ମହାକାଶରେ ଇସ୍ରୋର ମହତ୍ତ୍ୱପୂର୍ଣ୍ଣ ଡକିଙ୍ଗ ପରୀକ୍ଷା

ପ୍ରଶ୍ନ ହେଉଛି, ଇସ୍ରୋର ଅନ୍ତରୀକ୍ଷ ଅଭିଯାନରେ ଏହି ମହାକାଶୀୟ ଡକିଙ୍ଗ ଓ ଅନ୍‌ଡକିଙ୍ଗ ପ୍ରକ୍ରିୟାର ଆବଶ୍ୟକତା କ’ଣ? ଏଠାରେ ଦୁଇଟି ଉଦାହରଣ ଦିଆଯାଇ ପାରେ : ପ୍ରଥମତଃ, ଇସ୍ରୋ ଆଗାମୀ ୨୦୩୫ ମସିହା ସୁଦ୍ଧା ଅନ୍ତରୀକ୍ଷରେ ଦୀର୍ଘଦିନ ରହଣି ନିମନ୍ତେ ନିଜର ଏକ ଅନ୍ତରୀକ୍ଷ ଷ୍ଟେଶନ (ନାମ: ଭାରତୀୟ ଅନ୍ତରୀକ୍ଷ ଷ୍ଟେଶନ) ଅବସ୍ଥାପିତ କରିବାକୁ ଯୋଜନା ରଖିଛି। ଅନ୍ତରୀକ୍ଷରେ କେବଳ ଅନ୍ତରୀକ୍ଷ ଷ୍ଟେଶନ ସ୍ଥାପନ କରିଦେଲେ ଚଳିବ ନାହିଁ; ବରଂ ସମୟ ସମୟରେ ପୃଥିବୀରୁ ଅନେକ ଅଭିଯାନ ଜରିଆରେ ଏହାକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ତଥା ମହାକାଶଯାତ୍ରୀଙ୍କୁ ଅଦଳବଦଳ କରିବାକୁ ପଡ଼ିବ। ଏଥିନିମନ୍ତେ ପୃଥିବୀରୁ ନିୟମିତ ଭାବେ ମାଲବାହୀ ତଥା ମନୁଷ୍ୟବାହୀ ଯାନଗୁଡ଼ିକ ଅନ୍ତରୀକ୍ଷକୁ ଯାତ୍ରା କରି ଅନ୍ତରୀକ୍ଷ ଷ୍ଟେଶନ ସହିତ ମିଳିତ ହେବା (ଡକିଙ୍ଗ) ସହ କାର୍ଯ୍ୟ ସରିଗଲେ ସେଗୁଡ଼ିକ ମହାକାଶ ଷ୍ଟେଶନରୁ ଅଲଗା ହୋଇ ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବେ। ତେବେ ଯାଇ ଅନ୍ତରୀକ୍ଷ ଷ୍ଟେଶନରେ ମଣିଷର ଦୀର୍ଘଦିନ ରହଣିର ସ୍ବପ୍ନ ସାକାର ହୋଇ ପାରିବ। ଏଠାରେ ଅନ୍ତରୀକ୍ଷରେ କାର୍ଯ୍ୟରତ ଅନ୍ତଃରାଷ୍ଟ୍ରୀୟ ଅନ୍ତରୀକ୍ଷ ଷ୍ଟେଶନ କଥା ବିଚାର କରାଯାଇପାରେ। ଏହି ଷ୍ଟେଶନକୁ ଅନେକ ସ୍ବତନ୍ତ୍ର ଅଭିଯାନ ଜରିଆରେ ପୃଥିବୀରୁ କ୍ରମାଗତ ଭାବେ ସାମଗ୍ରୀ ଯୋଗାଣ କରାଯାଇଛି କେତେକ ମହାକାଶଚାରୀ ପୃଥିବୀରୁ ଯାତ୍ରାକରି ଏଠାରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ସମ୍ପାଦନ କରି ପୁଣି ପୃଥିବୀକୁ ଫେରି ଆସିଛନ୍ତି। ସୁତରାଂ ଯେକୌଣସି ଅନ୍ତରୀକ୍ଷ ଷ୍ଟେଶନକୁ ଅନ୍ତରୀକ୍ଷରେ ଦୀର୍ଘଦିନ କାର୍ଯ୍ୟକ୍ଷମ ରଖିବା ନିମନ୍ତେ ଅନ୍ତରୀକ୍ଷରେ ମହାକାଶୀୟ ଡକିଙ୍ଗ ଓ ଅନ୍‌ଡକିଙ୍ଗ ପ୍ରକ୍ରିୟାର ଯଥେଷ୍ଟ ଆବଶ୍ୟକତା ରହିଛି।
ମହାକାଶୀୟ ଡକିଙ୍ଗ ଓ ଅନ୍‌ଡକିଙ୍ଗ ପ୍ରକ୍ରିୟାର ଦ୍ୱିତୀୟ ପ୍ରୟୋଗ ଘଟିବ ଇସ୍ରୋ ଦ୍ୱାରା ଚନ୍ଦ୍ରକୁ ଆଗାମୀ ଦିନରେ ପ୍ରେରଣ କରାଯିବାକୁ ଥିବା ଚନ୍ଦ୍ରଯାନ-୪ ଉପଗ୍ରହ ଅଭିଯାନରେ। ଏହି ଅଭିଯାନରେ ଏକ ଚନ୍ଦ୍ରଯାନକୁ ଚନ୍ଦ୍ରପୃଷ୍ଠରେ ଅବତରଣ କରାଯିବ ଏବଂ ଏହି ଯାନ ଜରିଆରେ ସେଠାରୁ କିଛି ମାଟିପଥର ସଂଗ୍ରହ କରାଯାଇ ପୃଥିବୀକୁ ଅଣାଯିବ। ମାତ୍ର ଅବତରକ ଚନ୍ଦ୍ରଯାନ ପକ୍ଷରେ ନିଜର ସୀମିତ ଇନ୍ଧନ ଓ ଗତିଶୀଳତା ହେତୁ ଚନ୍ଦ୍ରର ମାଧ୍ୟାକର୍ଷଣ ବନ୍ଧନ ଅତିକ୍ରମ ପୂର୍ବକ ଚନ୍ଦ୍ରରୁ ନମୁନା ଧରି ପୃଥିବୀକୁ ଫେରିବା ସମ୍ଭବପର ନୁହେଁ। ସୁତରାଂ ଏହି ଯାନ ନମୁନା ବହନ କରି ଚନ୍ଦ୍ରକୁ ଆକାଶରେ ପରିକ୍ରମା କରୁଥିବା ମୂଳ ଶକ୍ତିଶାଳୀ ଅର୍ବିଟର ଯାନ ସହିତ ଡକିଙ୍ଗ ପ୍ରକ୍ରିୟା ଜରିଆରେ ସଂଯୁକ୍ତ ହେବ ଏବଂ ଏହି ମୂଳଯାନଟି ନମୁନା ସହିତ ଚନ୍ଦ୍ରଯାନକୁ ସାଙ୍ଗରେ ଧରି ପୃଥିବୀକୁ ପ୍ରତ୍ୟାବର୍ତ୍ତନ କରିବ।
ସୁତରାଂ ଇସ୍ରୋର ଏହି ସ୍ପେଡେକ୍ସ ଡକିଙ୍ଗ ଓ ଅନ୍‌ଡକିଙ୍ଗ ଅଭିଯାନ ଯେ ଆଗାମୀ ଦିନରେ ଭାରତୀୟ ଅନ୍ତରୀକ୍ଷ କାର୍ଯ୍ୟକ୍ରମକୁ କେଇ ପାଦ ଆଗେଇ ନେବା ଦିଗରେ ସହାୟକ ହେବ ଏଥିରେ ସନ୍ଦେହ ନାହିଁ।

