୨୨ବର୍ଷ ହେଲା ରାସ୍ତା, ଡ୍ରେନ୍‌ କାମ ଅଧୁରା

ପାରାଦୀପ,୨୨ା୯(ସ୍ବ.ପ୍ର.): ପାରାଦୀପ ଡେଭଲେପମେଣ୍ଟ ଅଥରିଟି (ପିଡିଏ)ପକ୍ଷରୁ ନିମିଢି ମୌଜାଠାରେ ୨୦୦୦ମସିହାରୁ ଏକ ଟାଉନସିପ ପାଇଁ ଜାଗା ବଣ୍ଟନ କରାଯାଇଛି। ସମୁଦାୟ ୯୨ ପ୍ଲଟ ବିଭିନ୍ନ ଲୋକ ନେଇଛନ୍ତି। ସେଥିରୁ ୩୫ ଜଣ ଘର କରି ଦୀର୍ଘବର୍ଷ ହେଲା ରହୁଛନ୍ତି। ଏହା ମଧ୍ୟରେ ୨୨ବର୍ଷ ଅତିକ୍ରାନ୍ତ କରିଥିଲେ ହେଁ ଏ ପର୍ଯ୍ୟନ୍ତ ସେମାନଙ୍କ ପାଇଁ ରାସ୍ତା, ଡ୍ରେନ, ପାର୍କ, ଆବର୍ଜନା ପକାଇବାକୁ ଜାଗା ନାହିଁ। ଏ ସମ୍ପର୍କରେ ସେହି ଲୋକମାନେ ଏକାଧିକ ବାର ପିଡିଏକୁ ଲିଖିତ ଅଭିଯୋଗ କରୁଛନ୍ତି। କିନ୍ତୁ ସମାଧାନର ବାଟ ବାହାରୁନାହିଁ। ଅପରପକ୍ଷେ ଜଣାଯାଇଛି, ଯେତେବେଳେ ଲୋକ ଅଭିଯୋଗ କରୁଛନ୍ତି ସେତେବେଳେ ପିଡିଏ କର୍ତ୍ତୃପକ୍ଷ ବିଡିଓଙ୍କୁ ଲେଖୁଛନ୍ତି। ବିଡିଓ ସରପଞ୍ଚଙ୍କୁ ଲେଖୁଛନ୍ତି। ସରପଞ୍ଚ ଅର୍ଥ ନାହିଁ ବୋଲି ଚୁପଚାପ ରହୁଛନ୍ତି। ଏଭଳି ସେମିତି ଏକ ଚିଠି ଏବେ ହସ୍ତଗତ ହୋଇଛି। ଗତ ଏପ୍ରିଲ ୪ରେ ପିଡିଏ ଟାଉନସିପ ବାସିନ୍ଦା ଏକ ଚିଠି ପିଡିଏ ସଚିବଙ୍କୁ ଲେଖିଥିଲେ। ସଚିବ କାହ୍ନୁଚରଣ ଧିର ଉକ୍ତ ପ୍ରସଙ୍ଗ ଉପରେ କୁଜଙ୍ଗ ବିଡିଓ ସୌମଶ୍ରୀ ପାଣିଗ୍ରାହୀଙ୍କୁ ସେପ୍ଟେମ୍ବର ୫ ନଂ. ୩୬୯ରେ ଚିଠି କରିଛନ୍ତି। ସେଥିରେ ଦର୍ଶାଯାଇଛି, ପିଡିଏ ପ୍ଲଟ ଅଧୀନରେ ଥିବା ଜାଗାରେ ରାସ୍ତା ଡ୍ରେନ ଆଦି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ କରିବା ପାଇଁ ବିଡ଼ିଓ ପାଣିଗ୍ରାହୀ ଗତ ୯ ତାରିଖରେ ଗଡ ପଞ୍ଚାୟତ ସରପଞ୍ଚ ସସ୍ମିତା ବେହେରାଙ୍କୁ ଚିଠି ଲେଖିଛନ୍ତି। ସେଥିରେ ପିଡିଏ ଦେଇଥିବା ଚିଠି ସହିତ ଦର୍ଶାଇଛନ୍ତି, ଏହା ଯଦି ପଞ୍ଚାୟତ ଅର୍ଥରେ କରାଯାଇପାରିବ ତାହା ହେଲେ ଆଲୋଚନା କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସରପଞ୍ଚ ବେହେରାଙ୍କ ମତ ହେଲା ପଞ୍ଚାୟତ ପାଇଁ ଯେତିକି ଫଣ୍ଡ ଆସିଛି ତାହା ଆମର ଡିମାଣ୍ଡ କାମକୁ ନିଅଣ୍ଟ। ପିଡିଏ ଅଞ୍ଚଳ ପାଇଁ ଅର୍ଥ କୁଆଡୁ ଆସିବ। ସେ ତାଙ୍କର ବଜେଟରେ କାମ କରନ୍ତୁ। ପିଡିଏ ଅଫିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୨୦୦୦ ମସିହାରେ ପ୍ଲଟ ଆବଣ୍ଟନ କରାଯାଇଥିଲା। ସେତେବେଳେ ୪ଟି ବର୍ଗରେ ଏହା ବଣ୍ଟନ ହୋଇଥିଲା। ସେସବୁ ହେଲା ଏଚଆଇଜି, ଏମ୍‌ଆଇଜି, ଏଲ୍‌ଆଇଜି, ଓ ଇଡବ୍ଲ୍ୟୁଏସ୍‌(ହାଆର ଇନ୍‌ଫର୍ମ ଗ୍ରୁପ, ମିଡିଲ ଇନଫର୍ମ ଗ୍ରୁପ, ଲୋୟର ଇନଫର୍ମ ଗ୍ରୁପ ଓ ଇକୋନୋମିକ୍‌ ୱିକର ସେକ୍ସନ) ଆଧାରରେ ଦିଆଯାଇଛି। ସେତେବେଳେ ରାସ୍ତା ଡ୍ରେନ ପାର୍କ ଆବର୍ଜନାସ୍ଥଳ ଆଦି କରାଯାଇଥିଲା। ପରବର୍ତ୍ତୀ ସମୟରେ କେତେକ ମୁଷ୍ଟିମେୟ ଲୋକ ପାର୍କ ପାଇଁ ଉଦିଷ୍ଟ ଜାଗାକୁ ଜବରଦଖଲ କରିବାରେ ଲାଗିଛନ୍ତି। ଏହା ବ୍ୟତିରେକ ୨୦୦୪ରେ ସେଠାରେ ବାଲି ଉତ୍ତୋଳନକୁ ନେଇ ବିବାଦ ଉପୁଜିଥିଲା। ଯାହା ଏ ପର୍ଯ୍ୟନ୍ତ ଅସମାହିତ ରହିଛି। ଲୋକଙ୍କ ସମସ୍ୟା ସମ୍ପର୍କରେ ପିଡିଏ ସଚିବ ଧିରଙ୍କୁ ପଚାରିବାରେ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଟାୱାର ଉପରକୁ ଚଢି ଏମିତି କାଣ୍ଡ କଲେ ଯୁବକ, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

କୋରାପୁଟ, ୩୦।୩(ଅମିତାଭ ବେହେରା ): ମୋବାଇଲ ଟାୱାର ଉପରକୁ ଚଢି ଜଣେ ମଦ୍ୟପ ଯୁବକ ଉନ୍ମତ୍ତ କାଣ୍ଡ ସୃଷ୍ଟି କରିଥିବା ଘଟଣା କୋରାପୁଟ ଜିଲାରେ ଚର୍ଚ୍ଚାର ବିଷୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri