Posted inଫୁରସତ

ଜରୁରୀ ହୋଇପଡ଼ିଛି ସଂସ୍କୃତ ଭାଷାର ପ୍ରସାର

ଭାରତରେ ପ୍ରତିବର୍ଷ ଶ୍ରାବଣ ପୂର୍ଣ୍ଣିମାକୁ ଶୁଭ ଉତ୍ସବ ସଂସ୍କୃତ ଦିବସ ଭାବରେ ପାଳନ କରାଯାଏ। ଚଳିତବର୍ଷ ଏହା ଅଗଷ୍ଟ ୩୧ରେ ପାଳନ କରାଯାଉଛି। ଶ୍ରାବଣ ପୂର୍ଣ୍ଣିମା ଅର୍ଥାତ୍‌ ରକ୍ଷାବନ୍ଧନକୁ ସାଧୁସନ୍ଥଙ୍କ ସ୍ମୃତି ଏବଂ ଉପାସନା ତଥା ଉତ୍ସର୍ଗୀକୃତ ପର୍ବ ଭାବରେ ବିବେଚନା କରାଯାଇଥାଏ। ବୈଦିକ ସାହିତ୍ୟରେ ଏହାକୁ ଶ୍ରାବଣୀ କୁହାଯାଉଥିଲା। ଏହି ଦିନ, ଗୁରୁକୁଳରେ ବେଦ ଅଧ୍ୟୟନ କରିବା ପୂର୍ବରୁ ଶିକ୍ଷାର୍ଥୀଙ୍କୁ ଯଜ୍ଞୋପବିତ ଧାରଣ କରାଯାଇଥାଏ। ଏହି ରୀତିନୀତିକୁ ଉପନୟନ ବା ଉପକର୍ମ ସମାରୋହ କୁହାଯାଇଥାଏ। ଏହି ଦିନ ପୁରୁଣା ଯଜ୍ଞୋପବିତ ମଧ୍ୟ ପରିବର୍ତ୍ତନ କରାଯାଇଥାଏ। ଏହି ଦିନ ବ୍ରାହ୍ମଣମାନେ ଯଜମାନଙ୍କ ହାତରେ ରକ୍ଷାସୂତ୍ର ମଧ୍ୟ ବାନ୍ଧି ଥାନ୍ତି।

ସଂସ୍କୃତ ସାହିତ୍ୟର ପ୍ରାଥମିକ ଉତ୍ସ, ତେଣୁ ଶ୍ରାବଣୀ ପୂର୍ଣ୍ଣିମା ଋଷି ପର୍ବ ଏବଂ ସଂସ୍କୃତ ଦିବସ ଭାବରେ ପାଳନ କରାଯାଇଥାଏ। ଦେଶର ବିଭିନ୍ନ ଅଞ୍ଚଳରେ ଏହି ଦିବସ ଉତ୍ସାହର ସହିତ ପାଳନ କରାଯାଇଥାଏ। ରାଜ୍ୟ ଓ ଜିଲା ସ୍ତରରେ ସଂସ୍କୃତ ଦିବସ ଆୟୋଜିତ ହୋଇଥାଏ। ଏହି ଅବସରରେ ସଂସ୍କୃତ କବି ସମ୍ମିଳନୀ, ଲେଖକଙ୍କ ସେମିନାର, ଭାଷଣ ଏବଂ ଶ୍ଲୋକୋଚ୍ଚାରଣ ପ୍ରତିଯୋଗିତା ଇତ୍ୟାଦି ଆୟୋଜିତ ହୋଇଥାଏ। ଯାହା ମାଧ୍ୟମରେ ସଂସ୍କୃତ ଛାତ୍ରୀଛାତ୍ର, କବି ଏବଂ ଲେଖକମାନଙ୍କ ଏକ ଉପଯୁକ୍ତ ପ୍ଲାଟଫର୍ମ ଯୋଗାଇ ଦେଇଥାଏ।

ମସିହାରେ ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟର ଆଦେଶ ଅନୁଯାୟୀ କେନ୍ଦ୍ରୀୟ ତଥା ରାଜ୍ୟ ସ୍ତରରେ ସଂସ୍କୃତ ଦିବସ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେବେଠାରୁ ଶ୍ରାବଣ ପୂର୍ଣ୍ଣିମା ଦିନ ସାରା ଭାରତରେ ସଂସ୍କୃତ ଦିବସ ପାଳନ କରାଯାଇଥାଏ। ସୂଚନାଯୋଗ୍ୟ ପ୍ରାଚୀନ ଭାରତରେ ଉକ୍ତ ଦିନ ଶିକ୍ଷାଦାନ ଆରମ୍ଭ ହେଉଥିଲା। ଏହି ଦିନ ବେଦ ପାଠ୍ୟକ୍ରମ ଆରମ୍ଭ ହେଉଥିଲା ଏବଂ ଛାତ୍ରୀଛାତ୍ର୍ରମାନେ ଏହି ଦିନ ଶାସ୍ତ୍ର ଅଧ୍ୟୟନ କରିବା ଆରମ୍ଭ କରୁଥିଲେ। ପୌଷ ମାସର ପୂର୍ଣ୍ଣିମାଠାରୁ ଶ୍ରାବଣ ମାସର ପୂର୍ଣ୍ଣିମା ପର୍ଯ୍ୟନ୍ତ ଅଧ୍ୟୟନ ବନ୍ଦ ହୋଇଯାଉଥିଲା। ପ୍ରାଚୀନ କାଳରେ, ଶ୍ରାବଣ ପୂର୍ଣ୍ଣିମା ଠାରୁ ପୌଷ ପୂର୍ଣ୍ଣିମା ପର୍ଯ୍ୟନ୍ତ ପୁନର୍ବାର ଅଧ୍ୟୟନ ଚାଲୁଥିଲା। ବର୍ତ୍ତମାନ ମଧ୍ୟ ଶ୍ରାବଣ ପୂର୍ଣ୍ଣିମା ଠାରୁ ଗୁରୁକୁଳରେ ବେଦାଧ୍ୟୟନ ଆରମ୍ଭ ହେଉଛି। ସେଥିପାଇଁ ଏହି ଦିନକୁ ସଂସ୍କୃତ ଦିବସ ଭାବେ ପାଳନ କରାଯାଇଥାଏ ।

ଆଜିକାଲି କେବଳ ଆମ ଦେଶରେ ନୁହେଁ, ଜର୍ମାନୀ ସମେତ ବହୁ ବିଦେଶୀ ରାଷ୍ଟ୍ରରେ ମଧ୍ୟ ସଂସ୍କୃତ ଦିବସ ଉତ୍ସାହର ସହିତ ପାଳନ କରାଯାଉଛି। ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅବଦାନ ମଧ୍ୟ ଉଲ୍ଲେଖନୀୟ। ଯେଉଁ ସପ୍ତାହରେ ସଂସ୍କୃତ ଦିବସ ପଡ଼େ ସେହି ସପ୍ତାହକୁ ସଂସ୍କୃତ ସପ୍ତାହ ଭାବରେ ମଧ୍ୟ ପାଳନ କରାଯାଇଥାଏ। ଏହା ଦେଶର ସମସ୍ତ ବିଦ୍ୟାଳୟରେ ଉତ୍ସାହର ସହିତ ପାଳନ କରାଯାଇଥାଏ। ଉତ୍ତରାଖଣ୍ଡରେ ସରକାର ଦ୍ୱିତୀୟ ସରକାରୀ ଭାଷା ଭାବରେ ସଂସ୍କୃତକୁ ଘୋଷଣା କରାଯାଇଛି। ସଂସ୍କୃତ ଦିବସ ଏବଂ ସଂସ୍କୃତ ସପ୍ତାହ ପାଳନ କରିବାର ମୂଳ ଉଦ୍ଦେଶ୍ୟ ହେଉଛି ସଂସ୍କୃତ ଭାଷାର ପ୍ରଚାର ପ୍ରସାର କରିବା । ଏହାଦ୍ୱାରା ଏହି ପ୍ରାଚୀନ ଭାଷାରେ ଲିଖିତ ହୋଇଥିବା ବହୁମୂଲ୍ୟ ଗ୍ରନ୍ଥ ସମ୍ପର୍କରେ ଜ୍ଞାନ ଆହରଣ କରିବା ସହଜ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

ଖଣ୍ଡେ ପାନ ପାଇଁ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ଯୁବକ

ମୋରଡ଼ା,୧୩ା୯(ସ୍ମାରକ ମାଜୀ): ଖଣ୍ଡେ ପାନ ପାଇଁ ଘଟିଛି ହତ୍ୟାକାଣ୍ଡ। ଠେଙ୍ଗାରେ ପିଟିପିଟି ବୃଦ୍ଧାଙ୍କୁ ହତ୍ୟା କରିଛନ୍ତି ଜଣେ ଯୁବକ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି…

ସୋସିଆଲ ମିଡିଆରେ ଚର୍ଚ୍ଚା; କିଶୋର କୁମାରଙ୍କ ଗୀତ ଗାଇଲେ ପ୍ରଧାନମନ୍ତ୍ରୀ, ସବୁ କହିଲେ….

ନୂଆଦିଲ୍ଲୀ,୧୩।୯: ଭାରତରେ ଆୟୋଜିତ ବ୍ରିକ୍ସ ଶିଖର ସମ୍ମିଳନୀର ଗାଲା ଡିନରରେ ମାଲେସିଆ ପ୍ରଧାନମନ୍ତ୍ରୀ ଅନୱାର ଇବ୍ରାହିମଙ୍କ ଏକ ଭିନ୍ନ ରୂପ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ବିଭିନ୍ନ ଦାବି ନେଇ ଗୁଡ଼ାରି ବନ୍ଦ ଡାକରା, ଜିଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରି…

ଗୁଡ଼ାରି,୧୩ା୯(ପ୍ରମୋଦ କୁମାର ପତି): ବିଭିନ୍ନ ଦାବି ପୂରଣ ନେଇ ଆସନ୍ତା ୨୨ ତାରିଖରେ ଗୁଡାରି ବନ୍ଦ ଡାକରା ଦିଆଯାଇଛି। ଏନେଇ ରବିବାର ବିଡିଓଙ୍କ ଅନୁପସ୍ଥିତିରେ ଜିପିଡିଓ ଶିବପ୍ରସାଦ…

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?