(ଶେଷ ଭାଗ)
– ନିକୁଞ୍ଜ ବିହାରୀ ସାହୁ
ଏଜୁକେଶନ ଅଫିସର, ଆଞ୍ଚଳିକ ବିଜ୍ଞାନ କେନ୍ଦ୍ର, ଭୋପାଳ, ମଧ୍ୟପ୍ରଦେଶ
ମୋ: ୮୯୧୭୬୩୭୯୭୪


Enter your email to get our daily news in your inbox.

All Right Reserved By Dharitri.Com

କିସ୍‌ମିସ୍‌ ଖାଇଲେ ଦୂର ହୁଏ ଏହି ୫ ବଡ଼ ସ୍ବାସ୍ଥ୍ୟ ସମସ୍ୟା

ଦୀର୍ଘଦିନ ଧରି କିସ୍‌ମିସ୍‌ ଖାଇ ଆସୁଛନ୍ତି ମାତ୍ର ଜାଣନ୍ତି କି କିସ୍‌ମିସ୍‌ ଖାଇବାର ସଠିକ୍‌ ତରିକା କ’ଣ? ଆୟୁର୍ବେଦରେ ମଧ୍ୟ କିସ୍‌ମିସ୍‌ ଖାଇବାର ଫାଇଦା ବିଷୟରେ...

Nails ରଙ୍ଗ କହିବ ରୋଗ, ଏବେଠୁ ଜାଣି ନିଅନ୍ତୁ…

ନଖର ରଙ୍ଗ ଏବଂ ଆକୃତିର ପରିବର୍ତ୍ତନ ରୋଗ ବିଷୟରେ ସୂଚନା ଦେଇଥାଏ । ଯଦି ଆପଣଙ୍କ ନଖରେ ପରିବର୍ତ୍ତନ ଦେଖନ୍ତି, ତେବେ ଆପଣ ସତର୍କ ହେଇଯାଆନ୍ତୁ...

ଦହିରେ ଲୁଣ ମିଶାଇ ଖାଉଛନ୍ତି କି? ଜାଣିନିଅନ୍ତୁ ଏହି ଗୋଟିଏ କଥା, ନଚେତ୍‌ ପସ୍ତାଇବେ

ଯେକୌଣସି ଋତୁ ହେଉ, ସମସ୍ତେ ଖାଦ୍ୟ ସହିତ ଦହି ଖାଇବାକୁ ପସନ୍ଦ କରନ୍ତି। କିଛି ଲୋକ ଏହାକୁ ଚିନି ସହିତ ଖାଇବାକୁ ପସନ୍ଦ କରନ୍ତି ତ...

ଏହି କାରଣରୁ ଭାରତରେ ବଢୁଛି Cancer ରୋଗୀଙ୍କ ସଂଖ୍ୟା, ବିଶେଷଜ୍ଞ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୯।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ନିକଟରେ ମଦ୍ୟପାନର ଅତ୍ୟଧିକ ସେବନ ସମ୍ପର୍କରେ ଏକ ଚେତାବନୀ ଜାରି କରିଛି। ଏ ସମ୍ପର୍କରେ, ଭାରତର କିଛି ବିଶେଷଜ୍ଞ...

Maha Kumbh ପାଣିରେ ହାନିକାରକ ଜୀବାଣୁ, ହୋଇପାରେ ଏସବୁ ସାଂଘାତିକ ରୋଗ!

ନୂଆଦିଲ୍ଲୀ,୧୯।୨: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସୋମବାର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ କହିଛି ଯେ କୁମ୍ଭମେଳା ହେଉଥିବା ଗଙ୍ଗାପାଣିରେ ଏକ କ୍ଷତିକାରକ ଜୀବାଣୁର...

ଶରୀରର କେଉଁ ଅଙ୍ଗରେ Blood ନାହିଁ? ନାଁ ଜାଣିଲେ ତାଜୁବ ହେବେ…

ବିଜ୍ଞାନର ନୂଆ ନୂଆ ଆବିଷ୍କାର ଆମକୁ ବାରମ୍ବାର ତାଜୁବ କରିଥାଏ। ସାଧାରଣ ଜ୍ଞାନ ପ୍ରାୟତଃ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପଡ଼ିଥାଏ । କିନ୍ତୁ ବିଜ୍ଞାନର ଜଟିଳତାକୁ କେହି...

Blood Group ଅନୁସାରେ କରନ୍ତୁ ଡାଏଟ୍‌, ଜାଣନ୍ତୁ କେଉଁ ଖାଦ୍ୟ ଶରୀର ପାଇଁ ଭଲ…

ସ୍କୁଲ ହେଉ କି ଅଫିସ, ଆମକୁ ସବୁଠି ବ୍ଲଡ ଗ୍ରୁପ ସମ୍ପର୍କରେ ସୂଚନା ଦେବାକୁ ପଡିଥାଏ। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ବ୍ଲଡ...

Health Tips: ୪୦ ଟପିଲେ ଦେଖାଯାଏ ସ୍ବାସ୍ଥ୍ୟ ସମସ୍ୟା: ଡାଇବେଟିସ୍‌, ବ୍ଲଡପ୍ରେସର ବ୍ୟତୀତ ବର୍ଷକୁ ଅତିକମ୍‌ରେ ଥରେ କରାଇ ନିଅନ୍ତୁ …

ବୟସ ୪୦ ଟପୁଟପୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଡାଇବେଟିସ, ବ୍ଲଡପ୍ରେସର ତ ଏବେ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ  ପରିଣତ ହୋଇଗଲାଣି। ଏହାବ୍ୟତୀତ କାଶ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri