ୍ଗର ବନୀକରଣ ପ୍ରକଳ୍ପରୁ…

ଘୁମୁସର ବନଖଣ୍ଡରେ ଚିନ୍ତା ବଢ଼ାଉଛି ଅସୁସ୍ଥ ହାତୀ, ଆଦର୍ଶ ବିଦ୍ୟାଳୟ ଫାଟକ ଭାଙ୍ଗିଲେ…

ଭଞ୍ଜନଗର,୨୯।୧(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଆଜକୁ କିଛିଦିନ ହେବ ଏକ ମାଈ ହାତୀ ଅସୁସ୍ଥ ହୋଇ ଏକୁଟିଆ ଘୁରି ବୁଲୁଛି। ଅଧିକାଂଶ…

ପୁଣି ସୀମାନ୍ତ ଗାଁରେ ଆଧାର କାର୍ଡ ଅପଡେଟ୍‌ କରିବାକୁ ଆନ୍ଧ୍ରର ପ୍ରଚେଷ୍ଟା, ଓଡ଼ିଶା ସରକାରଙ୍କୁ ଏକପ୍ରକାର ଖୋଲା ଚ୍ୟାଲେଞ୍ଜ…

ପଟ୍ଟାଙ୍ଗି,୨୯।୧(ଶରତ କୁମାର ଧଳ): ଓଡ଼ିଶାର ସୀମାନ୍ତ ଗ୍ରାମରେ ପଡୋଶୀ ଆନ୍ଧ୍ର ଅନୁପ୍ରବେଶ କରି ଲୋକଙ୍କୁ ପ୍ରଲୋଭିତ କରୁଥିଲେ ମଧ୍ୟ ଏହାର ପ୍ରଭାବ ଓଡିଶା ଉପରେ ପଡୁନାହିଁ ।…

ସ୍ବାସ୍ଥ୍ୟସେବାରେ ଅବଦାନ ପାଇଁ ପୁରସ୍କୃତ ହେଲେ କର୍ମଚାରୀ

ଭବାନୀପାଟଣା,୨୯ା୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ହଲଠାରେ ଜିଲାସ୍ତରୀୟ ଆଶା, ଗାଁ କଲ୍ୟାଣ ସମିତି, ମହିଳା ଆରୋଗ୍ୟ ସମିତି ଏବଂ ଜନ ଆରୋଗ୍ୟ ସମିତି…

ଚାଇନାର ବଡ଼ କାର୍ଯ୍ୟାନୁଷ୍ଠାନ: ‘ମିଙ୍ଗ୍ ଫ୍ୟାମିଲି’ର ୧୧ ଜଣଙ୍କୁ ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ,୨୯।୧: ଅନଲାଇନ୍ ସ୍କାମ୍ ସିଣ୍ଡିକେଟକୁ ବଡ ଝଟକା ଦେଲେ ଚାଇନା ସରକାର । ମ୍ୟାନ୍‌ମାରରେ ଚାଲିଥିବା ବିଶ୍ୱସ୍ତରୀୟ ଏହି ଅପରାଧିକ ସିଣ୍ଡିକେଟ୍ ବିରୋଧରେ ଚାଇନା ସରକାର ଏକ…

ବୟକଟ ଖେଳ ଶେଷ: ୨ରେ କଲମ୍ବୋରେ ପହଞ୍ଚିବ ପାକିସ୍ତାନ ଦଳ

ଲାହୋର,୨୯ା୧: ଆସନ୍ତା ୭ ତାରିଖରୁ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ ଲାଗି ପାକିସ୍ତାନ ଦଳ ଆସନ୍ତା ୨ ତାରିଖରେ ଶ୍ରୀଲଙ୍କାର କଲମ୍ବୋ ଅଭିମୁଖେ ଯାତ୍ରା କରିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri