ବଢୁଛି ଓମିକ୍ରନ ଚିନ୍ତା, ହୋଇପାରେ ଲକ୍‌ଡାଉନ୍‌

ଆମଷ୍ଟରଡାମ୍‌,୧୮ା୧୨: କେତେକ ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିଛି। ଏହାକୁ ଦୃଷ୍ଟିରେ ରଖି ନେଦରଲ୍ୟାଣ୍ଡରେ ଲକ୍‌ଡାଉନ୍‌ ଲାଗୁ କରାଯାଇପାରେ। ନୂଆ ରଣନୀତି ଉପରେ ନେଦରଲ୍ୟାଣ୍ଡ ସରକାରଙ୍କୁ ପରାମର୍ଶ ଦେଉଥିବା ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏଠାରେ କଡ଼ା ଲକ୍‌ଡାଉନ୍‌ କରିବାକୁ ପରାମର୍ଶ ଦେଇଛନ୍ତି। ଜାନୁୟାରୀ ପର୍ଯ୍ୟନ୍ତ ଆଂଶିକ ଲକ୍‌ଡାଉନ୍‌ ବୃଦ୍ଧି ହେବ ବୋଲି ଏକ ରିପୋର୍ଟରେ କୁହାଯାଇଛି। ଶୁକ୍ରବାର କ୍ୟାବିନେଟ୍‌ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀ ହୁଗୋ ଦେ ଜୋଙ୍ଗ ଗଣମାଧ୍ୟମକୁ କହିଛନ୍ତି ଯେ, ଓମିକ୍ରନର ବୃଦ୍ଧି ହେତୁ ସରକାର ଚିନ୍ତିତ ଅଛନ୍ତି।

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶକୁ ସରକାର ପାଳନ କରିବେ। ନୂତନ ନିଷ୍ପତ୍ତି ନେବା ପାଇଁ ପ୍ରଧାନମନ୍ତ୍ରୀ ମାର୍କ ରୁଟ୍‌ଙ୍କ ସରକାର ଶନିବାର ସ୍ବାସ୍ଥ୍ୟ ପରାମର୍ଶଦାତାଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

ଅନ୍ୟପକ୍ଷରେ, କରୋନା ମହାମାରୀ ବିରୋଧରେ ଲଢ଼େଇରେ କୋଭୋଭ୍ୟାକ୍ସ ଟିକା ଆକାରରେ ବିଶ୍ୱକୁ ଆଉ ଏକ ଅସ୍ତ୍ର ମିଳିଛି। ଏହି ଟିକାକରଣର ଜରୁରିକାଳୀନ ବ୍ୟବହାରକୁ ଶୁକ୍ରବାର ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଅନୁମୋଦନ କରିଛି। ପୁଣେରେ ଅବସ୍ଥିତ ସେରମ ଇନଷ୍ଟିଚ୍ୟୁଟ୍‌ ଅଫ ଇଣ୍ଡିଆ (SII) ଆମେରିକାର ବାୟୋଟେକ୍ନୋଲୋଜି କମ୍ପାନୀ ନୋଭାଭାକ୍ସର ଲାଇସେନ୍ସ ଅନୁଯାୟୀ ଭାରତରେ ଏହି ଟିକା ପ୍ରସ୍ତୁତ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ କରୋନା ଆତଙ୍କ: ମୃତ୍ୟୁ ସଂଖ୍ୟା ୨୩; ସଂକ୍ରମିତଙ୍କ ସଂଖ୍ୟା ୯୦୦ ଟପିଲା

ନୂଆଦିଲ୍ଲୀ,୨୮।୩: କରୋନା ସଂକ୍ରମଣ ସାରା ପୃଥିବୀରେ କୋକୁଆ ଭୟ ସୃଷ୍ଟି କରିଛି। ଭାରତରେ ଅବସ୍ଥା ଧୀରେଧୀରେ ସଙ୍କଟଜନକ ହେବାରେ ଲାଗିଛି। ଭାରତ ଦ୍ୱିତୀୟ ଷ୍ଟେଜ୍‌ରୁ ତୃତୀୟ...

ଶ୍ରୀଲଙ୍କାକୁ ୪୦ ହଜାର ଟନ୍‌ ଇନ୍ଧନ ପଠାଇଲା ଭାରତ…

କଲୋମ୍ବୋ/ନୂଆଦିଲ୍ଲୀ, ୧୫।୨ : ଶକ୍ତି ସଙ୍କଟ ସହିତ ସମସ୍ୟାରେ ପଡ଼ିଥିବା ଶ୍ରୀଲଙ୍କାର ସହାୟତା ପାଇଁ ଭାରତ ମଙ୍ଗଳବାର ୪୦ ହଜାର ଟନ୍‌ ଇନ୍ଧନ ପଠାଇଛି। ଶ୍ରୀଲଙ୍କାରେ...

ଝାରସୁଗୁଡା: ଗୋଟିଏ ପରିବାରର ୪ ଜଣଙ୍କୁ କରୋନା

ଝାରସୁଗୁଡା ଅଫିସ,୧୦ା୬-ଝାରସୁଗୁଡାରେ ବୁଧବାର ୫କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୪ଜଣ ସଦସ୍ୟ ରହିଛନ୍ତି। ସେମାନେ ଟ୍ରେନ ଯୋଗେ  କୋଲକାତା  ହାଓ୍ବଡାରୁ...

କରୋନା ସାଜିଲା ବାଧକ: ବିବାହ ସ୍ଥଗିତ ରଖିଲେ ଉପ ଜିଲାପାଳ

ରାୟପୁର,୨୬।୩: କରାନା ଭାଇରସ ସଂକ୍ରମଣକୁ ରୋକିବାକୁ ସରକାର ସାରା ଦେଶକୁ ୨୧ ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଫଳରେ ସାରା ଦେଶ ଏକ ପ୍ରକାର...

ଦେଶକୁ ମିଳିବ ଆଉ ଏକ ଭ୍ୟାକ୍ସିନ, ଡିସିଜିଆଇ ରୁଷିଆର ସ୍ପୁଟନିକ ଲାଇଟକୁ ଦେଲା ମଞ୍ଜୁରୀ

ନୂଆଦିଲ୍ଲୀ,୫ ।୨: ଦେଶରେ ଏବେ କରୋନାର ସ୍ଥିତି ଚିନ୍ତାଜନକ ରହିଛି । ଏପଟେ ଏହାଠାରୁ ଦୂରେଇ ରହିବାର ଗୋଟିଏ ଉପାୟ ହେଉଛି ଟିକାକରଣ । ଦୁଇଟି...

ଦ୍ୱିତୀୟ ଲହର ରୋକିବ ଟିକା

ନୂଆଦିଲ୍ଲୀ, ୧୭।୧: ଭାରତରେ କରୋନା ସଂକ୍ରମଣ ହାର ଯଥେଷ୍ଟ ହ୍ରାସ ପାଇଥିବାବେଳେ ଶନିବାର ଟିକାକରଣ ଅଭିଯାନ ଆରମ୍ଭ ହୋଇଛି। ବ୍ରିଟେନର ନୂଆ ଷ୍ଟ୍ରେନ୍‌କୁ ନେଇ ସାରା...

ରାଜଧାନୀରେ ୧ଲକ୍ଷ ଅତିକ୍ରମ କଲା କରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୭।୭: ବେଳକୁ ବେଳ ଡରାଇ ଚାଲିଛି କରୋନା ମହାମାରୀ। ରାଜଧାନୀ ଦିଲ୍ଲୀରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଥିବା ବେଳେ ଏହାକୁ...

କରୋନା ଭୟ: ଏହି ଦେଶରୁ ମୁକୁଳିଲେ ୮୫ହଜାର କଏଦୀ

ତେହେରାନ,୧୭।୩: କରୋନା ଭାଇରସ୍‌ ଯୋଗୁ ଇରାନରେ ଏପର୍ଯ୍ୟନ୍ତ ୧୪,୯୯୧ ବ୍ୟକ୍ତି ସଂକ୍ରମିତ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୮୫୩କୁ ଛୁଇଁଛି। କରୋନା ପ୍ରଭାବକୁ ଦେଖି ଇରାନ...

Advertisement
Archives

Model This Week