ଉନ୍ନତୀକରଣ କାର୍ଯ୍ୟ ଆରମ୍ଭରୁ ଲୁଟ୍‌

ଦଶରଥପୁର,୨୨ା୧୨(ଡି.ଏନ୍‌.ଏ.): ରାଜ୍ୟ ସରକାରଙ୍କ ପକ୍ଷରୁ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ କରାଯାଉଛି। ଏଥିପାଇଁ ସରକାର ୮ କୋଟି ୪୭ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି। ମାତ୍ର ସ୍ବାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ଦାୟିତ୍ୱ ନେଇଥିବା ଠିକାସଂସ୍ଥା ଏବେଠାରୁ ଲୁଟ୍‌ ଆରମ୍ଭ କରିଥିବା ଅଭିଯୋଗ ହୋଇଛି। ଗତ ଶନିବାରଠାରୁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପୁରୁଣା ଗୃହ ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି। ସ୍ବାସ୍ଥ୍ୟକେନ୍ଦ୍ରଟି ୨୦ ନଂ. ଜାତୀୟ ରାଜପଥ ମୁଖ୍ୟ ରାସ୍ତା କଡ଼ରେ ହୋଇଥିବାବେଳେ ସଡ଼କର ଉନ୍ନତୀକରଣ ପରେ ସ୍ବାସ୍ଥ୍ୟକେନ୍ଦ୍ରଟି ଅନ୍ୟୁନ ୩ ଫୁଟ ତଳେ ରହିଯାଇଛି। ସ୍ବାସ୍ଥ୍ୟକେନ୍ଦ୍ର କର୍ତ୍ତୃପକ୍ଷ ପ୍ରତିବର୍ଷ ସ୍ବାସ୍ଥ୍ୟକେନ୍ଦ୍ରର ଉନ୍ନତୀକରଣ ଓ ମାଟିପକାଇ ମୁଖ୍ୟ ରାସ୍ତାସହ ମିଶାଇବା ପାଇଁ ରୋଗୀ କଲ୍ୟାଣ ସମିତି(ଆର୍‌କେଏସ୍‌) ଅର୍ଥକୁ ପାଣିପରି ଖର୍ଚ୍ଚ କରୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରକୁ ମୁଖ୍ୟ ରାସ୍ତା ସହ ସମାନ କରିବାଲାଗି ପ୍ରତ୍ୟେକ ବର୍ଷ ବିଲ କରାଯାଉଥିବାବେଳେ ବର୍ତ୍ତମାନ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଥିବା ପୁରୁଣା ଗୃହଗୁଡିକ ଭଙ୍ଗାଯାଉଛି। ତେଣୁ ଏଠାରୁ ବାହାରୁଥିବା ଭଙ୍ଗାଇଟା, ଢଳାଇ ଏବଂ ଛାତ ପିଲାରରୁ ବାହାରୁଥିବା ଲୁହା ରଡ୍‌କୁ ବାହାରେ ବିକ୍ରି କରାଯାଉଛି। ଫଳରେ ଏହାକୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ନିକଟବର୍ତ୍ତୀ ଥାଲକୁଡି ଓ ମଙ୍ଗଳପୁର ପଞ୍ଚାୟତବାସୀଙ୍କ ପକ୍ଷରୁ ପ୍ରତିକ୍ରିୟା ପ୍ରକାଶ ପାଇଛି। ତେଣୁ ଏଠାରୁ ବହାରୁଥିବା ସାମଗ୍ରୀକୁ ସ୍ବାସ୍ଥ୍ୟକେନ୍ଦ୍ର ଉନ୍ନତୀକରଣ କାର୍ଯ୍ୟରେ ବିନିଯୋଗ କରିବାକୁ ସେମାନେ ଦାବି କରିଛନ୍ତି।

ଏ ସମ୍ପକରେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧିକାରୀ ବିନ୍ଦୁସାଗର ସାମଲଙ୍କୁ ପଚାରିବାରେ ସେ କହିଛନ୍ତି, ଯେଉଁ ଘର ଭଙ୍ଗାଯାଉଛି ସେସବୁ ମାଟେରିଆଲ୍‌ରେ ସ୍ବାସ୍ଥ୍ୟକେନ୍ଦ୍ର ପରିସର ପୋତିଲେ ପରମୂହୁର୍ତ୍ତରେ ଗାର୍ଡେନ କରିହେବ ନାହଁି। ତେଣୁ ଆମେ ସେସବୁ ଜିନିଷରେ ପୋତିବାକୁ ଚାହୁଁ ନ ଥିବା ସେ ପ୍ରକାଶ କରିଛନ୍ତି। ଘଟଣା ସମ୍ପର୍କରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ସିବାଶିଷ ମହାରଣା କହିଛନ୍ତି, ଠିକାଦାର କେବଳ ନୂତନ ଗୃହ ନିର୍ମାଣ କରିପାରିବେ। ପୁରୁଣା ଗୃହ ଭାଙ୍ଗିବାଲାଗି ସରକାରଙ୍କ ପକ୍ଷରୁ ଏବାବଦ ଅନ୍ୟ ପ୍ରୋତ୍ସାହନ ରାଶି ଆଲର୍ଟମେଣ୍ଟ କରାଯାଇଛି। ତେଣୁ ସେ ନିଜେ ଘଟଣାର ତଦନ୍ତ କରିବେ। ଏଥିସହ ଚାଲିଥିବା କାର୍ଯ୍ୟର ଡିପାର୍ଟମେଣ୍ଟ ତଦନ୍ତ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏନେଇ ସମ୍ପୃକ୍ତ ଠିକା ସଂସ୍ଥାର ପ୍ରତିକ୍ରିୟା ମିଳି ପାରିନାହିଁ।

ସୂଚନାଯୋଗ୍ୟ, ୬୦ ବର୍ଷରୁ ଊର୍ଦ୍ଧ୍ୱ ଏହି ସ୍ବାସ୍ୟକେନ୍ଦ୍ର ଉପରେ ବର୍ତ୍ତମାନ ପର୍ଯ୍ୟାୟରେ ଯାଜପୁର ଜିଲାବାସୀଙ୍କୁ ଛାଡି ନିକଟବର୍ତ୍ତୀ କେନ୍ଦ୍ରାପଡ଼ା ଓ ଭଦ୍ରକ ଅଞ୍ଚଳର ଲୋକେ ନିର୍ଭର କରିଥାନ୍ତି। ରିପୋର୍ଟ ଅନୁଯାୟୀ ଯାଜପୁର ସମେତ ଭଦ୍ରକ ଓ କେନ୍ଦ୍ରାପଡ଼ା ଆଦି ଜିଲାର ଦୈନିକ ୫୦୦ରୁ ଊର୍ଦ୍ଧ୍ୱ ରୋଗୀ ଏଠାକୁ ଆସିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ସରକାର ଏହାର ଉନ୍ନତୀକରଣ କରିବାକୁ ଯୋଜନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ବିଜେଡିରୁ ପ୍ରାର୍ଥୀ ଦୌଡ଼ରେ ୪ ମହିଳା

ଖୋର୍ଦ୍ଧା,୨୬ା୪(ପ୍ରଭାତ ପାଣିଗ୍ରାହୀ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆସନ୍ତା ମେ’୨୫ତାରିଖରେ ଭୁବନେଶ୍ୱର ଲୋକ ସଭା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ହେବ।...

୮ ବର୍ଷ ହେଲା ସରୁନି ବିଦ୍ୟୁତ୍‌ ସବ୍‌ଷ୍ଟେଶନ କାର୍ଯ୍ୟ

କୋଣାର୍କ,୨୬।୪(ଜ୍ୟୋତିରାଜ ମହାନ୍ତି): କୋଣାର୍କ ନିକଟସ୍ଥ ସୁତନ ପଞ୍ଚାୟତର ୬ଟି ଗ୍ରାମକୁ ନିରବଛିନ୍ନ ବିଦ୍ୟୁତ୍‌ ଯୋଗାଣ ନିମନ୍ତେ ୨୦୧୬ରେ ଓପିଟିସିଏଲ୍‌ ମାଧ୍ୟମରେ ଆରମ୍ଭ ହୋଇଥିବା ସୁତନ ୩୩...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଚାଷୀ ଦେଉଛନ୍ତି ଜଳକର, ଜମିରେ ମାଡୁନି ପାଣି

ନୂଆଗାଁ,୨୬।୪( ଧନେଶ୍ୱର ସାହୁ): ଚାଷ ଜମିକୁ ଜଳସେଚନର ସୁବିଧା ଯୋଗାଇ ଦେବା ପାଇଁ ସରକାର ଅନେକ କୋଟି ଟଙ୍କା ବ୍ୟୟ କରୁଛନ୍ତି। ଜଳସେଚନ ପ୍ରକଳ୍ପ ନିର୍ମାଣ...

ପ୍ରଶାସନିକ ଅବହେଳା, ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ପଟ୍ଟାମୁଣ୍ଡାଇ, ୨୬ା୪ (କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲାର ପଟ୍ଟାମୁଣ୍ଡାଇ ଅଞ୍ଚଳରେ କାର୍ଯ୍ୟରତ ସରକାରୀ କର୍ମଚାରୀ, ଜନପ୍ରତିନିଧିମାନେ ସାମ୍ବିଧାନିକ ବିଧି ବ୍ୟବସ୍ଥାର ନୀତିନିୟମ ଓ ଆଇନକୁ ଉଲ୍ଲଂଘନ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri