ମହାକାଶରେ ଇସ୍ରୋର ମହତ୍ତ୍ୱପୂର୍ଣ୍ଣ ଡକିଙ୍ଗ ପରୀକ୍ଷା

ପ୍ରଶ୍ନ ହେଉଛି, ଇସ୍ରୋର ଅନ୍ତରୀକ୍ଷ ଅଭିଯାନରେ ଏହି ମହାକାଶୀୟ ଡକିଙ୍ଗ ଓ ଅନ୍‌ଡକିଙ୍ଗ ପ୍ରକ୍ରିୟାର ଆବଶ୍ୟକତା କ’ଣ? ଏଠାରେ ଦୁଇଟି ଉଦାହରଣ ଦିଆଯାଇ ପାରେ : ପ୍ରଥମତଃ, ଇସ୍ରୋ ଆଗାମୀ ୨୦୩୫ ମସିହା ସୁଦ୍ଧା ଅନ୍ତରୀକ୍ଷରେ ଦୀର୍ଘଦିନ ରହଣି ନିମନ୍ତେ ନିଜର ଏକ ଅନ୍ତରୀକ୍ଷ ଷ୍ଟେଶନ (ନାମ: ଭାରତୀୟ ଅନ୍ତରୀକ୍ଷ ଷ୍ଟେଶନ) ଅବସ୍ଥାପିତ କରିବାକୁ ଯୋଜନା ରଖିଛି। ଅନ୍ତରୀକ୍ଷରେ କେବଳ ଅନ୍ତରୀକ୍ଷ ଷ୍ଟେଶନ ସ୍ଥାପନ କରିଦେଲେ ଚଳିବ ନାହିଁ; ବରଂ ସମୟ ସମୟରେ ପୃଥିବୀରୁ ଅନେକ ଅଭିଯାନ ଜରିଆରେ ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ତଥା ମହାକାଶଯାତ୍ରୀଙ୍କୁ ଅଦଳବଦଳ କରିବାକୁ ପଡ଼ିବ। ଏଥିନିମନ୍ତେ ପୃଥିବୀରୁ ନିୟମିତ ଭାବେ ମାଲବାହୀ ତଥା ମନୁଷ୍ୟବାହୀ ଯାନଗୁଡ଼ିକ ଅନ୍ତରୀକ୍ଷକୁ ଯାତ୍ରା କରି ଅନ୍ତରୀକ୍ଷ ଷ୍ଟେଶନ ସହିତ ମିଳିତ ହେବା (ଡକିଙ୍ଗ) ସହ କାର୍ଯ୍ୟ ସରିଗଲେ ସେଗୁଡ଼ିକ ମହାକାଶ ଷ୍ଟେଶନରୁ ଅଲଗା ହୋଇ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ। ତେବେ ଯାଇ ଅନ୍ତରୀକ୍ଷ ଷ୍ଟେଶନରେ ମଣିଷର ଦୀର୍ଘଦିନ ରହଣିର ସ୍ବପ୍ନ ସାକାର ହୋଇ ପାରିବ। ଏଠାରେ ଅନ୍ତରୀକ୍ଷରେ କାର୍ଯ୍ୟରତ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେଶନ କଥା ବିଚାର କରାଯାଇପାରେ। ଏହି ଷ୍ଟେଶନକୁ ଅନେକ ସ୍ବତନ୍ତ୍ର ଅଭିଯାନ ଜରିଆରେ ପୃଥିବୀରୁ କ୍ରମାଗତ ଭାବେ ସାମଗ୍ରୀ ଯୋଗାଣ କରାଯାଇଛି କେତେକ ମହାକାଶଚାରୀ ପୃଥିବୀରୁ ଯାତ୍ରାକରି ଏଠାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ସମ୍ପାଦନ କରି ପୁଣି ପୃଥିବୀକୁ ଫେରି ଆସିଛନ୍ତି। ସୁତରାଂ ଯେକୌଣସି ଅନ୍ତରୀକ୍ଷ ଷ୍ଟେଶନକୁ ଅନ୍ତରୀକ୍ଷରେ ଦୀର୍ଘଦିନ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ଅନ୍ତରୀକ୍ଷରେ ମହାକାଶୀୟ ଡକିଙ୍ଗ ଓ ଅନ୍‌ଡକିଙ୍ଗ ପ୍ରକ୍ରିୟାର ଯଥେଷ୍ଟ ଆବଶ୍ୟକତା ରହିଛି।
ମହାକାଶୀୟ ଡକିଙ୍ଗ ଓ ଅନ୍‌ଡକିଙ୍ଗ ପ୍ରକ୍ରିୟାର ଦ୍ୱିତୀୟ ପ୍ରୟୋଗ ଘଟିବ ଇସ୍ରୋ ଦ୍ୱାରା ଚନ୍ଦ୍ରକୁ ଆଗାମୀ ଦିନରେ ପ୍ରେରଣ କରାଯିବାକୁ ଥିବା ଚନ୍ଦ୍ରଯାନ-୪ ଉପଗ୍ରହ ଅଭିଯାନରେ। ଏହି ଅଭିଯାନରେ ଏକ ଚନ୍ଦ୍ରଯାନକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ ଏବଂ ଏହି ଯାନ ଜରିଆରେ ସେଠାରୁ କିଛି ମାଟିପଥର ସଂଗ୍ରହ କରାଯାଇ ପୃଥିବୀକୁ ଅଣାଯିବ। ମାତ୍ର ଅବତରକ ଚନ୍ଦ୍ରଯାନ ପକ୍ଷରେ ନିଜର ସୀମିତ ଇନ୍ଧନ ଓ ଗତିଶୀଳତା ହେତୁ ଚନ୍ଦ୍ରର ମାଧ୍ୟାକର୍ଷଣ ବନ୍ଧନ ଅତିକ୍ରମ ପୂର୍ବକ ଚନ୍ଦ୍ରରୁ ନମୁନା ଧରି ପୃଥିବୀକୁ ଫେରିବା ସମ୍ଭବପର ନୁହେଁ। ସୁତରାଂ ଏହି ଯାନ ନମୁନା ବହନ କରି ଚନ୍ଦ୍ରକୁ ଆକାଶରେ ପରିକ୍ରମା କରୁଥିବା ମୂଳ ଶକ୍ତିଶାଳୀ ଅର୍ବିଟର ଯାନ ସହିତ ଡକିଙ୍ଗ ପ୍ରକ୍ରିୟା ଜରିଆରେ ସଂଯୁକ୍ତ ହେବ ଏବଂ ଏହି ମୂଳଯାନଟି ନମୁନା ସହିତ ଚନ୍ଦ୍ରଯାନକୁ ସାଙ୍ଗରେ ଧରି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବ।
ସୁତରାଂ ଇସ୍ରୋର ଏହି ସ୍ପେଡେକ୍ସ ଡକିଙ୍ଗ ଓ ଅନ୍‌ଡକିଙ୍ଗ ଅଭିଯାନ ଯେ ଆଗାମୀ ଦିନରେ ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ କେଇ ପାଦ ଆଗେଇ ନେବା ଦିଗରେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ।

(ଶେଷ ଭାଗ)
– ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ସହିତ ଆଲୋଚନା ପୂର୍ବରୁ ହର୍ମୁଜକୁ ନେଇ ଚେତାବନୀ ଦେଲା ଇରାନ, ଆମେ ପୁଣି ପ୍ରତିଶୋଧ ନେବୁ…

ତେହରାନ,୨୫ା୪: ଏକ ଇରାନୀ ପ୍ରତିନିଧି ଦଳ ବର୍ତ୍ତମାନ ପାକିସ୍ତାନରେ ଉପସ୍ଥିତ ଅଛନ୍ତି । ଦେଶର ବୈଦେଶିକ ମନ୍ତ୍ରୀ ନିଜେ ଏହି ଦଳର ନେତୃତ୍ୱ ନେଉଛନ୍ତି । ଆମେରିକା…

ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ହତ୍ୟା, ଧରାପଡ଼ିଲେ ଫେରାର ଅଭିଯୁକ୍ତ ସ୍ୱାମୀ

ଖଜୁରିପଡ଼ା,୨୫ା୪(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ସୁଡ୍ରେଜୁ ଗାଁରେ ପରକୀୟା ପ୍ରୀତିକୁ ନେଇ ସ୍ତ୍ରୀଙ୍କୁ ସ୍ୱାମୀ ହତ୍ୟା ଘଟଣାରେ ଶନିବାର ସ୍ୱାମୀ ଗିରଫ ହୋଇଛନ୍ତି।…

ହରଭଜନ ସିଂଙ୍କ ଘର ବାହାରେ ପ୍ରବଳ ହଙ୍ଗାମା, କାନ୍ଥରେ ଦେଶଦ୍ରୋହୀ ଲେଖିଲେ AAP କର୍ମୀ

ନୂଆଦିଲ୍ଲୀ,୨୫ା୪: ଆମ ଆଦମୀ ପାର୍ଟି (ଆପ)ର ଅନେକ ରାଜ୍ୟ ସଭା ଏମପି ଭାଜପାରେ ଯୋଗଦେବା ପରେ ପଞ୍ଜାବରେ ରାଜନୈତିକ ପାଣିପାଗ ଉଷ୍ମ ରହିଛି । ଦଳର କର୍ମୀମାନଙ୍କ…

ପାନୀୟ ଜଳ ପାଇଁ ରାଜରାସ୍ତାକୁ ଓହ୍ଲାଇଲେ ମହିଳା

ପୁରୁଷୋତ୍ତମପୁର,୨୫ା୪(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ଗ୍ରାମରେ ପାନୀୟ ଜଳ ଲାଗି ମହିଳାମାନେ ଶନିବାର ରାଜରାସ୍ତାକୁ ଓହ୍ଲାଇଛନ୍ତି। ପାଣି ଯୋଗାଇଦେବାକୁ ଦାବିକରି ବ୍ରହ୍ମପୁର-ପୁରୁଷୋତ୍ତମପୁର…

ରାଘବ ଛାଡିଲେ AAP, ହେଲେ କାହିଁକି ଭାଇରାଲ ହେଉଛି ପରିଣୀତିଙ୍କ ପୁରୁଣା ଭିଡ଼ିଓ? ଦେଖନ୍ତୁ ସମ୍ପୂର୍ଣ୍ଣ ଭିଡ଼ିଓ

ମୁମ୍ବାଇ,୨୫।୪: ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡା ବର୍ତ୍ତମାନ ସବୁଠାରୁ ଚର୍ଚ୍ଚିତ ଦମ୍ପତି। ସେମାନେ ସେମାନଙ୍କର ଲଭଲି କେମେଷ୍ଟ୍ରି ଏବଂ ସାଧାରଣରେ ବାରମ୍ବାର ଏକାଠି ଦେଖାଯିବା ଦ୍ୱାରା…

ମେ’ରେ ମାଲାମାଲ୍‌ ହେବେ ୫ ରାଶି! ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ

ପ୍ରସିଦ୍ଧ ବାବା ଭେଙ୍ଗାଙ୍କ ଦ୍ୱାରା କରାଯାଇଥିବା ଅନେକ ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି। ବାବା ଭେଙ୍ଗା ତାଙ୍କ ଭବିଷ୍ୟବାଣୀ ଯୋଗୁଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି। ତେବେ ନିକଟରେ…

କଟକରେ ବାଇକ୍‌କୁ ଧକ୍କା ଦେଲା ଆମ ବସ୍, ୨ ଗୁରୁତର ଏସ୍‌ସିବି ମେଡିକାଲ୍‌ରେ ଭର୍ତ୍ତି

କଟକ,୨୫ା୪(ପ୍ରଭୁକଲ୍ୟାଣ ପାଲ୍): କଟକରେ ଆମ ବସ୍ ଦୁର୍ଘଟଣା । କ୍ୟାଣ୍ଟନମେଣ୍ଟ ରୋଡ୍‌ରେ ବାଇକ୍‌କୁ ଧକ୍କା ଦେଲା ଆମ ବସ୍ । ବସ୍ ଧକ୍କାରେ ସ୍ୱାମୀ ଓ ସ୍ତ୍ରୀ…

AAP ଛାଡିଲେ ୭ ଏମପି, କଂଗ୍ରେସ କହିଲା-‘ମୋଦିଙ୍କ ଓ୍ବାଶିଂ ମେଶିନ ପୁଣି ସକ୍ରିୟ ହୋଇଗଲାଣି’

ନୂଆଦିଲ୍ଲୀ,୨୫।୪: ଆମ ଆଦମୀ ପାର୍ଟିର ସାତ ଜଣ ଏମପି ରାଘବ ଚଢା ଏବଂ ସନ୍ଦୀପ ପାଠକଙ୍କ ସମେତ ୭ଜଣ ଦଳ ବିରୁଦ୍ଧରେ ବିଦ୍ରୋହ କରିଛନ୍ତି। ଏମାନଙ୍କ ମଧ୍ୟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri