Advertisement

୨ ମାସ ହେଲା ଅନ୍ଧାରରେ ବନ୍ଧସାହିବାସୀ

ଢେଙ୍କାନାଳ ଅଫିସ,୨୮।୧୨: ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ କଳାଙ୍ଗ ପଞ୍ଚାୟତ କାଳିକାପ୍ରସାଦ ଗ୍ରାମ ବନ୍ଧସାହି ବାସିନ୍ଦା ଗତ ଦୁଇମାସ ହେବ ଅନ୍ଧାରରେ ରହିଛନ୍ତି। ଫଳରେ ସାହିବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି।
ସାହିବାସୀ କହିଛନ୍ତି, ସାହିରେ ୯ ପରିବାର ପାଇଁ ୨୦୧୭ ମସିହାରେ ବିଜୁଳି ସଂଯୋଗ ଦିଆଯାଇଥିଲା। ତେବେ ଗତ ଅକ୍ଟୋବର ୬ରୁ ଗ୍ରାମରେ ଥିବା ଟ୍ରାନ୍ସଫର୍ମର ବଜ୍ରପାତ ଯୋଗୁ ଅଚଳ ହୋଇପଡିଛି। ଏ ସମ୍ପର୍କରେ ଗ୍ରାମବାସୀ ଗତ ୨୬।୧୦।୨୦୨୨ରେ ନିକଟସ୍ଥ ଭାପୁର ଗ୍ରୀଡ୍‌ର କନିଷ୍ଠ ଯନ୍ତ୍ରୀଙ୍କୁ ଲିଖିତ ଭାବେ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିପାରୁ ନାହିଁ। ଉକ୍ତ ଅଞ୍ଚଳରେ ସନ୍ଧ୍ୟାହେଲେ ହାତୀ ଉପଦ୍ରବ ସ୍ଥାନୀୟ ଅଞ୍ଚଳବାସୀଙ୍କ ନିଦ ହଜାଇ ଦେଇଛି। ହାତୀଙ୍କ ପାଇଁ ଗ୍ରାମବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି। ତୁରନ୍ତ ଉକ୍ତ ଆଦିବାସୀ ଅଞ୍ଚଳକୁ ବିଦ୍ୟୁତ୍‌ ସଂଯୋଗ ପ୍ରଦାନ କରିବା ସହିତ ସମସ୍ୟାର ସମାଧାନ କରିବା ପାଇଁ ବାବୁଲି ବେହେରା, ଅଖିନ ପଧାନ, ମାଣିକ ପଧାନ, ହଜାରି ପଧାନ, ପ୍ରକାଶ ପଧାନଙ୍କ ସମେତ ଅଞ୍ଚଳବାସୀ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଷ୍ପଶ୍ରୀଙ୍କୁ ହରାଇଲେ ନିବେଦିତା

ଭଦ୍ରକ ଅଫିସ,୬।୪: ଧାମନଗର ଏନଏସି ନିର୍ବାଚନ ଲାଗି ବୁଧବାର ଭୋଟ ଗଣତି ଶେଷ ହୋଇଛି । ଏଥିରେ ବିଜେଡିର ନିବେଦିତା ଜେନା ଅଧ୍ୟକ୍ଷ ଭାବେ ନିର୍ବାଚିତ...

ଚାନ୍ଦିନୀ ସହ ୧୦ ଫୁଟ ଦବିଗଲା କୂଅ

ତାଳଚେର,୧୫ା୮(ନି.ପ୍ର.) ଅନୁଗୋଳ ଜିଲା ତାଳଚେର ପୌରାଞ୍ଚଳ ୧୩ ନମ୍ବର ୱାର୍ଡର ଗୁରୁବକ୍ସ ସିଂଙ୍କ ଘର ଅଗଣାରେ ଥିବା କୂଅ ମଙ୍ଗଳବାର ରାତିରେ ଚାନ୍ଦିନୀ ସହ ୧୦ ଫୁଟ...

ମେଡିକାଲରୁ ଉଭାନ ରୋଗୀଙ୍କ ମୃତଦେହ ଉଦ୍ଧାର

କେନ୍ଦୁଝର,୧୪।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାର ମେଡିସିନ (ପୁରୁଷ) ଓ୍ବାର୍ଡରୁ ବୁଧବାର ରାତିରେ ନିଖୋଜ ହୋଇଯାଇଥିବା ଜଣେ ରୋଗୀଙ୍କ ମୃତଦେହ ମେଡିକାଲଠାରୁ ପ୍ରାୟ ଅଧ କିଲୋମିଟର...

ଆଉ ଲୋଡ଼ା ପଡ଼ିବେ ନାହିଁ ରାଜ୍ୟ ବାହାର ହାର୍ଭେଷ୍ଟର ଚାଳକ

ସମ୍ବଲପୁର,୧୫।୫ (ବ୍ୟୁରୋ)-ଆଉ ଲୋଡ଼ା ପଡିବେ ନାହିଁ ରାଜ୍ୟ ବାହାର ଚାଳକ ା ଧାନ ଅମଳ ପାଇଁ ହାର୍ଭେଷ୍ଟର ଚଳାଇବା ପାଇଁ ୫୦ଜଣଙ୍କୁ ତାଲିମ ଦେଇ ସ୍ବାବଲମ୍ବୀ...

ଅପହୃତା ନାବାଳିକା ଉଦ୍ଧାର

ବଡ଼ସାହି,୯ା୧୨(ସ୍ବ.ପ୍ର)-ବଡ଼ସାହି ଥାନା ଅଞ୍ଚଳରୁ ନଭେମ୍ବର ୨୪ତାରିଖରେ ଅପହୃତା ଜଣେ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିବା ସହ ଅପହରଣକାରୀ ଯୁବକଙ୍କୁ କାବୁ କରିଛି। ଅଷ୍ଟମ ଶ୍ରେଣୀରେ ପଢୁଥିବା...

ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା : ନବବଧୂ ଜୀବନ୍ତ ଦଗ୍ଧ

ଭଦ୍ରକ ଅଫିସ୧୩।୫: ଭଦ୍ରକ ସହର ଉପକଣ୍ଠ ଉଗାଳପୁର ମାଝିସାହିରେ ରବିବାର ମଧ୍ୟାହ୍ନରେ ଭୟାଭୟ ଅଗ୍ନିକାଣ୍ଡ ଘଟି ପଙ୍କଜିନୀ ଟୁଡୁ (୨୨) ନାମ୍ନୀ ଜଣେ ନବବଧୂ ଜୀବନ୍ତଦଗ୍ଧ...

ଦୁଇ ବାଇକ୍‌ ମୁହଁ।ମୁହିଁ:୨ ଜୀବନ ଗଲା

ଭଞ୍ଜନଗର,୧୯।୫(ଡି.ଏନ.ଏ.)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ କାଠଚିରା ନିକଟରେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ଦୁଇ ବାଇକ୍‌ ମୁହଁ। ମୁହିଁ ଧକ୍କା ହେବାରୁ ଜଣେ...

ଆଜିଠୁ ବଉଳା କୁମ୍ଭୀର ଗଣନା

ରାଜନଗର,୬ା୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନ ଓ ଉଦ୍ୟାନ ବାହାରେ ପ୍ରବାହିତ ନଦୀନାଳରେ ଥିବା ବଉଳା କୁମ୍ଭୀରଙ୍କ ଗଣନା ପାଇଁ ବୁଧବାର ବନ କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ପ୍ରଶିକ୍ଷଣ...

Advertisement
Archives

Model This Week