୬ ବର୍ଷ ହେଲା ସରୁନି ନକଲି ଶିକ୍ଷକଙ୍କ ତଦନ୍ତ

ଯାଜପୁର,୨୩ା୫,(ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ନକଲି ଶିକ୍ଷକଙ୍କୁ ଠାବ କରି ସେମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ ହେବାର ୬ ବର୍ଷ ପରେ ବି ଆବଶ୍ୟକ ପଦକ୍ଷେପ ନୈରାଶ୍ୟଜନକ ହୋଇଛି। ଇତିମଧ୍ୟରେ ହାଇକୋର୍ଟଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶାଳୟ(ଡିଇଇ)ର ନିର୍ଦ୍ଦେଶକଙ୍କୁ କାରଣଦର୍ଶାଅ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ହୋଇଛି। ଏହି କ୍ରମରେ ଡିଇଇ ରାଜ୍ୟର ସମସ୍ତ ଜିଲା ଶିକ୍ଷାଧିକାରୀମାନଙ୍କୁ ଆସନ୍ତା ୧୫ା୬ା୨୦୨୪ ସୁଦ୍ଧା ଚିହ୍ନଟ ନକଲି ଶିକ୍ଷକଙ୍କ ବିରୋଧରେ ଉଭୟ କ୍ରିମିନାଲ ଓ ଡିପାର୍ଟମେଣ୍ଟାଲ ପ୍ରୋସିଡିଂର ଶେଷତମ ସ୍ଥିତି ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ବିଡମ୍ବନା, ନକଲି ଜାତିଗତ ଓ ଶିକ୍ଷା ପ୍ରମାଣପତ୍ର ବଳରେ ଶିକ୍ଷକତା କରୁଥିବା ଯାଜପୁର ଜିଲାର ଶତାଧିକ ଶିକ୍ଷକଙ୍କୁ ବିଭାଗୀୟ ତାଳିକାରୁ ବାଦ ଦିଆଯାଇଛି। ଏନେଇ ଶତାଧିକ ଥର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ହେଉଥିଲେ ହେଁ ଜିଲାସ୍ତରୀୟ ଅଧିକାରୀମାନେ କଳେବଳେ କୌଶଳେ ଉକ୍ତ ନକଲି ଶିକ୍ଷକମାନଙ୍କୁ ସୁରକ୍ଷା ଦେଇଆସୁଥିବା ଅଭିଯୋଗ ହେଉଛି।
ସୂଚନା ଅନୁଯାୟୀ, ଯାଜପୁର ଜିଲାର କୋରେଇ ବ୍ଲକ ସମେତ ଅନ୍ୟାନ୍ୟ ଅଞ୍ଚଳରେ ଶତାଧିକ ନକଲି ଶିକ୍ଷକ ଛପି ରହିଛନ୍ତି।  ନକଲି ପ୍ରମାଣପତ୍ରଧାରୀ ଶିକ୍ଷୟିତ୍ରୀ/ଶିକ୍ଷକଙ୍କୁ ଓଡ଼ିଶା ସିଭିଲ ସର୍ଭିସ (ଓସିଏସ)(ସିସିଏ) ୧୯୬୨ ଆଇନର ଧାରା ୧୫ ଅନୁଯାୟୀ ଚାକିରିରୁ ବହିଷ୍କାର ଓ ଥାନାରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶାଳୟ ପକ୍ଷରୁ ଏକାଧିକ ଥର ନିର୍ଦ୍ଦେଶ ହୋଇଛି। କିନ୍ତୁ ସମ୍ପୃକ୍ତ ଅଧିକାରୀମାନେ ଏହାର ଉଲ୍ଲଂଘନ କରିଆସୁଛନ୍ତି। ଏହି ଉଲ୍ଲଂଘନକାରୀ ଅଧିକାରୀମାନଙ୍କ ବିରୋଧରେ ମଧ୍ୟ ଅତୀତରେ କାର୍ଯ୍ୟାନୁଷ୍ଠାନ ଚେତାବନୀ ଫସର ଫାଟିଛି।  ଏହାପୂର୍ବରୁ ସଞ୍ଜୟ କୁମାର ମହାରଣା ହାଇକୋର୍ଟରେ ୧୮୭୫୨/୨୦୧୮ରେ ଏକ ଜନସ୍ବାର୍ଥ ମାମଲା ଦାଏର କରିଥିଲେ। ଏହାପରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶିକ୍ଷା ବିଭାଗ ପକ୍ଷରୁ ଯେନତେନ ପ୍ରକାରେ ତଦନ୍ତ କରି ୩୯୪ ଜଣ ନକଲି ପ୍ରମାଣପତ୍ରଧାରୀ ଶିକ୍ଷକଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ଉକ୍ତ ତାଲିକାରେ ଯାଜପୁର ଜିଲାର ମାତ୍ର ଜଣେ ନକଲି ଶିକ୍ଷକ ଥିବା ଦର୍ଶାଯାଇଛି। ହେଲେ ବାସ୍ତବରେ ଆଜି ବି ଜିଲାରେ ୨୦୦ରୁ ଊର୍ଦ୍ଧ୍ୱ ନକଲି ଶିକ୍ଷକ ଥିବା ସନ୍ଦେହ କରାଯାଉଛି। ଏହି ଜିଲାର ବ୍ୟାସନଗର ତହସିଲ ଅଞ୍ଚଳକୁ ଏଠାରେ ଉଦାହରଣ ଭାବେ ନିଆଯାଇପାରେ।  କେନ୍ଦୁଝର ଜିଲା ଘସିପୁରା ତହସିଲ ଅଞ୍ଚଳରେ ନାମକୁ ମାତ୍ର ଜମି କିଣି ସେହି ଜମିପଟ୍ଟା ବଳରେ ଆଦିବାସୀ ଜାତିଗତ ପ୍ରମାଣପତ୍ର ହାସଲ କରି ସରକାରୀ ଶିକ୍ଷକତା କରୁଥିବା ନେଇ ପୂର୍ବରୁ ଅଭିଯୋଗ ହୋଇଥିଲା। ଏହାବାଦ ବଡ଼ଚଣା ବ୍ଲକରେ ନକଲି ଓଟିଇଟି(ଓଡିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟ) ପ୍ରମାଣପତ୍ର ବଳରେ ୩ ଜଣ ଶିକ୍ଷକ ଚାକିରି କରୁଥିବା ଧରାପଡିଥିଲା। ଏହି କ୍ରମରେ ଯାଜପୁର ଜିଲା ଶିକ୍ଷା ବିଭାଗ ପକ୍ଷରୁ ସଂପୃକ୍ତ ସହକାରୀ ଶିକ୍ଷକମାନଙ୍କୁ ନିଲମ୍ବନ କରାଯାଇଛି। ଏହାବାଦ୍‌ କୋରେଇ ବ୍ଲକର ଦୁଇ ଭାଇ ଓ ଭଉଣୀ ନକଲି ଶିକ୍ଷକତା କରୁଥିବା ପ୍ରମାଣ ମିଳିବା ପରେ ସେମାନଙ୍କୁ ନିଲମ୍ବନ କରାଯାଇଛି। ଏପରି ଭାବେ ଯାଜପୁର ଜିଲାରେ ଶତାଧିକ ନକଲି ଶିକ୍ଷକ ରହିଥିଲେ ହେଁ ଜିଲା ଶିକ୍ଷା ବିଭାଗ ପକ୍ଷରୁ ସେମାନଙ୍କ ବିରୋଧରେ ଏଯାଏ କ୍ରିମିନାଲ କିମ୍ବା ବିଭାଗୀୟ ପ୍ରୋସିଡିଂ ଗ୍ରହଣ ହୋଇ ନ ଥିବା ଜଣାପଡିଛି।  ଯାଜପୁର ଜିଲା କୋରେଇ ବ୍ଲକ ଅଧୀନ ଅସନଝର ଗ୍ରାମର ହରିହର ନାମକ ଜଣେ ବ୍ୟକ୍ତି ଦୀର୍ଘବର୍ଷ ହେବ ନକଲି ଅନୁସୂଚିତ ଜନଜାତି (ଏସ୍‌ଟି) ସାର୍ଟିଫିକେଟ ହାସଲ କରି ଶିକ୍ଷା ବିଭାଗରେ  ଚାକିରି କରି ସମସ୍ତ ସରକାରୀ ସୁବିଧା ଉପଭୋଗ କରୁଛନ୍ତି । ସେ ପଦୋନ୍ନତି ପାଇ ପ୍ରଥମେ ଯାଜପୁର ଜିଲା ବଡ଼ଚଣା ବ୍ଲକ ଶିକ୍ଷାଧିକାରୀ ଭାବେ ଦାୟିତ୍ୱ ନେଇଥିଲେ। ଜିଲାର କେତେଜଣ ସାମାଜିକ କର୍ମୀ ଏକାଧିକ ଥର ଏନେଇ ଜିଲା ଶିକ୍ଷାଧିକାରୀଙ୍କ ନିକଟରେ ଅଭିଯୋଗ କରିବା ପରେ ତାଙ୍କୁ କେନ୍ଦ୍ରାପଡ଼ା ଜିଲାକୁ ବଦଳି ହୋଇଛି। ଖାଲି ସେତିକି ନୁହେଁ, ଉପରିସ୍ଥ ଅଧିକାରୀଙ୍କୁ ଧରାଧରି କରି ଏହି ବିଇଓ ଜଣକ ନିଜେ ସୁରକ୍ଷିତ ରହିବା ସହିତ ଏକାଧିକ ନକଲି ଶିକ୍ଷକଙ୍କୁ ସୁରକ୍ଷା ଦେଇ ଆସୁଛନ୍ତି ବୋଲି ଅଭିଯୋଗ ହୋଇଛି । ନକଲି ପ୍ରମାଣପତ୍ର ବଳରେ ଶିକ୍ଷୟିତ୍ରୀଶିକ୍ଷକ ନିଯୁକ୍ତି ଅଭିଯୋଗ ଉପରେ କଟକ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନର(ଆରଡିସି) ଗତ ୮ା୮ା୨୦୨୨ରେ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ହେଲେ ତକତ୍ାଳୀନ ବ୍ୟାସନଗର ତହସିଲଦାର କୌଣସି କ୍ଷେତ୍ର ପରିଦର୍ଶନ ନ କରି ଅଫିସରେ ବସି ସେମାନଙ୍କ ସପକ୍ଷରେ ରିପୋର୍ଟ ଦେବାରୁ ସେମାନେ ଆଜିପର୍ଯ୍ୟନ୍ତ ସରକାରଙ୍କ ବିଭିନ୍ନ ସୁବିଧାସୁଯୋଗ ହାସଲ କରିଆସୁଛନ୍ତି। ଏଭଳି ଭାବେ ନକଲି ଶିକ୍ଷକଙ୍କୁ ସୁରକ୍ଷା ଦିଆଯାଉଥିବାରୁ ମେଧାବୀ ଡିଗ୍ରୀଧାରୀ ଛାତ୍ରୀଛାତ୍ର ସେମାନଙ୍କ ଅଧିକାର ପାଇବାରୁ ବଞ୍ଚିତ ରହୁଥିବା ମତପ୍ରକାଶ ପାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri