କାମରେ ଲାଗୁନି ୭ କୋଟିର ବସ୍‌ଷ୍ଟାଣ୍ଡ

କେନ୍ଦୁଝର,୧୦ା୩(ଡି.ଏନ୍‌.ଏ): କେନ୍ଦୁଝର ଜିଲା ସଦର ମହକୁମାରେ ନିର୍ମିତ ନୂତନ ବସ୍‌ଷ୍ଟାଣ୍ଡ କାମରେ ଲାଗୁନାହିଁ। ୧୦ ବର୍ଷ ପୂର୍ବେ ମୁଖ୍ୟମନ୍ତ୍ରୀ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ଷ୍ଟାଣ୍ଡ ପରିସରରେ ଫୁଡ୍‌କୋର୍ଟ, ପ୍ରତୀକ୍ଷାଳୟ ଓ ଏଟିଏମ୍‌ ଭଳି ଅତ୍ୟାଧୁନିକ ସୁବିଧା ରହିଛି। ମାତ୍ର ବସ୍‌ ସୁରକ୍ଷା ଓ ଅନ୍ୟାନ୍ୟ ସମସ୍ୟା ଦର୍ଶାଇ ମାଲିକମାନେ ଷ୍ଟାଣ୍ଡକୁ ବସ୍‌ ନେଉନାହାନ୍ତି। ଫଳରେ ମୁଖ୍ୟ ରାସ୍ତାରେ ବସ୍‌ ରଖୁଥିବାରୁ ଟ୍ରାଫିକ୍‌ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି। ବିଶେଷ କରି ରବିବାର କେନ୍ଦୁଝର ସହରର ତହସିଲ ଛକ, କୃଷି ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ଛକ, ଏସ୍‌ପିଙ୍କ କାର୍ଯ୍ୟାଳୟଠାରୁ ସିରାଜୁଦ୍ଦିନ ଛକ, ଡିଆଇ ଅଫିସ ଛକଠାରୁ ପୋଲିସ କଲ୍ୟାଣ ମଣ୍ଡପ ଛକ ପର୍ଯ୍ୟନ୍ତ ରାସ୍ତାରେ ବସ୍‌ ରହଣି ସହ ବଡ଼ ଯାନ ଘଣ୍ଟାଧିକ ସମୟ ରାସ୍ତାରେ ଅଟକି ରହୁଛି। ଅସମ୍ଭାଳ ଭିଡ଼ କାରଣରୁ ଅନେକ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟୁଛି।
ସୂଚନାଯୋଗ୍ୟ, କେନ୍ଦୁଝର ସହରବାସୀଙ୍କ ଦୀର୍ଘଦିନର ଦାବିକୁ ନେଇ ୨୦୧୩ ଜାନୁୟାରୀ ୩୧ରେ ସଦର ମହକୁମାରେ ୨.୭ ଏକର ପରିମିତ ଜାଗାରେ ନୂତନ ବସ୍‌ଷ୍ଟାଣ୍ଡକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଏଥିରେ ୭ କୋଟି ବ୍ୟୟରେ କାର୍‌, ଟ୍ୟାକ୍ସି, ଅଟୋରିକ୍ସା ପ୍ରଭୃତିର ପାର୍କିଂ ବ୍ୟବସ୍ଥା, ବସ୍‌ଷ୍ଟାଣ୍ଡର ଟର୍ମିନାଲ୍‌ ବିଲ୍‌ଡିଂରେ ଫୁଡ୍‌କୋର୍ଟ, ପ୍ରତୀକ୍ଷାଳୟ, ଟିକେଟ କାଉଣ୍ଟର, ଅଫିସ, ପ୍ରାଥମିକ ଚିକିସତ୍ା କୋଠରି, ଦୋକାନ, ଏଟିଏମ୍‌, ମହିଳା ଓ ପୁରୁଷଙ୍କ ପାଇଁ ଶୌଚାଳୟର ସୁବିଧା କରାଯାଇଛି। ଏଥିସହ ବାଣିଜି୍ୟକ ଉଦ୍ଦେଶ୍ୟରେ ୧୦ଟି ଦୋକାନ ନିର୍ମାଣ କରାଯାଇଥିବାବେଳେ ପ୍ରବେଶ ଦ୍ୱାର ନିକଟରେ ଥିବା ବିଲ୍‌ଡିଂରେ ଟିକସ ଆଦାୟ ବୁଥ୍‌, ପୋଲିସ ନିୟନ୍ତ୍ରଣ କକ୍ଷ ଓ ବସ୍‌ ରକ୍ଷଣାବେକ୍ଷଣ ୟାର୍ଡ ନିର୍ମାଣ କରାଯାଇଥିଲା। ଯାହା ଏବେ ଧ୍ୱଂସର ଧାରାରେ। ଜଳ ସଂରକ୍ଷଣ ଲକ୍ଷ୍ୟ ନେଇ ଉକ୍ତ ବସ୍‌ଷ୍ଟାଣ୍ଡରେ ଏକ ଅତ୍ୟାଧୁନିକ ଜଳ ଅମଳର ବ୍ୟବସ୍ଥା ମଧ୍ୟ କରାଯାଇଥିଲା। ମାତ୍ର ଉଦ୍‌ଘାଟନ ଦିନଠାରୁ ବସ୍‌ଗୁଡିକ ଷ୍ଟାଣ୍ଡକୁ ନ ଆସି କେନ୍ଦୁଝର ସହରରେ ଥିବା ଜାତୀୟ ରାଜପଥ ପାର୍ଶ୍ୱରେ ଠିଆ କରୁଛନ୍ତି। ଫଳରେ ଟ୍ରାଫିକ୍‌ ସମସ୍ୟା ଉପୁଜିବା ସହ ଦୁର୍ଘଟଣା ଘଟୁଛି। ତେଣୁ ତୁରନ୍ତ ବସ୍‌ଷ୍ଟାଣ୍ଡକୁ କାର୍ଯ୍ୟକ୍ଷମ କରିବାକୁ ବିଭିନ୍ନ ମହଲରେ ଦାବି ହେଉଛି।
ଏନେଇ ପୁରୁଣା ସହର ବରିଷ୍ଠ ନାଗରିକ ମଞ୍ଚ ସାଧାରଣ ସମ୍ପାଦକ ନବକିଶୋର ସାହୁ କହିଛନ୍ତି, ପୁରୁଣାସହରଠାରେ ନୂତନ ବସ୍‌ଷ୍ଟାଣ୍ଡ ଦୀର୍ଘ ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ନିର୍ମାଣ କରାଯାଇଥିଲେ ସୁଦ୍ଧା ଏଠାକୁ ହାତଗଣତି କେତୋଟି ବସ୍‌ ଆସୁଛି। ଫଳରେ ମୁଖ୍ୟରାସ୍ତାରେ ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି। କେନ୍ଦୁଝର ଘରୋଇ ବସ୍‌ ମାଲିକ ସଂଘ ସାଧାରଣ ସମ୍ପାଦକ ମନୋରଞ୍ଜନ ମିଶ୍ର କୁହନ୍ତି, ନୂତନ ବସ୍‌ଷ୍ଟାଣ୍ଡରେ ବହୁ ଅତ୍ୟାଧୁନିକ ସୁବିଧା ରହିଛି। ଅନ୍ୟପକ୍ଷେ ବସ୍‌ଗୁଡ଼ିକର ସୁରକ୍ଷା ନିମନ୍ତେ କୌଣସି ବ୍ୟବସ୍ଥା ହୋଇନାହିଁ। ସେଠାରେ ଯଦି ଏକ ପୋଲିସ ଫାଣ୍ଡି ସହ ସିସିଟିଭି କ୍ୟାମେରା ଲଗାଯାଇପାରନ୍ତା ଘରୋଇ ବସ୍‌ ମାଲିକମାନଙ୍କୁ ପ୍ରବର୍ତ୍ତାଇ ସେଠାକୁ ବସ୍‌ ନେବା ପାଇଁ ଚେଷ୍ଟା କରନ୍ତୁ ବୋଲି କହିଥିଲେ। ଆଞ୍ଚଳିକ ପରିବହନ ଅଧିକାରୀ ଗୋପାଳକୃଷ୍ଣ ଦାସ କହିଛନ୍ତି, ଏଥିପ୍ରତି ପ୍ରଶାସନ ସମ୍ବେଦନଶୀଳ ରହିଛି। ଇତିମଧ୍ୟରେ ପରିବହନ ବିଭାଗ, କେନ୍ଦୁଝରଗଡ଼ ପୌରପାଳିକା ଏବଂ ଘରୋଇ ବସ୍‌ମାଲିକ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଘରୋଇ ବସ୍‌ ମାଲିକ ସଂଘ କେତୋଟି ଅସୁବିଧା ସମ୍ପର୍କରେ ଜଣାଇଛନ୍ତି। ଆଗାମୀ ଦିନରେ ପୁଣି ଏକ ବୈଠକ କରାଯାଇ ଏହାର ସମାଧାନ କରାଯିବାକୁ ଉଦ୍ୟମ କରାଯାଉଛି ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri